STORYMIRROR

ପ୍ରଶାନ୍ତ କୁମାର ବିଦ୍ୟାଧର

Abstract Fantasy Others

4  

ପ୍ରଶାନ୍ତ କୁମାର ବିଦ୍ୟାଧର

Abstract Fantasy Others

ଲିଲିମା

ଲିଲିମା

7 mins
277


ପ୍ରିୟ "ଲିଲିମା" ,


    କଳ୍ପନାର ଇନ୍ଦ୍ରଜାଲ ର ନୃତନ ଛlନ୍ଦରେ, ଉତ୍ସାହ ର ଅପୂର୍ବ ପୁଲକରେ ପୂଲ୍ଲକିତ ହେଇ ଉନ୍ମାଦନା ର ସ୍ପନ୍ଦନ ରେ କାମନାର ଆଲଂଘନୀୟ ଦୀପଶିଖା କୁ ଅତିକ୍ରମ କରି , ଆବର୍ତ୍ତନୀୟ ପବିତ୍ରତା ଭିତରେ ବିଶ୍ୱାସ ର ବଉଳ ବାସ୍ନା ନେଇ , ଧାରା ଶ୍ରାବଣର ସେଇ ଭିଜା ଭିଜା ମୌସମି ରେ ବେଳାଭୂମି ର ଛାତିକୁ ଚିରି ଆଶା ଓ ବିଶ୍ବାସ ନେଇ ଯାଉଥିବା ମୋର ଏଇ ନୀଳପରି "ଲିଲିମା" ,ରିମ୍ ଝିମ୍ ସ୍ବପ୍ନ ବିଭୋରିତ ମୋ ପ୍ରିୟା ପ୍ରାଣରେ ବିପୁଳ ଆନନ୍ଦ , ଅଭିନନ୍ଦନ ସହିତ ପ୍ରୀତିଭରା ପସରା ଖୋଲିଦେଉ ।


    "ଲିଲିମା" ତୁମେ ଜାଣିଛ ଏଇ ଚିଠିର ନାମ ମୁଁ କାହିଁକି "ଲିଲିମା" ରଖିଛି ..?? ପୂର୍ବ ଆକାଶ ରେ ରେ ଯେତେବେଳେ ପ୍ରଥମ ଥର ପାଇଁ ଅରୁଣିମା ପଡ଼ିଥାଏ ଏବଂ ଯେତେବେଳେ ତା'ର ଲାଲ ରଙ୍ଗ ଆକାଶରେ ବିଞ୍ଚି ହେଇଗଲା ପରେ ପୁନର୍ବାର ଅରୁଣିମା ମେଘରୁ ବାହାରି ଆସେ , ଯାହାଫଳରେ ଉଷା କିରଣରେ ଏକ ମନମୋହକ ଆଭା ପ୍ରକାଶିତ ହୁଏ ଏବଂ ସେଇ ଆଭା ରେ ଥାଏ ସାହସ , ଆତ୍ମବିଶ୍ୱାସ , ଉଚ୍ଚାଭିଳାଷ ତଥା କିଛି ପାଇବାର କିଛି ଦେବାର ଶକ୍ତି । ତା 'ସହିତ କିଛି ନୂତନ ଜାଣିବାକୁ ସର୍ବଦା ଆଗ୍ରହ ମଧ୍ୟ ଥାଏ । ଆଉ ମୋର ଏଇ "ଲିଲିମା"ର ନାମକରଣ କେବଳ ତୁମ ପାଇଁ । ଆଉ ମୋ ହୃଦୟ ଆକାଶ ର ତୁମେ ସେଇ "ଲିଲିମା" ଯାହାପାଇଁ ଆଜି ମୁଁ ଅଛି ।


    କଥାଟା ବୋଧହୁଏ ତୁମକୁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏହା ବାସ୍ତବିକ୍ ସତ୍ୟ । ଯେତେବେଳେ " ବେଳାଭୂମି ରେ ତୁମେ " ଥିଲ ଆଉ ସେଦିନ ମୁଁ ଖୋଜୁଥିଲି କେବଳ ସାହାରା । ଅଥଳ ନୀଳ ପାରାବାର ରେ କେବଳ ନୀଳ ନୀଳ ଉର୍ମିମାନେ ତାଣ୍ଡବ କରୁଥିଲେ ଏବଂ ତୁମେ ନୀରବରେ ବସି ତୁମର ହାତରେ ସଜାଉଥିଲ ଟାଟୁ । ମୁଁ ତୁମକୁ କେବଳ ନିହlରୁଥିଲି । ତୁମ ଶରୀରର ଲାଲିମା ସତେ ଯେପରି ମୋ ମନ ଉପବନର ବେଳାଭୂମି ରେ ଶତଦଳ ଉର୍ମି ଖେଳେଇ ଯାଉଥିଲା । ତୁମ ଚେହେରା ରେ ସତେ ଏକ ଅପୂର୍ବ ଆଭା ଥିଲା । ତୁମେ ଥିଲ ଷୋଡ଼ଶୀ ରୂପସୀ । ତୁମ ଢଳ ଢଳ ଯୌବନ ରେ ଅନେକ ଭ୍ରମର ରୂପୀ କଳାପାହାଡ଼ ଆତ୍ମସମର୍ପଣ କରି ତୁମ ଆଭା ରେ ଲୀନ ହେବାକୁ ଅନେଇ ରହିଥିଲେ । କେହି କେହି ଟୁପୂର୍ ଟାପୂର୍ ହେଉଥିଲେ , ଏଇ ଦେଖ କେତେ ସୁନ୍ଦର ଝିଅ ଟିଏ ବସି ଟାଟୁ ତିଆରି କରୁଛି । ଆରେ କେଉଁ ଅପ୍ସରା ଏହାର ସରି ହେବ । ଏଇ ଦେଖୁନ ତା' ର ମନଲୋଭା ରୂପ ଯୌବନ କୁ । ସତରେ ତୁମେ ସେଦିନ ବ୍ଲୁ ରଙ୍ଗର ଶାଢ଼ୀ ରେ ବେଶ ସୁନ୍ଦର ଲାଗୁଥିଲ । ମଥାରେ କୁଙ୍କୁମ , ଓଠରେ ଲାଲ ରକ୍ତିମ ଲେପ । ସତରେ ତୁମେ ଗୋଲାପ କଢି ସଦୃଶ୍ୟ ଲାଗୁଥିଲ କିନ୍ତୁ ଯେତେବେଳେ ସେମାନେ ତୁମ ରୂପ କାନ୍ତି , ଯୌବନ , ତୁମ ସୁଥଳ ବକ୍ଷଜ , ତୁମ ପତଳା କଟି କୁ ନେଇ ଆକ୍ଷେପକରି କହିଥିଲେ । ମୁଁ ଚିତ୍କାର କରିଥିଲି । ଦୂର୍ବୁତମାନେ ଚାଲି ଯାଇଥିଲେ କିନ୍ତୁ ମୁଁ ମନେ ମନେ ତୁମ ଉପରେ ଅନେକ ରାଗିଥିଲି । ମୋତେ ପସନ୍ଦ ନଥିଲା ତୁମ ଦେହକୁ ଆଉ କେହି ଛୁଇଁ ଯାଉ । କେଜାଣି କାହିଁକି ତୁମପ୍ରତି ମୋର ଏଇ ଆକର୍ଷଣ ବଢ଼ିଯାଇଥିଲା , ଠିକ୍ ସେତିକି ବେଳେ ତୁମ ଓଠର ହସ ମୋ ପ୍ରାଣରେ ଶୀତଳତା ଆଣି ଦେଇଥିଲା । ସେବେଠାରୁ ମୁଁ ତୁମ ନାମ


"ଲିଲିମା" ରଖିଥିଲି


       "ଲିଲିମା"ର ଅର୍ଥ ନେତୃତ୍ୱ , ଆଶ୍ଚର୍ଯ୍ୟଜନକ ଅଟେ । ତୁମେ ସଂପୂର୍ଣ୍ଣ ନିର୍ଭୟରେ ଏବଂ ଖୋଲାଖୋଲି ଭାବରେ ତୁମର ଲକ୍ଷ୍ୟ ହାସଲ କରିବାରେ ତୁମର ଏକ ଉଦ୍ଦେଶ୍ୟ ଅଛି ଏବଂ ତୁମେ ଏକ ମହାଦୃମ ଭଳି ବଳବାନ ଆତ୍ମା ସହିତ ଆଗକୁ ବଢିବ ,ଏହା ମୁଁ ଜାଣିଥିଲି କିନ୍ତୁ ସେତିକିରେ ମୁଁ ମୋ କଳ୍ପନାରେ ତୁମକୁ ମୋର ମନଦେଇ ଦେଇଥିଲି । ମୁଁ ସଙ୍କୋଚ କରୁଥିଲି ଏଇଥି ପାଇଁ ଯେ ମୁଁ ବିବାହିତ ବୋଲି । ତୁମେ ମଧ୍ୟ କିଛି ସମୟ ଅନ୍ତର ରେ ମୋତେ ଦେଖି ମୁରୁକି ମୁରୁକି ହସୁଥଲ । ବୋଧହୁଏ ମୋ ମୁଖଣ୍ଡଳରେ ଥିବା କ୍ରୋଧ କୁ ତୁମେ ଆପଣେଇ ନେଇଥିଲ , ଓ ତୁମର ସେଇ ଚାହାଣୀ ରେ ବିମୋହିତ ହେଉଥିଲି ମୁଁ । ସେଦିନ "ବେଳାଭୂମି ରେ ତୁମେ ଆଉ ମୁଁ " ଥିଲେ । ତୁମେ ପାଖକୁ ଆସି ବସିଲ ଆଉ ନରମ କଣ୍ଠ ରେ କହିଲ ଏ , ଇଡିୟେଟ କଣ ଏମିତି ଚାହୁଁଛ ?? ମୁଁ " ପ୍ରୀତି ଲିଲିମା " । ପ୍ରେମ କରୁଛ ଯଦି ପ୍ରପୋଜ କରୁନ ?? ଏଇ ଦେଖ ମୁଁ ତୁମକୁ ପ୍ରେମ କରୁଛି ଓ ନିର୍ଭୟରେ କହୁଛି ଆଇ ଲଭ୍ ୟୁ ।


      ଦିନ ପରେ ଦିନ ଗଡି ଚାଲିଲା , ସବୁଦିନ ଭଳି ତୁମେ ମୋତେ ଦେଖୁଥିଲ ଏବଂ ମୁଁ ତୁମକୁ । ଆମ ସମ୍ଵନ୍ଧ ବଢ଼ି ଚାଲିଲା । ମୁଁ ତୁମକୁ କହିଥିଲି ଏଇ ଶୁଣ ନାଁ ଆମ ଭିତରେ କିଛି ଲୁଚା ଛପା ରହିବା ଠିକ୍ ନୁହେଁ । ମୁଁ ବିବାହିତ ଆଉ ତୁମେ ଜଣେ ସମ୍ଭ୍ରାତ ପରିବାର ର ଅଲିଅଳୀ ଅବିହାଡ଼ି ଝିଅ । ତୁମେ ତୁମର ଦାମ୍ଭିକ ପ୍ରକୃତି ରେ ରାଗି କହିଥିଲ ତ ' ପ୍ରେମ କରିବା ମନା ?ଯା ତମେ ତୁମର , ସେଇ ରୂପବତୀ ସ୍ତ୍ରୀଙ୍କ ପାଖକୁ । କାହିଁକି ମୋତେ ଜାଳି ପୋଡ଼ି ମାରୁଛ ଏମିତି ? ଥରେ ମୋତେ କହିଦିଅ , ତୁମେ ମୋତେ ପ୍ରେମ କରୁନ କି ମୁଁ ତୁମର ଯୋଗ୍ୟା ନୁହେଁ ବୋଲି ! ଚାଲିଯିବି ସବୁଦିନ ପାଇଁ ତୁମ ଦୁନିଆଁ ରୁ । କେବେ ଆଉ ଫେରିବି ନାହିଁ ! ନାଁ ମୁଁ କହିପାରିଥିଲି ନାଁ ତୁମେ ଶୁଣିବାକୁ ପାଇଥିଲ । ତୁମ ସହିତ କିଏ କଥା ହେଲେ ମୋତେ ବିରକ୍ତ ଲାଗୁଥିଲା ଆଉ ମୋ ନାମ ସହିତ ଯଦି ଆଉ କାହାର ନାମ ଯୋଡ଼ି ହେଇଯାଇଥିଲା ତୁମେ ଚିଡ ଚିଡ଼ ହୁଅ । ମୁଁ ଜାଣିଛି ତୁମେ ମୋତେ ଅନନ୍ୟ ପ୍ରେମ କର କିନ୍ତୁ ଫରକ୍ ଏତିକି ତୁମେ ବାରମ୍ବାର ଦର୍ଶାଇ ନଥିଲ ଆଉ ମୁଁ ତୁମଠାରେ ଏଇ ଆଶା ରଖିଥିଲି ,କାରଣ କଣ ଜାଣିଛ ! ହଁ ତୁମେ କେବେ କହିବ ଯେ ଏ ଅରଣ୍ୟ ତୁମ "ଲିଲିମା" ତୁମକୁ ତୁମଠାରୁ ଅଧିକ ପ୍ରେମ କରୁଛି ଆଉ ଏଇ କଥା ଶୁଣି ମୋ କାନ ପବିତ୍ର ହେଇଯିବ ।


ତୁମେ ସେଇ ଗୋଟିଏ ଥର ବ୍ୟତୀତ ଆଉ କେବେ କହିନ !


      

ମୁଁ ବାରମ୍ବାର ତୁମକୁ ଜାଣିଶୁଣି ଚିଡ଼ିଲା ଭଳି କଥା କୁହେ , ତୁମେ ଜବାବ ରେ କେବଳ ଏତିକି କୁହ କି ଫାଲତୁ ଲୋକ ମ ! ଇଡିୟେଟ କାଲି ଯେମିତି ଥିଲ ଆଜି ବି ସେମିତି !


ଆଇ ହେଟ୍ ୟୁ !


ଆଇ ହେଟ୍ ୟୁ !


ଆଇ ହେଟ୍ ୟୁ !



    ବିତିଗଲା ଅନେକ ମାସ , "ବେଳାଭୂମି ରେ ତୁମେ" ଆଉ ଦେଖା ଦେଲନି । ମୁଁ ଆଉ କିଛି ଖବର ପାଇଲି ନାହିଁ । ତୁମର ବିବାହ ସ୍ତିର ହେଲା । ତୁମେ ବିବାହ କରିଲ । ଖବର ପାଇବାପରେ ମୁଁ ତୁମ ଜୀବନରୁ ଦୂରେଇ ଯିବାକୁ ଅନେକ ଉଦ୍ୟମ କରିଲି କିନ୍ତୁ ତୁ ଆଉ ମୁଁ କେବେ କଣ ଦୂରେଇ ରହି ପାରିବା । ମନେ ମନେ ଭାବିଲି, ତୁମେ ଏମିତି ଅଚାନକ ମୋ ସ୍ୱପ୍ନରେ ସାମ୍ନାକୁ ଆସି , ମୋ ହୃତପିଣ୍ଡ ର , ସ୍ପନ୍ଦନ ଗତିକୁ ତୀବ୍ର କରନାହିଁ । ଏତେବଡ ଦଣ୍ଡ ଦିଅନାହିଁ ମୋତେ କି ଏହି ଦଣ୍ଡର ତୀବ୍ରତା ର ସ୍ରୋତରେ ମୁଁ ଭାସି ଯିବି ! ତୁମେ ମୋ ପାଖରେ ନାହଁ ଏହା କଣ କଳାପାଣି ର ସଜ୍ଜା ଠାରୁ କମ୍ ତୁ ଆଉ ମୁଁ ଭିତରେ ଏଇ ଦୁରତ୍ଵ କେମିତି ସହ୍ୟ କରିବି ତୁମେ ମଧ୍ୟ ବିରହ ବେଦନା ସହ୍ୟ କରୁଛ , ସାକ୍ଷାତ ପାଇଁ ମନା କରୁଛ । ଅନେକ ସମୟରେ ତୁମେ ଅଣନିଃଶ୍ୱାସୀ ହେଇପଡୁଛ । କିନ୍ତୁ କାହିଁକି ?


ମୁଁ କିଏ ତୁମର ?


କଣ ମୋର ପରିଚୟ ?


ପ୍ରତି ଉତ୍ତର ରେ ତୁମେ ଜବାବ ଦେଇଥିଲ , ତୁମେ ଜାଣିନ କି ? ମୁଁ ତୁମର ସ୍ତ୍ରୀ ବୋଲି ! କିନ୍ତୁ ଶବ୍ଦର ବ୍ୟବହାର କରି ତୁମେ କହିଥିଲ ମୁଁ ଆଉ ତୁମର କେହି ନୁହେଁ ? ଯାଆ ଯାହା ପାଇଁ କୋଟ ଲେଖିଛ ତାଙ୍କ ସ୍ମୃତି ରେ ରୁହ । ମୋ ଠାରୁ ଆଉ ମୋ ସ୍ମୃତି ରୁ ସବୁଦିନ ପାଇଁ ଦୂରେଇ ଯାଆ । ଲେଖିବା ପୂର୍ବରୁ ଥରୁଟିଏ ବି ମୋ କଥା ତୁମର ମନ ପଡିଲା ନାହିଁ ? ମୁଁ ଜାଣିଛି ତୁମେ ଯାହା କିଛି ଲେଖିଛ , ହୃଦୟର କୋଣ ଅନୁକୋଣ ରୁ ତାହା ସୃଷ୍ଟି । ନାଁ ମୁଁ ଗାଳ୍ପିକା , ନାଁ ମୁଁ କବୟିତ୍ରୀ । ଏତେ ଭାଷା ମୁଁ ବୁଝି ପାରେ ନାହିଁ କିନ୍ତୁ ମୋ ମନର ମଣିଷ କୁ ମୁଁ ଠିକ୍ ଚିହ୍ନିଛି । ମୁଁ ତୁମକୁ ଘୃଣା କରେ ଅରଣ୍ୟ !

ଆଇ ହେଟ ୟୁ

ଆଇ ହେଟ ୟୁ

ଆଇ ହେଟ ୟୁ ଏଇ ଆମର ଶେଷ କଥା

     ତୁମେ ଫେରିଗଲ ମୋ ଜୀବନରୁ , ଯାଆ , କାହାରି ଆବଶ୍ୟକତା ନାହିଁ ଏଇ ଅରଣ୍ୟ ଦାସମହାପାତ୍ର ଙ୍କୁ । ନାଁ ତୁମେ ମୋତେ କେବେ ପଚାରିଛ କେମିତି ଅଛ ? ନାଁ ବୁଝିଛ ! ଆରେ ତୁମେ କେବେ ପ୍ରେମିକା ପରିଚୟ ଦେଇନ କି ଠିକ୍ ରେ ବନ୍ଧୁତା ସ୍ଥାପନ କରିନ । ଆଜି କହୁଚ୍ଛ ଚାଲିଯିବି ଯାଆ "ଲିଲିମା" .ମୋ ଜୀବନ ପରିଧିରୁ ଚାଲି ଯାଅ କିନ୍ତୁ ମନେ ରଖିବ ।


   

 ତୋର, ମୋର ସାକ୍ଷାତ କେବେ ତ ' ହେବ !


କେଉଁଠି ତ ' ହେବ.!

ଏଇଟା ସତ୍ୟ ଯେ ଆମେ ମିଶିବା ନିଶ୍ଚିନ୍ତ । ତୁମେ ମୋ ପାଇଁ ଆଉ ମୁଁ ତୁମ ପାଇଁ କେବଳ । ତୁ ଜାଣିଛୁ ନାଁ ..ଯେବେ ଏବଂ ଯେଉଁଠାରେ ତୋର ମୋର ସାକ୍ଷାତ ହେବ ସେ ସାକ୍ଷାତ ଭଗବାନଙ୍କ ବରଦାନ ଠାରୁ କିଛି କମ ନୁହେଁ ଆମ ଦୁହେଁ ଙ୍କ ପାଇଁ ଠିକ୍ କହିଲି ନାଁ ।


     ନବଜାତ ଶିଶୁଟିଏ ଭଳି ମୁଁ , ସମୁଦ୍ର ବେଳାଭୂମିରେ ବସି ସାଉଁଟୁଥିଲି ମାଆ ର ପଣନ୍ତ କାନି ର ଅଦ୍ଭୁତ ସ୍ପର୍ଶ । ସମ୍ମୋହିନୀ ଅସ୍ତ୍ର ଫିଙ୍ଗି ତୁମେ ଆଜି ମୋର ସର୍ବସ୍ବ ନଷ୍ଟ କରି କାଙ୍ଗଳ କରିଦେଇଛ । ମୁଁ ସମୁଦ୍ରରୁ ଶିଖିଛି କିପରି ଚୁପଚାପ୍ ବଞ୍ଚିବି ଏବଂ ନିଜ ଖୁସିରେ , ଆନନ୍ଦରେ ବଞ୍ଚିବି, ଏହା ପରର କାହାଣୀ ଏଇଟା ନୁହେଁ ଯେ , ମୋର କୌଣସି ତ୍ରୁଟି ନାହିଁ ବୋଲି ନୁହେଁ, କିନ୍ତୁ ମୁଁ ସତ୍ୟ କହୁଛି ଯେ ମୋ ଭିତରେ ପ୍ରତାରଣା ନାହିଁ |

   ଅଧିକ କିଛି ଲେଖୁ ନାହିଁ "ଲିଲିମା" . । ମୁଁ ଆଜି ହାରି ମଧ୍ୟ ବାଜି ଜିତି ଯାଇଛି ଆଉ ତୁମେ ବାଜି ଜିତି ମଧ୍ୟ ହାରିଯାଇଛ ! ବଞ୍ଚିଥିବି ଯଦି ପୁଣି ଥରେ ନିଶ୍ଚିନ୍ତ ଦେଖା ହେବ ସେଇ " ବେଳାଭୂମି ରେ ତୁମେ " ଆଉ ମୁଁ

ରହୁଛି

ଇତି ତୁମର ଗାଳ୍ପିକ

ଅରଣ୍ୟ କୁମାର ଦାସମହାପାତ୍ର ।

      ଡାକିଆ ଆସି ଗେଟ୍ ବାଡେଇଲେ କିଏ ସେ ଅଛନ୍ତି । ଏଇ ଘରେ "ଲିଲିମା" ମାଡ଼ମ ଅଛନ୍ତି କି ? ଗୋଟିଏ ଚିଠି ଆସିଛି ନିଅନ୍ତୁ !

_ ଆରେ ଏଇ ଘରେ "ଲିଲିମା" . କେହି ନାହାଁନ୍ତି !

_ ଆଜ୍ଞା , ପ୍ଲଟ ନମ୍ବର ୧୪୩ ତ । ଏଇଟା ଏଇ ଘର ର ଚିଠି ଏଇଠି ସାଇନ୍ କରି ଦିଅନ୍ତୁ ।

_ ଆରେ ଏ.କେ କାହାର ଚିଠି ଦେଲ ?

_ ପ୍ରୀତି , ଏଇଟା କେଉଁ "ଲିଲିମା" . ମାଡ଼ମ ଙ୍କ ଚିଠି । ତୁମେ କଣ କରିବ ?

_ ଆରେ ଦିଅ ନାଁ ବାବା ..! କଣ ଅଛି ଟିକେ ପଢ଼ିବା ଚିଠି ଟା । ଆଜି କାଲି ଆଉ ଦେଖିବାକୁ ମିଳୁନାହିଁ ପରା । ଚିଠି ଟି ଏ.କେ ଙ୍କ ହାତରୁ ଛଡେଇ ନେଇ ଏକା ନିଃଶ୍ୱାସ ରେ ପଢିବାକୁ ଲାଗିଲେ ବହି ଯାଉଛି ଛାତିର ଅକୁହା କଥାଗୁଡାକ , ଲୁହ ହେଇ । ଏକ ମୁହାଁ ହେଇ କାର ରେ ବସି ଚାଲିଗଲେ ବେଳାଭୂମି ପାଖକୁ

_ ଅରଣ୍ୟ ଅରଣ୍ୟ ଅରଣ୍ୟ

କେଉଁଠି ଅଛ ଅରଣ୍ୟ ତୁମ "ଲିଲିମା" . ଆସିଛି ଅରଣ୍ୟ , ତୁମ "ଲିଲିମା" . ଆସିଛି । ଥରେ ମୋତେ ଦେଖାଦିଅ ଅରଣ୍ୟ ତୁମ ବିନା ମୁଁ କିଛି ନୁହେଁ ? ମୁଁ ପ୍ରୋମିଜ୍ କରୁଛି ଆଉ ଭୁଲ କରିବି ନାହିଁ ।

     ସରିଯାଇଥିଲା ସବୁକିଛି , " ବେଳାଭୂମି ରେ ତୁମେ " କେବଳ ରହି ଯାଇଥିଲା ।

"ଲିଲିମା" ଙ୍କ ସ୍ମୃତି ରୁ ସବୁଦିନ ପାଇଁ ଢ଼ଳି ଯାଇଥିଲେ ଅରଣ୍ୟ କୁମାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract