Nityananda Sahu

Tragedy Inspirational Thriller

4  

Nityananda Sahu

Tragedy Inspirational Thriller

ଲୁହ ଭିଜା ପ୍ରୀତି !

ଲୁହ ଭିଜା ପ୍ରୀତି !

9 mins
172



ସବୁ ପାପର ପ୍ରାୟଶ୍ଚିତ୍ତ ଅଛି । ପ୍ରେମ ରେ ପାପର କୌଣସି ବି ସ୍ଥାନ ନାହିଁ। କାହିଁକି ନା ପ୍ରେମ ସବୁବେଳେ ଶାଶ୍ୱତ ଆଉ ପବିତ୍ର ଅଟେ । ଯେଉଁଠି ଈଶ୍ୱରୀୟ ସତ୍ତା କୁ ଅନୁଭବ କରି ହୁଏ ହୃଦୟରେ ,ସେଠି ପ୍ରେମ ରୂପକ ବୀଜ ଆପେ ଆପେ ଅଙ୍କୁରିତ ହୁଏ । ଠିକ ସେମିତି ଜୀବନର ଦୋଛକିରେ ଆଜି କେଉଁ ଭୂଲ ପାଇଁ ଦଣ୍ଡ ପାଏ ମଣିଷ କେବେ ବି ବୁଝି ପାରେ ନାହିଁ। କୁହାଯାଏ ମଣିଷ ଜନ୍ମ ହେଲା ବେଳେ କୁଆଡେ ରକ୍ଷାସ ପକୃତି ନେଇ ଜନ୍ମ ନେଇଥାଏ । ପରେ ପରେ ମଣିଷ ଈଶ୍ୱରୀୟ ଆସ୍ଥା କୁ ବୁଝି ଗୀତା , ଭାଗବତ, କୋରାନା ଆଉ ବାଇବେଲ ଆଦି ପଢି ଈଶ୍ୱର ଙ୍କର ଆସ୍ଥା କୁ ବୁଝି ପାରି ଭଲ ମଣିଷ ହୋଇଥାଏ । 

   ହେଲେ ପ୍ରେମର ଉତ୍ପତ୍ତି ତ ହୃଦୟରେ ହୋଇଥାଏ। ତେବେ ସେଇ ହୃଦୟ କେମିତି ବା ଆଜି ପାପର କାମନା ଅଗ୍ନି ରେ ପ୍ରଜ୍ଵଳିତ ହୋଇ ପାରିବ। ଦୈହିକ ସୁଖ କଣ ପ୍ରେମ କୁ ପବିତ୍ରତା କରାଇ ପାରେ ? ଏ ପ୍ରଶ୍ନ ର ଉତ୍ତର ଆଜିକା ଯୁବ ପିଢୀ କେବେ ଖୋଜିବା ପାଇଁ ଚେଷ୍ଟା ହିଁ କରିବାର ପ୍ରୟାସ କରୁ ନାହାନ୍ତି ।

   

    ଶାଶ୍ୱତ ପ୍ରେମର ଉଦାହରଣରେ ରାଧା କୃଷ୍ଣ ଙ୍କୁ ନିଜର ପ୍ରେରଣା ଭାବୁ ଥିବା ବେଳେ କିନ୍ତୁ ନିଜର ପ୍ରେମ ପାଇଁ କ୍ଷଣିକ କାମନାର ଉନ୍ମାଦରେ ବଶୀଭୂତ ହୋଇ ଭୂଲ କରି ବସୁଛନ୍ତି । କେତେ ଜଣ ବା ପ୍ରେମର ଅର୍ଥ କୁ ବୁଝିବା ପାଇଁ ଚେଷ୍ଟା କରୁଛନ୍ତି । ଏ ସବୁ ର ଅର୍ଥ ବୁଝିବାର ବୟସ ହୋଇ ନ ଥାଏ ଅରୁଣିତାର । 

  ରାଧା କୃଷ୍ଣ ଙ୍କୁ ଜୀବନର ଆରାଧ୍ୟ ଭାବି ହୃଦୟରେ ପୂଜା କରେ । କୃଷ୍ଣଙ୍କ ପରି ଶାଶ୍ୱତ ପୁରୁଷୋତ୍ତମଙ୍କୁ ଜୀବନର ଈଶ୍ୱର ରୂପେ ପାଇବା ପାଇଁ ନିତ୍ୟ ପୂଜା ଅର୍ଚ୍ଚନା କରେ । ହଠାତ ଘର ସମ୍ମୁଖରେ କୃଷ୍ଣ ଭଜନ ଶୁଣି ଚମକି ପଡେ ଅରୁଣିତା । ଦୌଡ଼ି ଯାଇ ଘର ବାହାରେ ଜଣେ ସବଳ ,ରକ୍ତବର୍ଣ୍ଣ ଲୋହିତ ପୁରୁଷ , ଦେହରେ ଅଷ୍ଟ ମଲ୍ଲର ବାହୁ ଦେଖି ଆଶ୍ଚର୍ଯ୍ୟରେ ବିମୋହିତ ହୋଇ ଉଠେ ଅରୁଣିତା । କିଛି ବୁଝିବା ଆଗରୁ , ଦୁଆର ବନ୍ଦ ବାହାରେ ଠିଆ ହୋଇଥିବା ଯୋଗୀ ଜଣଙ୍କ ...ଭିକ୍ଷା ମୁଠେ ମିଳୁ ମା ବୋଲି ଡାକ ଦେବାର ଶୁଣି , ଘର ଭିତରକୁ ଦୌଡ଼ି ଯାଇ ଚାଉଳ , କଦଳୀ , ଆଳୁ , କଖାରୁ ଆଉ ପଚାଶ ଟଙ୍କା ସହ ଯୋଗୀ ଙ୍କର ପାତ୍ରରେ ଦାନ ଦେଲା ପରେ , 

