STORYMIRROR

Aparajita Sarangi

Abstract Tragedy Classics

3  

Aparajita Sarangi

Abstract Tragedy Classics

ଲାଲ ଶାଢ଼ୀ

ଲାଲ ଶାଢ଼ୀ

5 mins
126

ମିନୁ ଦେଖିଲୁ ସେ ତରଙ୍ଗକୁ କେମିତି ବାଲି ରେ ମାଡ ହେଇ ଫେରି ଯାଉଛି.....ସତରେ ସାଗରର ତରଙ୍ଗ ଓ ଏ ବାଲୁକା ରାଶିର ସମ୍ପର୍କ କ୍ଷଣିକ....କିନ୍ତୁ କେତେ ଆପଣାର ସତେ......ତମେ ସତ କହୁଛ ରାହୁଲ.... କ୍ଷଣିକ ସମ୍ପର୍କ ଵି ବହୁତ ପ୍ରଭାବ ପକାଇଥାଏ..... l


ରାହୁଲ ଓ ମିନୁ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଆନ୍ତି l ପିଲାବେଳୁ ସେମାନେ ସାଙ୍ଗ ହୋଇ ସ୍କୁଲ ରେ ପାଠ ପଢୁଥିଲେ l ସେହିଠାରୁ ସେମାନଙ୍କର ଭଲପାଇବା ର ପ୍ରାରମ୍ଭ l ଆଜକୁ ଦଶ ବର୍ଷ ହେବ ସବୁଦିନ ସନ୍ଧ୍ୟା ବେଳେ ସେମାନେ ଏ ସମୁଦ୍ର କୂଳକୁ ଆସନ୍ତି, ଖୁସି ଗପ କରନ୍ତି ଓ ଫେରି ଯାଆନ୍ତି l ବିବାହ କରିବା ନିମନ୍ତେ ସେମାନଙ୍କ ପରିବାର ପକ୍ଷରୁ ଚାପ ପକାଉଥିଲେ ଵି ସେମାନେ ନିଷ୍ପତ୍ତି ନେଇଛନ୍ତି ରାହୁଲର ଏକ ସ୍ଥାୟୀ ଯାଏଁ ସେମାନେ ବିବାହ କରିବେ ନାହିଁ l


ଦଶହରା ଆଉ ପାଞ୍ଚ ଦିନ ଥାଏ l ହଠାତ ଦିନେ ରାହୁଲ ମିନୁକୁ ସମୁଦ୍ର କୂଳକୁ ସକାଳୁ ସକାଳୁ ଡାକିଲା l ମିନୁ ଆଶ୍ଚର୍ଯ୍ୟ ହେଲା l କାରଣ ସେମାନେ ସବୁବେଳେ ସନ୍ଧ୍ୟା ସମୟରେ ସମୁଦ୍ର କୂଳରେ ଦେଖା କରନ୍ତି କିନ୍ତୁ ଆଜି ହଠାତ ଏମିତି ସକାଳୁ କାହିଁକି ରାହୁଲ ଡାକୁଛି l ମିନୁ ଘରର କାମ ଅଧା ପଂତୁରା ପକେଇ ଦଉଡ଼ିକି ଗଲା ସମୁଦ୍ର କୂଳକୁ l ସେ ଯାଇ ଦେଖେତ ରାହୁଲ ହାତରେ ଉପହାର ପ୍ୟାକେଟଟିଏ ଧରି ଠିଆ ହୋଇଛି l


ମିନୁକୁ ଦେଖି ରାହୁଲ ପାଖକୁ ଆସି ହସି ଦେଇ ପ୍ୟାକେଟଟି ମିନୁ ହାତକୁ ବଢ଼ାଇ ଦେଲା ଏବଂ କହିଲା, ମିନୁ ମୋ ତରଫରୁ ତତେ ଦଶହରା ଭେଟି l

ଆରେ ରାହୁଲ କାହିଁକି ଟଙ୍କା ଖର୍ଚ୍ଚ କଲ.... ତମେ ତ ଜାଣିଛ ମୋର ଉପହାର ଲୋଭ ନାହିଁ....ମିନୁ ପ୍ଲିଜ ଟିକେ ଖୋଲିକି ଦେଖତ....ମୋ ପାଇଁ...।


ମିନୁ ପ୍ୟାକେଟ ଖୋଲିଛି ଏବଂ ଏକ ସୁନ୍ଦର ଲାଲ ରଙ୍ଗର ଶାଢୀଟିଏ ଦେଖିଛି l ସେ ଖୁସି ହୋଇ ରାହୁଲକୁ କୁଣ୍ଢାଇ ଧରିଛି l

