The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Satyabati Swain

Inspirational

3  

Satyabati Swain

Inspirational

ଲକେଟ ଓ ବାପା

ଲକେଟ ଓ ବାପା

4 mins
437



ହେଇ ତ ଦିଶି ଯାଉଛି.....

      ବାପା ଭଲ ହୋଇ ଡ଼ାକ୍ତରଖାନାରୁ ଘରକୁ ଆସନ୍ତି।ହସ ଖେଳିଯାଏ ଡିଜୁ ମନରେ।ବାପା ବୁଝନ୍ତି ତା ମନ,ପସନ୍ଦ,ଇଚ୍ଛା।ବାପା ଡିଜୁର ରୋଲ ମଡେଲ,ତା ଆଖିରେ ହିରୋ ଆଦର୍ଶର ଚଳନ୍ତି ପ୍ରତିମା।ତା ହସ,ନାଚ

,ଗୀତରନିଶ୍ଚିନ୍ତ ଠିକଣା।ତା ଖୁସିର ଅଗଣା ତା ବାପା। ଡିଜୁ ମନ କୁ ବୁଝି ଆକାଶର ଚାନ୍ଦକୁ ଯଥା ସମ୍ଭବ ହାତ ପାନ୍ତାରେ ଆଣି ଧରେଇ ଦିଅନ୍ତି ବାପା।ବାପା ଡିଜୁ ପାଇଁ ଆଦର୍ଶ,ସମ୍ମାନ,ଶକ୍ତି।

        ଡିଜୁର ନାଚ ଗୀତ,ସଙ୍ଗୀତ ପ୍ରତି ଦୁର୍ବାର ଆକର୍ଷଣ।ଅହେତୁକ ଆଗ୍ରହ।ଗୀତର ସୁର,ସଙ୍ଗୀତର ମୂର୍ଚ୍ଛନା ତା ହୃଦୟରେ ଆଲୋଡନ ସୃଷ୍ଟି କରନ୍ତି।ସୃଷ୍ଟି କରନ୍ତି ଅଦ୍ୱିତୀୟ ପୁଲକ।ମଜି ଯାଏ ହଜି ଯାଏ ଏକାତ୍ମ ହୋଇ ଡିଜୁ ସେମାନଙ୍କ ସଙ୍ଗେ। ରେଡ଼ିଓର ଗୀତ ଶୁଣି ଶୁଣି ପୁରା ନକଲ ପରି ଗାଇପାରେ।କିଛି ନ ଶିଖିବି ପୋଖତ ଶିଖାଳି ପରି ପାଦ ପକାଇ ନାଚି ପାରେ ଡିଜୁ କୁନି କୁନି ପାଦରେ।ଗୀତ,ନାଚ ତା ମନ ଚୋରାଇ ନିଅନ୍ତି।ଛୁଆଁଇ ଦିଅନ୍ତି ଯାଦୁର ଛଡି।

    ପଡିଶା ଘର ପୁଅର ଏକୋଇଶିଆ ହେଉଥାଏ।ଖାଇବାକୁ ନିମନ୍ତ୍ରଣ କରିଥାନ୍ତି ଡିଜୁ ସପରିବାରଙ୍କୁ।ଠିଆ ପାଲା ହେଉଥାଏ।କଳିତ ଲଳିତ ଲବଙ୍ଗ ଲତା ଗୀତଟି ବୋଲୁଥାନ୍ତି ପାଲା ବାଲା।ହଠାତ୍ ବାପାଙ୍କ ପାଖରୁ ଉଠି ଯାଇ ଡିଜୁ ଏପରି ନାଚିଲା ସମେବେତ ଜନତା କାବା।ବାଃ ବାଃ ଏ ଝିଅଟି ବଡ଼ ହେଲେ ଚମତ୍କାର ନାଚିବ କହୁଥିଲେ ସଭିଏଁ।ପାଲା ଗାୟକ ଶହେ ଟଙ୍କା ପୁରସ୍କାର ସ୍ୱରୂପ ଦେଇଥିଲେ ତାକୁ।ବାପାଙ୍କୁ ସବୁ ଲୋକେ ଅନୁରୋଧ କରିଥିଲେ-"ସାହୁ ବାବୁ ଝିଅଟିକୁ ନାଚ ଶିଖେଇବେ।ବଡ଼ ହେଲେ ନାଁ ରଖିବ ଆପଣଙ୍କର।ଈଶ୍ୱର ଏ ଝିଅଟିକୁ ଅଦ୍ଭୁତ ପ୍ରତିଭା ଦେଇ ପୃଥିବୀକୁ ପଠାଇଛନ୍ତି।"ଶହେ ଟଙ୍କା ସେ ସମୟରେ ବୋଧେ ଶହେ ହଜାର ପରି ଥିଲା।

