STORYMIRROR

Himalini Hota

Horror

4  

Himalini Hota

Horror

ଲେଡିଜ ହଷ୍ଟେଲ

ଲେଡିଜ ହଷ୍ଟେଲ

6 mins
225

ମୁଁ ବୁଝି ପାରେନି ଗୋଟେ କଥା, ମା ବାପା ଏତେ ନିଷ୍ଠୁର ହୁଅନ୍ତି କେମିତି ? ନିଜ ଜନ୍ମ କଲା ସନ୍ତାନ କାହାକୁ ଯଦି ମନ ଦେଇ ବସିଲା ତେବେ ତାର ଗୋଟେ ସମାଧାନ ନକରି ତାକୁ ପରିବାର ଲୋକେ ଜୀବନ ରୁ ମାରି ଦେବାକୁ, ପଛାନ୍ତି ନାହିଁ କେମିତି?ସେମାନେ କଣ ନିଜ ସମୟରେ କେବେ ପ୍ରେମ କରିନଥାନ୍ତି ?ପ୍ରେମ କରିବା ଟା ଗୋଟେ କଣ ଏତେ ବଡ଼ ପାପ ?।  ଯଦି ବା ଯୌବନର ଉଦ୍ଦାମତା କାରଣରୁ ହେଉ କିମ୍ବା ଦୈହିକ ଆକର୍ଷଣ କାରଣରୁ ପଥଭ୍ରଷ୍ଟ ହୋଇ ବସେ ନିଜ ଜନ୍ମ କଲା ସନ୍ତାନ ତାର କଣ ଏକ ମାତ୍ର ସମାଧାନ, ନିଜ ହାତରେ ମୃତ୍ୟୁ ଦେବା କଳିକା ଟିକୁ ତାଙ୍କ ହାତ କେମିତି ଯାଏ ଏମିତି ନିଷ୍ଠୁର କାମ ପାଇଁ । ଭାବିଲା ବେଳକୁ ମୁଣ୍ଡ କଣ ହୋଇଯାଏ ମୋର ଲୋକ ଲଜ୍ଜ୍ୟା କଣ ନିଜ ସନ୍ତାନର ଜୀଵନ ଠାରୁ ବଡ଼ ? ଯଦି ଏହି ସନ୍ତାନଟିର ସ୍ଵାସ୍ଥ୍ୟ ଗତ ସମସ୍ୟା କାରଣରୁ ମୃତ୍ୟୁ ହୋଇଥାନ୍ତା ବାପା ମାଆଙ୍କର କଣ ହୃଦୟ ବିଦାରି ହୋଇ ଯାଇ ନଥାନ୍ତା ।ସେମାନେ କଣ ଶୋକ କରି ନଥାନ୍ତେ ତାକୁ ଝୁରି ହୋଇ ନ ଥାନ୍ତେ ? କେମିତି ଯେ ଏମିତି କରନ୍ତି ! ନିକଟରେ ଏମିତି ଗୋଟେ ହୃଦୟ ସ୍ପର୍ଶୀ ଘଟଣା ମୋ ମନକୁ ଆନ୍ଦୋଳିତ କରିଦେଇଥିଲା। ସେଦିନ ରାତି ଦଶଟାରେ ଷ୍ଟେସନରେ ଥାଏ ମୋର ନାଇଟ ଡ଼ିଉଟି। ତରବରରେ କଣ ଦୁଇଟା ଖାଇ ଘରୁ ବାହାରିଲା ବେଳକୁ ଗାଁ ରୁ ଫୋନ ଆସିଲା ବାପା ବ୍ୟସ୍ତ ହୋଇ କହୁଥାନ୍ତି ବୋଉ ର ଚେତା ବୁଡି ଯାଇଛି ଯେତେ ଜଳଦି ପାରିବୁ ତୁ ଆସେ ବୋଉ କୁ ହସ୍ପିଟାଲ ନେବା ବୋଉର ଦେହ ସିରିୟସ ଖବର ପାଇ ଗାଡି ଆଉ ଷ୍ଟେସନ ଆଡେ ନ ବୁଲେଇ ସିଧା ବୁଲେଇଲି ଗାଁ ଆଡେ ରାତାରାତି ବୋଉକୁ ନେଇ ହସ୍ପିଟାଲରେ ଜଏନ କରି ସ୍ତ୍ରୀ ଙ୍କୁ ତାଙ୍କ ପାଖରେ ଜଗେଇ ଷ୍ଟେସନରେ ପହଞ୍ଚିଲା ବେଳକୁ ପ୍ରାୟ ରାତି ଦୁଇଟା ମୋର ଉଦ୍ଦେଶ୍ୟ ଥିଲା ସେଠି କିଛି ସମୟ ରହି ହସ୍ପିଟାଲ ଫେରିଯିବି।କିନ୍ତୁ ସେଠି ଯାଇ ଦେଖିବାକୁ ପାଇଲି ମୋର ସହକର୍ମୀ ଜଣକ ବ୍ୟସ୍ତ ଅଛନ୍ତି ଗୋଟିଏ ବେଞ୍ଚରେ ବସିଥିବା ତିନଟି ବିହାରୀ ଟୋକାଙ୍କ ସହ କଥୋପକଥନରେ । ଭାରି ବ୍ୟସ୍ତ ବିବ୍ରତ ଲାଗୁଥାନ୍ତି ତିନଟି ଯାକ ପିଲା । ବୟସ ଅତି ବେଶୀରେ ତିନି ଜଣ ଯାକର କୋଡିଏ ରୁ ବାଇଶି ଭିତରେ । ହିନ୍ଦୀ ଭାଷାରେ କଥା ହେଉଥାନ୍ତି। ହେ କଥା ହେଉଥାନ୍ତୁ ମୋ କଣ ଗଲା ଭାବି ପ୍ରଥମରେ ଟିକେ ପାଣି ପିଇ ନିଶ୍ୱାସ ମାରିଲି । ତାପରେ ଦୁଇ ମିନଟ ବସିଛି କି ନାହିଁ ମୋ ର ସହକର୍ମୀ ପାତ୍ର ବାବୁ ଦୌଡ଼ି ଆସିଲେ ମୋ ପାଖକୁ । କହିଲେ ହୋତା ସାର ଟିକେ ଶୁଣନ୍ତୁ ଏ ତିନଟି ବିହାରୀ ଟୋକା କି ଅଜବ କଥା ଗୁଡାଏ କହୁଛନ୍ତି।ବିରକ୍ତ ଲାଗିଲେ ମଧ୍ୟ ଯେହେତୁ ଅନ ଡିଉଟିରେ ଅଛି ଘଟଣା କଣ ବୁଝିବାକୁ ଗଲି । ତିନଟି ଯାକ ବିହାରୀ ଟୋକା ବେଞ୍ଚ ଉପରେ ବସି ଥରୁଥାନ୍ତି । ଆଉ ଭୂତ ଭୂତ ହେଉଥାନ୍ତି। ଭାରି ଚିଡା ଲାଗିଲା ଭେଣ୍ଡିଆ ମାନଙ୍କ ପାଟିରୁ ଏ ଭୂତ କଥା ଶୁଣି। କହିଲି କଣ ହେଇଛି ମତେ ଭଲ ସେ କୁହ । ନାଇ ଯଦି ମାଲ ପକେଇ ଡ୍ରାମା କରୁଛ ତୁମ ତିନିଟାକୁ ବାଡେଇ ବାଡେଇ ସିଧା ଥାନାକୁ ନେବି । ଏମିତିରେ ବି ମୋ ମୁଣ୍ଡ ଗରମ ଥାଏ ।