ଏ ଶାଢ଼ୀ ବହୁତ ସୁନ୍ଦର ହୋଇଛି ରାହୁଲ... ତମେ କେମିତି ଜାଣିଲ ମୁଁ ଏ ରଙ୍ଗକୁ ବହୁତ ପସନ୍ଦ କରେ.... ମୋର କେବେଠୁ ଏମିତି ଶାଢ଼ୀ ଖଣ୍ଡେ ଦର୍କାର ଥିଲା l

ତୋ ଖୁସି ମୋ ଜୀବନର ମୂଳ ଉଦ୍ଦେଶ୍ୟ ମିନୁ.... ମୋ ପାଇଁ ତୁ ଦଶହରା ଦିନ ଏ ଶାଢ଼ୀ ପିନ୍ଧିବୁ...

ନିଶ୍ଚୟ ପିନ୍ଧିବି... ରାହୁଲ....

ମିନୁ ଗୋଟେ କଥା ଥିଲା...ରଖିବୁ ମୋ କଥା 

କଣ କହୁନ....

ମିନୁ.... ଗୋଟେ ଲୋକ କହିଛି ମତେ ଚାକିରୀ ଦେବ... କିନ୍ତୁ ତା ବଦଳରେ ସେ ଚାହେଁ ତା ଭାଇକୁ ଜଣେ ବାହାହେବ କେବଳ ଗୋଟେ ଦିନ ପାଇଁ..... ତା ଭାଇ ମାନସିକ ବିକଳାଙ୍ଗ ଅଟେ.... ତା ବାପା ତା ଭାଇର ବାହାଘର ପରେ ସବୁ ସମ୍ପତ୍ତି ତା ସ୍ତ୍ରୀ ନାଁରେ ହେବ ବୋଲି କୋର୍ଟ କାଗଜ ରେ ଲେଖି ଯାଇଛନ୍ତି.... ତେଣୁ ବାହାଘର ପରେ ସାଙ୍ଗେ ସାଙ୍ଗେ ଛାଡ଼ପତ୍ର ହେଇଗଲେ ସେ ସମ୍ପତ୍ତି ତା ସ୍ତ୍ରୀର ହୋଇ ଯାଇଥିବ... ସେ ସମ୍ପତ୍ତି ତାକୁ କିଛିଟା ଦେଇ ଦେଲେ ବାକି ଆମର....


ମିନୁ ଆଶ୍ଚର୍ଯ୍ୟ ହୋଇ ରାହୁଲ ମୁହଁକୁ ଚାହିଁଛି l ସେ ପଚାରିଛି, ମୁଁ ବୁଝି ପାରିଲିନି ରାହୁଲ ସେ ସମ୍ପତ୍ତି ତ ତା ସ୍ତ୍ରୀର ହେବ ଯେଉଁଥିରୁ ତାକୁ କିଛିଟା ତା ସ୍ତ୍ରୀ ତାକୁ ଦେବ l ସେଥିରୁ ଆମକୁ କେମିତି ମିଳିବ...

ରାହୁଲ ମିନୁର ହାତ ଧରି କହିଛି, କାରଣ ତୁ ତା ଭାଇକୁ ଗୋଟେ ଦିନ ପାଇଁ ବାହା ହେବୁ... ଆଉ ମୋର ତୋ ଉପରେ ବିଶ୍ୱାସ ତୁ ମୋ କଥା ରଖିବୁ....

