STORYMIRROR

Bishnupriya Palatasingh

Abstract Tragedy

4  

Bishnupriya Palatasingh

Abstract Tragedy

ଲାଲ କୃଷଚୂଡ଼ା

ଲାଲ କୃଷଚୂଡ଼ା

5 mins
230

କିଛି ବର୍ଷ ପରେ ଗାଁ କୁ ଫେରିଛି ମୁଁ, ଗାଁ ରାସ୍ତା ପକ୍କା ସଡ଼କ ହେଇଗଲାଣି ଆଉ ଧୂଳି ଉଡ଼ୁନି, ରାସ୍ତାର ଦୁଇ କଡରେ ଜଙ୍ଗଲ ସଫା ହେଇ କୋଠାଘର ଠିଆ ହେଇଛି l ଏଇ କିଛି ବର୍ଷ ଭିତରେ ଅନେକ କିଛି ପରିଵର୍ତ୍ତନ ଗାଉଁଲି ଢାଞ୍ଚା ବଦଳି, ସହରୀ ବାସ୍ନା ବେଶ୍ ଭଲରେ ବାରି ହେଇଯାଉଛି l


       ଗାଁ ଛକରୁ ଫେରୁ ଥାଏ ଆଉ ପିଲାଦିନର ସବୁ କଥା ଆଖି ଆଗରେ ନାଚି ଯାଉଥାଏ l ଏଇ ତ ମୋ ଗାଁ ସ୍କୁଲ୍ ଆସିଗଲା କେତେ ସାଙ୍ଗ ସାଥି, ଝଗଡା ପୁଣି ମିଶି ମଜାମସ୍ତି ସବୁ ମନେପଡ଼ିଗଲା ଆଖି କୋଣରୁ ଲୁହ ଜକେଇ ଆସିଲା l ବୟସ ଉପରେ ଋଷି ଗଲା ପିଲାଦିନ ଛାଡିକି ଏମିତି ଗଲା ଯେ ଆଉ କାନ୍ଦିଲେ ବି ଫେରିବନି l

   

        ଗାଁ ସ୍କୁଲ୍ ଆଗରେ ଦେବୀ ପଡିଆ, ଆମ ଗାଁ ଦଶହରାରେ ଯାତ୍ରା, ଦୋକାନ ବଜାର, ଖେଳ, ମୂର୍ତ୍ତି ତିଆରି ସବୁ ସେଇଠି ହୁଏ l ହେଲେ ଏବେ କେତେ ପରିବର୍ତ୍ତନ l ବର ଗଛ ତଳେ ବଡ଼ ଚାନ୍ଦିନୀ ହେଇଛି ଏବେ କୁଆଡେ ଗାଁ ସଭା ସମିତି ସେଇଠି ହୁଏ l ସେ ଚାରିଟା ପଥର ଆଉ ନାହଁ ସେଥିବି ଚାନ୍ଦିନୀ ହେଇଛି ଗାଁ ଟୋକା ଖଟି କରିବା ପାଇଁ ସୁବିଧା... l ହେଲେ ଆମ ପିଲାଦିନେ ଏମିତି ହେଇନଥିଲା, ସେଇ ଚାରିଟା ପଥରରେ ଆମେ ପଥର ଡିଆଁ ଖେଳୁଥିଲୁ l ବରଗଛରେ ଚଢି ଡାଳମାଙ୍କୁଡ଼ି ଖେଳୁଥିଲୁ l ଦଶହରା ସମୟରେ ମୋର ମାଡଖିଆ ପର୍ବ, ଦଶ ଦିନ ଛୁଟି ହୁଏ ସ୍କୁଲ୍ l ପାଠ ମଧ୍ୟ ଦିଆ ହୁଏ ଛୁଟିରେ କରିବା ପାଇଁ ହେଲେ ମୁଁ ଟିକେ ଚାଲାକ ଗୋଟେ ଦିନରେ ସବୁ ପାଠ ଟିପିଦିଏ ଏମ୍. ବି. ଡି ରୁ l ତାପରେ ଆରମ୍ଭ ହୁଏ ଦୁଷ୍ଟାମୀ, ସକାଳୁ ଉଠେ ଟିଉସନ ଯିବିନି ଆଉ ଟିକେ ପରେ ଖେଳ ହବ ଗାଁ ପଡିଆରେ କହି କାନ୍ଦିବି ମାଡ଼ ଖାଇକି ଟିଉସନ ରେ ଦାଦା ନେଇ ଛାଡିକି ଆସନ୍ତି l


