Satyabati Swain

Inspirational

3  

Satyabati Swain

Inspirational

ଲକ୍ଷ୍ମଣ ଗାର

ଲକ୍ଷ୍ମଣ ଗାର

4 mins
215



ଆରେ ବାବା ! କାମ ତ କାମ !କାମରେ ପୁଅ ଝିଅ କଣ? ତୁମେ କହିବ ଏଇଟା ଝିଅ କାମ, ସେଇଟା ପୁଅ କାମ। କାଇଁ ପୁଅ କାମ ଝିଅ କରି ପାରିବନି ନା ଝିଅ କାମ ପୁଅ କରିପାରିବନି ! ତୁମ ଧରା ବନ୍ଧା "ଲକ୍ଷ୍ମଣ ଗାର" କି ଶଗଡ଼ ଗୁଳା ତୁମ ପାଖେ ରଖ ହୋ। ଆମେ ନିଜ ମର୍ଜିର ମାଲିକ,ବୁଝିଲ !!


ହଁ ତୁମ ଦେଖେଇବ ବିଧି, ବିଧାନ ଓ ସମ୍ବିଧାନ ଓ ପ୍ରଥା ପରମ୍ପରା। ତୁମ ସୁବିଧା ପାଇ ତୁମେ ଗଢିଥିଲ। ମୋତେ ଠିକ୍ ଲାଗିଲା ନାହିଁ ଏଣୁ ରାସ୍ତା ବଦଳେଇ ଦେଲି। ତା ବୋଲି ତୁମେ କେତେ କଣ କହୁଛ ! କିନ୍ତୁ କାହିଁକି ! 


ଶୁଣିବ ମୋ କଥା ! 


ମୁଁ କ୍ରାନ୍ତି ଶ୍ରୀବାସ୍ତବ; କିନୁ। ମୋ ଆଚାର,ବିଚାର ଓ ବ୍ୟବହାର ଅନ୍ୟ ଝିଅ ମାନଙ୍କ ଠାରୁ ଢେର ଅଲଗା।

ମୁଁ ମାନେନି ସେଇ ନିୟମ ଯାହା ମୋତେ ଝିଅ କରି ଦେବ ଓ ଅନ୍ୟର ଅନୁଗ୍ରହ,ଦୟା,ସାହାଯ୍ୟ ଲୋଡିବି। ମୁଁ କର୍ମ ଉପରେ ବିଶ୍ବାସ ରଖେ। କର୍ମ କରିବାରେ ପୁଅ କି ଝିଅ ନାହିଁ। ମୁଁ ଲୁହ ଗଡେଇ ସକେଇ ହେବାକୁ ପସନ୍ଦ କରେନି। ମାନିବାକୁ ନା ପସନ୍ଦ ମୋର ସମାଜ ଝିଅ ମାନଙ୍କ ପାଇଁ ଟାଣିଥିବା ଲକ୍ଷ୍ମଣ ରେଖା। ମୁଁ କୌଣସି ଦିନ ବାଧ୍ୟ ନୁହେଁ ଚାଲିବାକୁ ସମାଜ ତିଆରି କରିଥିବା ଶଗଡ଼ ଗୁଳାରେ। ମୋ ନିଜ ସୁରକ୍ଷା କରିବା ତାକତ ମୋ ପାଖରେ ଅଛି।


ମୋ/ପଛରେ ଗୁଡାଏ ବିଶେଷଣ। ସମସ୍ତେ କୁହନ୍ତି ଅଣ୍ଡିରି ଚଣ୍ଡି,ଉଦଣ୍ଡି, ଘୋଡାମୁହିଁ,ପୋଡ଼ା ମୁହିଁ,ମୁଖୁରା,କଳିହୁଡ଼ି,ବେସରମ ,ଉପରମୁହିଁ,ଫାଜିଲ୍ ,କଳଙ୍କିନୀ ଓ ବାଜେ ଝିଅଟା।