   ଯୋଗୀ ଆଶୀର୍ବାଦ କରିବା କୁ ଯାଇ କୁହନ୍ତି , ତୁମର ମଙ୍ଗଳ ହେଉ। 


ହେ ଯୋଗୀ ପୁରୁଷ , ଆପଣଙ୍କ ର ଅପରୂପ ଯେ କେହି ଦେଖିବ ବିମୋହିତ ହୋଇ ଯିବେ । ଆପଣଙ୍କର ଶରୀର ଗଠନ ଦେଖିଲେ , କେହି ବି ବିଶ୍ୱାସ କରି ପାରିବେ ନାହିଁ ଯେ ଆପଣ ଭିକ୍ଷା ମାଗି ଚଳୁଛନ୍ତି। ହେଲେ ଏତେ ସୁନ୍ଦର ଚେହେରା ଥାଇ ଆପଣଙ୍କୁ ଏଭଳି ଦୁରା ସାଧ୍ୟ(କୃଷ୍ଣ ରୋଗ) ରୋଗ କେମିତି ହେଲା ?  

ଅରୁଣିତାର ପ୍ରଶ୍ନ ରେ ଆଶ୍ଚର୍ଯ୍ୟ ନ ହୋଇ ଯୋଗୀ ଜଣଙ୍କ କହିଲେ , ଭଗବାନ କାହାକୁ କେଉଁ ଶାସ୍ତି ଦିଅନ୍ତି ରେ ମାଆ , ସେ ହିଁ କେବଳ ଜାଣି ଥାନ୍ତି । ମନେ ରଖିବୁ ,ଜୀବନରେ କେବେ ବି ପାପ କାର୍ଯ୍ୟ କରିବୁ ନାହିଁ । ଦିନେ ନା ଦିନେ ଆମେ କରିଥିବା ପାପର ଫଳ ଅବଶ୍ୟ ଭୋଗ କରିବାକୁ ହୋଇ ଥାଏ ।

  ଭଗବାନ ତୁମର ମଙ୍ଗଳ କରନ୍ତୁ । ଗାଁ ଟା ସାରା ବୁଲି ଆସିଲି , ମୋର ଏ ରୋଗ ଦେଖି କେହି ବି ମତେ ଭିକ୍ଷା ଦେବା ପାଇଁ ରାଜି ହେଲେ ନାହିଁ। ତୁମ ହୃଦୟ ନିଶ୍ଚୟ ପବିତ୍ର । ଭଗବାନ ନିଶ୍ଚିୟ ତୁମର ଡାକ ଶୁଣିବେ । 

  ଆଉ କିଛି ପଚାରିବାକୁ ଚାହୁଁ ଥିଲା ଅରୁଣିତା କିନ୍ତୁ ଯୋଗୀ ଜଣଙ୍କ ସେ ସ୍ଥାନ ଛାଡି ଚାଲିଗଲେ । ଅରୁଣିତା ର ପ୍ରଶ୍ନ ସବୁ ହୃଦୟରେ କବର ହୋଇ ରହିଗଲା । 

  ଘରକୁ ଫେରି ଆସି ଦେଖେ ମୋବାଇଲ କୁ ଚିନ୍ମୟ ଙ୍କର ମେସେଜ ଆସିଛି । ଲଭ ଷ୍ଟିକର ପଠାଇବା ସହ ଦୁହିଁଙ୍କର ଅତୀତର ଏକ ଫଟୋ ପଠାଇ ମିସ ୟୁ ଜାନୁ , ହାପି ଲଭ ଆନିଭରସରି ବୋଲି ଲେଖିକି ପୋଷ୍ଟ କରିଛି। ପ୍ରତ୍ୟୁତ୍ତରରେ ମିସ ୟୁ ଠୁ ବୋଲି ଲେଖିଲା ଅରୁ । 

