STORYMIRROR

Aparajita Sarangi

Abstract Romance Action

4  

Aparajita Sarangi

Abstract Romance Action

ବୟସର ଭିନ୍ନ ଆକର୍ଷଣ

ବୟସର ଭିନ୍ନ ଆକର୍ଷଣ

5 mins
6

ଅନ୍ଧାର ମତେ ଭଲ ଲାଗେ ପୁଣି ଭଲ ବି ଲାଗେନି l କିନ୍ତୁ ଅନ୍ଧାର ରାତି ମତେ ମୋ ନିଜ ସହ ପରିଚିତ କରିଥାଏ l ମନରେ ମୋର ଅନେକ କଥା ଉଙ୍କି ମାରେ l ଏମିତି କେତେ ଅନ୍ଧାର ରାତି ମୋ ଭଲପାଇବା ର ପ୍ରମାଣ ଦେଇଥିଲା l ଯଦିଓ ସ୍ୱପ୍ନ ରେ l ତା ପୁଣି ନିଦ୍ରିତ ଅବସ୍ଥାରେ ନାଁ ଅନିଦ୍ରାରେ ତା ବି ମୁଁ ଜାଣେନି l କିନ୍ତୁ ରାତିରେ ମନ ସଵାରୀ ରେ ବସି ମୁଁ ଅନେକ ବୁଲିଛି l

ଯୋଉ ଦିନ ସ୍କୁଲ ରୁ ଲୁଚିକି ମୋ ସାଙ୍ଗ ଘରକୁ ଯାଇଥିଲି ସେଦିନ ଭାରି ଖୁସି ଥିଲି l କାରଣ  ସେଦିନ ମୋ ସାଙ୍ଗ ସୀମାର ଜନ୍ମଦିନ ଥିଲା l ବୋଉ ମତେ କୁଆଡ଼େ ଛାଡେନି l କହେ ବଢ଼ିଲା ଝିଅ l ରାତିରେ କୁଆଡ଼େ ଯିବୁନି l ତେଣୁ ଲୁଚିକି ଯିବା ଛଡ଼ା ମୋ ପାଖରେ ବାଟ ନଥିଲା l ମୋ ସାଙ୍ଗ ସୀମା ମୋ ଘର ପାଖରେ ରୁହେ l ସେତେବେଳେ ଆମ ଛାତ ସବୁ ଲଗା ଲଗି ହେଇ ଥିଲା l  ସୀମା ଆମ ଘରର ଗୋଟେ ଘର ଛାଡ଼ି ରହୁଥିଲା l ତେଣୁ ଛାତ ବାଟେ ମୁଁ ଲୁଚିକି ତାଙ୍କ ଘରକୁ ଗଲି l

ଠିକ ସମୟରେ କେକ କଟା ହେଲା l ଆମେ ସବୁ ମିଶି କେକ ଖିଆ ଖି ହେଉ ଥାଉ l ମୁଁ ସୀମା କୁ କେକ ଖୁଆଉ ଖୁଆଉ ହଠାତ ସେ ଘୁଞ୍ଚି ଗଲା l ମୁଁ ହାତରେ ଧରି ଥିବା କେକ ଟା ଯାଇ ଆଉ ଜଣଙ୍କ ମୁହଁ ରେ ପଶି ଗଲା l ମୁଁ ଭାରି ଜୋରେ ଡରିଗଲି l ସେ କାଳେ ଗାଳି ଦେବେ ବୋଲି ଡ଼ରିକି ମୁଁ ଆଖି ବୁଜି ଦେଲି l ହଠାତ ସମସ୍ତଙ୍କ ହସ ଶୁଭିଲା l ମୁଁ ଧୀରେ କିନା ଆଖି ଖୋଲି ଦେଖେ ତ ଜଣେ ଲମ୍ବା ହେଇ ଲୋକ ଜଣେ ଠିଆ ହେଇଛନ୍ତି l ତାଙ୍କ ମୁହଁ ରେ କେକ ଲାଗିଛି l ସେ ମତେ ଚାହିଁ ହସୁଛନ୍ତି l