ଅଣ୍ଡିରି ଚଣ୍ଡି ଏଇଥି ପାଇଁ ଯେ ଝିଅ ପିଲାଙ୍କ କାମ ସହ ସମସ୍ତ ପୁଅ ପିଲା କାମ ବି କରେ।ଏଇ ଯେମିତି ବାଇକି ଚଢ଼ିବା,ପହଁରିବା,ହଳ କରିବା ଏବଂ ଟ୍ରାକ୍ଟର ଚଲେ ଇବା,ଧାନକାଟିବା,ରୁଇଁବା ବି ଆସେ ମୋତେ।ଗାଈ ପାଇଁ ଦରକାର ପଡିଲେ ଘାସ କାଟେ।ଜୁଡୋ କରାଟେ ଜିଲ୍ଲା ସ୍ତରୀୟ ପ୍ରତଯୋଗୀ ମୁଁ।ଏ ବରଷ କୋବି ଚାଷ କରି ପଚାଶ ହଜାର,ପିଆଜ ଚାଷରେ ଏକଲକ୍ଷ, ଆଳୁରେ ଷାଠିଏ ହଜାର କମେଇଁଛି।


ଆଉ ସବୁଠାରୁ ବଡ଼ କଥା ରାତି ଦଶ କି ଏଗାର ଟା ହେଲେ ବି ମୁଁ ଏକା ଏକା ବହୁଦୂର ବାଇକି ଚଢି ଯାଇ ପାରେ ନତୁବା ଆସି ପାରେ।ଯେମିତି ପୁଅ ମାନେ ନିଦକରେ ରାତିକୁ ଭୟ ନକରି ଯିବା ଆସିବା କରନ୍ତି।ମୋ ବାପା ଅତ୍ୟଧିକ ସୁଗାର ରୋଗୀ ସହ ଦୁଇ କିଡିନ୍ ଖରାପ।ପ୍ରଥମେ ଦିଲ୍ଲୀ ତାପରେ ଏବେ ସପ୍ତାହକୁ ଥରେ ଡାଏଲେସିସ୍ କରିବାକୁ କଟକ ଯାଆନ୍ତି।ପାଖା ପାଖି ଦଶ ଲକ୍ଷରୁ ଉର୍ଦ୍ଧ ଖର୍ଚ୍ଚ ସରିଲାଣି।ସବୁ ମୋ କମେଇଁ ରୁ ହୁଏ।ମା ବ୍ରେଷ୍ଟ କ୍ୟାନ୍ସର ରୋଗୀ।ମୁମ୍ବେଇରେ ଅପେରେସନ୍ କରି ଆଣିଛି।ସେ ଏବେ ଭଲ ଅଛି।ବର୍ଷକୁ ଚାଷରୁ ମୁଁ ଦୁଇରୁ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ କମାଏ।ଘର ଚଳିବା ସହ ବାପାମାଙ୍କ ଔଷଦ ପତ୍ର କିଣିବାକୁ ଅସୁବିଧା କି ଅଭାବ ପଡେନି।


ଅଣ୍ଟାରେ ଲୁଗା ଭିଡି ମୁଁ ଦଶ ଜଣ ପୁରୁଷଙ୍କର କାମ ଏକା କରି ପାରେ।


ଏ ସବୁ ପୁରୁଷଙ୍କରର କାମ କୁଆଡେ।ମୁଁ ସମାଜର କି ସମାଜ ମଣିଷଙ୍କର କଥାକୁ ଖାତିର କରେ ନାହିଁ।କାହିଁକିନା ସମାଜ ମୋତେ କି ମୋ ପରିବାରକୁ ସୁରକ୍ଷା ଦେଇ ପାରି ନାହିଁ।ରୋଗରେ ମରିବା ଦୁଆର ମୁହଁରେ ଠିଆ ହୋଇଥିବା ମୋ ବାପା ମାଙ୍କୁ ଏ ସମାଜ ଆର୍ଥିକ ଛାଡ଼ ମାନସିକ ସ୍ତରରେ ବି ଟିକେ ସାହାଯ୍ୟ କି ସାହାସ ଦେଇ ନାହାନ୍ତି।ଏ ଆମ ସମାଜର ଲୋକଙ୍କ ମାନସିକତା ବଡ଼ ବିଚିତ୍ର।ବିପଦ ବେଳେ ପାଖରେ ନଥାନ୍ତି।କାହାର ଦୁଃଖ ପଡିଲେ ନିଜକୁ ଦୁରେଇ ନିଅନ୍ତି।କିନ୍ତୁ ସୁଖ ସମୟରେ ଉପରେ ପଡନ୍ତି ସାହାଯ୍ୟ କରିବା ପାଇଁ।କେତେ ଚାଲାକ୍ ଏ ସ୍ୱାର୍ଥପର ଦି ଗୋଡ଼ିଆ ଜୀଵ!