   ଚିନ୍ମୟ ଆଉ ଅରୁଣିତା ଦୁହେଁ ଦୁହିଁଙ୍କୁ ବର୍ଷେ ତଳୁ ଭଲ ପାଉଛନ୍ତି। ନୂଆ ନୂଆଁ ଯୌବନର ଆଦ୍ୟ ବସନ୍ତରେ ପାଦ ଥାପିଲା ପରେ ପରସ୍ପର ର ନିକଟତର ହୋଇଛନ୍ତି । ଚିନ୍ମୟ ଥିଲା ସ୍କୁଲ ଟପର। ଆଉ ଅରୁଣିତା ଦେଖିବାକୁ ବହୁତ ସୁନ୍ଦର । ଗୋଟେ କଲେଜ ରେ ଆଡ଼ମିଶନ ଦୁହିଁଙ୍କ ର ହେଲା ପରେ , ଚିନ୍ମୟ ର ପାଠପଢା କୁ ଦେଖି ଅରୁଣିତା ଫିଦା ହୋଇଥିଵା ବେଳେ , ଅରୁଣିତା ର ରୂପ କ୍ରାନ୍ତି ଦେଖି ଚିନ୍ମୟ ବି ସମୋହିତ ହୋଇ ଯାଇଥିଲା। ଆଉ ତା ପରେ ଯାହା ଘଟିବା ର କଥା ଘଟିଲା। ଦୁହେଁ ଅଜଣାତରେ ଦୁହିଁଙ୍କୁ ପସନ୍ଦ କରୁ କରୁ ନିକଟତର ହେବାକୁ ଲାଗିଲେ । ଆଜି କି ଠିକ ଗୋଟେ ବର୍ଷ ହେବ । 

  ପ୍ରେମର ଆଶକ୍ତିରେ ଆଜି ଦୁଇ ପ୍ରେମପକ୍ଷୀ ମନ ଆକାଶରେ ଡେଣା ଝାଡ଼ି ଘୁରି ବୁଲୁଛନ୍ତି। ଦୁହେଁ ସ୍ଥିର କରିଛନ୍ତି , ପ୍ରଥମେ ନିଜେ ନିଜର ଯୋଗ୍ୟତା ସାବ୍ୟସ୍ତ କରିବେ ଆଉ ତା ପରେ ଘର ଲୋକଙ୍କୁ କହି ବିବାହ କରାଇବେ ବୋଲି ।

   ହେଲେ ମନ କି ବୁଝେ ଦେହର କଷ୍ଟ । ଯଦି ପାଖରେ ଥାଏ ପ୍ରେମର ତ୍ରିବେଣୀ ତୁଠ । ଆଜି ଚିନ୍ମୟ ନିଜର ଆଶକ୍ତି କୁ ଆଉ ରୋକି ପାରୁ ନାହିଁ । ସାଙ୍ଗ ସାଥି ମାନଙ୍କର ପ୍ରେମର ପରିଭାଷା କୁ ବୁଝି ପ୍ରସ୍ତାବ ଦେଇଛି ଅରୁ କୁ ପୁରୀ ଯିବା ପାଇଁ। ଦୁହେଁ ଦୁହିଁଙ୍କୁ କିଛି ସମୟ ସେଇ ବାହାନାରେ ତ ସମୟ ଦେଇ ପାରିବେ । 

  ସକାଳୁ ଚିନ୍ତିତ ଅରୁ କଣ କରିବ କିଛି ବୁଝି ପାରୁ ନ ଥାଏ । ଆସନ୍ତା ରବିବାର ଦିନକୁ ଯିବା ପାଇଁ ଚିନ୍ମୟ ମେସେଜ କରିଛି। ପ୍ରେମ ବାର୍ଷିକ ପାଳନ କରିବା ପାଇଁ ପ୍ଲାନ କରିଛି । ହେଲେ ଘରେ କଣ କହି ଅରୁଣିତା ଯିବ କିଛି ବୁଝି ପାରୁ ନ ଥାଏ ।

   ଚିନ୍ମୟ କୁ କିଛି ସମୟ ଆଉ ମାଗି ମୋବାଇଲର ନେଟ ଅଫ କରି ଶୋଇ ପଡେ ଅରୁ। କାହିଁକି ଚିନ୍ମୟ ବାଧ୍ୟ କରୁଛନ୍ତି ପୁରୀ ଯିବା ପାଇଁ। ପ୍ରେମ ବାର୍ଷିକ କଣ ଏଇଠି କେଉଁଠି ପାଳି ହେବ ନାହିଁ। ସାଙ୍ଗ ମାନେ ଯଦି ସୁବିଧା ପାଇ ପାଳୁଛନ୍ତି ସେଥିରେ ଆମେ କାହିଁକି ବିଚଳିତ ହେବା । ଘରେ କିଏ ଜାଣିଲେ ସବୁ ସରିଲା। ଯଦି କିଛି ଅଘଟଣ ଘଟିଲା ତେବେ ସବୁ ସରିଲା। ସମାଜରୁ ଘର ଲୋକ କେତେ ବାଦ ଆପବାଦ ଶୁଣିବେ। କଣ କରିବି ? ନ ଗଲେ ଚିନ୍ମୟ ମନ ଦୁଃଖ କରିବେ। କେତେ ଥର ତାଙ୍କର ଆଉ ମନ ଭାଙ୍ଗିବି ? ହେଲେ ମୁଁ ବିବଶ। ଆଜି ସେ ଯୋଗୀ ବାବା କାହିଁକି ଏମିତି କହିଲେ ମତେ , ଜୀବନରେ କୌଣସି ପାପ ନ କରିବା ପାଇଁ !!

  ପ୍ରେମ କରିବା କଣ ପାପ ଅଟେ ? କଦାପି ନୁହେଁ । ତେବେ ତାଙ୍କର କହିବାର ଅର୍ଥ କଣ ହୋଇ ପାରେ ? କିଛି ବୁଝି ହେଉ ନାହିଁ। 


ସମୟର ରଥ ଗଡି ଚାଲିଛି । ଏହା ଭିତରେ ଗୋଟେ ସପ୍ତାହ ବିତି ଯାଇଥାଏ। ପୁରୀ ବସ୍ ଷ୍ଟାଣ୍ଡରେ ବସରେ ବସି ଜଗା ଉଦ୍ଦେଶ୍ୟ ରେ ଭକ୍ତି ପୂର୍ଣ୍ଣ ନମସ୍କାର କରିଲା। ଆଜି ବହୁତ ବଡ଼ ଅଘଟଣ ରୁ ତାକୁ ଉଦ୍ଧାର କରିଲ ବୋଲି କହି ପ୍ରଣିପାତ କଲା ଅରୁ। ମୋବାଇଲ ରିଙ୍ଗ ହେଉଥାଏ ବାରମ୍ବାର। ଚିନ୍ମୟ ଙ୍କର କୋଡିଏ ରୁ ତିରିଶ ଥର ଫୋନ ଆସି ମିସ କଲ ହେଲାଣି। ତଥାପି ଚିନ୍ମୟ ସହ କଥା ହେବା ପାଇଁ ଆଜି ଆଉ ତାର ଇଛା ନାହିଁ। ନିଜକୁ ନିଜେ ଆଜି ପ୍ରଶ୍ନ କରୁଛି ଅରୁ , ଭୂଲ କେଉଁଠି ରହିଗଲା। ଫୋନ କୁ ସୁଇଚ ଅଫ କରି କଟକ ପୁରୀ ବସରେ ଘରକୁ ଫେରିବା ବାଟରେ ଝରକା ଦେଇ ବାହାର ଆଲୋକ ତୋରଣ କୁ ଦେଖି ଅରୁ ର ଆଖି ଝଲସି ଉଠେ । କିଛି ମୁହୂର୍ତ୍ତ ପାଇଁ ଫେରି ଯାଏ ପଛକୁ । 


ପୁରୀ ବେଳାଭୂମିରେ ସମୁଦ୍ର ର ବଡ଼ ବଡ଼ ତରଙ୍ଗ କୁ ଦେଖି ଅନ୍ୟମନସ୍କ ଅରୁ । କୋଳାହଳ ମୟ ପରିବେଶ ହେଲେ ବି , ସମୁଦ୍ର କୂଳରେ ବସିଲେ ହୃଦୟକୁ ଶାନ୍ତି ମିଳେ। ଏମିତି ଯାତାୟାତ କରୁଥିବା ଲୋକଙ୍କୁ ଦେଖିବା ଭିତରେ ଅରୁଣିତାର ନଜର ପଡେ ସେଇ ଯୋଗୀ ଙ୍କ ଉପରେ । ଧ୍ୟାନ ଅବସ୍ଥାରେ ବସି ଜପ କରୁଛନ୍ତି। ସନ୍ଧ୍ୟା ସମୟ ଉପନୀତ ହେବାକୁ ଯାଉ ଅଛି। ପକ୍ଷୀ ମାନେ ଘର ବାହୁଡା କରୁଥାନ୍ତି। ପଶ୍ଚିମ ଆକାଶରେ ଦିବାକର ଅସ୍ତ ଗାମୀ । ଚିନ୍ମୟ କୁଆଡେ ଗଲେ ? ଏତେ ସମୟ ହେଲାଣି ଫେରିଲେ ନାହିଁ। ଆଜି ସୁଯୋଗ ଅଛି ଯୋଗୀଙ୍କୁ ମୋ ପ୍ରଶ୍ନ ର ଉତ୍ତର ଦେବା କୁ ହେବ। ଆଉ କାଳ ବିଳମ୍ବ ନ କରି ଯୋଗୀ ଙ୍କ ପାଖରେ ପହଞ୍ଚି ଅରୁଣିତା ହାତ ଯୋଡି ପ୍ରଣାମ କରେ ।

  ଧ୍ୟାନ ଭାଙ୍ଗି ଯୋଗୀ ଜଣକ ଅରୁଣିତାକୁ ସମ୍ନାରେ ଦେଖି ଚିହ୍ନି ପାରିଲେ ନାହିଁ । ଅରୁ ସବୁ କଥା ପୂର୍ବର କହିବା ସହ ମନେ ପକାଇ ଦିଏ । 

   ହଁ ମାଆ , କଣ ପରିବାର ସହ ବୁଲି ଆସିଛ । ଜଗା କୁ ଦର୍ଶନ କରିଲ ?