     ସେ ଶହେ ଟଙ୍କାଟି ଠାକୁରଙ୍କ ପାଦ ତଳେ ଥୋଇ ଦେଇଥିଲେ ବାପା ସଯତ୍ନେ,ସରାଗେ। ପରେ ରୁପା ଲକେଟ୍ ଟିଏ ଆଣି ତା ଭିତରେ ସେ ଶହେ ଟଙ୍କା ଭରି ବାପା କହିଥିଲେ "ନେ ପକା ୟାକୁ ବେକରେ।ଏ ତୋତେ ଆଗକୁ ବାଟ କଢେଇ ନେବ।ତୋ ସ୍ୱପ୍ନକୁ ସତ କରିବାରେ ସାହାଯ୍ୟ କରିବ"। ଯାହାକୁ ଆଜିଯାଏ ଡିଜୁ ସାଇତି ରଖିଛି ଛାତିକୁ ଲଗାଇ, ବେକରେ ଓହଲାଇ।କ୍ଷଣେ ବି ନିଜ ଦେହରୁ କି ମନରୁ ଦୂର କରିନି।ତା ଦେହ ମାଟିରେ ମାଟି ହେବା ଯାଏ ଏମିତି ଝୁଲୁଥିବ ଡିଜୁକୁ ମନେ ପକାଇ ବାପାଙ୍କ ଶ୍ରଦ୍ଧା ଓ ତା ଜୀବନର ପ୍ରଥମ ପୁରସ୍କାର।ଏଇ ଜୀବନର ସବୁ ପ୍ରଥମ ଯେପରି ପଢା,ପ୍ରେମ,ଷ୍ଟେଜସୋ,ସଫଳତା,ବିଫଳତା,ପାଇବା,ହରାଇବା ଉପହାର ମନ ତଳେ ଦାଉ ଦାଉ ଜଳେ ଲିଭିବା ନାଁ ନ ନେଇ।

      ଲକେଟ୍ ଟା ଭିତରେ ସତେକି ଭରି ରହିଛି ଡିଜୁ ପାଇଁ ସ୍ବପ୍ନ ସମ୍ଭାବନା,ଗୋଟେ ଡାକ,ଯାଦୁର ଛଡି।ଲକେଟ୍ ଯେପରି କୁହେ ଯା ଡିଜୁ ଉଡ୍।ଉଡ୍ ସାରା ଆକାଶ ଖେଦି।ଦେଖ୍ ଜୀବନ,ମାପ ଜୀବନ।ଲେଖ ମାଟିରେ ଭିନ୍ନ ଇତିହାସ।

        ସେତେବେଳେ ଆନନ୍ଦର ମାଧ୍ୟମ କହିଲେ,ନାଚ,ଡ୍ରାମା, ପାଲା, ଦାସକାଠିଆ,ଘୋଡା ନାଚ,ଯଜ୍ଞ ମୁଖ୍ୟତଃ ଥାଏ।ସ୍ବାଧୀନତାର ମାତ୍ର ତିରିଶ ବର୍ଷ ତଳର କଥା ଏ।କେଉଁ ମଞ୍ଚରେ ଓଡିଶୀ ନୃତ୍ୟ ଦେଖି ଠିକ୍ ସେମିତି ଡିଟୋ କରେ ଝିଅଟି।ବାପା ଏ କଥା ଦେଖି ନାଚ ଗୀତର ଆସର କରନ୍ତି ତା ପାଇଁ।ପ୍ରୋତ୍ସାହିତ କରନ୍ତି ଝିଅର ବିଧିଦତ୍ତ ପ୍ରତିଭାର ବିକାଶ ନେଇ।ବାହାବା ଦିଅନ୍ତି।ବାପା; ଡିଜୁ ପ୍ରେରଣାର ପିଣ୍ଡ,ପୀଠ।