   ଟିଉସନ ଆସି ବ୍ୟାଗ ଫୋପାଡ଼ି ଦୌଡେ ପଡିଆକୁ ଖେଳ ଦେଖୁବା ପାଇଁ ହେଲେ ଖେଳ ଆରମ୍ଭ ହେଇନ ଥାଏ ମୁଁ ମନ ଇଚ୍ଛା ବୁଲେ l ଦେବୀ ମୂର୍ତ୍ତି ତିଆରି ହେଉଥାଏ ମୁଁ ଠିଆ ହେଇ ଦେଖେ ସେଠି ଯେତେ ଜିଙ୍କ ପଡିଥାଏ ମୁଁ ତାକୁ ହାତରେ ଆଣି ଦେହରେ ବୋଲି ହୁଏ l ଚୋର ଏମିତି ହିଁ ଧରା ପଡେ, ଘରେ ମୋତେ ଖୋଜିବା ଆଗରୁ ମୁଁ ଚାଲି ଆସେ ହେଲେ ଦେହରେ ଲାଗିଥିବା ଜିଙ୍କ ତ କହୁଛି ମୁଁ ଯାଇ ଦେବୀ ମୂର୍ତ୍ତି ପାଖରେ ଠିଆ ହେଇ ଦେଖୁଥିଲି l ଆଉ ଘରେ ଜାଣିଯାନ୍ତି ଯେ ମୁଁ ଖାଲି ଠିଆ ହେଇ ଦେଖିବା ପିଲା ନୁହେଁ ଗାଁ ଗୋଟା ଯାକ ବୁଲିଥିବି l ଆରମ୍ଭ ହୁଏ ମାଡଖିଆ ପର୍ବ ମୋ ପିଠିରେ, ଦାଦା ପଚାରି ପଚାରି ପିଟନ୍ତି ନ ଖାଇକି କୁଆଡେ ବୁଲୁଥିଲୁ କହ ? ଏମିତି ଦେହ ସାରା ଜିଙ୍କ ବୋଲି ହେଇଚୁ କଣ ଯାତ୍ରା କରିବା ପାଇଁ ଯାଇଥିଲୁ ? ଧକେଇ ଧକେଇ କାନ୍ଦି କାନ୍ଦି ଗାଧେଇ, ଖାଇ ମୋତେ ଶୋଇବା ପାଇଁ କହି ଯିଏ ଯାହା କାମରେ ବ୍ୟସ୍ତ ରୁହନ୍ତି l


      ମୁଁ କଣ ଶୋଇବା ପିଲା? ଖେଳ ଆରମ୍ଭ ନ ହେବା ଆଗରୁ ଖେଳ ପଡିଆରେ ବୁଲିକି ଆସିଲାଣି ଆଉ ଖେଳ ଏବେ ଆରମ୍ଭ ହେବ ମୁଁ କେମିତି ଘରେ ଶୋଇବି? ସୁଯୋଗ କୁ ଅପେକ୍ଷା କେମିତି ଘରୁ ବାହରିକି ଯିବି ଖେଳ ପଡିଆରେ ବୁଲିବି l ସେ ଖେଳରୁ ମୁଁ ଚଉକା, ଛକା, ଶୁଣିଲେ ତାଳି ମାରନ୍ତି ଏମିତି ବୁଝିବା ଛଡା ଆଉ କିଛି ବୁଝେନି ହେଲେ ସାଙ୍ଗ ମାନଙ୍କ ସହ ବୁଲିବା ଦୁଷ୍ଟାମୀ କରିବାକୁ ମୁଁ ଭାରି ଭଲପାଏ l


