The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Satyabati Swain

Inspirational

3  

Satyabati Swain

Inspirational

ଲଣ୍ଠନ

ଲଣ୍ଠନ

3 mins
243



ମୁଁ ସେଦିନୁ ଖୋଜୁଛି ସେଇ ଲଣ୍ଠନ ଟାକୁ।


ସପ୍ତମ ଶ୍ରେଣୀ।ସବୁ କଥା ଜାଣିବା ଚିହ୍ନିବା କୌତୁହଳୀ ବୟସ।


ଇଙ୍ଗିଲିଶ କ୍ଲାସ୍।ସ୍ୱର୍ଗତଃ ଶରତ ନନ୍ଦ ମୋ ଜୀବନର ପ୍ରିୟ ଶିକ୍ଷକ ପଢ଼ାଉଥାନ୍ତି ଗୋଟିଏ ପୋଏମ୍; 'ଲୁସି ଗ୍ରେ'।


ସେ ପୋଏମ୍ ଟି ମୋ ଉପରେ ବହୁତ ପ୍ରଭାବ ପକାଇଥିଲା।ଆକୁଳ ହୋଇ ମୁଁ ସେଇ ଲଣ୍ଠନ ଟାକୁ ଖୋଜିଥିଲି,ଯାହାକୁ ହାତରେ ଧରି ଲୁସି ଝଡ଼ ତୋଫାନ ରାତିରେ ତା ବାପାଙ୍କୁ ଖୋଜିବାକୁ ଯାଇଥିଲା।ମନରେ ମୋର ଅସୁମାରୀ ପ୍ରଶ୍ନ କେମିତି ସେ ଲଣ୍ଠନ ଯାହାକୁ ଝଡ଼ ଲିଭେଇ ପାରି ନଥିଲା ! ହୁଏତ ଲିଭେଇ ଦେଇଥିବ ଝଡ଼ !


ଆଉ ଲୁସି! ଆଃ ଲୁସି ସେଇ କୁନି ଝିଅ ଅନ୍ଧାର ଝଡ଼ ରାତିରେ ଯଦି ଲଣ୍ଠନ ଲିଭି ଯାଇଥିବ! ସେ କେତେ ଡରିଥିବ ଅନ୍ଧାରକୁ। ହୁଏତ କେଉଁଠି ଜାକି ଜୁକି ବସି ପଡିଥିବ।ଏମିତି ବି ହୋଇପାରେ ବରଫରେ ଚାଲୁ ଚାଲୁ ଅନ୍ଧାର ରାତିରେ ତା ଗୋଡ଼ ଖସି ଯାଇଥିବ। ବରଫ ପାହାଡକୁ ତା କୁନି ପାଦରେ ଚଢ଼ିଲା ବେଳେ କୋଲ ମାରି ଯାଇଥିବ।ସେ ସବୁ ଯନ୍ତ୍ରଣାକୁ ପିଇ ଆହୁରି ଉପରକୁ ଉଠିଥିବ।ପାହାଡ଼ ସେପଟେ ବରଫ ତରଳି ନଈ ବୋହୁଥିବ।ନଈ ଉପର ପୋଲ ଦେଇ ଗଲା ପରେ ଘାସ ପଡିଆ ପଡିଥିବ।ପଡିଆ ସେପାଖେ ଲୁସି ତା ବାପାଙ୍କୁ ଖୋଜୁଥିବ।ଆକୁଳ ହୋଇ ଡାକୁଥିବ ବାପା ବାପା ତୁମେ କେଉଁଠି, ରାତି ହୋଇଗଲାଣି ପରା।ଦେଖ ମୁଁ ଲଣ୍ଠନ ଆଣି ଆସିଛି।ଆସ ବାପା ଘରକୁ ଯିବା।


ସାର୍ କହୁଥିଲେ ଏମିତି ହୋଇ ନଥିଲା।ଝଡ଼ କମି ଯାଇଥିଲା।ବାପା ବି ଘରକୁ ଫେରି ଆସିଥିଲେ।ମା ବଲବଲ କରି ଚାହିଁ ଥିଲା ବାପା ମୁହଁକୁ।ଖୋଜୁଥିଲା ଲୁସିକୁ।


ଉଭୟ ବାପା ମା ଅଧିର ହୋଇ ଖୋଜୁଥିଲେ ଲୁସିକୁ।

ସେ ପାହାଡ଼ ,ପଡିଆ ଉପରେ ଲୁସି ଯିବାର ପାଦ ଚିହ୍ନ ଦେଖି ଦେଖି ଗଲେ।କିନ୍ତୁ ଲୁସି ଫେରିବା ପାଦ ଚିହ୍ନ କେଉଁଠି ପଡି ନଥିଲା।


ତାହେଲେ ଲୁସି କୁଆଡେ ଗଲା !!


