Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Sunanda Mohanty

Inspirational

4.0  

Sunanda Mohanty

Inspirational

ଲକଡାଉନ ଭିତରେ ଥରେ

ଲକଡାଉନ ଭିତରେ ଥରେ

2 mins
13K


ବଳକା ରୁଟି ଦିପଟି ଧରି କୁକୁରଙ୍କୁ ଦେଇ ଆସିବି ବୋଲି ଭାବିଲାବେଳକୁ ମାଙ୍କଡ଼ମାନେ ଘେରିଗଲେ ମତେ, ଯାହା ହାବୁଡ଼ରେ ପଡିଲା ତ ପଡିଲା ନଚେତ ନଷ୍ଟ, ସେମିତି ବଳକା ରନ୍ଧା ଖାଦ୍ୟ ଗଣ୍ଡାକ ନେଇ ଆଖପାଖରେ ଥିବା ଭୋକିଲା କୁକୁରକୁ ଦେବାକୁ ତଳକୁ ଗଲାବେଳେ ପୁଣି ମାଙ୍କଡ଼ ହାବୁଡ଼ରେ, ଆଉ ପରିଣାମ ଦଳାଚକଟାରେ, ତ ଥରକୁ ଥର ଅପ୍ରସ୍ତୁତ ହୋଇ କୁକୁରଟି ଫେରିଯାଏ ଦୂରରୁ ତ ସିଦ୍ଧାନ୍ତ ନେଲି ବିସ୍କୁଟ ହିଁ ସୁବିଧା, ପକେଇଦେଲେ ସମେସ୍ତେ ଖାଇପାରିବେ, ହେଲେ ମାଙ୍କଡ଼ ଦଳ ଭିତରେ କୁକୁରର ଅସହାୟତା ପୂର୍ବପରି ଏଥର ସିଦ୍ଧାନ୍ତ ବଦଳାଇ ରାତିରେ କୁକୁରକୁ ବଳକା ଖାଦ୍ୟ ଦେବାର ନିଷ୍ପତିରେ ସକାଳେ ମାଙ୍କଡ଼ ଓ ରାତିରେ କୁକୁରଙ୍କୁ ଖାଦ୍ୟ ଗଣ୍ଡାଏ ଦେଇପାରିବାର ଇଚ୍ଛା ଟିକକ ପୂରଣ ହେଇଗଲା ସତ ହେଲେ ସେଦିନ ।


ପରିବା ବିକାଳୀଟି ପରିବା ଦେଇସାରିବା ପରେ ଯେବେ ଭାତ ବଳିଛିକି କହି ପ୍ରଶ୍ନିଳ ଆଖିରେ ଚାହିଁଲା ଅପ୍ରସ୍ତୁତ ହୋଇପଡିଲି, ଖିଆ ପିଆ ସରିଲା ପରେ ବଳକା ଭାତ ତରକାରୀ ପତ୍ର ଗୋଳେଇ ରାତିରେ କୁକୁରକୁ ଦିଆ ଯିବାକୁ ରଖା ଯାଇ ସାରିଥିଲା, କାରଣ ବେଳ ବି ଅଢେଇଟା ଉପରେ ହୋଇସାରିଥିଲା, ହେଲେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ସକାଳେ ପ୍ରସ୍ତୁତ ଇଟିଲି ଓ ଡାଲାମା ଦେଇଥିଲି ଲୋକଟିକି ସତ ତା ପରଠୁ ପରିବା ଦେବା ବାହାନାରେ ଲୋକଟି ପ୍ରାୟ ସେହି ଉଦୁଉଦିଆ ଖରାବେଳେ ଆସେ, ସବୁଦିନ କଲରା, ଶାଗ, କଞ୍ଚାଲଙ୍କା ଭଳି ପରିବା ଦରକାର ନଥିଲେ ବି କିଛି କିଣି ସାରିଲା ପରେ ଲୋକଟି ପଛେଇ ପଛେଇ ହୁଏ ତ ମୁଁ ତା ପାଇଁ ରଖିଥିବା କିଛି ଖାଦ୍ୟ ଦେଇଥାଏ, କେବେ ପାଉଁରୁଟି ତ କେବେ ଚୁଡା ଭଜା ତ କେବେ ପୁରୀ ଆଳୁକସା, କିନ୍ତୁ ଦେଇପାରିନି ଭାତ ଗଣ୍ଡାଏ, ଆଉ ସେଦିନ ।


କଞ୍ଚା ଲଙ୍କା କିଛି ରଖି, ପଇସା ଦେବା ପାଇଁ ବେଡ଼ ରୁମ ଭିତରକୁ ଯାଇ ପଇସା ଆଣି ବୁଲିପଡିବା ବେଳକୁ ଲୋକଟି ମୋ ପଛପଟେ, ବିରକ୍ତ ହେଲି, ସେଇଠି ଥିଲେ କଣ ମୁଁ ପଇସା ଆଣି ଦେବିନି, ତ ପୁଣି ଲୋକଟି ଫେରି ପଡ଼ୁ ପଡ଼ୁ ସ୍କ୍ରିନ ଟିକୁ ଧରି କହିଲା ନାଇଁ ମା ପୁଅବାବୁ ଦେଇଦେଲେଣି ତ ପଇସା, ତେଣୁ କହିବି ବୋଲି ଆସିଥିଲି। ମାସ୍କ ପିନ୍ଧିନଥିବା ଅପେକ୍ଷାକୃତ ଅପରିଚ୍ଛର୍ଣ୍ଣ ଲୋକଟି ସ୍କ୍ରିନଟିକୁ ଜାବୁଡି ଦାନ୍ତ ନିକୁଟି ଏତକ କହି ସଫେଇରେ, ତାର ଘର ଭିତରକୁ ଆସିବାର କାରଣ ରେ ମୁଁ କିନ୍ତୁ ସନ୍ତୁଷ୍ଟ ହେଲି ନାହିଁ। ଏଣୁ ତେଣୁ କିଛି କହିଦେଲି।


ଆଉ ତା ପରଦିନଠୁ ଆସୁନି ଲୋକଟି। ମନ ବହୁତ ଖରାପ, ସେଇ ଖୁଚୁରା ପରିବା ଧରି ନିରୀହ ଲୋକଟି ଘରେ ଆଣି କିଛି ଦେଇଯାଉଥିଲାତ ଆଉକିଛି ଖୁଚୁରା ପଇସା ସହ ନେଇଯାଉଥିଲା ବଳକା ଖାଦ୍ୟ ତ କଣ ଅସୁବିଧା ଥିଲା !କିଏ କେତେ କଣ ମନ୍ତବ୍ୟ ଦେଉଥିଲେ ସତ ହେଲେ ଏଯାଏଁ କିଛି କିଛି ଖାଦ୍ୟ ରଖି ଏ ଅସମୟ ସମୟରେ ମୁଁ ଅପେକ୍ଷା କରିଛି, ଆସନ୍ତା କି ଲୋକଟି, ମୋ ପାପର ପ୍ରାୟଶ୍ଚିତ ପାଇଁ ଥରେ ଅନ୍ତତଃ ।


Rate this content
Log in

More oriya story from Sunanda Mohanty

Similar oriya story from Inspirational