     ଗାଁ ଖେଳ ପଡିଆ ପାଖରେ କଇଁଆ ଗଛ ଜଙ୍ଗଲ ଆଉ ମୋତେ ଖଟା ଖାଇବା ପାଇଁ ଭଲଲାଗେ l ମୁଁ ସାଙ୍ଗ ମାନଙ୍କୁ କୁହେ ଚାଲ କଇଁଆ ଖାଇବା, କରମଙ୍ଗା ଆଣିବା ଲୁଣ ଲଙ୍କା ମୁଁ ଆମ ଘରୁ ଆଣିବି ଆମେ ଖାଇବା ଯଦି ତମେ ମାନେ ମୋ ସହ ନ ଯିବ ଯେବେ ମୁଁ ତମ ସହ ଆଉ ସାଙ୍ଗ ହେବିନି କଟି ପକେଇ ଦେବି l ସେମାନେ ରାଜି ହେଇଯାନ୍ତି ଯିବା ପାଇଁ ଆଉ ଆମେ ଟେକା ମାରିକି, ଗଛରେ ଚଢିକି କଇଁଆ, କରମଙ୍ଗା, କମଳା ଆଣିକି ଆମ ବାରିପଟକୁ ଆସି ଭାଗ ବାଣ୍ଟି ଦେଉ l ମୁଁ ସାଙ୍ଗ ମାନଙ୍କୁ ସେଇଠି ଠିଆ କରିକି କୁହେ ମୁଁ ଯାଉଛି ଲୁଣ ଲଙ୍କା ଆଣିବି ତମେ କୁଆଡେ ଯିବନି ଆଉ ଆସିବାରେ ଡେରି ହେଲେ ଜାଣିବ ମୁଁ ଦାଦାଙ୍କ ଠୁ ମାଡ ଖାଉଛି ହେଲେ ତମେ ଯିବନି ମୁଁ ଆସିବି ମାଡ଼ ଖାଇସାରିକି, ଆମେ ଖଟା ଖାଇବା l ଘରେ ଧରା ପଡେ ମାଡ଼ ଖାଏ ବାବା ଜୋରଜବଦସ୍ତି ଜଗିକି ଶୁଅନ୍ତି ମୁଁ ଆଉ ଆସି ପାରେନି ଖସିକି l


      ଶୋଇକି ଉଠିବା ପରେ ମୁଁ ବାହାରି ଯାଏ ଦେବୀ ପଡିଆକୁ l ସେଠି ପଥର ଡିଆଁ, ଡାଳମାଙ୍କୁଡ଼ି ଖେଳୁ ଖେଳୁ ସନ୍ଧ୍ୟା ହେଇଯାଏ ଦାଦା ଯାନ୍ତି ବାଡେଇ ବାଡେଇ ଘରକୁ ଆଣିକି ଆସନ୍ତି l ସନ୍ଧ୍ୟାରେ ଦାଦା ପଢ଼ାନ୍ତି, ବ୍ୟାଗ ରେ ଯାବତୀୟ ଅଳିଆ ରଖିଥାଏ, ଖାତା ଚିରିକି ରକେଟ, ଡ଼ଙ୍ଗା କରିଥାଏ ସେଥିପାଇଁ ଆଗ ମାଡ଼ ଖାଏ ତା ପରେ ଦିନସାରା ଦୁଷ୍ଟାମୀ ଆଉ ନ ଆସୁଥିବା ପାଠ ସେ ସବୁ ର ମାଡ଼ ମୋ ପିଠିରେ ହିଁ ବସେ l


      ଭାବନା ଆରମ୍ଭ ହେଉ ହେଉ ଗାଁ ରାସ୍ତା ସରିଗଲା ଆଉ ମୁଁ ଘରେ ପହଞ୍ଚି ଗଲି l ଥକା ହେଇ ଟିକେ ବସିଗଲି ମୋ ଶୋଇବା ଘରେ ଧୋଇ ହେଇ ଖାଇ ବସିଲି l ଜେଜେ ମା ହାତର ଆଳୁ ପୋଡା ଆଉ ପଖାଳ ଭାତ, ଓଃ କି ଶାନ୍ତି l ଏବେ ଶାନ୍ତି ନିଦରେ ଶୋଇହେବ ଖାଇସାରି ଶୋଇଗଲି ନିଘୋଡ଼ ନିଦରେ ଯେମିତି ଅନେକ ବର୍ଷ ହେବ ଶୋଇନି l