ଆଉ ତା ଲଣ୍ଠନ !!


ସେ କଣ ସେଇଦିନୁ ଜଳୁଛି !!


ଲୁସି କଣ ସେଇ ପାହାଡ଼,ପୋଲ କି ପଡିଆ ଭିତରେ ଖେଳୁଛି କି !!


ବୁଝି ପାରି ନଥିଲି ସେଦିନ ଲୁସି ଗଲା କୁଆଡେ।ତା ଲଣ୍ଠନ ଜଳୁଥିଲା ନା ଲିଭି ଯାଇଥିଲା। କାହିଁକି ତା ଫେରିବା ପାଦ ଚିହ୍ନ ପଡି ନଥିଲା।


ବାପା ମା କୁ ଛାଡି ଏକା କେମିତି ରହିଲା !!


ଲଣ୍ଠନ ଓ ଲୁସି।


ଲୁସି ଓ ଲଣ୍ଠନ।


ମୋତେ ବହୁତ କନ୍ଦେଇଲେ ଲଣ୍ଠନ ଓ ଲୁସି। ଆଜି ମୁଁ ଆଉ ଜଣେ ଲୁସି ସେଇ ଲଣ୍ଠନ ଖୋଜୁଛି।


ହଁ ଲୁସି ଖୋଜୁଛି ଲୁସି।ଅନାଥ ଆଶ୍ରମ ଚାରିକାନ୍ଥ ଭିତରେ । ବହୁ ପୁରୁଣା ଲଣ୍ଠନଟି ଟଙ୍ଗା ହୋଇଛି ଗୋଟିଏ ଅବ୍ୟବହୃତ ସ୍ଥାନରେ।


ମୋତେ ଅର୍ଫାନେଜ୍ ର ଫାଦର କୁଆଡେ ଟେକି ଆଣିଥିଲେ କୁକୁରଙ୍କ ମୁହଁରୁ କେଉଁ ଗୋଟେ ଅନ୍ଧାର ରାତିରେ ବାପା ମାଙ୍କୁ ଖୋଜି କାନ୍ଦୁଥିବା ଅଭାଗିନୀ ଲୁସି।


ବିଦ୍ୟୁତ ସରବରାହ ବନ୍ଦ ଥିଲା।ମିଞ୍ଜି ମିଞ୍ଜି ଜଳୁଥିଲା ଲଣ୍ଠନଟିଏ।


ମୁଁ ଯେତେବେଳେ ଲୁସି ଗ୍ରେ କବିତାଟି ପଢ଼ିଲି, ନିଜକୁ ଟିକେ ଚାହିଁଲି। ମୁଁ ଆଉ ସେଇ ଲୁସି ନୁହେଁ ତ!


ସେ ଲୁସିର ତ ବାପା ମା ଥିଲେ।ତାକୁ ଖୋଜୁଥିଲେ।


କିନ୍ତୁ ଫାଦରଙ୍କ ବ୍ୟତୀତ ମୋର କହି ନାହିଁ।


ଲୁସି କିନ୍ତୁ ମୋତେ ଡାକୁଛି ଆ ଆ।


କାନ୍ଥରେ ଟଙ୍ଗା ଲଣ୍ଠନ ମୋତେ ଚାପା ଗଳାରେ କହୁଛି ମୁଁ ଏଇଠି ଲୁସି।ତୁ ତ ମୋତେ ଫୋପାଡ଼ି ଦେଇ ଯାଇଛି ସେଦିନୁ।ଦେଖିଲୁ କେମିତି କଳଙ୍କି ଲାଗି ସୁକୁ ସୁକୁ ହେଉଛି।ମୋତେ ଉଦ୍ଧାର କର ଲୁସି।