     ବୋଉ କିନ୍ତୁ ଏ ସବୁ ଚାହେଁନା।ଭଲ ପଢିବା ପାଇଁ ସେ ଚାହେଁ।ନାଟ,ତାମାସାକୁ ବୋଉର ନାଁ ପସନ୍ଦ।ଝିଅ ପୁଅର ପ୍ରଭେଦ ସେତେବେଳେ ପ୍ରବଳ।ନାଚ,ଗୀତ କରିବାକୁ କେହି ଝିଅ ଛୁଆଙ୍କୁ ଅନୁମତି ଦିଅନ୍ତି ନାହିଁ।ଏପରି କଲେ ସମାଜର ସେ ଝିଅ ପ୍ରତି ଗୋଟିଏ ଅସହଜ ଭାଵ ସୃଷ୍ଟି ହୁଏ।ଏମିତି କି ସାଇକେଲ ଟିକେ ଚଢ଼ିଲେ ଅଣ୍ଡିରି ଚଣ୍ଡୀ ଆଖ୍ୟା ମିଳେ।ବହୁତ କିଛି ଶୁଣିବାକୁ ପଡେ।ଛିଗୁଳେଇ ଲୋକେ କୁହନ୍ତି"ଛି ଲୋ ମାଈ ପିଲାଟା କି ହମ ହମ ହେଉଛି ଦେଖ।ଅଣ୍ଡିରା ଗୁଣ ସବୁ।କିଏ ନେବ ଏଇଟାକୁ ନିଜ ଘର ହାଣ୍ଡି କଣା କରି।ସାହୁଏ ବେଳହୁଁ ସାବଧାନ ହୁଅ,ନଲେ ପଛେ ପସ୍ତେଇବେ"।

      ସେଇ ସମୟ କୁହେ ଝିଅମାନେ ଛୁଆରୁ ବଢିବ ବଡ଼ ହୋଇ,ରୋଷେଇ ,ଘର କରଣା,ସଣ୍ଠଣା ଶିଖୁ ଶିଖୁ,ବୟସ ହେଉ କି ନହେଉ ମାନସିକ ସ୍ତରରେ ପ୍ରସ୍ତୁତ ଥାଉ କି ନଥାଉ ପର ଗୋତ୍ରୀ ଅର୍ଥାତ ବିବାହ କରି ଦିଆଯାଉ ଥିଲା।ଦି' ଟା ପିଲା ଛୁଆ ହୋଇଗଲେ ଜନ୍ମ ସାର୍ଥକ ହୋଇଗଲା ବୋଲି ଧରାଯାଉଥିଲା।ଘର କୋଣ,ରୋଷେଇ,ଛୁଆ ଜନ୍ମ କରିବା,ପରିବାରର ଅନ୍ୟ ସଦସ୍ୟଙ୍କ ସେବା ଯତ୍ନ ନେବା,ସ୍ୱାମୀକୁ ଇହ ପର ଦେବତାର ସମ୍ମାନ ଦେବା, ସ୍ୱାମୀ ଦେହ ଭୋକର ଶିକାର ହେବା, ବନ୍ଧ କବାଟ ଅନ୍ଧାର ଭିତରେ ସ୍ୱାମୀ ନାମୀ ପଶୁ ଝୁଣି ଝୁଣି ଖାଉଥିଲେ ଝିଅଙ୍କୁ। ଝଅଟି ସତେକି ଅର୍ଜିତ ସମ୍ପତ୍ତି!!ଫଳତଃ କୋଠାରେ ଗୋଟେ ଛୁଆଁ ଥିଲା ବେଳକୁ ପେଟରେ ଆଉ ଗୋଟେ ଛୁଆର ଭାର ନେଇ ବୁଲୁଥିଲା ଝିଅରୁ ହୋଇଥିବା ବିଚାରୀ ସ୍ତ୍ରୀଟି।ଟିକେ ଟିକେ ଭୁଲରେ ଶାଶୁ ଶଶୁର ଓ ସ୍ୱାମୀଠାରୁ ମାଡ଼ ଗାଳି ଖାଇ ଖଣ୍ଡେ ପିନ୍ଧି ଗଣ୍ଡେ ଖାଇ ବଞ୍ଚିବା ଥିଲା ଝିଅ ଜନ୍ମ ଓ ଜୀବନର ଚରମ ତଥା ପରମ ଲକ୍ଷ୍ୟ।

