STORYMIRROR

Sunanda Mohanty

Tragedy Inspirational Children

3  

Sunanda Mohanty

Tragedy Inspirational Children

ଲୋଭରୁ ମୃତ୍ୟୁ

ଲୋଭରୁ ମୃତ୍ୟୁ

2 mins
216


   ସବୁଦିନ ପଢା ସାରି ଖାଇବା ପରେ ଶୋଇବାକୁ ଯିବା ପୁର୍ବରୁ ମୁନାକୁ ଜେଜେମାଙ୍କ ଠୁ ଗପ ନଶୁଣିଲା ପର୍ଯ୍ୟନ୍ତ ନିଦ ଆସେ ନାହିଁ। ଗଳ୍ପ ଶୁଣୁ ଶୁଣୁ କେବେ ଆରମ୍ଭରୁ ତ କେବେ ମଝିରୁ ତ କେବେ ଶେଷ ହେଲାବେଳକୁ ମୁନା ଶୋଇ ପଡ଼ିଥାଏ।

   ସେଦିନ ଜେଜେମା ଙ୍କ ଗଳ୍ପ ସମୁଦ୍ର କୁ ନେଇ ଥିଲା, ଆଉ ଗପ ଶୁଣୁ ଶୁଣୁ ମୁନା ନିଦରେ ସମୁଦ୍ର ଭିତରେ ଥିବା ସୁ ସଜ୍ଜିତ ଅଟ୍ଟାଳିକା ପୂର୍ଣ୍ଣ ସ୍ୱର୍ଣ୍ଣ ଖଚିତ, ହୀରା ଲୀଳା ଝଟକୁ ଥିବା କାରୁକାର୍ଯ୍ୟପୂର୍ଣ୍ଣ ସହରରେ ପହଞ୍ଚି , ଗୋଟେ ଅଟ୍ଟାଳିକା ଭିତରେ ପ୍ରବେଶ କଲା। ସେଠାରେ ଥିବା ଜଳପରୀ ଙ୍କୁ କହିଲା ମୁଁ କଥା ମାନି ସୁନା ପିଲା ହୋଇ ପାଠ ପଢ଼େ, ଆଉ ଗୁରୁଜନ ମାନଙ୍କୁ ଭକ୍ତି କରିବା ସହ ତାଙ୍କ କଥା ମାନେ।

  ଜଳାପରୀ ଖୁସି ହୋଇ ମୁନାକୁ ସାବାସୀ ଦେଇ କହିଲେ ତୁ ବଢିଆ ପିଲା। ଏଇଠି ରହି ପାଠ ପଢ଼େ, ଆଉ ଯେଉଁ ସବୁ କଥା କହିଲୁ, ସେସବୁ କଥା, ଏଠିକାର ପିଲାଙ୍କୁ ଶିକ୍ଷା ଦେଲେ, ତତେ ଗୋଟେ ହୀରର କଲମ ଦେବି। ସେଥିରେ ଲେଖିଲେ ତୋ ଜ୍ଞାନ ବୁଦ୍ଧି ବଢିବ। ସତକୁ ସତ ସେ ସବୁ ପିଲାଙ୍କୁ ଭଲ କଥା ଶିଖେଇଲା, ଓ ଜଲପରୀ ତାକୁ ହୀରା କଲମ ଦେଲେ।

  ଆସ୍ତେ ଆସ୍ତେ ମୁନା ଲୋଭୀ ହୋଇଗଲା, ବହୁତ୍ ହୀରା ଲୀଳା, ମୋତି ମାଣିକ ଚୋରାଇ ଦିନେ ଘରକୁ, ଆସିବା ବାଟରେ, ଜଳପରୀ, ତାକୁ କହିଲେ, ମାଗିଥିଲେ ମୁଁ ତତେ କେତେ କଥା ଦେଇ ଘରକୁ ଛାଡ଼ିଥାନ୍ତି, କିନ୍ତୁ ତୁ ଭଲପିଲା ହେଲେ କଣ ହେବ, ଲୋଭ ଓ ଚୋରୀ କରି ଲାଭ କଲୁ ବୋଲି ଭାବି ଭୁଲ କରିଛୁ। ତୋ ଶାସ୍ତି କେବଳ ମୃତ୍ୟୁ। କହିବା ସହ ଜଳପରୀ ତାକୁ ହୀରା କଲରେ ପେଟକୁ ଭୂଷି ଦେଲେ।

  ମୁନା ଚିତ୍କାର କରି ଉଠିବସିଲା। ସବୁକଥା ଶୁଣି ଜେଜେମା ଜୀବନରେ ଲୋଭ ନକରିବାକୁ ଉପଦେଶ ଦେଇ ଆଉ ଗୋଟିଏ କାହାଣୀ କହି ମୁନାକୁ, ଶୁଆଇଦେଲେ। ପରବର୍ତ୍ତୀ ସମୟରେ ମୁନା ଭଲ ପଢ଼ି ସଚ୍ଚୋଟ ରହି ନିଜର, ପରିବାରର ତଥା ଦେଶ ଜାତିର ମାନ ମହତ ରଖିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy