Parameswar Ojha

Inspirational

3  

Parameswar Ojha

Inspirational

ଲେବର୍

ଲେବର୍

1 min
225



ସକ୍ସେନା ସାର୍ ତାଙ୍କ ଅଠର ବର୍ଷ ପୁଅ ପାପୁନ୍ କୁ ମାର୍କେଟ ଯାଇକି ଗୋଟେ ଲେବର ଆଣି ବାଡି କାମ କରେଇ ଦେବାକୁ କହି ଦେଇ ସେ ଅଫିସ୍ ଚାଲିଗଲେ ।

ପାପୁ୍ନ୍ ଲେବର୍ ମାର୍କେଟ ରେ ବୁଲି ବୁଲି ଦେଖିଲା ଆଜି ଏତେ ଲେବର ଆସିନଥିଲେ । ଜଣେ ବୁଢା ଲୋକ ଛିଡା ହୋଇ ଅତି କରୁଣ ଦୃଷ୍ଟିରେ ତାକୁ ଚାହିଁଥିଲା । ପାପୁନ୍ ଶେଷରେ ସେଇ ବୁଢା ଲେବର କୁ ସାଙ୍ଗରେ ଆଣି ଆସିଲା । ଅତି ଯତ୍ନ ସହକାରେ ସେ ଲେବର ବୁଢ଼ା ଟି ବାଡି ଅରମା ସଫା ସଫି କରି ଦେଇ ଚାଲିଗଲା । ପାପୁନ୍ ଯେତେବେଳେ ବୁଢ଼ା କୁ ପଇସା ନେଇ ଯାଚିଲା , ବୁଢ଼ା ପଇସା ନେଲାନି ଓଲଟି ପାପୁନ୍ କୁ କହିଲା ।


ରଖିଥା ତୁ ଚକଲେଟ୍ ଖାଇଦେବୁ , ତୋ ପାପା କୁ କହିବୁ ସେଇ ଅପରିଷ୍କାର ବୁଢା ଆସି ଆମ ବାଡି ପରିଷ୍କାର କରି ଯାଇଛି , ଯିଏ ତମ ଘର ଅପରିଷ୍କାର କରୁଥିଲା ବୋଲି ତାକୁ ତମେ ଘରୁ ବାହାର କରି ଦେଇଛ ଆଠ ବର୍ଷ ହେବ ।ବୁଢ଼ା ଚାଲିଗଲା ପଇସା ନନେଇ । ପାପୁନ କିଛି ବୁଝି ପାରୁନଥିଲା ସେ ବୁଢା ର ଏମିତି କଥା ସବୁ ।

ସଂଧ୍ୟା ରେ ପାପା ଯେତେବେଳେ ଅଫିସ ରୁ ଫେରିଲେ ପାପୁନ୍ ସବୁ କଥା ଗୋଟି ଗୋଟି କରି କହିଲା । ସବୁ ଶୁଣି ସକ୍ସେନା ସାର୍ କହିଲେ , କୋଉ ପାଗଳ ବୁଢ଼ା ଟେ ହେଇଥିବ ।

ପାପୁନ୍ ସିନା କିଛି ବୁଝି ପାରୁନଥିଲା , ହେଲେ ମିଷ୍ଟର୍ ସକ୍ସେନା ଠିକ୍ ବୁଝି ପାରିଥିଲେ , ପାପୁନ୍ ଲେବର୍ ମାର୍କେଟ ରୁ ଯାହାକୁ କାମ ପାଇଁ ଆଣିଥିଲା ସେ ବୁଢା ଆଉ ଅନ୍ୟ କେହି ନୁହେଁ ସେ ଥିଲେ ତାଙ୍କ ବାପା ।



Rate this content
Log in

Similar oriya story from Inspirational