ମିନୁ ଆଖିରୁ ଧାର ଧାର ଲୁହ ବହି ଯାଇଛି l ସେ କିଛି ନକହି ଚୁପ ଚାପ ତା ଘରକୁ ଫେରି ଯାଇଛି l 


ଦଶହରା ର ପାର୍ବଣ l ସକାଳ ହେଲେ ଦଶହରା l ମିନୁ ଆଖିକୁ ନିଦ ନାହିଁ l ଲାଲ ଶାଢ଼ୀ ତା ଆଖି ଆଗରେ ଥୁଆ ହୋଇଛି l କାନ୍ଥରେ ଲାଗିଛି ଦୂର୍ଗା ମାଆଙ୍କ ଫୋଟୋ l ଅସତ୍ୟ ଓ ସତ୍ୟ ମଧ୍ୟରେ ଥିବା ସଂଘର୍ଷ କୁ ଭିତ୍ତି କରି ଦୂରରୁ ଭାସି ଆସୁଛି ନାଟକର ପ୍ରତିଧ୍ୱନି l ସକାଳ ହୋଇଛି l ଦୂର୍ଗା ମେଢ଼ ନିକଟରୁ ଭାସି ଆସୁଛି ଚଣ୍ଡୀପାଠ ର ଧ୍ଵନି... ଶଙ୍ଖ ର ଶବ୍ଦ... ମନ୍ତ୍ର ଉଚ୍ଚାରଣ ର ଅନୁରଣିତ ଶବ୍ଦ l ମିନୁ ଲାଲ ଶାଢ଼ୀ ପିନ୍ଧି ନିଜକୁ ବୋହୂ ବେଶରେ ସଜାଇଛି l ଆଖିରୁ ବନ୍ଦ ହେଉ ନଥାଏ ଅଶ୍ରୁ ଧାରା l ରାହୁଲ ଆସି ପହଞ୍ଚିଛି l ମୀନୁ ଉପରୁ ସେ ଆଖି ଫେରାଇ ପାରିନାହିଁ l ସେ ମିନୁ କାନ ପାଖକୁ କାନ ଆଣି କହିଛି ମିନୁ ଖାଲି ଆଜି ଦିନକ... ଵାସ... କାଲି ତୋ ପାଗଳ ସ୍ୱାମୀଠୁ ତତେ ମୁକ୍ତି... ଦୁଇ ଚାରିଟା ଦିନ ଭିତରେ ଆମ ପାଖରେ ଅର୍ଥ ର ଅଭାବ ନଥିବ.... ମତେ ଚାକିରୀ ଵି ମିଳିବ ଏବଂ ଆମେ ବିବାହ କରିବା ଯାହା ଆମ ଦୁଇ ଜଣଙ୍କ ସ୍ୱପ୍ନ l


ଦୁହେଁ ବିବାହ ମଣ୍ଡପ ରେ ପହଞ୍ଚିଛନ୍ତି l ହଠାତ ଶାନ୍ତ ସରଳ ଯୁବକଟିଏ ଦଉଡ଼ିକି ଆସି ମିନୁ ହାତ ଧରି ପକେଇ କହିଛି, ମୋର ଆଜି ବାହାଘର ହେବ... ମୋ ସ୍ତ୍ରୀ ଆସିବ.... l

ବିବାହ ପର୍ବ ସମାପ୍ତ ହୋଇଛି l ମିନୁ ଖାଲି ରାହୁଲ କୁ ବିକଳ ହୋଇ ଚାହୁଁଥାଏ l ସେହି ଯୁବକ ଜଣକ ହଠାତ ଲୁହ ଛଳ ଛଳ ଆଖିରେ ମିନୁ ର ହାତ ଧରି ପକେଇ କହିଛି, ତମେ କଣ କାଲି ମତେ ଛାଡି ପଳେଇବ... ମୁଁ ସବୁ ସମ୍ପତ୍ତି ତମ ନାଁ ରେ ଲେଖିଦେଲେ ତମେ ପଳେଇବ.. .... ମୁଁ କେମିତି ରହିବି... ମୋ ଭାଇ କହୁଛି ମତେ ପାଗଳଖାନା ପଠେଇ ଦେବ l

ସେ ଯୁବକଟିର ଭାଇ ଆସି ତାକୁ ଧମକେଇ ଭିଡି ଭିଡି ସେଠୁ ନେଇ ଯାଇଛି l


ରାତି ସାରା ଯୁବକ ଜଣକ ମିନୁ ରୁମକୁ ଦଉଡ଼ି ଦଉଡ଼ି ଆସୁଥାଏ l ଲୁହ ଢଳ ଢଳ ଆଖିରେ ମିନୁକୁ ଦେଖୁଥାଏ ଓ ପଳାଉଥାଏ ଓ ଗଲାବେଳେ କହୁଥାଏ ମୁଁ ପାଗଳଖାନାରେ ରହିବାକୁ ଚାହୁଁନି... ମତେ ମିନୁ ତମ ପାଖରେ ରଖ... ମୁଁ ତମର ସବୁ କାମ କରିଦେବି l ମିନୁ ହୃଦୟ ବିଳାପ କରି ଉଠିଛି l