       ଅଧିକାଂଶ ବୋହୁ ମାଡରେ ମୃତ୍ୟୁ ବରଣ କରିବା,କଷ୍ଟ,ଯନ୍ତ୍ରଣା ସହି ନ ପାରି ଆତ୍ମହତ୍ୟା ପରି ନିଷ୍ଠୁର ନିଷ୍ପତ୍ତି ନେବାର ନଜିର ଅନେକ ଥିଲା।ବାହାର ଦୁନିଆଁକୁ ଜାଣିବା ଝିଅମାନଙ୍କ ପକ୍ଷେ ସପନ ସେପାର ଅପହଞ୍ଚ ଇଲାକା ଥିଲା।ପରପରିବା,ଅନ୍ୟର ବଂଶ ବୃକ୍ଷ ଭାବେ ଗଣା ଯାଉଥିଲେ ସେ ବେଳର ଝିଅ ମାନେ। ପୁରୁଷ ପ୍ରଭୁ।ସ୍ତ୍ରୀଟି ଦାସୀ।ପୁଅ,ପୁରୁଷ,ପିତ୍ତଳ ଗରା,ଝିଅ ମାଟି ହାଣ୍ଡି।ପୁରୁଷ ଘରେ ଗୋଟିଏ ଦେହ ସୁଖ ମେଣ୍ଟାଇବା ପାଇଁ ସ୍ତ୍ରୀଟିଏ ରଖିଥିଲା ବେଳେ ଅନେକ ଅବୈଧ ସମ୍ପର୍କ ରଖୁଥିଲା ବାହାରେ।କିନ୍ତୁ ସ୍ତ୍ରୀଟି ଆଜୀବନ ବିଶ୍ୱସ୍ତ ,ଆନୁଗତ୍ୟ ରହିବ ଏକ ପତି ବ୍ରତ ପାଳନ କରିବାକୁ ବାଧ୍ୟ।ବାଧ୍ୟ ମାନିବାକୁ ପୁରୁଷର ନିର୍ଦେଶ।କେବଳ ଜଳୁଥିଲେ ସେମାନେ ଅନ୍ୟକୁ ଆଲୁଅ,ଖୁସି ଦେବା ପାଇଁ ତିଳେ ତିଳେ।

           ସ୍ୱାଧୀନତା,ସ୍ୱାଭିମାନ,ପରିଚୟ,ଏତେ ଟିକେ ବି ନ ଥିଲା।ଶିକ୍ଷା, ସଭ୍ୟତାର ବହୁ ଦୂରେ ଥିଲେ ସେମାନେ। ଗୋଟେ ପଣ୍ୟ,ଭୋଗ୍ୟ, ଦାସୀ ବା ରକ୍ଷିତା।କେବେ କେବେ ତା ଦେହ ବଣ୍ଟା ହେଉଥିଲା ଦିଅରର ବା ଶଶୁରଙ୍କ ପାଶବିକ ପ୍ରକୃତିକୁ ଚରିତାର୍ଥ କରିବାକୁ।ପାଟି ଖୋଲିଲେ ପ୍ରଳୟ।କେହି କେବେ ଦୋଷ ଦିଅନ୍ତିନି ପୁରୁଷକୁ।ସବୁ ଦୋଷ ସ୍ତ୍ରୀ ଟିର। ଝିଅ ଘିଅ ବୋଲି କହୁଥିଲେ ।ଏମିତି ବି କହୁଥିଲେ ଝିଅ ପୋଡି ଗଲେ ଘି ,ଘି ପୋଡିଗଲେ ଛି।ଝିଅମାନଙ୍କୁ ପାଠ ପଢେଇବା ମାନସିକତା ଥିଲା ଶୁନ୍ୟ।