ହଁ , ସାଧୁ ମାହାଶୟ ।

ଜୟ ଶ୍ରୀ କୃଷ୍ଣ ।

ପ୍ରତିତ୍ୱର ରେ ଜୟ ଶ୍ରୀ କୃଷ୍ଣ କୁହେ ଅରୁ। ବାବା ଆପଣଙ୍କୁ ଗୋଟେ କଥା ପଚାରିବି ?

ହଁ, ପଚାର !

ଆପଣ ସେ ଦିନ କହିଲେ ଯେ ମଣିଷ ତାର ପାପର ଫଳ ଅବଶ୍ୟ ପାଇ ଥାଏ । ତେବେ ମତେ ସେ ଦିନ ସେମିତି କାହିଁକି କହିଲେ ? ପାପ ଆଉ ପୂଣ୍ୟ ବିଷୟରେ ମତେ ଟିକେ ବୁଝେଇ ଦେବେ କି ? ଆପଣ କେଉଁ ପାପର ଶାସ୍ତି ପାଉଛନ୍ତି କହିବେ କି ?

- ଏଥର ଯୋଗୀ ଙ୍କର ମୁଖ ମଣ୍ଡଳ ମଉଳିନ ପଡି ଯିବାକୁ ଲାଗିଲା। କିଛି ସମୟ ଯାଏଁ ଗମ୍ଭୀର ରହିବାରୁ , ଅରୁଣିତା କିଛି ନ ବୁଝି ପାରି ବାବା ଙ୍କର ମନକୁ ଆଘାତ ଦେଇଛି ବୋଲି ଭାବି , କ୍ଷମା ପାର୍ଥନା କରେ , 

  ଯୋଗୀ ଜଣକ କହିଲେ ;- 

     ପ୍ରେମରେ ପାପ କରିଥିବା କାରଣରୁ ଆଜି ମୁଁ କୃଷ୍ଣ ରୋଗରେ ଆକ୍ରାନ୍ତ ।

ହେଲେ ବାବା , ଆପଣ ତ ଯୋଗୀ ବ୍ରହ୍ମଚାରୀ। ଆପଣ ଆଉ ପ୍ରେମ ! କିଛି ବୁଝି ହେଉ ନାହିଁ ।

ମୁଁ ଜନ୍ମରୁ ଯୋଗୀ ନ ଥିଲି। ଜଣେ ସମ୍ଭ୍ରାନ୍ତ ବ୍ରାହ୍ମଣ ଘରର ଏକମାତ୍ର ପୁତ୍ର ଥିଲି। ନନା ଥିଲେ ନୈଷ୍ଟିକ ବ୍ରାହ୍ମଣ। ପୂଜା ଅର୍ଚ୍ଚନା କରିବା ରେ ସେ ଥିଲେ ସିଦ୍ଧ ପୁରୁଷ। ହେଲେ ମୁଁ ଥିଲି ଠିକ ବିପରୀତ। ଧନ , ସମ୍ପତିରେ କୌଣସି ଅଭାବ ନ ଥିଲା। ପାଠ ପଢ଼ି ଚାକିରୀ କରିବାକୁ କହି ନନା କେବେ ମତେ ପୂଜା ପାଠ କରିବାକୁ ଦିଅନ୍ତି ନାହିଁ। 

 କଲେଜ ପାଠ ପଢ଼ା ପାଇଁ ନନା ମତେ ଭୁବନେଶ୍ୱରର ଏକ ଘରେଇ ଇଞ୍ଜିନିୟରିଂ କଲେଜରେ ଆଡ଼ମିଶନ କରାଇ ଦେଲେ। ଶରୀର ତେଜ ଆଉ ପକେଟରେ ଅର୍ଥ ଥିଲେ ଯେ କେହି ପୁରୁଷ ଛାତି ଫୁଲେଇ ବାଟ ଚାଲି ଥାଏ । ଗର୍ବ , ଅହଂକାର ଆଉ ମୋହରେ ମୁଁ ବଶୀଭୂତ ହୋଇ ଯାଇଥିଲି । ଯେତେବେଳେ ଅହଲ୍ୟା ସହ ମୋର ଦେଖା ହେଲା , ଅହଲ୍ୟା ର ରୂପ କ୍ରାନ୍ତିରେ ମୁଗ୍ଧ ହୋଇ ତାଙ୍କୁ ଭଲ ପାଇ ବସିଲି । ପ୍ରେମରେ ଦୁହେଁ ଦୁହିଁଙ୍କର ନିକଟତର ହେଲୁ । ପିଲାଟି ଦିନରୁ ମୋର ପାଠ ବହୁତ ଭଲ ହୁଏ । ଦିନ ରାତି ପରିଶ୍ରମ ନ କଲେ ବି ଅଳ୍ପ ସମୟର ପରିଶ୍ରମ ରେ ସବୁ କିଛି ଶିଖି ନେଇ ପାରେ । ସେଥିପାଇଁ ସମୟ କୁ ମୋର ଖାତିର ନ ଥାଏ । ପ୍ରେମରେ ଯେତେବେଳେ କାମନାର ଜ୍ୱାଳା ର ଜନ୍ମ ହୁଏ , ସେତେବେଳେ ସେ ପ୍ରେମ ଶାଶ୍ୱତ ହୋଇ ପାରେ ନାହିଁ । ଏ ଗୃଢ଼ ରହସ୍ୟ ବୁଝିବା ଆଗରୁ , ଅହଲ୍ୟା ଙ୍କୁ ଦେଖିଲେ ମୋର କାମନା ଶକ୍ତି ଦେହକୁ ଆହୁରି କ୍ଷତି ଗ୍ରସ୍ତ କରୁଥିଲା । ତା ଠାରୁ ଆହୁରି ମୋର ପୁରୁଷତ୍ୱ କୁ ଆଘାତ ପହଞ୍ଚୁ ଥିଲା ଯେତେବେଳେ ମୋ ସାଙ୍ଗ ମାନେ କୁହନ୍ତି ନିଜେ ନିଜର ପ୍ରେମିକା ମାନଙ୍କ ସହ ସବୁ କଣ କରନ୍ତି । ଭୂଲ ଠିକ ଭିତରେ ଥିବା ବିଭେଦ କୁ ବୁଝି ପାରିଲି ନାହିଁ । ଅହଲ୍ୟା ଥିଲେ ଭଗବାନ ଶ୍ରୀକୃଷ୍ଣ ଙ୍କର ଭକ୍ତ। ଈଶ୍ୱର ଙ୍କ ଉପରେ ତାଙ୍କର ହୃଦୟରୁ ପ୍ରଗାଢ ବିଶ୍ୱାସ ଥିଲା । ଜାତିରେ ଶୁଦ୍ର ଘର ଝିଅ ହେଲେ ବି ଭଗବାନଙ୍କୁ ଖୁବ ମାନୁ ଥିଲେ। ସେ ଦିନ ନିଜର ଭବନା କୁ ପ୍ରକାଶ କରିବାକୁ ଯାଇ , ତାଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ମୋ ସହ ବାଧ୍ୟ କଲି । ପ୍ରଥମରୁ ଏହା ଅନୁଚିତ ବୋଲି ସେ କହିଲେ। ଆଖିରେ ଯେତେବେଳେ କାମନାର ଅଗ୍ନି ପ୍ରଜ୍ଵଳିତ ହୁଏ ,ସେଠି ମଣିଷ ଶରୀର ଭିତରେ ରକ୍ଷାସ ପାଲଟି ଯାଏ । ମୋ ଅନୁରୋଧ କୁ ପ୍ରତ୍ୟାଖ୍ୟାନ କରି ଆଉ ଥରେ ଯଦି ତାଙ୍କ ସହ ଏମିତି ଖରାପ ସଂମ୍ପର୍କ ରଖିବାକୁ ଚାହିଁବି ତେବେ ସେ ମତେ ଛାଡି ଦେବେ ବୋଲି ଧମକ ଦେଲେ । ତାଙ୍କର ସେ ଧମକ ମୋ ଦେହରେ ଘୃଣାର ଅହଂକାର ଭରି ଦେଲା। ସାଙ୍ଗ ସାଥି ମାନଙ୍କ କଥାରେ ପଡି ଥରେ ନାଟକ କରି ତାଙ୍କୁ ଭୂଲ ମାଗି ମୋ ରୁମକୁ ନେଇ ଆସିଲି। ଖାଇବାରେ ନିଶା ଦେଇ ତାଙ୍କର ଶରୀରକୁ ଅଚେତ ଅବସ୍ଥାରେ ଉପଭୋଗ କଲି । ଯାହାଙ୍କୁ ଭଲ ପାଉଥିଲି ତାଙ୍କୁ ଆଜି ନିଜେ ହିଁ ଅପବିତ୍ର କରି ଦେଲି । କାମନାରେ ଅନ୍ଧ ହୋଇ ଭୂଲ ଠିକ ସବୁ ଭୂଲି ଗଲି। ଭୟରେ ତାଙ୍କୁ କାରରେ ଆଣି ତାଙ୍କ ରୁମରେ ଛାଡି ଦେଇ ଗଲି। ରାତି ପହିଲା ବେଳକୁ ମୋ ମୋବାଇଲକୁ ଗୋଟେ ମେସେଜ ଆସିଲା। ତୁମେ ଯେଉଁ ଦେହରେ ମୋ ଶରୀରକୁ ଛୁଇଁଛ ଦିନେ ତୁମର ସେ ଦେହ ନଷ୍ଟ ନିଶ୍ଚିତ ହୋଇ ଯିବ। ସେ ଦିନ ସେ କଲେଜ ରୁ ଟିସି ନେଇ ଚାଲିଗଲେ। ପ୍ରଥମେ ମୁଁ ଭୟ କରିଥିଲି ,ହେଲେ ସାଙ୍ଗ ମାନେ ମତେ ସାହସ ଦେଇ କହିବାକୁ ଲାଗିଲେ କଳି ଯୁଗରେ ଏ ସବୁ କିଛି ଘଟିବ ନାହିଁ ରେ ।ଦେହରେ ଯୌବନ ଥିବା ଯାଏଁ ଜୀବନକୁ ମନଭରି ଉପଭୋଗ କର । 