ବିହାରୀ ଟୋକା ଭିତରୁ ଜଣେ ଆରମ୍ଭ କଲା ତା ଭାଷାରେ କିନ୍ତୁ ମୁଁ ଓଡ଼ିଆରେ ଏଠି କହୁଛି । ସେ ଯାହା କହିଲା ଏଇ ଷ୍ଟେସନ ପାଖ ପରିତ୍ୟକ୍ତ ଲେଡିଜ ହଷ୍ଟେଲର ଅରମା ସଫା କରିବା ପାଇଁ ସେମାନଙ୍କୁ ହଷ୍ଟେଲ ମାଲିକ ଆଣିଥିଲା । ଦିନ ସାରା ସେମାନେ କଣ୍ଟା ଝଂଟା ସଫା ସଫି କରିବା ପରେ ରାତିରେ ଯେତେବେଳେ ବାହାରେ ଖାଇ ସେହି ପରିତ୍ୟକ୍ତ ଗୃହ ଭିତରେ ଗୋଟିଏ ରୁମ ସଫା କରି ଶୋଇ ବାକୁ ଆସିଲେ । ସେମାନେ ଅନୁଭବ କଲେ କେହି ଯେମିତି ସେମାନଙ୍କର ଲୁଚି ଲୁଚି ଅନୁସରଣ କରୁଛି। ଚାଲି ବାର ଭାରି ଆବାଜ ସହ ଧଡ଼ ଧାଡ ଖଡ଼ ଖଡ ହେଉଥାଏ । ଯେହେତୁ ନୂଆ ଜାଗା ପୁଣି ପାଞ୍ଚ ବର୍ଷ ହେଲା ବନ୍ଦ ପଡିଛି ଘର, ମୁଷା ,ବାଦୁଡି,ଚେମଣି ମାନେ ଉପଦ୍ରଵ କରୁଥିବl ସ୍ୱାଭାବିକ। ପୁଣି ଆଉ ଯାହା ବି ହେଉଥିବ ମନର ଭ୍ରମ ଭାବି ପ୍ରଥମେ ସେମାନେ ଶୋଇବାର ଉପକ୍ରମ କରିଥିଲେ । କିନ୍ତୁ ରାତି ଯେତେ ବଢ଼ିଲା ସେହି ଶବ୍ଦ ବି ସେତିକି ବଢ଼ିଲା । ଚାରିଆଡେ ଏଥର ପୁରା ଜିନିଷ ଫିଙ୍ଗା ଫୋଫଡ଼ା କଲା ପରି ଶୁଭିଲା । ଆଉ ଶୁଆଇ ଦେଲାନି ସେ ଶବ୍ଦ।ତଥାପି ଭୟରେ କୋଠରୀ ଭିତରେ ଆଖିବୁଜି ପଡି ରହିଲେ ତିନିହେଁ । ମଝିରେ ମଝିରେ ବିକଟାଳ କ୍ରନ୍ଦନ ସ୍ୱର ସବୁ ଶୁଭିଲା। ତା ସହ ତାକୁ ତାଳ ଦେଇ ଗଁ ଗଁ ଶବ୍ଦ । କାନ ଫାଟି ଗଲା ପରି ଲାଗୁଥାଏ । ଆଉ ସମ୍ଭାଳି ରହି ପାରିଲେ ନାହିଁ ସେତେ ବେଳେ, ଯେତେବେଳେ କି ତାଙ୍କ କୋଠରୀର ଦୁଆର ଆପେ ଆପେ ଖୋଲି ଯାଇ ସେଇ କ୍ରନ୍ଦନ ଧ୍ୱନି ତାଙ୍କର ନିକଟ ତର ହେଲା। ଗୋଟେ ଡିଆଁରେ ସେମାନେ ଏ ଷ୍ଟେସନରେ ହାଜର ହେଲେ ଆମକୁ ରକ୍ଷା କର କହି । ଶୁଣିବାକୁ ଅଜବ ଲାଗୁଥିଲେ ବି ଏ ଦ୍ଵାବିଂଶ ଶତାଦ୍ଧୀରେ ଭୂତ ଭୟ କାହିଁ ଟିକେ ଅଡ଼ୁଆ ଅଡ଼ୁଆ ଲାଗୁଥାଏ ମତେ। ତଥାପି କହିଲି ଚାଲ ଯାଇ ଘଟଣା କଣ ଦେଖି ଆସିବା । ସେଇ ପରିତ୍ୟକ୍ତ ଲେଡିଜ ହଷ୍ଟେଲ ଟି ଥିଲା ଏକଦମ ଷ୍ଟେସନ ପାଖପାଖି । ଦିନବେଳା ବହୁତ ଥର ସେଇ ରାସ୍ତା ଦେଇ ଯାଇଛି ।