STORYMIRROR

Rashmi Ranjan Nayak

Inspirational

3  

Rashmi Ranjan Nayak

Inspirational

ଲାଜକୁଳୀ ଲତା

ଲାଜକୁଳୀ ଲତା

1 min
437

ସବୁଜ ରଙ୍ଗର ଧାନ କ୍ଷେତ ହେଉ ବା ଖେଳ ପଡିଆ ହେଉ, ସେ ଗାଁ ର କାଦୁଅ ଭରା ରାସ୍ତା କଡ ହେଉ ବା ଗାଡ଼ିଆ ପାଖ ହେଉ ଏକ ବିଶାଳ ସାମ୍ରାଜ୍ୟ ବିସ୍ତାର କରି ରହିଥାଏ ଲାଜକୁଳୀ ଲତା।ଦେଖିବାକୁ ଏତେ ବଡ଼ ନୁହେଁ ,କଣ୍ଟା ବୁଦା କହିଲେ ଚଳେ। କୁନି କୁନି ଫୁଲ ତାର ସୌନ୍ଦର୍ଯ୍ୟକୁ ବଖାଣି ଦିଏ ।କେଉଁ ବୈଜ୍ଞାନିକ କାରଣ ଥାଏ ତାହା ତ ଅଜଣା କିନ୍ତୁ ଲାଜ ତାର ବେଶ ଚର୍ଚ୍ଚାର ବିଷୟ ଏ ସମାଜ ପାଇଁ।ସାମନ୍ୟ ସ୍ପର୍ଶରେ ଲାଜେଇ ଯାଏ ସେ।ଦେଖୁ ଦେଖୁ ନିରବ ନିସ୍ତେଜ ପାଲଟି ଯାଏ।ଭାବେନା କାହିଁକି ହୁଏ ଏସବୁ।


ହଁ ଏହା ସତ୍ୟ ଯେ ସେ ଘୃଣାର ପାତ୍ର ପାଲଟି ଯାଇଛି ସମାଜରେ।ଏକ ଭିନ୍ନ ଦୃଷ୍ଟିରେ ତାକୁ ସାରା ସମାଜ ଦେଖୁଛି ।ମାତ୍ର ମୁଁ ତାକୁ ଦେଖିଲା ବେଳେ ମତେ ସେ ଅନେକ ଅକୁହା କଥା କହିଗଲା ମୋ କାନରେ ।ଛୋଟ ହୋଇ ମଧ୍ୟ ତା ମନରେ ଟିକେ ବି ଗର୍ବ ନଥିଲା, କଣ୍ଟା ଥିଲା ସତ କିନ୍ତୁ ବିନା କାରଣରେ କାହାରିକୁ କଷ୍ଟ ଦେଉନଥିଲା।କୁନି କୁନି ଫୁଲର ମହକ କଥା ତ ଜାଣେନା କିନ୍ତୁ ପ୍ରଜାପତି ଓ ମହୁମାଛି ଉଭୟଙ୍କର ସେ ପ୍ରିୟ ପାତ୍ର ଥିଲା।ଆହା କି ସୁନ୍ଦର ଓ ମନୋରମ ସେ ଦୃଶ୍ୟ।ଛୋଟ ହୋଇ ମଧ୍ୟ ଅନେକ କଥା ଶିଖାଇ ଦେଲା ମତେ।

ଭାବିଲି ଥରେ ଏ ସମାଜ ବିଷୟରେ ଓ ତାକୁ ସମ୍ମାନ ଦେଇ ମୁଁ ଫେରି ଆସିଲି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational