Priyadarshini Mishra

Inspirational

3  

Priyadarshini Mishra

Inspirational

ଲକ୍ଷ୍ୟ

ଲକ୍ଷ୍ୟ

3 mins
375



    ଅତୀତକୁ ଫେରି ଚାହିଁଲେ ଆଖି ପାଉନି । ରାମୁ ଆଜି ଯେଉଁ ସ୍ଥାନରେ ଅଛି,ସନା ର ସାହାଯ୍ୟ ପାଇଥିଲେ ହୁଏତ ବହୁ ପୂର୍ବରୁ ସେ ସେହି ସ୍ଥାନରେ ପହଞ୍ଚି ପାରିଥାନ୍ତା । ସନା ଏକ ସରକାରୀ ଅଫିସ ରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ରୂପେ କାର୍ଯ୍ୟରତ ଥିଲା । ତା ସ୍ତ୍ରୀ ସୁନୀ ପୁଅ ରାମୁ ଓ ଝିଅ ରୀନା କୁ ନେଇ ତା'ର ସୁଖର ସଂସାର ଚାଲିଥିଲା ।  ଘର ପାଖ ସ୍କୁଲରେ ଦୁଇ ପିଲା ପାଠ ପଢୁଥିଲେ । ରୀନା ଭଲ ପଢୁଥିଲା । ରାମୁ ରୀନା ଭଳି ନହେଲେ ମଧ୍ୟ ପାଠପଢା ରେ ଖରାପ ପ୍ରଦର୍ଶନ କରୁନଥିଲା । ସନାର ଇଚ୍ଛା ଥିଲା ରାମୁ ଭଲ ପାଠ ପଢି ସରକାରୀ ଚାକିରୀ ଟିଏ କରୁ । ରୀନା ବାହା ହୋଇଗଲା ପରେ ରାମୁ ଚାକିରୀ କରିଥିଲେ ଘରର ଦାୟିତ୍ୱ ନେଇପାରିବ ।  ହେଲେ ସେଥିପାଇଁ ରାମୁକୁ ଭଲ ପାଠ ପଢିବାକୁ ପଡିବ । କିନ୍ତୁ ରାମୁ ପାଠପଢ଼ା ଅପେକ୍ଷା ଖେଳକୁଦରେ ଅଧିକ ଧ୍ୟାନ ଦେଉଥିଲା । ଖେଳରେ ଅନେକ ପୁରସ୍କାର ଜିତୁ ଥିବା ରାମୁକୁ ସନା ପ୍ରୋତ୍ସାହିତ କରିବା ଦୁରେ ଥାଉ ଖେଳରେ ସମୟ ନଷ୍ଟ ନ କରିବା ପାଇଁ ତାଗିଦ କରୁଥିଲା । କିନ୍ତୁ ମାଆ ଓ ଭଉଣୀଙ୍କ ସହାୟତାରେ ସେ ଖେଳରେ ଅଧିକରୁ ଅଧିକ ଭଲ ପ୍ରଦର୍ଶନ କରିବାରେ ଲାଗିଲା ।  ହେଲେ ସନାକୁ ଏସବୁ ଆଦୌ ଭଲ ଲାଗୁନଥିଲା ।


    ସମୟ ତା'ଗତିରେ ଆଗକୁ ବଢି ଚାଲିଥିଲା । ରୀନା କୁ ଏକ ଭଲ ପ୍ରସ୍ତାବ ଦେଖି ବିବାହ ଦେଇଥିଲା ।  ଝିଅ ବିଦା ବେଳେ ସନା ଦୁଃଖୀ ଥିଲା ହେଲେ ଠିକ ସେତିକିବେଳେ ରାମୁର ଏସ.ଏସ.ସିର ରେଜଲ୍ଟ ଆସିଥିଲା ।  ରାମୁ ସରକାରୀ ଚାକିରୀଟିଏ ପାଇଥିବାରୁ ସନା ବହୁତ ଖୁସି ହୋଇଥିଲା ।  ସମାନ ସହରରେ ରାମୁର ଅଫିସ ହୋଇଥିବାରୁ ସବୁ ସୁବିଧା ହୋଇଥିଲା ।  କିନ୍ତୁ ରାମୁ ଖୁସି ଥିବା ପରି ଜଣାପଡୁନଥିଲା । ଦିନେ ସନା ରାମୁ ସହିତ ଏ ବିଷୟରେ କଥା ହେଲା ।  ରାମୁ ପ୍ରଥମେ କିଛି କହି ନଥିଲା ।  ପରେ ସାହସ ସଞ୍ଚୟ କରି କହିଥିଲା,"ବାପା ମୁଁ ଖେଳରେ କ୍ୟାରିଅର ଚାହେଁ । ଏ ଚାକିରୀରେ ମୁଁ ଖୁସି ନୁହଁ ।  କେବଳ ଆପଣଙ୍କ ମାନ ରଖିବା ପାଇଁ ଏ ଚାକିରୀ କରିଥିଲି ।  ମୋ ପାଇଁ ଆପଣଙ୍କ ଠାରୁ ବଡ଼ କେହି ନୁହଁନ୍ତି ।  ଆପଣ ଅନୁମତି ଦେଲେ ମୁଁ ଦୁଇ ମାସ ମୋ ଇଛା ପୁରଣ କରିବା ପାଇଁ ଚେଷ୍ଟା କରିବାକୁ ଚାହୁଁଛି । ଯଦି ବିଫଳ ହେବି ଏହି ଚାକିରୀ କରି ଜୀବନ ବିତେଇ ଦେବି । ଜୀବନରେ କେବେ ଅନୁଶୋଚନା ରହିବ ନାହିଁ ଯେ ମୁଁ ଚେଷ୍ଟା କରିନଥିଲି ।  ରାମୁର ଏହି କଥା ଶୁଣି ସନା ଭାରି ମନରେ ତାକୁ ହେଉ କହି ସେଠାରୁ ଚାଲିଆସିଲା ।  


      ତାପର ଦିନ ରାମୁ ଘର ଛାଡ଼ି ଚାଲିଗଲା ।  ମାସେ ପର୍ଯ୍ୟନ୍ତ ତା'ର କିଛି ଖୋଜ ଖବର ନଥିଲା । ତାପରେ ହଠାତ ଦିନେ ସମ୍ବାଦ ପତ୍ରରେ ରାମୁର ଫୋଟୋ ଦେଖି ସନା ଚମକି ପଡିଲା । ସେଥିରେ ଲେଖାଥିଲା ଅଧିନାୟକ ରାମ ସାହୁଙ୍କ ଉଚ୍ଚକୋଟୀର ପ୍ରଦର୍ଶନ ଯୋଗୁଁ ଭାରତୀୟ ଫୁଟବଲ ଦଳ ବିଶ୍ଵ ଚମ୍ପିୟାନ । ସନା ନିଜ ଆଖିକୁ ବିଶ୍ୱାସ କରିପାରୁ ନଥିଲା ।  ରାମୁ ର ପ୍ରତିଭା ବିଷୟରେ ସେ ସମ୍ପୁର୍ଣ ଅଜ୍ଞ ଥିଲା । ଘରକୁ ଫେରିଲା ପରେ ଘର ସାମ୍ନାରେ ସାମ୍ବାଦିକଙ୍କ ଲମ୍ବା ଧାଡି ଦେଖି ନିଜ ଆଖିକୁ ବିଶ୍ୱାସ କରିପାରୁ ନଥିଲା ।  ତାକୁ ଦେଖିବା କ୍ଷଣି ତା ଆଡ଼କୁ ରାମ ସାହୁଙ୍କ ବାପା କହି ସାମ୍ବାଦିକ ମାନେ ଦୌଡ଼ି ଆସିଲେ ।  ରାମୁ ବିଷୟରେ ତାକୁ ଅନେକ ପ୍ରଶ୍ନ କରିଥିଲେ ।  ସେମାନଙ୍କ ପ୍ରଶ୍ନର ଉତ୍ତର ଦେଲା ବେଳେ ସନାର ଛାତି କୁଣ୍ଢେ ମୋଟ ହୋଇଯାଉଥିଲା ।  ସମସ୍ତେ ତାକୁ ରାମ ସାହୁର ବାପା କହିଲା ବେଳେ ସେ ଗର୍ବରେ ଫୁଲି ଉଠୁଥିଲା ।  


     ଏହାର ଦୁଇ ଦିନ ପରେ ରାମୁ ଘରକୁ ଫେରିଥିଲା ।  ମାଆ ବାପାଙ୍କୁ ପ୍ରଣାମ କରି ସନ । କୁ ଏକ ଲଫାପ । ଦେଇଥିଲା ।  ଯେଉଁଥିରେ ସେ ଆଇ. ଓ.ସି.ଏଲ ରେ ମ୍ୟାନେଜର ରୂପେ ଯୋଗ ଦେବାପାଇଁ ନିଯୁକ୍ତି ପତ୍ର ରହିଥିଲା ।  ନିଜ ଲକ୍ଷ୍ୟ ସାଙ୍ଗକୁ ଉଚ୍ଚ ସରକାରୀ ଚାକିରୀ ପାଇ ବାପା ଙ୍କ ଲକ୍ଷ୍ୟପୁରା କରିଥିବାରୁ ରାମୁ ମଧ୍ୟ ଖୁସି ଅନୁଭବ କରୁଥିଲା ।



Rate this content
Log in

Similar oriya story from Inspirational