   

      ନିଦରୁ ଉଠୁ ଉଠୁ ନଜର ପଡିଗଲା ପଙ୍ଖା ଉପରେ ରଙ୍ଗରେ ଲେଖିଥିବା ମୋ ନାଁ ଏବେ ଯାଏ ଲିଭିନି ଠିକରେ l କେତେ ଭଲ ଥିଲା ସେ ଦିନ ଯେବେ ମୁଁ ସ୍କୁଲ୍ ଯାଉଥିଲି ଦୋକାନରୁ ରଙ୍ଗ ଡ୍ରଇଁ ପେପର୍ କିଣି ଆଣି ମନକୁ ଯାହା ଚିତ୍ର ଆସେ ଆଙ୍କି ଦିଏ l ଅଠା ଲଗେଇ ଘର କାନ୍ଥରେ ଲଗେଇ ସଜେଇ ରଖେ l


       ମୁହଁ ଧୋଇ ବାହାରି ପଡେ ଗାଁ ଦାଣ୍ଡକୁ, ଆମର ଛୋଟ ସାହି ଟେ ତେଣୁ ଅଳ୍ପ କେତେଟା ଘର ତେଣୁ ଗାଁ ଦାଣ୍ଡକୁ ବାହାରିଲେ କେହି କିଛି କୁହନ୍ତିନି ନଚେତ ବଡ଼ ଝିଅ ମାନଙ୍କୁ ଦାଣ୍ଡକୁ ବାହରିକି ବୁଲିବା ମନା ଆମ ଗାଁ ରେ l ଗାଁ ଦାଣ୍ଡରେ ଆଉ ଧୂଳି ନାହିଁ କଂକ୍ରିଟ ରୋଡ଼ l ଛୋଟ ପିଲା ବି ଆଉ ଖେଳୁନାହାଁନ୍ତି କାଇଁ ଦାଣ୍ଡରେ କେହି ଦେଖା ଯାଉନଥିଲେ ବୋଧେ ଯିଏ ଯାହା ଘରେ ରହୁଛନ୍ତି l


    ହେଲେ ଆମ ପିଲାଦିନ ଦାଣ୍ଡରେ ହିଁ ବିତିଛି ଖପରା ଖେଳ, ଲୁଚା ଲୁଚି,ଛାଇଛପୁରୀ, ବିଷ ଅମୃତ, ବାଲି ଘର ଏମିତି କେତେ ଖେଳ ଖେଳୁ ସାଙ୍ଗେ ସାଙ୍ଗେ ମାଡ ପିଟି ସାଙ୍ଗେ ସାଙ୍ଗେ ସଢ଼େଇ ଖେଳ l


    ସନ୍ଧ୍ୟାରେ ବିଲ ଆଡେ ବୁଲିବା ପାଇଁ ଭଲ ଲାଗେ l ମୁଁ ଟିକେ ବିଲ ଆଡେ ଚାଲିଗଲି ଏକା ଏକା l ହଁ ଆଉ ଯିବି ବା କାହା ସହ ମୋ ସାଙ୍ଗ ସାଥି ସବୁ ବାହା ହେଇ ଯେ ଯାହା ଶାଶୂଘରେ ତେଣୁ ମୁଁ ଏକା l ଦୂରରୁ ଦେଖା ଗଲା ସେଇ ଲାଲ୍ କୃଷ୍ଣଚୂଡ଼ା ଗଛ l ଧାଇଁ ଗଲି ସେ କୃଷ୍ଣଚୂଡ଼ା ଗଛ ପାଖକୁ ତା ତଳେ ବସି ପୁଣି ହଜିଗଲି ଭାବନାରେ ଆଖିରୁ ଝରିଆସିଲା ଲୁହ, ମେଞ୍ଚେ ଆପଣା ପଣର ପବନରେ ସେ ସହରୀ ଗରମ ଉଭେଇ ଗଲା ଓଃ କି ଶାନ୍ତି l ଗୋଧୂଳି ମିଶା ଫୁଲ ବାସ୍ନାରେ ବାସ୍ ନିଜକୁ କିଛି ସମୟ ସ୍ଥିର ଭାବେ ପାଇଲି l ବିତିଯାଇଥିବା ପିଲାଦିନକୁ ଆଖି ମୁଜି ଦେଖିନେଲି ଠିକ ଫିଲ୍ମ ପରି l ସେ କୃଷଚୂଡ଼ା ଫୁଲରେ କେତେ ନଖ କରି ଲଗେଇଛି, ଗଞ୍ଜା ଲଢେଇ ଖେଳିଛି ଆଉ ତା ଫୁଲରେ ମୁଣ୍ଡରେ ସଜେଇ ମୁକୁଟ କରିଛି l