ମୋ କୋଠରୀ କାନ୍ଥର ଏଡ଼େ ଏଡ଼େ ହାତ ଲମ୍ବି ଆସୁଛି।ଲଣ୍ଠନ ଟିଏ ଦିକି ଦିକି ଜଳୁଛି।ମୁଁ ମନ୍ତ୍ର ମୁଗ୍ଧ ହୋଇ ତାରି ଆଡକୁ ଗତି କରୁଛି।ତା କୋଠରୀ କବାଟ ଖୋଲି ଗଲା। ମୁଁ ପଡିଆ ପାରି ହୋଇ ରାସ୍ତାକୁ ଗଲି।ରାସ୍ତା ସେପାଖେ ନଈ।ନଈ ସେପାଖେ ଲଣ୍ଠନ।ମୋର ନଈ ସେପାଖକୁ ଯିବାର ଅଛି।ସେ ଲଣ୍ଠନ ଟା ମୋର ନିହାତି ଦରକାର।


ସବୁ ଆଲୁଅ ଲିଭି ଯାଇଛି ମୋ ସହରରୁ।ଚାରିଆଡେ ଜାଗୁଲୁ ଜାଗୁଲୁ ଅନ୍ଧାର।ମୁଁ ଧାରେ ବିଶ୍ୱାସ ଆଲୁଅ ଦେଖେଇବି ସବୁ ଲୁସିଙ୍କୁ।ସବୁ ଜାରାଜ,ଅନାଥ ମାନଙ୍କୁ। ଲୁସି ଦେବ ଆଲୁଅ।


ତୁମେ ଶୁଣି ପାରୁଛ ମୁଁ ଲଣ୍ଠନ ଆଣିବି।


ମୁଁ ସମ୍ମୋହନ ହୋଇ ଆଗେଇ ଯାଉଛି ପାଦେ ପାଦେ।ମୋତେ ଅନ୍ଧାର ଡର ଲାଗୁନାହିଁ।ଭରାନଈରେ ମୁଁ ଭାସୁଛି।ସୁଅ ତଡି ନେଉଛି କୁଆଡେ ନାଇଁ କୁଆଡେ।ମୋ ଆଖି କିନ୍ତୁ ସେଇ ଲଣ୍ଠନ ଉପରେ।ମୋତେ କିଛି ଦିଶୁନାହିଁ ସେଇ ଲଣ୍ଠନ ଦିକି ଦିକି ଆଲୁଅ ବ୍ୟତୀତ।


ଏଥରକ ନଈ ପାର ହୋଇ ମୁଁ ପହଞ୍ଚିଗଲି ସେଇ ଲଣ୍ଠନ ପାଖରେ।ତାକୁ ଟେକି ଆଣିଲି ଶୁନ୍ୟେ ଶୁନ୍ୟେ।ଜାବୁଡି ଧଇଲି ଛାତିରେ।


ପଛକୁ ଚାହିଁଲି ,ଆରେ ନଈ କାଇଁ !!


ମୁଁ ଲଣ୍ଠନ ଧରି ଦୌଡ଼ିଲି।ଓଦା ସରସର।ଧଇଁ ସଇଁ ହୋଇ ଯାଉଥାଏ।ଆମ ଅର୍ଫାନେଜ୍ ଆଶ୍ରମ ଗେଟ୍ ପାଖେ ଦୁଲ୍ କିନା ପଡ଼ିଗଲି।ତାପରେ କଣ ହୋଇଛି ମୁଁ ଜାଣି ନାହିଁ।


ଆଖି ଖୋଲିଲା ବେଳକୁ ମୁଁ ନିଜକୁ ଗୋଟିଏ ଷ୍ଟେଜ୍ ରେ ଆବିଷ୍କାର କଲି।ମୋତେ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରି କହୁଥିଲେ, "ଆମେ ଜାଣିଥିଲୁ ତୁମେ ସମଗ୍ର ଅନାଥ ପିଲାଙ୍କ ପାଇଁ ଗୋଟେ "ଲଣ୍ଠନ" ହେବ।କଂଗ୍ରାଚୁଲେସନ୍

ଲୁସି ତୁମେ ଜଣେ ଆଇ ପି ଏସ୍ ଅଫିସର ହୋଇ ପାରିଛ"।


ମୁଁ କିନ୍ତୁ ମୋ ଭିତରେ ଥିବା ଲଣ୍ଠନ ଟିକୁ ଆଉ ଟିକେ ତେଜି ଦେଲି।



Rate this content
Log in

More oriya story from Satyabati Swain

Similar oriya story from Inspirational