  ଦେହ ଯେଉଁ ଆଶକ୍ତିର ସୁଖ ପାଇଲା ,ତା ପର ଠାରୁ ମନର କ୍ଷୁଦା ବଢିବାକୁ ଲାଗିଲା। ଶେଷରେ କାହାକୁ ଅର୍ଥ ଲୋଭ ଦେଖାଇ ଶୋଷଣ କଲି ତ ଆଉ କାହାକୁ ଛଳନାର ଭଲ ପାଇବାରେ ବଶୀ କରଣ କରି। ଭଗବାନ ବୋଧ ହୁଏ ଅହଲ୍ୟା ର ଅଭିଶାପ କୁ ସତ କରି ଦେଲେ। ହଠାତ ମୋ ବାହାଘର ଠିକ ହେବା ପୂର୍ବରୁ ଏ ଦୁରାସାଧ୍ୟ ରୋଗ ମତେ ଗ୍ରାସ କଲା। ସତ କଣ ମୋର ଅନୁଭବ ହେଲା। ଆଜି ଅହଲ୍ୟା ର ଅଭିଶାପ ଆଉ ମୋ କଲା କର୍ମର ଫଳ ପାଇଁ ମୁଁ ଏ ପୀଡା ଭୋଗୁଛି। ପ୍ରାୟଶ୍ଚିତ୍ତ କରିବାର ସୁଯୋଗ ପାଇଲି ନାହିଁ। ଯେତେବେଳେ ଘରୁ ବାହାରି ଆସି ଯୋଗୀ ହୋଇ ଅହଲ୍ୟା ଙ୍କର ଗାଁ ରେ ପହଞ୍ଚି ତାଙ୍କ ବିଷୟରେ ଖବର ନେବାକୁ ଚେଷ୍ଟା କରି ଜାଣିଲି , ଘରେ ଦଉଡି ଦେଇ ସେ ମୃତ୍ୟୁ ବରଣ କରିଥିଲା। ଆଉ ମୃତ୍ୟୁ ସମୟରେ ତାଙ୍କ ପେଟରେ କୁଆଡେ ତିନି ମାସର ଛୁଆ ବି ଥିଲା। 

   ଦୁହିଁଙ୍କର ଜୀବନ ନଷ୍ଟ କରିଥିବା ପାଇଁ ନିଜକୁ ଦାୟୀ କଲି। ଅହଲ୍ୟା ତ ଆଉ ଦୁନିଆଁ ରେ ନାହାନ୍ତି। ମୋ ପାପର ପାୟଶ୍ଚିତ ଆଉ ବା କେମିତି ହେବ । ସେଥିପାଇଁ ଭଗବାନ ଙ୍କର ଶରଣ ପଶିଛି। ଆଉ ସବୁ ଦିନେ ପାର୍ଥନା କରୁଛି , ଆର ଜନ୍ମରେ ଅହଲ୍ୟା ଙ୍କ ହାତରେ ମୋର ପାପର ପ୍ରାୟଶ୍ଚିତ୍ ହେଉ ।

  

  ଏତକ କହିବା ଭିତରେ ଯୋଗୀ ଙ୍କର ଆଖିରେ ଲୁହ ଭରି ଆସିଥିଲା। ବୁଝିଲୁ ମାଆ ଜୀବନରେ ପ୍ରେମ କରେ କିଛି ଅସୁବିଧା ନାହିଁ କିନ୍ତୁ ମନେ ରଖ ଯେଉଁ ଯାଏଁ ପ୍ରେମକୁ ସିନ୍ଦୁର ରୂପେ ପାଇ ନାହୁଁ ।ସେ ଯାଏ କେବେ ବି ଶରୀରକୁ ସମର୍ପଣ କରିବୁ ନାହିଁ । 