କିନ୍ତୁ ଗଛ ଲତା ବଢି ବାହାରକୁ ଗୋଟେ ଛୋଟ କାଟିଆ ଜଙ୍ଗଲ ର ଭ୍ରମ ସୃଷ୍ଟି ହେଉଥିବାରୁ ସେ ଆଡକୁ କେବେ ନଜର ଯାଇ ନାହି ମୋର ।ସେମାନେ କିନ୍ତୁ ଆଦୌ ରାଜି ହେଲେ ନାହିଁ ମୋ ସହ ଯିବାକୁ ।ପେଟ୍ରୋଲିଂ ଗାଡି ବୁଲୁଥାଏ ।ସେଇ ତିନି ଜଣ ଙ୍କୁ ଧରି ସେମାନଙ୍କ ପାଖକୁ ଗଲି ।ସେମାନଙ୍କର ସାମ୍ନା ରେ ଏହି ତିନି ଜଣ ଙ୍କ କଥା ଉପସ୍ଥାପନା କଲି ।ସମସ୍ତେ ବିହାରୀ ଟୋକା ମାନଙ୍କ ର ବାଉଳl ଦେଖି ବହେ ହସିଲେ । ମୋ ପରି ସେମାନେ ବି ଭାବିଲେ ମାଲ ପକେଇ ଡ୍ରାମା କରିଛନ୍ତି ବୋଲି କିନ୍ତୁ ସେମାନଙ୍କ ମୁହଁ ର ଭୟର ସ୍ବେଦ ବିନ୍ଦୁ ଦେଖି ଘଟଣା କଣ ଜାଣିବା ପାଇଁ ସମସ୍ତେ ସେହି ପରିତ୍ୟକ୍ତ ଲେଡିଜ ହଷ୍ଟେଲ ନିକଟକୁ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେଠାରେ ପୁରା ପେଟ୍ରୋଲିଂ ଟିମ ପହଞ୍ଚିଲେ । ଚାରିଆଡେ ଖୋଜା ଖୋଜି କଲେ କିଏ ଚୋର ଡକେଏତ ଥିବେ ଭାବି।କିନ୍ତୁ ଅଳିଆ କଣ୍ଟା ଝଂଟା,ଛୋଟ ବଡ଼ ଲତା,କେତେ ବଡ଼ ବଡ଼ ଗଛ ଛଡା କୁଆଡେ କିଛି ନଥିଲା।ଟିମ ଲିଡ଼ର ମିଶ୍ର ସାର ଏଥରକ ସେହି ତିନିଜଣ ଙ୍କୁ ନେଇ ପୋଲିସ ଷ୍ଟେସନ ଅଭିମୁଖେ ଗଲେ।ସେହି ତିନିଜଣ ଙ୍କ ଭୟ ତଥାପି ଛାଡି ନଥାଏ। ସେଠାରେ ଆଗରୁ ରହିଥିବା ପୁରୁଣା ହୋମଗାର୍ଡ ମାନଙ୍କ ଠାରୁ ସେ ପରିତ୍ୟକ୍ତ ହଷ୍ଟେଲ ବୃତ୍ତାନ୍ତ ଶୁଣିବା ପରେ ତା ପରଦିନ ପୁରା ପାଞ୍ଚ ବର୍ଷ ର ଫାଇଲ ଘଣ୍ଟା ଯାଇଥିଲା। ସେ ଭିତରେ ଗୋଟେ ନିଖୋଜ କେସ ଥିଲା ଲେଡିଜ ହଷ୍ଟେଲ ମାଲିକ ଙ୍କ ସାନ ଝିଅ ନାଁ ରୋତା ସହ ସେହି ଫାଇଲ ଭିତରେ ଚଉଦ /ପନ୍ଦର ବର୍ଷୀୟା ମାଲିକ ଙ୍କ ଝିଅ ର ଗୋଟେ ସୁନ୍ଦର ଫୋଟ ବି ଥିଲା। ରିପୋର୍ଟ ଅନୁଯାୟୀ ସ୍କୁଲ ରୁ ଫେରୁଥିବା ସମୟରେ ସେ କୁଆଡେ ନିଖୋଜ ହୋଇ ଯାଇଥିଲା ଯାର କି ପତ୍ତା ଏ ଯାଏଁ ମିଳି ପାରିନଥିଲା। ହଷ୍ଟେଲ ମାଲିକ ଙ୍କୁ ସନ୍ଦେହର ଘେରରେ ରଖି ଡକା ଯାଇଥିଲା ଝିଅ ସମ୍ବନ୍ଧରେ ପଚରା ଉଚରା ପାଇଁ । ସେ ଆସି ଏମିତି କାନ୍ଦିଲେ ଅଫିସରେ, ବାପ ରେ ଦେଖିବା ଲୋକ ତାଯୁବ ହୋଇଯିବ ।ମତେ କାହିଁ ଟିକେ କୁମ୍ଭୀର କାନ୍ଦଣା ପରି ଲାଗିଥିଲା।ଏତେ ବର୍ଷ ଚୁପ ରହିଥିଲେ ଅଥଚ ଆମେ ଡାକି ପଚାରିବାରୁ ଏତେ କାନ୍ଦ । ମତେ କାହିଁ ଠିକ ଲାଗିନଥିଲା ତାଙ୍କର ଏପଟ ସେପଟ କଥା ବାର୍ତ୍ତା। ଘରେ ଗୋଟେ ବଢ଼ିଲା ଝିଅ ନିଖୋଜ ହେଇଛି ବାପା ହାତ ଉପରେ ହାତ ଥୋଇ କହୁଛି କୁଆଡେ କୋଉ ଟୋକା ସହ ପ୍ରେମ ସମ୍ପର୍କ ଥିଲା ପଳେଇ ଯାଇଛି ବୋଲି। ଯଦି ପଳେଇଲା ଖୋଜିବାକୁ ଚେଷ୍ଟା ନ କରାଗଲା କାହିଁକି ।କେସ କୁ କାହିଁକି ବନ୍ଦ କରି ଦିଆଯାଇଥିଲା। ବଂଶ ଅଭିଜାତ୍ୟ କୁ ଦୃଷ୍ଟି ରେ ରଖି ବଡ଼ ଦୁଇଝିଅ ଙ୍କର ଭବିଷ୍ୟତ କୁ ଆଖି ଅଗରେ ରଖି ଏପରି ନିଷ୍ପତ୍ତି ନେଇଥିଲେ ବୋଲି ଉତ୍ତର ମିଳିଥିଲା। କିଛି ପଚରା ଉଚରା ପରେ ତାଙ୍କୁ ଛଡା ଯାଇଥିଲା । ମୋ ମନରେ କିନ୍ତୁ ଭିନ୍ନ ଏକ ସନ୍ଦେହ କୁହୁଳି ଉଠୁଥିଲା।। ମନ ମୋର ବାରମ୍ବାର କହୁଥାଏ ସେମାନେ ସେଇ ଝିଅ ଟିକୁ ମାରି ଦେଇଛନ୍ତି ବୋଲି।କିନ୍ତୁ ବିନା ଅନୁସନ୍ଧାନ ରେ ମୋର ଉପରେ ପଡି କିଛି କହିବା ଠିକ ନୁହେଁ କିଏହା ଆମ ନିୟମ ମଧ୍ୟ ନୁହେଁ ।ଉପର ଅଫିସର ଅଛନ୍ତି ସେମାନଙ୍କ ର ସେହି କାମ ।ସେଥିପାଇଁ ମୁଣ୍ଡ ନ ଖେଳେଇ ମୋ ହସ୍ପିଟାଲ କାମ ରେ ମନ ଦେଇଥିଲି ।ବୋଉ ର ହସ୍ପିଟାଲ ରହଣି ସେତେବେଳେ କୁ ତିନିଦିନ ହୋଇ ସରିଥାଏ ।