Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

ଶୁଭ୍ରା ଗୌଡ

Drama

3  

ଶୁଭ୍ରା ଗୌଡ

Drama

ଲକଡାଉନ

ଲକଡାଉନ

3 mins
13



।।୧।।

ଆରେ! ଇଏ କ’ଣ? ରାଜୁଆ ମଉସା ରୁନି ମାଉସୀକୁ ନେଇ କୁଆଡେ ବାହାରିଗଲେ କି? କଲୋନୀ ସାରା ଭିଡ ଯେ ଭିଡ କହିଲେ ନ ସରେ। ଏଇ ସମୟରେ କ’ଣ ଘରୋଇ ଡାକ୍ତରଖାନା ଖୋଲା ଥିବ? ଯଦି ବି ଖୋଲା ଥାଏ, ସେମାନେ କ’ଣ ରୁନି ମାଉସୀର ଟ୍ରିଟମେଣ୍ଟ କରିବେ? ନା.....କାହିଁ ଲାଗୁନି ତ ! ସେମାନେ ଭଲରେ ଦେଖିବେ ଏଇ ସମୟରେ?କୋରନାର ତାଣ୍ଡବ ଆଗରେ ଜୀବନ ଆଜି ଫିକା ପଡିଛି। 


      ଘରେ ସଂପୂର୍ଣ୍ଣ ଏକା ରାଜୁଆ ମଉସା ।ପୁଅର ବି ଦେଖା ଦର୍ଶନ ନାହିଁ।ସେ ବା କେମିତି ଆସିବ?ଚାରିଆଡେ ତ ଲକଡାଉନ୍ .. ।ଟ୍ରେନ୍ , ବସ୍ ଅଥବା ପ୍ଲେନ୍ ର କୈଣସି ସୁବିଧା ନାହିଁ। ମନରେ ସାହସ ବାନ୍ଧି ଗାଁ ସରପଞ୍ଚଙ୍କ ପରମିସନ୍ ନେଇ ମଉସା ନେଇଛନ୍ତି ମାଉସୀଙ୍କୁ ସହର। ମାଉସୀ ଆଗରୁ ହୃଦରୋଗୀ।କାଳ ବିଳମ୍ଭ ନ କରି ଯେଣୁ ତେଣୁ ଭାବେ ମନରୁ ସ୍ଥିର କରି ମଉସା ମାଉସୀଙ୍କୁ ସରକାରୀ ହସ୍ପିଟାଲ୍ ରେ ଭର୍ତ୍ତି କଲେ।କିଛି ଦିନ ପରେ ମାଉସୀଙ୍କ ସ୍ଥିତିରେ ସୁଧାର ଆସିବା ପରେ ସେ ଗାଁ କୁ ଯିବାକୁ ମନ ବଳାଇଲେ। ମଉସା ବି ଖୁସୀ , ମାଉସୀ ବି ଖୁସୀ।କିନ୍ତୁ ଏ ଖୁସୀ ଟିକକ ଯେ କିଛି ମୁହୂର୍ତ୍ତ ପାଇଁ ସେମାନେ ଜାଣି ନ ଥିଲେ।

ଗାଁ ରେ ପହଞ୍ଚୁ ପହଞ୍ଚୁ ସେମାନଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ଅଡର୍ ଆସିଛି।ଏହା ଶୁଣି ଦୁହିଁଙ୍କ ଖୁସୀ ପାଣି ଫଟୋକା ପରି ମିଳେଇ ଯାଇଛି। 


।।୨।।

ଖାଁ ଖାଁ ଗଳି କନ୍ଦି,ରାସ୍ତା ଘାଟ,ଦୋକାନ ବଜାର। ସତେ ଯେମିତି ଅଦୃଶ୍ଯ ରାକ୍ଷସର ଡର ସବୁଆଡେ! ଗରିବଙ୍କ ଘରେ ତ ଚୁଲି ଜଳିବା ବନ୍ଦ ହୋଇଯାଇଛି।ନା ହାତରେ କାଣି କଉଡି ଟିଏ ଅଛି, ନା ରୋଜଗାରର କିଛି ବିକଳ୍ପ ଅଛି ! ଓଳିଏ ଖାଇ ଓଳିଏ ଉପାସ ରହିବାକୁ ପଡୁଛି।


    ଏଠି ଦଳେ ପିଲା ଅଣ୍ଟା ଭିଡିଛନ୍ତି ଦିନ ମଜୁରିଆଙ୍କର ଦୁଃଖ, ଦୁର୍ଦ୍ଧଶାକୁ ହୃଦୟଙ୍ଗମ କରିପାରି। ସାହସିକତାର ପରିଚୟ ଦେଖାଇ ହାତରେ କିଛି ଚାଉଳ ସହ ସଉଦାପତ୍ର ଧରି ବାହାରିଛନ୍ତି ନିଜ ମିଶନ୍ ଅଭିମୁଖେ।କିନ୍ତୁ ଏ କ’ଣ? ଗୋଟେ ହାତରେ ବ୍ଯାଗ୍ ଦେଇ ଆର ହାତରେ ସେଲ୍ଫି ନେଉଛନ୍ତି ! ଏହା ସେମାନଙ୍କ ଦୟନୀୟ ଅବସ୍ଥାର ପରିହାସ ନୁହେଁ ତ ଆଉ କ’ଣ କୁହାଯିବ!


।।୩।।

ବାଃ.. କେତେ ସୁନ୍ଦର ଆଜି ମିତା ଘର ଦାଣ୍ଡ ଗହଳିରେ ଫାଟି ପଡୁଛି ସାରା ସାହି।ଯେମିତି କାହା ବିଭାଘରେ ସବୁ ନାଚନ୍ତି ମନ ଛୁଇଁ।ଏଭଳି ଜଟିଳ ସ୍ଥିତିରେ ତ ସମସ୍ତେ ନିଜ କାର୍ଯ୍ଯ ପୋଷ୍ଟପନ୍ କରିଥା’ନ୍ତି।ଏଠି ପରିସ୍ଥିତି ଟିକେ ଅଲଗା ପ୍ରକାର।


    ଘରର ସମସ୍ତେ ଆଜି ନୂଆ ପୋଷାକ ସହ ସୁନାଗହଣାରେ ଛାଇ ହୋଇଯାଇଛନ୍ତି। କାହାର ଟିକେ ବି ଡର କି ଭୟ ନାହିଁ। ଖୁସୀରେ ଦଳେ ପିଲା ଖେଳୁଛନ୍ତି ଦାଣ୍ଡ ପିଣ୍ଡାରେ। ମିତାର ଦେଖା ନାହିଁ ଆଜି ସକାଳୁ।ସେ ମୋତେ ବି କହିନି କିଛି। ଯେତେବେଳେ ଯାଇ ଦେଖଛି ଘର ଭିତରକୁ, ବ୍ରାହ୍ମଣର ମନ୍ତ୍ର, ପୂଜା,ବିଧି ସହ ହୋମ ନିଆଁ କୁଣ୍ଡ ଦେଖି ମୁଁ ବୁଝିସାରିଛି ଘରେ କ’ଣ ସବୁ ଚାଲିଛି। ସଞ୍ଜୁର ବାହାଘର ସରିବା ଉପରେ। ସିନ୍ଦୂର ପିନ୍ଧା ତ ସରିଛି ,ଯାହା ମଙ୍ଗଳସୂତ୍ର ପିନ୍ଧିବା ବାକି ଥିଲା।


   ଠିକ୍ ଏତିକିବେଳେ ପୋଲିସ୍ ସାଇରନ୍ କାନରେ ବାଜିଲା।ଦେଖୁ ଦେଖୁ ଘର ଦାଣ୍ଡରେ ପୋଲିସ୍ ଗାଡି। ଗାଡିରୁ ଓହ୍ଲେଇ ଡାଇରେକ୍ଟ ପୋଲିସ୍ ଘର ଭିତରକୁ ପଶି ବର କନ୍ଯା ସାଥେ ପରିବାରର କିଛି ଅନ୍ଯ ସଦସ୍ଯ ଙ୍କୁ ମଧ୍ଯ ସାମାନ୍ଯ ଜେରା କରି ପୋଲିସ୍ ଗାଡିରେ ପଶିବାକୁ କହିଛନ୍ତି।


