Bishnupriya Palatasingh

Tragedy

4.5  

Bishnupriya Palatasingh

Tragedy

ହେଇ ବାୟା!

ହେଇ ବାୟା!

2 mins
231


ବାସ୍ତବତା ଆଖିରେ ଅନ୍ଧପୁଟୁଳି ବାନ୍ଧି ମନ ତା ଇଚ୍ଛା ଅନୁସାରେ ସ୍ବପ୍ନ ଦୁନିଆରେ ହଜିଯାଏ l ଡେଣା ମେଲେଇ ଆକାଶରେ ଉଡ଼ୁ ଉଡ଼ୁ ବାଟବଣା ହେଇଯାଏ ତ ଆଉ କେବେ ବାସ୍ତବତା ଆଖିରେ ଧରାପଡ଼ି ନିର୍ଧୁମ ମାଡ଼ ଖାଏ l ବିଚଳିତ ହେଇଯାଏ ବୟସ ପାଖରେ l ସମୟକୁ କଲମ ସଜେଇ ବାସ୍ତବତା ବୁଝାଏ ଜିଦିଆ ମନକୁ l ବୁଝାବଣା ଭିତରେ କିଛି ଇଚ୍ଛା ଆତ୍ମହତ୍ୟା କରେ, ଆଉ ବାକି କିଛି ଇଚ୍ଛାକୁ ସମୟ ତା ରଙ୍ଗତୂଳୀରେ ରଙ୍ଗାଏ l କେତେ ଫିକା ଆଉ କେତେ ଗାଢ଼ ତା ରଙ୍ଗତୂଳୀ ଉପରେ ହିଁ ନିର୍ଭର କରେ l ଏ ମନଟା ବି କେମିତି କେଜାଣି ? ଟିକେ ଟିକେରେ ଭାଙ୍ଗିଯାଏ l ତାକୁ ନିଜେ ଯୋଡିବା, ଓଃ କି ଯନ୍ତ୍ରଣା ଦାୟକ..... l ମନଟା ଗହଳି ଭିତରେ ନିରବୀ ଯାଏ ଆଉ ଏକଲାପଣକୁ କୁହେ -"ମୋତେ ମୋ ପରି କେହି ଜଣେ ଭଲପାନ୍ତାକି " l

                   ଏ ମନକୁ ମୁଁ ମୋ ହିସାବରେ ଟାଣିଟୁଣି ଆଗକୁ ବଢିବାର ଚେଷ୍ଟା କରେ l ହେଲେ କିଛି ବାଟ ଗଲା ପରେ ଥକି ଯାଏ l ମୁଁ ନିଜକୁ ସାଙ୍ଗ ସାଥି, ହସ ଖୁସି ସବୁଠୁ ଦୂରେଇ ରଖେ ଆଉ ମନକୁ ବୁଝେଇବାରେ ବ୍ୟସ୍ତ ରୁହେ l

କେହି କେବେ ପଚାରନ୍ତିନି କି ହସେଇବାର ଚେଷ୍ଟା ବି କରନ୍ତିନି l ନିଜେ ନିଜକୁ ବୁଝେଇବା ସତରେ କେତେ କଷ୍ଟ..... l ଏମିତି ବୟସର ମୁଠେ ସ୍ମୁତିକୁ ହାତ ପାପୁଲିରେ ଧରି ଅନ୍ୟମନସ୍କ ହେଇ ବାଟ ଚାଲୁଥିବା ବେଳେ, କେହି ଜଣେ ହାତକୁ ଟାଣି ଧରି କହିଲା -"ମୁଁ ତତେ ବହୁତ ଭଲପାଏ " l ଓଃ କି ବିରକ୍ତ ଲାଗୁଥିଲା, ରାଗିଗଲି ଚିଲେଇକି କହିଲି -"ପ୍ରେମ ଜଣଙ୍କ ସହ ହୁଏ " l ମୁଁ ମୋ ଚାରିପାଖକୁ ଭୁଲିଯାଇ ନିଜ ମନକୁ ବୁଝେଇବାରେ ବ୍ୟସ୍ତ ଆଉ ସେ ମୋ ହସ ଭୁଲା ଓଠରେ ହସ ଭରିବାରେ l ଶେଷରେ ସେ ତା ଚେଷ୍ଟାରେ ସଫଳ ହେଇଗଲା, ତା କଥା କଥାରେ ମୁଁ ହସିବା ଆରମ୍ଭ କଲି l ହେଲେ ମୁଁ ମୋ ଜିଦିଆ ମନକୁ ବୁଝେଇପାରିଲିନି l ବାଟଭୁଲା ମନକୁ ସେଇ ବାଟରେ ନେଲେ କାଳେ ବୁଝିଯିବ ଭାବି ଅତୀତକୁ ଲାଞ୍ଚ ଦେଲି l