ମୁଁ ସେମିତି ତାଟକା ହେଇ ତାଙ୍କୁ ଚାହିଁଥାଏ l ସୀମା ହସି ହସି କହିଲା, ଭଲ କଲୁ ରୁପା l ତୁ ମୋ କାକା ଙ୍କ ପୁଅକୁ କେକ ଖୁଏଇଲୁ l କାରଣ ଯେତେ କହିଲେ ବି ସେ କେକ ଖାଆନ୍ତିନି l କିନ୍ତୁ ତୋ ଯୋଗୁଁ ସେ ଆଜି କେକ ଖାଇ ଦେଲେ l

ଏକଥା ଶୁଣି ସମସ୍ତେ ଖୁଵ ଜୋରେ ହସିଲେ l ମତେ ଭାରି ଖରାପ ଲାଗୁଥାଏ l ଲାଜରେ ମୁଁ ଯାଇ ଗୋଟିକିଆ ଚ୍ୟାର ଟେ ଦେଖି ବସି ପଡ଼ିଲି l କିନ୍ତୁ କାହିଁକି କେଜାଣି ସେ ଲୋକଟିକୁ ମତେ ଖାଲି ଚାହିଁବାକୁ ଇଚ୍ଛା ହେଲା l ମୁଁ ମଧ୍ୟ ଦେଖିଲି ସେ ମଧ୍ୟ ମଝିରେ ମଝିରେ ମତେ ଚାହୁଁଛନ୍ତି l ତାଙ୍କ ଚାହାଣୀ ରେ କି ଆକର୍ଷଣ ଥିଲା କେଜାଣି ମୁଁ ନିଜକୁ ସେଥିରୁ ଦୂରେଇ ପାରୁ ନଥିଲି l

ସେଦିନ ରାତିରେ ଘରକୁ ଫେରିବା ପରେ ମୋତେ ରାତି ସାରା ଜମା ନିଦ ହେଲାନି l ଖାଲି ସେ ଲୋକଟି ମୁହଁ ମୋ ଆଖି ଆଗରେ ନାଚୁ ଥାଏ l ମୋ ମନ ସଵାରୀ ସତେକି ରାତି ରେ ମତେ ନେଇ ଯାଉଥିଲା ମୋ ସ୍ୱପ୍ନ ର ରାଜକୁମାର ପାଖକୁ l ହଁ ଠିକ ତ କହିଲି l ଗୋଟେ ଦେଖାରେ ସେ ଲୋକଟି ପାଲଟି ଗଲା ମୋ ମନର ରାଜକୁମାର l

ତା ଆରଦିନ ମୁଁ ବହି ନେବା ବାହାନାରେ ଯାଇ ସୀମା ଘରେ ପହଞ୍ଚି ଗଲି l ଦେଖିଲି ତାଙ୍କ ଦାଣ୍ଡ ଘରେ ସେ ଲୋକଟି ସୋଫାରେ ବସି ବହିଟିଏ ପଢୁ ଥାଏ l ମୁଁ ଧୀରେ କିନା କହିଲି, ସୀମା ଅଛି l

ଲୋକଟି ମତେ ଚାହିଁ ତତକ୍ଷଣାତ ନିଜ ଜାଗାରୁ ଉଠିକି ଆସି ମୋ ପାଖରେ ଠିଆ ହେଲା l ଲାଜ ରେ ମୁଁ ସଢ଼ି ଯାଉଥାଏ l ତା ଆଖିରେ ଆଖି ମଧ୍ୟ ମୁଁ ମିଳାଇ ପାରୁ ନଥାଏ l ସେ ହସି ଦେଇ କହିଲା, କଣ ଆଉ କେକ ଖୁଆଇବାର ଅଛିକି l ଆଉ ତମ ହାତର କେକ ଖାଇ କେକ ମୋର ଏବେ ଭାରି ପ୍ରିୟ ହେଇଛି l ଏତକ କହି ଦେଇ ସେ ସୀମାକୁ ଡାକିବାକୁ ଚାଲିଗଲା l କିନ୍ତୁ ମୁଁ ସତେକି ପୁରାପୁରି ତା ପ୍ରେମ ରେ ପଡ଼ିଗଲି l

