STORYMIRROR

Bishnupriya Palatasingh

Tragedy

3  

Bishnupriya Palatasingh

Tragedy

କ୍ଲାନ୍ତ ବିହଙ୍ଗ

କ୍ଲାନ୍ତ ବିହଙ୍ଗ

4 mins
218

ସନ୍ଧ୍ୟା ବେଳଟାରେ ସମୟିନୀ ବସି ଫୋନ୍ ଦେଖୁଥାଏ ସମୟ ପାଖାପାଖି ଛଅଟା ତେଇଶି ହେବ l ହ୍ୱାଟ୍ସଆପକୁ ଗୋଟେ ମେସେଜ ଆସିଲା, ବାହାଘର ନିମନ୍ତ୍ରଣ ପତ୍ର l ଦେଖୁ ଦେଖୁ ଆଖିରେ ଲୁହ ଜକେଇ ଆସିଲା ସମୟିନୀର l ନିଜକୁ ନିଜେ କହୁଥିଲା, "ତୁମ ପରି କେହି କେବେ ମୋତେ ଏତେ ଭଲପାଇପାରିବେନି ଏମିତି ନିଃସ୍ଵାର୍ଥପର ଭାବେ "l କିଛି କ୍ଷଣ ପାଇଁ ତାଜା କରିଦେଲା ସେ ସ୍ମୃତି ସବୁକୁ ଯାହା କେବେ ଭୁଲି ହେବନି l


ସମୟିନୀ ଦେଖିବା ପାଇଁ ବହୁତ ସୁନ୍ଦର, ଟିକେ ଟିକେ କଥାରେ କାନ୍ଦି ପକାଏ l ଅନେକ ପୁଅ ତା ପାଇଁ ପାଗଳ ହେଲେ ମୁହଁ ଫେରେଇ ନିଏ ସମସ୍ତଙ୍କ ପାଖରୁ l ଅନେକ ପୁଅ ବନ୍ଧୁଙ୍କ ସହ ତାର ଏଇଥି ପାଇଁ ଅପଡ଼ିଆ, କିଛି ଦିନର କଥାବାର୍ତ୍ତା ହେଇଥିବ କି ନାହିଁ " ଆଇ ଲଭ ୟୁ " କହି ପ୍ରେମ ନିବେଦନ କରନ୍ତି l ମନା କରିଦେଲେ ସେଇଠି ବନ୍ଧୁତା ଶେଷ l ବିଚାରି କଣ ବା ଆଉ କରିବ ଝିଅଟା ହେଇ କଣ ଉପରେ ପଡ଼ି କହିବ ମୋ ସହ କଥା ହୁଅ ବୋଲି l ହେଲେ ମନ ଦୁଃଖ କରେ ସମସ୍ତେ ମିଳିମିଶି କଥା ହେଇଥିବେ ହେଲେ ୟା ପାଖ କେହି ମାଡ଼ିବେନି, ଖାଲି ଦୂରରେ ରହି ଲୁଚି ଲୁଚି ଦେଖୁଥିବେ ଯାହା l


ଏପ୍ରିଲ୍ ମାସ 2020, ମେସେଜରୁ ଆରମ୍ଭ ହେଇଥିଲା ବନ୍ଧୁତା l ବନ୍ଧୁ ଜଣକ ଖୁବ୍ ମେଳାପି, ବୟସରେ ବଡ଼ ହେଲେ ମଧ୍ୟ ଏମିତି କଥା ହେଉଥିଲେ ଯେମିତି ସମବୟସ୍କର l ଦିନ ପରେ ଦିନ ବିତିବା ସହ ବନ୍ଧୁତା ନିବିଡ଼ ହେଲା l ଦିନସାରା ଯାହା ଯାହା ଘଟେ ଟିକିନିଖି କରି ସବୁକଥା ଆଲୋଚନା କରେ ବନ୍ଧୁଙ୍କ ସହ l କୋଉଟା ଠିକ୍ କୋଉଟା ଭୁଲ୍, କଣ କରିବା ଉଚିତ୍ ଅନୁଚିତ୍ ସବୁକୁ ଅତି ସୁନ୍ଦର ଭାବରେ ବୁଝେଇ ଦିଅନ୍ତି ବନ୍ଧୁ ଜଣକ l ନିଜକୁ ଭାଗ୍ୟମନେ କରୁଥିଲା ଏମିତି ବୁଝି ବୁଝେଇଲା ପରି ବନ୍ଧୁଟେ ପାଇ l