               ସହର ରାତିର ନିଦକୁ ଭୁଲିଯାଇ ମୁଁ ମୋ ସ୍ବପ୍ନ ପୂରଣ କରିବା ଜିଦିରେ ଆଉ ମନ ତା ଭଙ୍ଗା ସ୍ବପ୍ନକୁ ଯୋଡିବା ନିଶାରେ l ଧୋକାବାଜ ଅତୀତବି କେତେ ଅଭିନୟ କରିବ, ତା ରୂପ ଦେଖେଇବା ଆରମ୍ଭ କଲା l ଭଙ୍ଗା ମନ ଆତ୍ମହତ୍ୟାର ରାସ୍ତାକୁ ଆପଣେଇ ଦେଲା l ବାସ୍ ଆଉ କିଛି ମୁହୂର୍ତ୍ତ ବାକି... ମନକୁ ଆଉ ମୋତେ ଏକ କରିଦେଇ ସେ ପୁଣି କହିଲା -"ମୁଁ ତତେ ଭଲପାଏ l ମୁଁ ଜାଣିଛି ପ୍ରେମ ଜଣଙ୍କ ସହ ହୁଏ ଆଉ ପ୍ରେମ ସହିତ ପ୍ରେମ ହୁଏ, ପ୍ରତାରଣା ସହ ନୁହେଁ l"

                ଅଟକିଗଲି ତା ପାଖରେ ତାକୁ କୁଣ୍ଢେଇ ମନ ଇଚ୍ଛା କାନ୍ଦିଲି l ମୋ ଗାଲ ଉପରେ ବୋହି ଯାଉଥିବା ଲୁହକୁ ପୋଛି ଦେଇ ସାନ୍ତ୍ଵନା ଭରା ଗେଲ କରି ସୁଆଇ ଦେଲା ତା କାନ୍ଧରେ l ନିଜ ଭିତରେ ନିଜ ମନକୁ ଖୋଜିପାଇଲି, ନୂଆ ଜୀବନଟେ ପାଇଲି, ସ୍ଥିର ମନକୁ ନେଇ ପ୍ରତି ମୁହୂର୍ତ୍ତକୁ ଅନୁଭବ କଲି, ଦୁଃଖର ସମୟକୁ ଖରାପ ସ୍ବପ୍ନ ଭାବି ଭୁଲିଗଲି l ସେ ଗେଲ କରି ପୁଣି କହିଲା -"ମୁଁ ତତେ ଭଲପାଏ ।" ଏଇ ଦୁଇ ଦିନର ଜୀବନରେ ମୁଁ ତତେ ଆଜି ଏମିତି ଭଲପାଏ ଯେମିତି ଜୀବନରେ କାଲିର ଦିନ ହିଁ ନାହିଁ l

                    ମନର ଚାରିକାନ୍ଥ ଭିତରେ ଧୂଳିର ଆସ୍ତରଣ ତଳେ ଲୁଚି ପଡ଼ିଥିବା ପ୍ରେମଟା, ଧୂଳି ଝାଡି ଝୁଡି ହେଇ ଉଠିପଡ଼ିଲା l ଆବେଗ ଭରା କଣ୍ଠରେ ମୁଁ କହିଲି....

ହେଇ ବାୟା ! ମୁଁ ଜାଣିଛି, ମୋ ପରି ନୁହେଁ ମୋ ଠାରୁ, ତୁ ମୋତେ ବେଶୀ  ଭଲପାଉ l 

               


Rate this content
Log in

Similar oriya story from Tragedy