ସୀମା ଆସିଲା ଓ ମୋ କହିବା ଅନୁଯାୟୀ ବହିଟି ମଧ୍ୟ ଦେଲା l ମୁଁ ସବୁ ଲାଜ ସରମ ଛାଡ଼ି ପଚାରିଲି ତୋ କାକା ପୁଅଙ୍କ ନାଁ କଣ l ସେ ହସି ଦେଇ କହିଲା, ଆଛା କଥା ତାହେଲେ ଏତେ ଆଗକୁ ଗଲାଣି l ତାଙ୍କ ନାଁ ସୁବୋଧ l କିନ୍ତୁ ରୁପା ତୁ ରଙ୍ଗ ନମ୍ବର ଡାଏଲ କରୁଛୁ l କାଲି ସୁବୋଧ ଭାଇ ତାଙ୍କ ଘରକୁ ପଳାଉଛନ୍ତି l ସେ ଏମିତି କାହିଁକି କହିଲା ମୁଁ ବୁଝି ପାରିଲିନି l କିନ୍ତୁ ମୋ ମନ ମଧ୍ୟ ମୋ ଅକ୍ତିଆର ରେ ନଥିଲା l ସେଦିନ ସୀମା ସହ କଥା ହେବା ଭିତରେ ମୁଁ ଖାଲି ଘର ଭିତରକୁ ଚାହୁଁଥାଏ l କାଳେ ସୁବୋଧ ସହ ଦେଖାହେବ l କିନ୍ତୁ ନିରାଶ ହୋଇ ଘରକୁ ଫେରିଲି l

ରାତି ସାରା ମତେ ନିଦ ନଥାଏ l ମୋ ମନ ସଵାରୀ ରେ ବସି ସତେକି ରାତିରେ ମୁଁ ପ୍ରେମ ନଗରୀ ରେ ବୁଲୁଥାଏ l ଏଭଳି ଭାବରେ ମୁଁ ସୁବୋଧ ପାଇଁ ପାଗଳ ହେଇ ଯାଇଥିଲି ଯେ ଠିକ କଲି ରାତିରେ ହିଁ ଦେଖା କରି ତାଙ୍କୁ ମୋ ମନ କଥା କହିବି l ମୁଁ ରାତିରେ ଲୁଚି ଲୁଚି ଛାତ କୁ ଯିବାକୁ ବାହାରିଲି l ଶିଢ଼ି ରେ ଗୋଡ଼ ଦେଉ ଦେଉ ବୋଉ ପାଟି କଲା, କୁଆଡ଼େ ଯାଉଛୁ l ମୁଁ ମଧ୍ୟ ଏମିତି ପ୍ରେମ ପାଗେଳି ହେଇଥିଲି ଯେ ମୋ ପାଟିରୁ ବାହାରି ପଡ଼ିଲା ସୁବୋଧ l

ମୋ ପାଟିରୁ କଥା ନ ସରୁଣୁ ବୋଉ ଖଣ୍ଡେ ଚାକୁଣ୍ଡା ଡାଳ ଧରି ଦଉଡ଼ି ଆସିଲା ଆଉ ଦେଲା ମୋ ପିଠିରେ ଦମ ଦମା ଦମ l କଣ କହିଲୁ ଅଲାଜୁକୀ କୋଉ ଟୋକା ସହ ଯିବୁ, ଆମ ନାଁ ପକେଇବୁ l ତା ପରେ ମୋର ବାହାରକୁ ଯିବା ମାସେ ଯାଏଁ ପୁରା ବନ୍ଦ ହେଇ ଗଲା l ବୋଉକୁ ବି ସୁବିଧା ହେଲା କାରଣ ଖରା ଚୁଟି ଯୋଗୁଁ ମୋ ସ୍କୁଲ ବି ବନ୍ଦ ଥିଲା l ମାସେ ଧରି ମୁଁ କେତେ ରାତି ଅନିଦ୍ରା ରହିଛି l ମୋ ମନ ସଵାରୀ ରେ ବସି ଅନ୍ଧକାର ରାତିରେ ମୋ ସ୍ୱପ୍ନ ର ରାଜକୁମାର ପାଖକୁ ଯାଇଛି l କାନ୍ଦି କାନ୍ଦି ମୋ ମନ କଥା କହିଛି l