ସକାଳୁ ସକାଳୁ ରାହୁଲ ପାଗଳ ଖାନାର ଗାଡ଼ି ଓ କୋର୍ଟ କାଗଜ ଧରି ଆସି ପହଞ୍ଚିଛି l ଯୁବକଟିର ଭାଇ ତାକୁ ପିଟି ପିଟି ସେଠାକୁ ଆଣିଲା l ଓକିଲ ମଧ୍ୟ ଆସି ଥାଆନ୍ତି l ଯୁବକଟି ଲୁହ ଢଳ ଢଳ ଆଖିରେ ମିନୁକୁ ଚାହିଁ ହାତରେ କଲମ ଧରିଲା l ହଠାତ ମିନୁ ଯୁବକଟିର ହାତରୁ କଲମ ନେଇ ଫୋପାଡ଼ି ଦେଲା ଓ ଯୁବକକୁ ନେଇ ଚ୍ୟାର ଉପରେ ବସlଇଲା ଏବଂ କହିଲା,ତମର ଧନ ସମ୍ପତ୍ତି କେହି ନେବେନି.... ମୁଁ ଜାଣେ ତମର ଟଙ୍କା ପଇସାରେ ଲୋଭ ନାହିଁ... କିନ୍ତୁ ତମର ମନକୁ ବୁଝି ପାରୁଥିବା ମଣିଷଟିଏ ଦର୍କାର... ମୁଁ କଥା ଦେଉଛି ତମକୁ ଛାଡି ମୁଁ କୁଆଡ଼େ ଯିବିନି.... ତମ ସ୍ତ୍ରୀ ତମ ହାତ ଜୀବନ ସାରା ଧରିକି ରହିବ ।


ରାହୁଲ ଠିଆ ହୋଇ ମିନୁକୁ ଭିଡିକି ଧରି ଚିତ୍କାର କରି କହିଛି, ନା ମିନୁ ତୁ ମୋ ସହ ଏମିତି କରି ପାରିବୁନି.... ମୁଁ ତତେ ଛାଡି ରହି ପାରିବିନି... ତୁ ଗୋଟେ ପାଗଳ ପାଇଁ ଦଶ ବର୍ଷର ଭଲ ପାଇବାକୁ ଭୁଲି ପାରିବୁନି.. ମିନୁ ମୁଁ ତୋ ଗୋଡ଼ ଧରୁଛି ତୁ ମୋ ସହ ଚାଲ... ମୋର ଟଙ୍କା ପଇସା କିଛି ଦର୍କାର ନାହିଁ... ଚାକିରୀ ଦର୍କାର ନାହିଁ... ମୁଁ ମୂଲ ଲାଗି ତତେ ଚଲେଇବି... କିନ୍ତୁ ତୁ ମତେ ଛାଡିକି ଯାଆନା ।

ମିନୁ ବଳ ପ୍ରୟୋଗ କରି ରାହୁଲକୁ ଠେଲି ଦେଇଛି ଏବଂ କହିଛି, ଏକଥା ସେଦିନ ଭାବିଥାନ୍ତ ଯୋଉଦିନ ଏ ମିନୁକୁ ଏକ ଖେଳଣା ବୋଲି ଭାବିଥିଲ... ଲାଲ ରଙ୍ଗ ଅସତ୍ୟ ଉପରେ ସତ୍ୟର ଜୟ କୁ ଆହ୍ୱାନ ଦେଇଛି...ଏ ଲାଲ ଶାଢ଼ୀ କେବଳ ତମ ଭଲପାଇବାର ପ୍ରତୀକ ନଥିଲା ତା ସହ ମତେ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ପ୍ରବର୍ତ୍ତlଇ ଥିଲା... ମୁଁ ମୋ ସ୍ୱାମୀଙ୍କ ସହ ଅନ୍ୟାୟ ହବାକୁ ଦେବିନି... ମୁଁ ଆଜି ଦେବୀ ମାଆଙ୍କୁ ସାକ୍ଷୀ ରଖି ଶପଥ କରୁଛି ମୁଁ ଅନ୍ୟାୟ ଅବିଚାର ମୋ ସ୍ୱାମୀଙ୍କ ସହ ହବାକୁ ଦେବିନି l 


ମିନୁ ଯାଇ ତା ସ୍ୱାମୀର ହାତ ଧରି ଘର ଭିତରକୁ ଚାଲି ଯାଇଛି l ହୃଦୟ ର କଷ୍ଟକୁ ଅନ୍ତର ରେ ଚାପି ରାହୁଲ ଫେରି ଯାଇଛି ଲ ରହି ରହି ଶୁଭୁଥାଏ ଅସତ୍ୟ ଉପରେ ସତ୍ୟର ଜୟର ପ୍ରତିଧ୍ୱନି l



Rate this content
Log in

Similar oriya story from Abstract