ଶୁଭ୍ରା ଗୌଡ

Inspirational

2.8  

ଶୁଭ୍ରା ଗୌଡ

Inspirational

ମୁଁ ଆଉ ସେ

ମୁଁ ଆଉ ସେ

3 mins
12.5K



ପ୍ରଥମ ଥର ତା’ ସହ ଭେଟ ହେଇଥିଲା ମୋର କଲେଜ୍ ଲାଇବ୍ରେରୀ ର ଶେଷ ଟେବୁଲ୍ ରେ । ସେଇ ଦିନ ମୁଁ ଏକା ଥିଲି , ଆଉ ସେ ବି ଏକା।

    ଖାଁ ଖାଁ ପୁରା ଲାଇବ୍ରେରୀ। ଯେତେବେଳେ ମୁଁ ବହି ନେଇ ଆସିଲି ବସିବାକୁ,ସେ ଯେମିତି ଗୋଟା ପଣେ ମୋତେ ଚାହିଁଥିଲା କିଛି କହିବାକୁ! ମୁଁ କିନ୍ତୁ ଭାବୁଥାଏ ତାକୁ ଟିକେ ଦେଖିବାକୁ,ଆଉ ଟିକେ ଜାଣିବାକୁ। ମନ ମାନୁ ନ ଥାଏ। ଡର ବି ଲାଗୁଥାଏ।କାଳେ କିଏ ଦେଖି ଦେବ କି?ମନରେ ସାହସ ବାନ୍ଧି ଆରମ୍ଭ କଲି ତା’କୁ ପରଖିବାକୁ ଆଉ ପଢିବାକୁ।ମନରେ ସୃଷ୍ଟି ହଉଥାଏ ନାନାଦି ଭାବନା। ଲାଇବ୍ରେରିଆନ୍ ନ୍କ ନଜର କେବଳ ଆମ ଉପରେ ହିଁ ରହିଥାଏ। ପବନ ବି ହଉଥାଏ ଅହରହ। ପବନର ପ୍ରତି ସ୍ପର୍ଶ ମନକୁ କରୁଥାଏ ଉଦ୍ବେଳିତ। ଲାଗିଲା ସତେ ଯେମିତି ସେ ମୋ ମନକୁ ବାନ୍ଧି ଏକ ନୂଆଁ ଦୁନିଆଁ ରେ ହଜାଇଦେଲା କି?ସେଇଠି ଆଉ କିଏ ନଥିଲେ,ଆମେ ଦୁହିଁଙ୍କ ବ୍ଯତୀତ।କେବଳ ମୁଁ ଆଉ ସେ।ମୁଁ ସାଉଁଟୁ ଥାଏ ତା’ର ପ୍ରତି ଟି ସ୍ମୃତି ଓ ଅନୁଭୂତିକୁ ।ଦେଖୁ ଦେଖୁ ଲାଇବ୍ରେରୀ ର ରିଡିଂ ଟାଇମ୍ ଅଭର୍।କିନ୍ତୁ ମୋର ସେଥିପ୍ରତି ଆଉ ଧ୍ଯାନ ନଥାଏ। ଲାଇବ୍ରେରିଆନ୍ ସାର୍ କୁହନ୍ତି,

“ ତମ ପଢା ସରିନି କି? ରିଡିଂ ଟାଇମ୍ ଅଭର୍ ହେଲାଣି ,ତମେ କ’ଣ ଯିବନି? ”

ଏତିକି କଥାରେ ଆଜିର ସାକ୍ଷାତକାର ସେଇଠି ରଖି କାଲି ପୁଣି ଦେଖା ହବା ଖୁସିରେ ମୁଁ ଚାଲି ଆସିଲି ସିନା। ମନ ତ ମୋର ସେଇଠି ହିଁ ଯେମିତି ଅଟକି ଯାଇଥିଲା।ନିଦ ରେ ବି ମୁଁ ତା’ରି କଥା ହିଁ ଭାବୁଥିଲି। ମନେ ହଉଥିଲା ସତେ ଯେମିତି, ତା’କୁ ମୁଁ ବହୁତ୍ ଆଗରୁ ଜାଣିଛି । ରାତି ସାରା ସେଇମିତି କଟିଗଲା।