       ଏତେ ସବୁ ପରିବର୍ତ୍ତନରେ ବି ଲାଲ୍ କୃଷ୍ଣଚୂଡ଼ା ଫୁଲ ଯେମିତି ଥିଲା ସେମିତି ଅଛି l ଫୁଲ ପାଖୁଡ଼ାର ଗାଲିଚା କରିଛି, ତା ବିଶାଳ କାୟ ଶାଖାରେ ଆପଣା ପଣ ଆଜିବି ଭରି ରହିଛି l

ବୟସର ଶକ୍ତ ଚାପୁଡ଼ାରେ ପିଲାଦିନ ଛାଡିକି ଯାଇଛି ଆଉ ଫେରିବନି l ସମାଜର ନାଲି ଆଖିକୁ ଡରି ସାଙ୍ଗ ସବୁ ସଂସାରରେ ବ୍ୟସ୍ତ l ନିଜ ଇଚ୍ଛା ବାପ ମା ଙ୍କ ଆଶା ପୂରଣ ପାଇଁ ଯିଏ ଯାହା ଭବିଷ୍ୟତ ଗଢିବାରେ ବ୍ୟସ୍ତ l ମୋତେ ଟିକେ ସମୟ ମିଳିଲେ ମୁଁ ହଜିଯାଏ ଏମିତି ପିଲାଦିନକୁ ମନେପକେଇ l କେବେ କେବେ ସାଙ୍ଗ ସାଥୀକୁ call କରିଛି କଥା ହେଇ ସେ ଦିନ ସବୁକୁ ଟିକେ ଫେରି ପାଇବା ଆଶାରେ l ହେଲେ କାହିଁ ଦେଖିନି ମୁଁ ସେମାନଙ୍କ ଭିତରେ ସେ ଇଚ୍ଛାକୁ ବୋଧେ ବର୍ତ୍ତମାନ ସେମାନଙ୍କୁ ଖୁସି ଦେଇପାରୁଛି ସେ ପିଲାଦିନ ଠୁ ମିଳିଥିବା ଖୁସି ଠାରୁ ଖୁବ ବେଶୀ.... l ମୁଁ ବି ଖୁସି ରେ ଅଛି ହେଲେ ସେ ପିଲାଦିନ କିଛି ଅଲଗା ହିଁ ଥିଲା......


       ଏମିତି ଲାଗୁଛି ଯେମିତି ମୋ ସାଙ୍ଗ ମାନେ ମୋତେ ଏକା ଛାଡିକି ବହୁତ ଆଗକୁ ଚାଲିଯାଇଛନ୍ତି ଆଉ ମୁଁ ପଛରେ ଠିଆ ହେଇ ଡାକୁଛି ରୁହ ଟିକେ l ସେ ଲାଲ କୃଷ୍ଣଚୂଡ଼ା ପାଖରେ ଆଜିବି ସେମିତି ଠିଆ ହେଇଛି କାଳେ ମୋ ପରି କିଛି ବର୍ଷ ପରେ ଆସିବେ ସମସ୍ତେ ଫେରିକି ଟିକେ ମୋ ସହ ମିଶି ହସିବା ପାଇଁ ଆଉ ଗପିବା ପାଇଁ..... l


    ହଁ ଜାଣିଛି କିଛି ଅପେକ୍ଷା ଅପେକ୍ଷାରେ ହିଁ ରହିଯାଏ......



Rate this content
Log in

Similar oriya story from Abstract