     ହାତ ଗଣତି କେଇ ଜଣ ଶିକ୍ଷିତ ଚାକିରିଆ ବାପାଙ୍କ ଝିଅ କାଁ ଭାଁ ପାଠ ପଢୁଥିଲେ।ଧନ୍ୟବାଦ ଈଶ୍ୱରଙ୍କୁ ଡିଜୁର ବାପା ଜଣେ ଶିକ୍ଷିତ ସରକାରୀ ଚାକିରିଆ ଥିଲେ।ବାପା ଏମ୍ପାଲମେଣ୍ଟ୍ ଏକ୍ସଚେଞ୍ଜ୍ ଅଫିସର୍ ଥିଲେ।ଏଣୁ ପଢିବା ଭାଗ୍ୟ ଜୁଟିଥିଲା ଡିଜୁର ମାତ୍ର ଅନେକ କାଇଦା କଟକଣା ବି ଥିଲା ତା ପାଇଁ।

   ଡିଜୁ ମନ ଆଦୌ ସ୍ୱୀକୃତି ଦେଉ ନ ଥିଲା ପ୍ରଥା ପରମ୍ପରା, ସମାଜର ନାଲି ଲକ୍ଷ୍ମଣ ରେଖାକୁ ମାନିବାକୁ।

ବିଦ୍ରୋହ କରୁଥିଲା ତା ହୃଦ।ସେ ସଂକଳ୍ପ କରୁଥିଲା ଛିଣ୍ଡେଇ ଦେବ ଏ ଶୃଙ୍ଖଳ।ସେ ବଞ୍ଚିବ ମୁକ୍ତ ଆକାଶର ଚଢେଇ ପରି।ବାପାଙ୍କ ଲକେଟ ବେକରେ ଝୁଲି ଡିଜୁକୁ ଆଗକୁ ବଢିବାର ପ୍ରେରଣା ଦେବା ସହ ଦେଉଥିଲା ମେଞ୍ଚେ ଖୁସି,ଅମାପ ଆନନ୍ଦ।ଡିଜୁକୁ ଲାଗୁଥିଲା ବାପାଙ୍କ ଲକେଟଟାରେ ଖୁନ୍ଦି ହୋଇ ରହିଛି ଅକଳନ ପ୍ରେମ।ଅସୀମ ମମତା।ଟିକେ ଛୁଇଁ ଦେଲା ଲକେଟ ଟିକୁ ଡିଜୁ।ଆଜି ଏଇ ଲକେଟ ପାଇଁ ତ ସେ ବିଶ୍ୱର ଜଣେ ଲବ୍ଧ ପ୍ରତିଷ୍ଠିତ ବିୟୁଟିସିଆନ।ବେଳେବେଳେ ଏଇ ଛୋଟ ଛୋଟ ଅନୁଭତି ଓ ଉପହାର ଲାଇଫ ବନେଇଁ ଦିଅନ୍ତି।ଦିଅନ୍ତି ଗୋଟେ ପରିଚୟ।ଆଜି ବାପା ଆକାଶର ତାରା।ଲକେଟ ଟା ଭିତରେ ବାପାମୟ। ସତେକି ଭରି ଦେଇ ଯାଇଛନ୍ତି ସ୍ୱପ୍ନର ,ବଡ଼ ହୋଇ ନାଁ କରିବାର ଯାଦୁ।ଯାହା ବଳରେ ସେ ଆଜି ବିଶ୍ୱ ବିଖ୍ୟାତ ନାମଜାଦା ବିୟୁଟିସିଆନ



Rate this content
Log in

More oriya story from Satyabati Swain

Similar oriya story from Inspirational