ଏମିତି ଗୋଟେ ଦିନ ବନ୍ଧୁଜଣକ ପ୍ରଶ୍ନ କଲେ, ଆଚ୍ଛା ସମୟିନୀ ତୁମେ କେବେ କାହାକୁ ଭଲପାଇଛ ? ସବୁଦିନ ବକର ବକର ହେଉଥିବା ସମୟିନୀ କିଛି ସମୟ ନିରବୀ ଗଲା l ମନେ ମନେ ଭାବୁଥିଲା କଣ କହିବି, କେମିତି କହିବି! ଅନେକ ଭାବିବା ପରେ ଉତ୍ତର ଦେଲା ହଁ ପାଇଛି l


କିଛି ସ୍ୱପ୍ନ ଦେଖିବାପାଇଁ ଯାଇ, ଅନେକ ସ୍ୱପ୍ନକୁ ସତ କରିବାର ଜିଦିରେ ବହୁତ ପାଦ ଆଗକୁ ଚାଲିଗଲି l ଯେଉଁଠି ରହିଲେ ମୃତ୍ୟୁ, ଫେରିଲେ ଅସହ୍ୟ ଯନ୍ତ୍ରଣା l କେତେ ଯନ୍ତ୍ରଣା ପୂର୍ଣ୍ଣ ଥିଲା ସେ ଦିନ ସବୁ...... l ଛାଡ଼ ମୁଁ ମନେପକେଇବା ପାଇଁ ଚାହେଁନି l


ବନ୍ଧୁ -     କଣ ହେଲା! କଣ ପ୍ରେମରେ ପ୍ରତାରଣା ମିଳିଛି ?

ସମୟିନୀ - ନାଇଁ

ବନ୍ଧୁ -    ତେବେ ଏ ବିରହ......

ସମୟିନୀ -   

     ମୁଁ ଜାଣିଥିଲି ଜଣକୁ ନ ଛୁଇଁ ଭଲପାଇବା ହିଁ ପ୍ରେମ, ଅପେକ୍ଷା ଆଉ ତ୍ୟାଗର ଅନ୍ୟ ନାମ ପ୍ରେମ, ତା ସୁଖ ଦୁଃଖରେ ଭାଗିଦାର ହେବା ହିଁ ପ୍ରେମ l


ବିନା କିଛି ସ୍ୱାର୍ଥରେ ମୁଁ ଭଲପାଇ ବସିଲି ଏମିତି ଏକ ମଣିଷକୁ, ଯିଏ ତା ମନରେ ଥିବା କାମନାକୁ ପ୍ରେମର ନାଁ ଦେଇ ମୋତେ ଠକି ଚାଲିଥିଲା l ସବୁ କିଛି ଜାଣିବି ଚୁପ୍ ରହୁଥିଲି କାଳେ ତା ମନ ପରିବର୍ତ୍ତନ ହେଇଯିବ ମୋ ଭଲପାଇବା ଦେଖି l କିନ୍ତୁ ନା କିଛି ବି ଲାଭ ହେଲାନି, ବାସ୍ ମୋତେ ଯନ୍ତ୍ରଣା ଛଡା ଆଉ କିଛି ବି ମିଳୁନ ଥିଲା l ତା ଭାଷାରେ ପ୍ରେମର ଅର୍ଥ ଫୁଲବିଛା ଶେଜରେ ଗୋଟେ ରଙ୍ଗୀନ୍ ରାତି ବିତେଇବା l ନିଜ ଉପରେ ଘୃଣା ଆସୁଥିଲା କେମିତି ମୋ ପରି ଝିଅ ଏମିତି ଗୋଟେ କାମୁକ ପୁରୁଷକୁ ଭଲପାଇ ବସିଲା l ଧୋକାବାଜ୍ ପ୍ରେମିକାର ସାର୍ଟିଫିକେଟ୍ ମୋତେ ମିଳୁ ପଛେ ମୁଁ ଏ ବାଧ୍ୟ ବାଧକତାର ସମ୍ପର୍କ ସହ ଆଉ ଗୋଟେ ମୁହୂର୍ତ୍ତ ବି ରହିବା ପାଇଁ ଚାହିଁଲିନି l ମାନସିକ ଯନ୍ତ୍ରଣା ମୋତେ ପ୍ରତି ମୁହୂର୍ତ୍ତରେ ଦେଉଥିଲା ଯାହା ସହ୍ୟ କରିବା ମୋ ପାଖରେ ସମ୍ଭବ ନ ଥିଲା l ମୋ ପାଦକୁ ଫେରେଇ ଆଣିଲି ସବୁଦିନ ପାଇଁ ସେହିଠାରୁ l ହସିବାର ଅଭିନୟ କରି ସହି ନେଲି ସେ ବିରହକୁ l


ଏବେ ତୁମେ କୁହ କଣ ଭୁଲ୍ କରିଛି ସେ ରାସ୍ତାରୁ ନିଜକୁ ଫେରେଇ ଆଣି ? ବନ୍ଧୁଜଣଙ୍କ ଉତ୍ତର ଦେଲେ ତୁମେ ଯାହା କରିଛ ପୁରା ଠିକ କରିଛ l ଯାହା ଯେଉଁ ସମୟରେ କରିବା ଉଚିତ୍ ତାହା କରିବା ଠିକ୍, ସମୟ ଆସିବା ପୂର୍ବରୁ କରିବା କଳଙ୍କ ଛଡା ଆଉ କିଛି ନୁହେଁ l ଅନେକ ସହାନୁଭୂତି ଦେଇ ବନ୍ଧୁ ଗୁଡ୍ ନାଇଟ୍ କହି ଶୋଇଗଲେ l


ତା ପରଠାରୁ ସମୟିନୀ ବନ୍ଧୁଙ୍କ କଥାବାର୍ତ୍ତାରେ ଅନେକ ପରିବର୍ତ୍ତନ ଦେଖିଲା l ବନ୍ଧୁ ଜଣକ ଏମିତି ବ୍ୟବହାର କରୁଥିଲେ ଯେମିତି ସମୟିନୀ ତାଙ୍କ ବନ୍ଧୁ ନୁହେଁ ପ୍ରେମିକା l ସମୟିନୀ ଜାଣିପାରିଲା କି ବନ୍ଧୁ ଭଲପାଇ ବସିଲେଣି ତାକୁ l ଡରିଗଲା ସେ .... ମନେ ପଡିଲା ତା ପୁରୁଷ ବନ୍ଧୁମାନଙ୍କ କଥା, କେମିତି ସେମାନଙ୍କ ପ୍ରେମ ନିବେଦନକୁ ଗ୍ରହଣ ନ କଲେ ସେମାନେ ଦୂରେଇ ଯାଆନ୍ତି ବନ୍ଧୁତାକୁ ପାଦରେ ଆଡେଇ ଦେଇ l ସେମିତି ଯଦି ଆଉଥରେ ହୁଏ ତେବେ ? କଣ ଆମ ଭିତରେ ଥିବା ବନ୍ଧୁତା ମରିଯିବ ଆମେ ପୁଣି ଅଚିହ୍ନl ହେଇଯିବୁ ଦୁହେଁ l


ବନ୍ଧୁ ଯେବେ ବି ତାଙ୍କ ମନର କଥା କହିବା ପାଇଁ କଥା ଆରମ୍ଭ କରନ୍ତି, ସମୟିନୀ ଜାଣିଦିଏ ଆଉ କଥା ଭୁଲେଇ ଦେଇ ଆଉ କିଛି କଥା କହିବା ଆରମ୍ଭ କରେ l ସେ ଭଲଭାବେ ଜାଣିଥିଲା ତା ପକ୍ଷେ ଆଉ ପ୍ରେମ କରିବା ସମ୍ଭବ ନୁହେଁ l ହେଲେ ଏ ବନ୍ଧୁତାକୁ ହରେଇବା ପାଇଁ ସେ ଜମା ବି ଚାହେଁନି l ତେଣୁ ଏମିତି କଥା ଭୁଲେଇ ଅନେକ ଦିନ ବିତିଗଲା ଶେଷରେ ବନ୍ଧୁ କହିଦେଲେ "ଆଇ ଲଭ ୟୁ " ସିଧା ସିଧା ମନା କରିଦେଲା ସମୟିନୀ l ଆଉ କଣ ବା କରିଥାନ୍ତା l ଭଙ୍ଗା ମନ ନେଇ ପ୍ରେମ କରିବା ସମ୍ଭବ ନୁହେଁ l