ମୁଁ କାମକୁ କାମ ଭାବି କରେ।ମୋ ନିଜ ରୋଗୀ ବାପ ମାଙ୍କ ଭଲ ଭାବେ ଚିକିତ୍ସା କରିବା ସହ ଆଉ କେତେ ଜଣ ଲୋକଙ୍କୁ ନିଯୁକ୍ତି ଦେଇଛି।ଯେଉଁ ମାନେ ଚାକିରି ଆଶାରେ ଦାଦନ ଖଟିବାକୁ ଯାଇ ନିଜ ଜୀବନରୁ ହାତ ଧୋଉ ନାହାନ୍ତି।ଖୁବ୍ ଭଲରେ ଚଳୁଛନ୍ତି ମୋ ସହ କାମ କରି।ସ୍ୱାଧୀନ,ବିନ୍ନ୍ଦାସ୍ ଜୀବନ ଜିଉଁଛନ୍ତି।ଅତ ଏବ ଅଣ୍ଡିରି ଚଣ୍ଡି ଡେଜିଙ୍ଗ୍ ନେସନ୍ ଟି ମୋ ନାଁ ଆଗରେ ଯୋଡି ଦିଆ ଯାଇଛି।ମୋର ବିବାହ ବୟସ ଗଡି ଗଲାଣି।ଅଣ୍ଡିରି ଟା ମୋତେ କିଏ ବିବାହ କରି ନିଜ ହାଣ୍ଡି କଣା କରିବ କୁହନ୍ତି ମୋ ଆଖ ପାଖର ମଣିଷ।


ଉଦଣ୍ଡି କୁହନ୍ତି ମୁଁ ବତିଶି ବର୍ଷର ଝିଅଟି ହେଲେ ବି ଦୌଡା ଦୌଡ଼ି କରେ,ପୁଅଙ୍କୁ ମଲ୍ଲ ଯୁଦ୍ଧରେ ଚିତ୍ ପଟାଙ୍ଗ କରିଦିଏ।ଶହେ ହାତୀର ବଳ ମୋ ଦେହରେ।ଏଣୁ ଉଦଣ୍ଡି ଷଣ୍ଢ।ନଗା ନାହିଁ କି ପଘା ନାହିଁ ମୋର ଲୋକଙ୍କ ଭାଷାରେ।


ମୁଁ ଯେତେବେଳେ ହସେ ମନ ଖୋଲି ହସେ।ମୋ ବଡ଼ ପାଟିର ହସ ଘୋଡା ପରି କୁଆଡେ ଶୁଭେ ବୋଲି ଲୋକେ କୁହନ୍ତି।"ହେ ଘୋଡ଼ା ମୁହିଁଟା ଲଜ୍ଜା ସରମ ନାହିଁ ତୋ ପରି କିଏ ଏଡ଼େ ବଡ଼ ଶବ୍ଦ କରି ହସୁଛି.ଛିଆ ଲୋ ଛିଆ।କି ବେଳ କାଳରେ ଜନ୍ମିଛି କେଜାଣି।ବାପା ନାଁ ଗାଁ ସହ ଏ ଅଂଚଳ ନାଁ ବି ପକାଉଛି" କୁହନ୍ତି ଲୋକେ।


ଭଲା ପୁଅ ମୁହଁରେ ଜବାବ ଦିଏ ମୁଁ।ମୋ ଦେହରେ ଅନ୍ୟାୟ,ମିଛ ଯାଏନି।ଅନ୍ୟାୟ ଦେଖିଲେ ବଜାଏ ଢୋ ଢୋ।ଥରେ ପୋଲିସ୍ ବାବୁ ଆମ ଗାଁ କୁ ଆସି ବୁଲା କକେଇଙ୍କୁ ବାନ୍ଧି ନେଲେ ଦୋଷ କଣ ନ କହି।ସବୁ ଗାଁ ଲୋକଙ୍କୁ ଏକାଠି କରି କଲେକ୍ଟର ଙ୍କ ପାଖକୁ ଯାଇ ଏମିତି ହୋ ହାଲ୍ଲା କଲି ଯେ ଅଧ ଘଣ୍ଟାଏ ଭିତରେ ବୁଲା କକେଇଙ୍କୁ ଛାଡିବାକୁ ବାଟ ପାଇଲେନି ପୋଲିସ୍ ବାବୁ।ଏମିତି ଶାଳାଙ୍କୁ ଦୋ ଅକ୍ଷରୀ ଝାଡ଼ିଲି ଯେ ବାପା ବାହା ଘର ମନେ ପକେଇ ଦେଲି।ଆରେ ରେ... ବୁଲା କକେଇ ଟି ସାଧା ସିଧା ମଣିଷ।କିଏ କଣ ଲଗେଇ ଜୁଟେଇ କହିଦେଲେ ବୋଲି ବିନା ପ୍ରମାଣରେ ତୁମେ ଖାକି ପୋଷାକର ଅପବ୍ୟବହାର କରିବ?ଏଣୁ ମୁଁ ଉଦଣ୍ଡି, ମୁଖୁରା, ବେସରମ ଝିଅ।