 ଯୋଗୀ ବାବା ନିଜର କମଣ୍ଡଳୁ ଧରି ଆଶୀର୍ବାଦ ଦେଇ ଚାଲିଗଲେ।

ମୋ ଆଖିରେ ଯୋଗୀ ଜଣଙ୍କର କଥା ଶୁଣିବା ଭିତରେ ଭାସି ଉଠୁଥିଲା ଚିନ୍ମୟ ର ପ୍ରଲୋଭନର କଥା। ଘର ଠାରୁ ସୁଦୂର ସହରେ ମତେ ମନରେ ପାପ ଭରି ଉପଭୋଗ କରିବାର ଇଛାକୁ ଆସିଲା ପରେ ସମୁଦ୍ର କୂଳରେ ଚିନ୍ମୟ ଜାହିର କରି ସାରିଛନ୍ତି। ଫେରି ଯିବା ପାଇଁ କହିବାରୁ ରାତି କାଟିବା କୁ ମତେ ଅନୁରୋଧ କରି କେଉଁ ଏକ ହୋଟେଲ କୁ କଥା ହେବା ପାଇଁ ଯାଇଛନ୍ତି। 

   ତାଙ୍କ ଆଖିରେ ପ୍ରେମ କମ୍ ଆଉ ଆଶକ୍ତି ବେଶି ଦେଖିଛି। ସତରେ କଣ ପ୍ରେମରେ କାମନାର ସ୍ଥାନ ଅଛି ? ଦୈହିକ ଶୁଖ ବିନା ପ୍ରେମ କଣ ଶାଶ୍ୱତ ହୋଇ ପାରିବ ନାହିଁ ? ଯାହା ହେଉ ଯୋଗୀ ବାବା ମୋର ଆଖି ଖୋଲି ଦେଲେ। ଭୂଲ କରିବା ପୂର୍ବରୁ ମୋର ଚେତନା ଶକ୍ତିକୁ ଜାଗ୍ରତ କରି ଦେଲେ।

  ପତିତପାବନ କୁ ଅନାଇ ମୁଣ୍ଡିଆ ମାରି , ସିଧା ବହାରିଗଲି ବସ୍ ଷ୍ଟାଣ୍ଡକୁ। ଚିନ୍ମୟ କୁ କିଛି ନ ଜଣାଇ ସେଠାରୁ ଚାଲି ଆସିଲି। ଶେଷରେ ଚିନ୍ମୟ ବି ମତେ ନୁହେଁ ମୋ ଦେହକୁ ଚାହିଁ ପାରିଲେ , ବିଶ୍ୱାସ କରି ପାରୁ ନ ଥିଲି । କି ଭରଷା ଅଛି କାଲି ସେ ମତେ ଛାଡି ନ ଦେବେ ବୋଲି। ଆଖିରେ ଲୁହର ସାଗର ମଧ୍ୟ ରେ ଦେଖି ପାରୁଥିଲି ଆହଲ୍ୟା ଆଉ ଯୋଗୀଙ୍କର ଜୀବନର ବର୍ବାଦ ହେବାର ଦୃଶ୍ୟ। ଚମକି ପଡି ଦେହ ବି ସେମାନଙ୍କ ର କଥା ଭାବିଲା ବେଳକୁ ଶୀତେଇ ଉଠୁ ଥିଲା ଅରୁର। 

  ଜାଣେନା ପୁରୀ ରେ ଚିନ୍ମୟ ଙ୍କୁ କିଛି ନ କହି ଆସିକି ଭୂଲ କି ଠିକ କରିଛି ମୁଁ ? କିନ୍ତୁ ହଁ , ଯଦି ମୋ ପ୍ରେମ ଶାଶ୍ୱତ ହୋଇଥିବ ତେବେ ସେ ନିଶ୍ଚୟ ମତେ ପାଇବାକୁ ଚେଷ୍ଟା କରିବେ , ନା କି ମୋ ଦେହକୁ ? ବୁଝିବା ପାଇଁ ଅପେକ୍ଷା କରିବାକୁ ହେବ। ଆଖିରେ ଆଖିଏ ଲୁହରେ ଅରୁଣିତା ପ୍ରେମ ର ବୟସକୁ ତାର ଆତ୍ମୋ କଥନ କରିକି ବାଟ ସାରା ଆସୁଥିଲା। ମଝିରେ ମଝିରେ ଭଗବାନ ଙ୍କୁ ଅଶେଷ ଧନ୍ୟବାଦ ଜଣାଉଥିଲା।ଆଉ ଧନ୍ୟବାଦ ଜଣାଉଥିଲା ମଧ୍ୟ ସେଇ ଯୋଗୀଙ୍କୁ। ପାର୍ଥନା କରି ଭଗବାନଙ୍କୁ, ଯୋଗୀଙ୍କୁ ଠିକ କରି ଦେବା ପାଇଁ କହୁ ଥିଲା। ଘରେ ପହଞ୍ଚି ମାଆର ଆଖିର ଖୁସିର ଲୁହକୁ ଦେଖି ସେ ଯେମିତି ଅନୁଭବ କରୁଥିଲା ଯେ ପରିବାରକୁ ଏକ ବଡ଼ ବିପଦରୁ ଉଦ୍ଧାର ପାଇ ଯାଇଛନ୍ତି।



   

  


   

       

   


Rate this content
Log in

Similar oriya story from Tragedy