    ଅପେକ୍ଷା ର ଅନ୍ତଃ ହେଲା। ରାତି ପାହିଲା। ସକାଳୁ ପୁଣି ସାକ୍ଷାତ୍ ର ଆଶା ନେଇ ଦୈଡିଲି ଲାଇବ୍ରେରୀ ଆଡକୁ। ପୁଣି ଆମର ଦେଖା ହେଲା। ଏଇମିତି କିଛି ଦିନ ଦେଖା ସାକ୍ଷାତ୍ ରେ ଆମ ଭିତରେ ଏକ ନିବିଡ ସଂପର୍କ ଗଢି ଉଠିଲା ।ଖରା ଛୁଟି ରେ ଲାଇବ୍ରେରୀଆନ୍ ନ୍କ ଅନୁମତି ନେଇ ଆମେ ବାହାରିଗଲୁ ଘର ଅଭିମୁଖେ। 

ଘରେ ପହୁନ୍ଚୁ ପହନ୍ଚୁ ସଞ ନଇଁବାକୁ ବସିଲାଣି।ମୁଁ ମୋର ସବୁ କାମ ସାରି ତାକୁ ଧରି ବସିପଡିଲି ,କବାଟ ଆଉଜି ଦେଇ। ପୁଣି ଆରମ୍ଭ ହେଲା ସେଇଠୁ, ଯେଉଁଠି ପୂର୍ଣଛେଦ ପଡିଥିଲା।

      ଏପଟେ ଡାଇନିଂ ଆଡୁ ଶୁଭେ ମା’ ନ୍କ ସ୍ୱର ।ମୋର ଆଉ ସେଇପଟକୁ କାନ ନଥାଏ। କିନ୍ତୁ ମୋର ଗୁଣୁ ଗୁଣେଇବା ବାହାରକୁ ଶୁଭୁଥିଲା।ବାପା ନ୍କ କାନରେ ପଡିବା କ୍ଷଣି ସେ ଆସି ଦେଖିଛନ୍ତି ।

ଜାଣିନି କାହିଁକି!

ବୋଧ ହୁଏ, ମା’ ନ୍କ ଡାକ, ନ ଶୁଣିବାରୁ ଆସିଛନ୍ତି ।ନାଁ ! ହୁଏତ ସନ୍ଦେହ ତାନ୍କୁ ଟାଣି ଆଣିଛି ମୋ ରୁମ୍ ଆଡକୁ। ହଠାତ୍ ଏତେ ଜୋର୍ ରେ ବାପା ନ୍କ ହସ ଶୁଣି ମୁଁ ଚମକି ପଡି ଖଟ ଉପରୁ ଉଠି ଆସିଲି ।ଆଉ ଘର ର ଅନ୍ଯ ମାନେ ବି ଉପସ୍ଥିତ ଥିଲେ ମୋ ରୁମ୍ ବାହାରେ । ମୁଁ କିଛି ନ ବୁଝିପାରି ଚାହିଁ ରହିଥାଏ ସମସ୍ତ ନ୍କୁ । କିନ୍ତୁ ମୋତେ ଦେଖି ଅନ୍ଯମାନେ ହସୁଥା’ନ୍ତି। ଯେତେବେଳେ ମୁଁ ପ୍ରଶ୍ନ କରିଛି , ହସିବାର କାରଣ ପଚାରିଛି , ଉତ୍ତର ରେ କେବଳ ହସ ହିଁ ହସ ଶୁଭୁଥାଏ। 

     କିଛି ସମୟ ପରେ ମା’ କୁହନ୍ତି, “ହୁଣ୍ଡି ଟା କି ଲୋ ? ଏ ନିର୍ଜିବ ବହିଟାକୁ ଧରି ରୁମ୍ ଭିତରେ କଣ କରୁଥୁଲୁ କି ? ତୋତେ ମୋ ଡାକ ବି କାନ ରେ ପଡୁ ନ ଥିଲା? “

ମୁଁ ଦେଖେ ତ ସତ କୁ ସତ ହାତରେ ମୋର ଥିଲା ସେଇ ବହି ଟା , ଯାହା ସହ ମୋର ଲାଇବ୍ରେରୀ ରେ ଦେଖା ସାକ୍ଷାତ୍ ହୋଇଥିଲା। ଏତେ ମଜ୍ଜି ଯାଇଥିଲି ଯେ ମୁଁ ସେ ବହିରେ ,ମୋତେ ଆଉ କାହା ସ୍ୱର କି କାହା ମୁହଁ ଦେଖାଯାଉନଥିଲା। ସତେ ଯେମିତି ସେ ବହି ଟା ମୋତେ ପାଗଳ କରିଥିଲା କି ?

 


Rate this content
Log in

Similar oriya story from Inspirational