ମୋ ମା ଜନ୍ମ କଲା ବେଳେ ମୋ ମୁହଁରେ ନାହି ଘଷିନି କୁଆଡେ।ସେଇଥିପାଇଁ ଏତେ ନିର୍ଲଜ୍ଜ ହୋଇଛି କୁହନ୍ତି।ମାଇଚିଆ ଗୁଡା ପୋଲିସ୍ କି ବାବୁ ଅଫିସର୍ ଦେଖିଲେ ଡକା ପକେଇବେ ମୋତେ,ଖୋଜା ପଡ଼ିବ କ୍ରାନ୍ତି।ଆଗକୁ ମୋତେ ଠେଲି ପଛରେ ରହିବେ।ବିପଦ ଟଳି ଗଲେ ମୁଁ ହୋଇଯାଏ କଳିହୁଡ଼ି,ଆଜେ ବାଜେ ମୁଖୁରା ଝିଅ।


ନଷ୍ଟଚରିତ୍ରା,ବେସରମ ଏଇଥିପାଇଁ ଯେ ମୁଁ ପୁରୁଷଙ୍କ ଗହଣରେ ମିଶି କାମ କରେ।ହେଁ ହେଁ ଫେଁ ଫେଁ ହୁଏ।ଚାସ୍ ବି ବାଡାଉ ଭୋଜି କରୁ ସାଙ୍ଗ ହୋଇ।


ମୁଁ ନିଜକୁ କୌଣସି ଦିନ ଝିଅ କି ପୁଅ ଭାବି ନାହିଁ।ନିଜକୁ ଜଣେ ମଣିଷ ଭାବିଛି।ମୋ ବାପା ମାଙ୍କର ମୋ ଛଡା କେହି ଆଗକୁ ନାହାନ୍ତି କି ପଛକୁ ନାହାନ୍ତି।ମୁଁ ତାଙ୍କର ପୁଅ,ଝିଅ।ତାଙ୍କୁ ଔଷଧ ପତ୍ର ସହ ଖୁସିରେ ରଖିବାକୁ ପଣ କରିଛି।ହେଉ ଦିଲ୍ଲୀ କି ବମ୍ବେ ସବୁ ଜାଗାକୁ ଏକା ଏକା ସାହସ କରି ଭଲ କରିବାକୁ ନେଇଛି।କେତେବେଳେ ଟ୍ରେନରେ ଯାଇଛି ତ କେତେ ବେଳେ ଚଢେଇ ପରି ରୋଗୀଣା ବାପା ମାଙ୍କୁ ଉଡାହାଜରେ ନେଇ ଏକା ଏକା ଉଡ଼ିଛି।ସେଇଥି ପାଇଁ ତ ମୁଁ ଉପର ମୁହିଁ।


ସମାଜ କାମ ପାଇଁ ଟାଣି ଥିବା "ଲକ୍ଷ୍ମଣ ଗାର" ଡେଇଁ ନିଜକୁ ପ୍ରତିଷ୍ଠିତ କରି ପାରିଛି।ମୋ ବାପା ମାଙ୍କ ମୁହଁରେ ହସ ଫୁଟେଇଛି।ଦେଖେଇ ଦେଇଛି ଝିଅ ବି ପୁଅଙ୍କଠାରୁ କେଉଁଥିରେ କମ୍ ହୋଇ ନ ପାରେ।



Rate this content
Log in

Similar oriya story from Inspirational