ଦିନ, ସପ୍ତାହ, ମାସ, ବର୍ଷ ବିତିବା ସହ ବନ୍ଧୁଙ୍କ ପ୍ରେମ ଟିକେ ବି ଝାଉଁଳି ପଡୁନ ଥିଲା ସେମିତି ତାଜା ହେଇଥିଲା l ସମୟିନୀର ଯତ୍ନ ନେବାରେ ଟିକେ ବି ଅବହେଳା କରୁନଥିଲେ l ଥଣ୍ଡା ଟିକେ ହେଲେ ବି ବ୍ୟସ୍ତ ହେଇପଡୁଥିଲେ l ଏତେ ସରଳ ମଣିଷଟେ ସେ ଆଗରୁ କେବେ ବି ଦେଖିନି l ଗଣିତର ସମାଧାନ ଠାରୁ ଆରମ୍ଭ କରି ଜୀବନର ସମସ୍ୟା ସମାଧାନର ରାସ୍ତା ସେ ଦେଖେଇ ଦେଉଥିଲେ ସମୟିନୀକୁ l ପ୍ରେମକୁ ଏତେ ପାଖରେ ପାଇବି ସେ ନିଜର କରିପାରିଲାନି l ଅନେକ ସମୟ ଧରି ଭାବେ ବନ୍ଧୁଜଣଙ୍କ କଥା l ସେ ପ୍ରେମ କରେନି ବୋଲି ମନା କଲା ପରେବି ତା ପାଇଁ ଏତେ ଭଲପାଇବା ଏତେ ଯତ୍ନ ବିନା କିଛି ସ୍ୱାର୍ଥରେ! l ଏମିତି କେବେ କେହି ଭଲପାଇବ ବା କାହିଁକି ଯେଉଁ ସମ୍ପର୍କର କିଛି ନାଁ ନାହିଁ l ସମୟିନୀ ବି ବୁଝିପାରୁନ ଥିଲା ଯେଉଁ ସମ୍ପର୍କର କିଛି ପରିଚୟ ନାହିଁ ସେ ସମ୍ପର୍କକୁ ବଞ୍ଚେଇ ରଖିବା, ତା ଭାବନାରେ ହଜିବାର କାରଣ କଣ ? l 


ଏ କଥା ବି ଜାଣିପାରୁନି ବନ୍ଧୁଙ୍କ ବିବାହ ନିମନ୍ତ୍ରଣ ପତ୍ର ଦେଖି ଆଖି ଏମିତି ଲୁହରେ କାଇଁ ଭିଜିଗଲା l ହଁ ଅନେକ ଥର ଭାବିଛି ଏମିତି ଗୋଟେ ମଣିଷକୁ ଯିଏ ଜୀବନ ସାଥି ରୂପେ ପାଇବ ସେ ସତରେ ବହୁତ ଭାଗ୍ୟବାନ ହେଇଥିବ l ଏମିତିରେ ମୋ ଭାଗ୍ୟରେ ଦୁଃଖ ହିଁ ଲେଖା ଅଛି l ଯେବେ ମୁଁ ପ୍ରେମ କରୁଥିଲି ସେବେ ବି ଏକା ଥିଲି, ଆଜି ମୋତେ ପ୍ରେମ କରୁଥିବା ମଣିଷକୁ ନିଜର ନ କରିପାରି ଏକା ହିଁ ଅଛି l ଏକାକୀ ଜୀବନ ଜିଇଁବା ସତରେ ଯନ୍ତ୍ରଣା ପୂର୍ଣ୍ଣ l ଡେଣା ଥାଇ ବି ଉଡି ହୁଏନି, ମୁଁ ତ ଗୋଟେ କ୍ଲାନ୍ତ ବିହଙ୍ଗ ଉଡିବି ବା କେମିତି ?



Rate this content
Log in

Similar oriya story from Tragedy