The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Dr Jharana Satapathy

Classics Inspirational

3.4  

Dr Jharana Satapathy

Classics Inspirational

ଲକ୍ ଡାଉନରେ ପରିବାର ସହ

ଲକ୍ ଡାଉନରେ ପରିବାର ସହ

2 mins
147


ଲକ୍ ଡାଉନର ଦଶ ଦିନ ଏତେ ଶୀଘ୍ର  ଚାଲିଗଲା ଆଦୌ ଜମା ଜଣା ପଡିଲାନି। ଭଗବାନ ସମସ୍ତଙ୍କର ମଙ୍ଗଳ କରନ୍ତୁ ଏବଂ ଆରୋଗ୍ୟ ରଖନ୍ତୁ । କରୋନା ମହାମାରୀରୁ ବିଶ୍ୱକୁ ରକ୍ଷା କରନ୍ତୁ। ପ୍ରକୃତରେ କରୋନା ଭୂତାଣୁ ଠାରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ବଜାୟ ରକ୍ଷା କରି ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଲକ୍ ଡାଉନର ଏହି ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବା ଉଚିତ। ବର୍ତ୍ତମାନ ଲକ୍ ଡାଉନର ପରିସ୍ଥିତିରେ ନିଜ ପରିବାର ସହ ସମୟ ଦେଇ ନିଜକୁ ବହୁତ ଭଲ ଲାଗୁଛି।ଏମିତିତ ସବୁବେଳେ ଅଫିସ ଖଟଣିରେ ବ୍ୟସ୍ତ ରହେ । କର୍ତ୍ତବ୍ୟ ଦାୟିତ୍ବ ଆଗରେ ସବୁକିଛି ତୁଛ ଲାଗେ। କଥାରେ ଅଛି ପରା ପ୍ରଥମେ ରାଜକାର୍ଯ୍ୟ, ତାପରେ ପିତୃକାର୍ଯ୍ୟ। ଦିନରାତି କେମିତି ଚାଲିଯାଏ ଜଣାପଡେ ନାହିଁ । ଖାଲି ସପ୍ତାହରେ ଗୋଟିଏ ଦିନ ଛୁଟି ମିଳେ ରଵିବାର। ସେ ଛୁଟି ଦିନଟିରେ ପରିବାର ସହ ସମୟ ବିତାଇବାକୁ ଭାରି ଭଲଲାଗେ। ପିଲାମାନେ ସବୁବେଳେ କହନ୍ତି ଆମ ମାମା ବାବାଙ୍କର ସବୁବେଳେ କାମ।ବଡ ଝିଅ କହେ ତୁମକୁ କେବେ ହେଲେ ଫୁରୁସତ ନାହିଁ।ପ୍ରକୃତରେ ଜୀବନର ଏତେ ବ୍ୟସ୍ତତା ଭିତରେ ସମୟର ଅଭାବ ଲାଗି ସପରିବାର ମିଶିକରି ଖାଇବା ଏମିତି କଥାବାର୍ତ୍ତା ମଧ୍ୟ କରି ପାରୁନଥିଲୁ।ଯିଏ ଯାହା କାମରେ ଵ୍ୟସ୍ତ। ସ୍ବାମି ସ୍ତ୍ରୀ ଦୁଇଜଣଙ୍କର ଚାକିରିର ବ୍ୟସ୍ତତା ଭିତରେ ଦୁହେଁ ଦୁହିଁଙ୍କୁ ସମୟ ଦେବାଟା ଭାରି ମୁସ୍କିଲ ହେଉଥାଏ। ଘରେ ବାପା ମାଆଙ୍କ ଦେହପା ଅବସ୍ଥା ବୁଝିବା ପାଇଁ ସମୟ ନଥାଏ।ତା ବାବା ଏବଂ ମୁଁ ଅଫିସ୍ ବାହାରିବା ସମୟରେ ସାନ ଝିଅ ଶୋଇଥାଏ।ରାତି ଦଶ କିମ୍ବା ଏଗାରରେ ଅଫିସରୁ ଫେରିଲା ଵେଳକୁ ମଧ୍ୟ ଝିଅ ଶୋଇପଡିଥାଏ।ଝିଅକୁ ଭଲରେ ଗେଲବି କରିପାରୁ ନ ଥିଲି।ଘରେ ଗୋଟିଏ ଧାଇକୁ ସମସ୍ତ ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ଏ ଲକ ଡାଉନ ଏକୋଇଶ ଦିନ ଭିତରେ ଏ ଦଶ ଦିନ ଏତେ ଶୀଘ୍ର ଚାଲିଗଲା ଆଦୌ ଜଣାପଡିଲା ନାହିଁ। ଘରେ ରହିବାର ସୁଯୋଗ ମିଳିଲା। ପିଲାମାନଙ୍କ ସହ ସମୟ ଦେବାପାଇଁ ।ହସ ଖୁସିରେ ପରିବାର ମଧ୍ୟରେ ଖୁସିର ଲହରୀ ଖେଳିଗଲା। କିନ୍ତୁ ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ଏହି କୋରନା ବିରୁଦ୍ଧରେ ଯୁଦ୍ଧରେ ସାମିଲ ହେଉଛନ୍ତି ସେମାନଙ୍କୁ ମୁଁ ସେଲୁଟ୍ କରୁଛି।ନିଜ ପରିବାର କଥା ଭାବିବା ପାଇଁ ସେମାନଙ୍କ ପାଖରେ ସମୟର ଅଭାବ। ପ୍ରକୃତରେ ସେମାନଙ୍କର ଜୀବନ ଧନ୍ୟ। ଖାଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି କରୋନା ମହାମାରୀର ମୃତ୍ୟୁର ବିଭିଷିକାରୁ ବିଶ୍ବକୁ ରକ୍ଷା କର। ଆଉ କିଛି ଦିନ ପରେ ପୁଣି ଆରମ୍ଭ ହୋଇଯିବ ସେହି କର୍ମମୟ ଜୀବନ।ପୁଣି ସେହି ବ୍ୟସ୍ତତା । ଡକ୍ଟର ଝରଣା ଶତପଥୀ ଭୁବନେଶ୍ବର


Rate this content
Log in