ମାସେ ପରେ ଛୁଟି ସରିଲା l ମୋ ସ୍କୁଲ ଖୋଲିଲା l ସ୍କୁଲ ରେ ଯାଇ ଆଗ ମୁଁ ସୀମା କୁ ଖୋଜିଲି l କିନ୍ତୁ ସୀମା କୁ ପାଇଲିନି l ମୋ ମନ ଗୋଳେଇ ଘାଣ୍ଟି ହେଉଥାଏ l ମୁଁ ଆଉ କିଛି ନଭାବି ସ୍କୁଲ ରୁ ସିଧା ଦଉଡିଲି ସୀମା ଘରକୁ l ମୁଁ ଯାଇ ତାଙ୍କ ଫାଟକ ଖୁଵ ଜୋରେ ବାଡ଼େଇଲି l ସୀମାର ବାପା ଆସି କବାଟ ଖୋଲିଲେ l ମୁଁ ପଚାରିଲି, ଅଙ୍କଲ ସୀମା କାଇଁ କି ସ୍କୁଲ ଆସିନି?
ସେ ଅତି ସାଧାରଣ ଭାବରେ କହିଲେ, ସେ ତା କାକା ପୁଅ ବାହାଘର କୁ ଯାଇଥିଲା ତ l ଆଉ କିଛି ଦିନ ରହିକି ଆସିବ l ମୋ ଛାତିରୁ ନିଆଁ ଖସି ଗଲା ଭଳି ଲାଗୁଥାଏ l

ମୁଁ ଥର ଥର କଣ୍ଠ ରେ ପଚାରିଲି, କଣ ସୁବୋଧ ର... 
ସେ କହିଲେ ହଁ.... ଆରେ ରୁପା ସୁବୋଧ ଭାଇ କହ... ସେ ପରା ତମଠୁ ସବୁ ବହୁତ ବଡ଼ l

ମତେ ଚାରିଆଡ଼ ଅନ୍ଧାର ଦିଶୁଥାଏ l ଗୋଡ଼ ତଳୁ ମାଟି ଖସିଗଲା ଭଳି ଲାଗୁଥାଏ l ସତେକି ମୋ ସଂସାର ଭାସିଗଲା l ମୁଁ ସେମିତି କାଠ କଣ୍ଢେଇ ଟେ ଭଳି ଯାଇ ଘରେ ମୋର ପଶିଗଲି l ବୋଉ ଆସି ମୋ ମୁହଁ ଦେଖି କଣ ଭାବିଲା କେଜାଣି ଆଉ କିଛି ମତେ ପଚାରିଲାନି l

ସେଦିନ ରାତି ସାରା ମୁଁ କାନ୍ଦିଛି l କଣ ହେଲା କାହିଁକି ହେଲା ମୁଁ କିଛି ବୁଝି ପାରୁ ନଥାଏ l କିନ୍ତୁ ଏତିକି ତ ସେ ବୟସରେ ମୁଁ ବୁଝି ପରୁଥାଏ ଯେ, ସୁବୋଧ ମୋ ପାଇଁ ଗଢ଼ା ହେଇ ନଥିଲା l ସେ ମତେ କେବେ ଭଲ ହିଁ ପାଇ ନଥିଲା l ତା ଥିଲା ଖାଲି ବୟସର ଆକର୍ଷଣ l



Rate this content
Log in

Similar oriya story from Abstract