।।୪।।

ହେ ପ୍ରଭୂ ! ଏ କି ଲକଡାଉନ୍ ହେଲା? ସବୁ ସ୍କୁଲ୍ ଟ୍ଯୁସନ୍ ବି ଛୁଟି । ପିଲା ଦୁଇଟି ମୋର ସକାଳୁ ସଞ୍ଜ ଯାଏଁ ଯାହା ହୁଅନ୍ତି ନା , କହିଲେ ନ ସରେ। ଗୋଟେ ଦିନ ଗୋଟେ ଯୁଗ ଯେ ହେଲାଣି।ରୁଚି ଆଉ ବାପି କେହି କାହାଠୁ କମ୍ ନୁହନ୍ତି।ଜଣେ ଚୁଟିକୁ ଟାଣିଲେ ଆର ଜଣକ ମୁଣ୍ଡରେ ଠୁଣି,ପିଠିରେ ବିଧା ପକାଏ।ଏସବୁ ଆମେ ପଡୋଶୀ ଘରୁ ଦେଖି ଖୁବ୍ ମଜା ନଉଥାଉ।ରୁଚି ମମି ପିଲା ଦୁହିଁ ଙ୍କଠୁ କିଭଳି ମୁକ୍ତି ପାଇବେ, ସେ ବନ୍ଦୋବସ୍ତ କରୁଥାନ୍ତି। କେତେବେଳେ ସେ ଟିଉସନ୍ ଖୋଲିବାକୁ ମ୍ଯାମ୍ ଙ୍କୁ ନିବେଦନ କରୁଥାନ୍ତି ତ ପୁଣି କେତେବେଳେ କାହା ଘରକୁ ପଠାଇ ଦିଅନ୍ତି ଖେଳିବାକୁ। କିନ୍ତୁ ସତ ଚେଷ୍ଟା ପରେ ବି ସେ ବିଫଳ ହୁଅନ୍ତି।


।।୫।।

ରଜ ଓଡିଆ ପୂଜା ପର୍ବାଣି ଭିତରୁ ଅନ୍ଯତମ ପର୍ବଟିଏ।ରଜରେ କିଏ ବା ନ ନିଏ ପୋଡପିଠା ସହ ଦୋଳିର ମଜା!ଏ ବର୍ଷ ଶାଶୁଘରେ ରିମାର ପ୍ରଥମ ରଜ। ସେଥିପାଇଁ ଶାଶୁ ଙ୍କ ମନରେ ମନ ଭର୍ତ୍ତି ଆଶା । ବୋହୂ ଘର ଲୋକେ କ’ଣ ଭାର ଆଣିବେ? ଏ ନେଇ ଗୋଡ ଆଉ ତଳେ ଲାଗୁନଥାଏ ।

-କି ଲୋ! ଆଉ ମାତ୍ର ପାଞ୍ଚଟା ଦିନ। ଏ ଯାଇଁ ତୋ ବାପ   ଘରୁ ଭାର ଆସିନି! ମୁଁ ସାହି ପଡିଶାରେ ମୁହଁ ଦେଖେଇ ପାରିବି ତ? 

-ବୋଉ , ଏ ଲକଡାଉନ୍ ରେ....

-କଅଣ କହିଲୁ.. ! ଖରା, ବର୍ଷାକୁ ଖାତିର ନ କରି ଲୋକେ ଚାଲି ଚାଲି କାହିଁ କେତେ ବାଟ ପଳଉଛନ୍ତି।ଆଉ ତୋ ବାପ ଏତିକି ବାଟ ଆସି ପାରିବନି?

-ବାପାଙ୍କୁ କହିଥିଲି କାଲି ସକାଳେ। ହେଲେ ବାପା କ’ଣ କହୁଥିଲେ କି ତାଙ୍କୁ ଦୁଇ ଦିନ ହେଲାଣି ଜ୍ୱର ,ଥଣ୍ଡା,କାଶ ହେଇଛି।କିନ୍ତୁ ସେ ଆଜି ଯେମିତି ହେଲେ ଭାର ନେଇ ଆସିବେ।

-କଅଣ? ଜଲ୍ଦି ଫୋନ୍ କରି ମନା କର। ଥାଉ.. ଆଉ ଭାର ନେଇ ଆସିବା ଦରକାର ନାଇ ।

-କିନ୍ତୁ ବୋଉ.. ସାହି ପୋଡିଶା ଲୋକ କ’ଣ କହିବେ?

-ସେ କଥା ମୁଁ ବୁଝିବି। ତୋର ଏତେ ମୁଣ୍ଡ ପୁରାଇବା ଦରକାର ନାହିଁ।



Rate this content
Log in