ସେ ଧୀରେ ଧୀରେ ଭଲ ହୋଇ ଆସୁଥାଏ।ହସ୍ପିଟାଲ ,ଘର ଅଫିସ ହୋଇ ହୋଇ ମୁଁ ପୁରା ନୟାନ୍ତ।ପତ୍ନୀ ଙ୍କୁ ବୋଉ ସାଙ୍ଗରେ ଗାଁ କୁ ପଠେଇ ସାରିଲା ପରେ ଯାଇ ମୁଁ ଟିକେ ଶାନ୍ତି ରେ ନିଶ୍ୱାସ ମାରିଥିଲି।ଏ ଭିତରେ ଏ କେସ ର ଇନଭେସ୍ଟିଗେଶନ ଜୋର ସୋର ରେ ଚାଲିଥାଏ। ହଷ୍ଟେଲ ମାଲିକ ଙ୍କ ଝିଅ ପଢ଼ୁଥିବା ବିଦ୍ୟାଳୟ ରେ ଯାଇ ପଚରା ଉଚରା ପରେ ଜଣାଗଲା ଝିଅ ଟି ପାଠ ସlଠ ସବୁଥିରେ ଥିଲା ଆଗୁଆ । ଖେଳ କୁଦ ସବୁଥିରେ ପ୍ରଥମ ।ଯେଉଁ ବର୍ଷ ସେ ନିଖୋଜ ହୋଇଥିଲା ସେହି ବର୍ଷ ତାର ଥିଲା ଦଶମ ଶ୍ରେଣୀ ।ଯୌବନ ର ପ୍ରଥମ ପାହାଚ ଚଢ଼ୁ ଚଢ଼ୁ ତାର ଗୋଡ଼ ଖସି ଯାଇଥିଲା। ତା ଉପରକୁ ଦୃଷ୍ଟି ପଡିଥିଲା ସେହି ସ୍କୁଲ ର ଇଂରାଜୀ ଶିକ୍ଷକ ଙ୍କର ।ଇଂରାଜୀ ଶିକ୍ଷକ ସୌମେନ୍ଦ୍ର ଥିଲେ ସୌମ୍ୟ ସୁଦର୍ଶନ ଆଉ ଅନାଥ ଯୁବକ ଟିଏ । ଉଭୟ ଉଭୟଙ୍କୁ ମନ ଦେଇ ବସିଥିଲେ ।ଅବଶ୍ୟ ବିପରୀତ ଲିଙ୍ଗ ପ୍ରତି ଆକର୍ଷଣ ଏକ ସ୍ୱାଭାବିକ କଥା । କିନ୍ତୁ ଏହା ଗୁରୁ ଶିଷ୍ୟ ର ପରମ୍ପରା କୁ ଭଙ୍ଗ କରୁଥିଲା। କିନ୍ତୁ ପ୍ରେମ କି ଜାଣେ ଭଲ ମନ୍ଦ,ବୟସ,ଅବୟସ। କେଉଁ ଏକ ଦୁର୍ବଳ ମୁହୂର୍ତ୍ତରେ ଉଭୟେ ସୀମା ଟପି ଯାଇଥିଲେ। ଯାହା ବଦଳରେ ଝିଅଟି ହୋଇଯାଇଥିଲା ଅନ୍ତଃସତ୍ଵ । ପାପ ଗର୍ଭ ବେଶି ଦିନ ଲୁଚି ପାରେନା। ପରିବାର ଲୋକ ସମସ୍ତେ ଜାଣିଥିଲେ ଇଂରାଜୀ ଶିକ୍ଷକ କିନ୍ତୁ ସେ ସନ୍ତାନର ନାମ ଦେବା ପାଇଁ ଚାହୁଁଥିଲା କିନ୍ତୁ ଏପଟେ ଝିଅ ପିଲାର ଅନ୍ୟ ଦୁଇ ଭଉଣୀ ଅବିବାହିତା ଥିବାରୁ ମୂଳ ମାଇଲେ ଯିବ ସରି ଦେବଙ୍କ ସାଙ୍ଗେ କିମ୍ପା କଳି ପରି ପରିବାର ଲୋକେ କୌଶଳ କ୍ରମେ ଇଂରାଜୀ ଶିକ୍ଷକକୁ ଗୃହକୁ ଡାକି ଝିଅଟିକୁ ଓ ଇଂରାଜୀ ଶିକ୍ଷକ ଙ୍କୁ ହତ୍ୟା କରି ଦେଇଥିଲେ ବୋଲି ସମସ୍ତେ ସନ୍ଦେହ କରୁଥିଲେ ଏବଂ ବାହାରେ ଗୁଜବ କରିଦେଇଥିଲେ ଝିଅ ଟି ଇଂରାଜୀ ଶିକ୍ଷକ ଙ୍କ ସହ ଫେରାର ଅଛି । ଏବଂ ମାନ ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ଉଚ୍ଚ ଉତ୍କୋଚ ଦେଇ କେସକୁ ଚପେଇ ଦେଇଥିଲେ।ପୁଣି ଥରେ ଗୃହ ମାଲିକ ଙ୍କୁ ଡକା ଯାଇଥିଲା ପଚରା ଉଚରା ପାଇଁ। ପଚରା ଉଚରା ପରେ ତାଙ୍କର ବୟାନ ବଦଳିବାରୁ ଥlର୍ଡ ଡିଗ୍ରୀ ପ୍ରୟୋଗ କରିବା ପରେ ମାଡ଼ର ପ୍ରକୋପରେ ମାଲିକ ରାଜି ହୋଇଥିଲେ ଏବଂ ସେ ନିଜେ ନିଜର କନ୍ୟା ଓ ସେ ଇଂରାଜୀ ଶିକ୍ଷକ ଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି ସ୍ୱୀକାର ମଧ୍ୟ କରିଥିଲେ।ଏବଂ ମାରିବା ପରେ ଉଭୟ ଙ୍କୁ ଲେଡିଜ ହଷ୍ଟେଲ ଭିତରେ ଗୋଟିଏ କାନ୍ଥ ଖୋଲି ତା ଭିତରେ ପୋତି ଦେଇଥିଲେ ଏବଂ ହଷ୍ଟେଲ ବନ୍ଦ କରିଦେଇଥିଲେ ବୋଲି ସ୍ୱୀକାର ବି କରିଥିଲେ ଏବଂ ମିଛରେ ଗୁଜବ ପ୍ରଚାର କରିଦେଇଥିଲେ ଝିଅ ଟି ଫେରାର ହୋଇଯାଇଛି ବୋଲି।ସତ କେବେ ଲୁଚି ରହେନା ଦୀର୍ଘ ବର୍ଷ ପରେ ଯେତେବେଳେ ସେ ହଷ୍ଟେଲକୁ ପୁନଃଉପଯୋଗୀ କରିବା ପାଇଁ ହଷ୍ଟେଲ ମାଲିକ ଇଚ୍ଛା ପ୍ରକାଶ କରିଥିଲେ । ପ୍ରଥମ ଦିନରୁ ହିଁ ଭୌତିକ କାଣ୍ଡ ସବୁ ଦେଖାଯାଇଥିଲା ସେ ବିହାରୀ ପିଲା ତିନୋଟିକୁ । ଏବଂ ସେମାନଙ୍କ ଅଭିଯୋଗ କ୍ରମେ କେସ ରିଓପେନ ହୋଇ ଲେଡିଜ ହଷ୍ଟେଲର କାନ୍ଥ ବାଡ଼ ସବୁ ଖୋଳା ଯାଇ ପ୍ରମାଣ ସଂଗ୍ରହ କଲା ପରେ ଯେଉଁମାନେ ଏହି ହତ୍ୟାକାଣ୍ଡ ସହ ସଂଶ୍ଲିଷ୍ଟ ଥିଲେ ସମସ୍ତ ଙ୍କୁ ଆଜୀବନ କାରାଦଣ୍ଡ ମିଳିଥିଲା।ଏମିତି ଭାବରେ ଦୁଇଟି ଆତ୍ମା ନ୍ୟାୟ ପାଇଥିଲେ।



Rate this content
Log in

Similar oriya story from Horror