Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

puspanjali das

Inspirational

2  

puspanjali das

Inspirational

ଲାଡୋ

ଲାଡୋ

4 mins
253


ଶାଶ୍ବତୀ ସେଦିନ ଯେତେ ଚେଷ୍ଟା କଲେ ବି ସ୍ଥିର ହୋଇ ରହିପାରୁନଥିଲା। ଘରୁ ବାହାର, ବାହାରୁ ଘର ଚାଲି ଚାଲି ଟିକିଏ ବି ଥକି ପଡୁନଥିଲା। ବାରମ୍ବାର ହାତ ଯୋଡ଼ିକି ଠାକୁର ଙ୍କୁ ଡାକି ପକାଉଥିଲା। ପ୍ରକୃତି ର କରାଳ ରୂପ 'ଫନି' ଯେତେ ଭୟଭୀତ କରୁନଥିଲା,ତା ବଡ଼ ଝିଅ ବାନି ର ଚିନ୍ତା ସେତିକି ଦୁର୍ବୋଧ୍ୟ ହୋଇପଡୁଥିଲା। ଘରେ ସ୍ୱାମୀ ଓ ସାନଝିଅ ର ଉପସ୍ଥିତି ଓ ସେମାନଙ୍କ ର ସୁରକ୍ଷା କୁ ନେଇ ଚିନ୍ତା ଅବଶ୍ୟ ତା ମନ ଭିତର ଟା କୁ କେମିତି ଵ୍ୟସ୍ତ ଓ ବିବ୍ରତ କରୁଥିଲା। ଆଗରୁ ଟିକେ ସୁଚନାପାଇ ଥିବାରୁ ହୁଏତ ସିଏ ନିଜକୁ ଟିକେ ମାନସିକ ସ୍ତରରେ ସଜାଡ଼ି ନେଇଥିଲା। ସବୁପ୍ରକାର ସୁବିଧା ଗୋଟି ଗୋଟି କରି ମନେ ପକାଇ କରିନେଇଥିଲା। କରେଣ୍ଟ ନ ରହିଲେ ଇନଭଟର୍ କୁ କମ୍ ଖର୍ଚ୍ଚ କେମିତି କରିବ,ଗ୍ୟାସ ଲାଇଟ ର ମଧ୍ୟ ବ୍ୟବସ୍ଥା କରିସାରିଥିଲା,ସବୁ ପ୍ରକାର ଖାଦ୍ୟ ବିନା ଫ୍ରିଜ୍ କେମିତି ସଞ୍ଚି ରଖିପାରିବ, ସେକଥା ମଧ୍ୟ ଭୂଲି ନ ଥିଲା। ହେଲେ ବଡ଼ ଝିଅ କୁ ଏସବୁ କହିବାକୁ କେମିତି ଭୁଲିଗଲା, ନିଜକୁ ଯେତେ ଚେଷ୍ଟା କଲେ ମଧ୍ୟ ବୁଝେଇ ପାରୁନଥିଲା।

     ପୁରୀ ରେ ଝିଅ ତାର ଏକୁଟିଆ ରହୁଛି। ଜ୍ୱାଇଁ ଆମେରିକା ରେ ଇଂଜିନିଅର, ଝିଅ ର ସରକାରୀ ଚାକିରୀ ଯୋଗୁ,ଚାକିରୀ ଛାଡ଼ି ଯାଇପାରୁନି କି ଜ୍ୱାଇଁ ଆମେରିକା ର ଚାକଚକ୍ୟ ପୂର୍ଣ୍ଣ ଚାକିରୀ ଖଣ୍ଡକ ଛାଡି ଆସି ପାରୁନାହାନ୍ତି। ବର୍ଷ କୁ ଥରେ ଅଧେ ଯିବା ଆସିବା ଦୁହିଁଁଙ୍କ ର। ସେଥିପାଇଁ ବାନି ଗୋଟାଏ କୁକୁର ରଖିଛି, ନିଜ ନାଁ ସାଙ୍ଗରେ ପଡିଲା ଭଳିଆ ନାଁ ଟିଏ ବାଛି 'ଜାନି 'ରଖିଛି,ଅବଶ୍ୟ ଗେଲ୍ହା ରେ 'ଲା଼ଡୋ' ଅଧିକାଂଶ ସମୟ ଡାକେ। ଶାଶ୍ବତୀ କିନ୍ତୁ ନା 'ଜାନି' ନା 'ଲାଡୋ' କିଛି ବି ଡକେନି ଝିଅ ର ଅତ୍ୟଧିକ ସ୍ନେହ ଜାନି ପାଇଁ ତା'କୁ ଅଶ୍ୱସ୍ତିକର ଲାଗେ,ମନରେ ତାର କୋଉଠୁ କେଜାଣି ପୁଳାଏ ହିଂସା ବଷାବାନ୍ଧି ଦେଇଥାଏ। ବାନି କୁ ସବୁବେଳେ ଅନ୍ୟ କଥା କହି ଭୁଲାଇ ଦିଏ ,ହେଲେ ବାନି ଠିକ ଜାଣିପାରେ ତା'ର ଜାନି ପ୍ରତି ମନର ଭାବ କୁ ଯେତେବେଳେ ଆମେରିକା ଯାଏ ତାରି ପାଖରେ ଜାନି କୁ ମାସ ମାସ ଧରିକି ଛାଡିି ଯାଏ,ସବୁଥରକ ଶାଶ୍ୱତୀ ର ମନ ର ଭାବନା ର ପରିବର୍ତ୍ତନ ଦେଖିବାକୁ ଅଶାକରି। କିନ୍ତୁ ସବୁବେଳେ ତାକୁ ନିରାଶା ହେବାକୁ ପଡେ। ମୁହଁରେ କେବେ କିଛି ତାକୁ କହିପାରେନା ,ହେଲେ ଜାନି ଓ ଶାଶ୍ବତୀ ର ସମ୍ପର୍କକୁ ଦୃଢ଼ କରିବାକୁ ଛୋଟିଆ ସୁଯୋଗ ଟିଏ ମଧ୍ୟ ଛାଡେନା। ମଝିରେ ମଝିରେ ଶାଶ୍ବତୀ କୁ ଜୋର ଜବରଦସ୍ତ ତା'ପାଖକୁ ନେଇ ଯାଏ। ନିଜ ସରକାରୀ କ୍ୱାଟରରେ ତାକୁ ଓ ଜାନି କୁ ଏକାଠି ଅନେକ ସମୟ ଛାଡି ଦେଇ ଅଫିସ ଯାଏ,ସବୁଦିନ ପରି ଶାଶ୍ୱତୀ ଆଗରେ ଜାନି କୁ କମ୍ ଗେହ୍ଲା କରେ। ସିଏ କିନ୍ତୁ ଜାଣିଥାଏ,ବାନି , ସବୁଠାରୁ ଅଧିକ ଜାନି କୁ ଭଲ ପାଏ ବୋଲି, ମା' ମନ ତାର ଛୋଟ ପିଲାଙ୍କ ପରି ହିଂସା ରେ ଛଟ୍ ପଟ୍ ହେଇଗଲେ ବି କିଛି କହିପାରେନି ଆମେରିକା ରୁ ଯେତେବେଳେ ଭଲ ଭଲ ପର୍ସ ଓ ଜୋତା ,ବାନି ଶାଶ୍ୱତୀ ପାଇଁ ଆଣେ, ସେତେବେଳେ ଜାନି ପାଇଁ ଆଣିଥିବା ଜିନିଷ କୁ ସିଏ ଅଜାଣତରେ ଦେଖିପକାଏ। ବାନି ସବୁ ଜାଣି ପାରିଲେ ମଧ୍ୟ ନ ଜାଣିଲା ପରି ସେସବୁ କୁ ଅଡେଇଯାଏ।

    ହଠାତ୍ ଘଡ଼ ଘଡିର ଶବ୍ଦ ରେ ଶାଶ୍ୱତୀ ତା' ଭାବନା ରାଜ୍ୟ ରୁ ଫେରି ଆସିଥିଲା। ଫୋନ ଟିକୁ ବାରମ୍ବାର ଦେଖୁଥିଲା, କେତେ କଷ୍ଟ ରେ ଟିକେ ଚାର୍ଜ ରେ ବସାଇଛି, ଟିକେ ଚାର୍ଜ ହୋଇଗଲେ ବଡ ଝିଅ କୁ ଫୋନ କରିବ ବୋଲି। ହୁଏତ ଫୋନ ଆଜି ଲାଗି ଯିବ ଦୁଇଦିନ ହେଲା କିଛି ଜାଣିପାରୁନି ବାନି ର ଖବର। କେବଳ ପୂରୀ ର ଭୟଙ୍କର ଖବର ବାରମ୍ବାର ଶୁଣୁଛି, ହେଲେ ତା' ଝିଅ ସାଙ୍ଗରେ ପଦୁୁଟିଏ କଥା ଏଯାଏ ହେଇପାରିନି। କେତେ ଠାକୁର ଙ୍କୁ ଡାକି ଡାକି ଫୋନ ଟିକୁ ଲଗାଇବାକୁ ବସିଥିଲା, ଆଉ ଯେତେବେଳେ ଫୋନ ଆରପଟୁ ବାନି ର କଥା ଶୁଣି ପାରିଲା, ସତେ ଯେମିତି ଜୀବନ ପଶିଯାଇଥିଲା ତା' ଦେହରେ ଏକା ଥରକେ ଅନେକ କିଛି କହିଦେବାକୁ ଯାଇ ବାଷ୍ପ ରୁଦ୍ଧ କଣ୍ଠ ରେ ଖାଲି ଗୋଟିଏ ଧାଡି କହିପାରିଥିଲା–ତୁ ଠିକ ଅଛୁ? ଆରପଟୁ ଵାନି ର ଉତ୍ତର ଭାସି ଆସିଥିଲା–ହଁ, ମୁଁ ଆଉ ଜାନି ଠିକ ଅଛୁ। କରେଣ୍ଟ ଦୁଇଦିନ ହେବ ନାହିଁ। ପଡିଶା ଘରୁ ଜେନେରେଟର ରେ ମୋ ଇନଭଟର ଟା ଆଜି ଚାର୍ଜ କରାଇଛି,ଆଉ ଫୋନ କୁ ଟିକେ ଚାର୍ଜ କରେଇଛି। ବେଶି କଥା ହୋଇପାରିବିନି,ବାପା ଙ୍କୁ ଟିକେ ଦେ ,ତାଙ୍କ ସାଙ୍ଗରେ ଦୁଇପଦ କଥା ହୋଇଯାଏ। ରତନ ପାଖରେ ଛିଡା ହୋଇଥିଲେ,ବାନି ର କଥା, ଲାଉଡସ୍ପିକର ଅନ୍ ଥିବାରୁ ଶୁଣି ପାରୁଥିଲେ,ସାଙ୍ଗେ ସାଙ୍ଗ୍ ତା'ହାତରୁ ନେଇ ଯାଇଥିଲେ, ସେପଟୁ ବାନି ର କଥା ଭାସି ଆସୁଥିଲା–ବାପା ,ଜାନି ଯୋଗୁଁ ଆଜି ମୁଁ ଠିକଠାକ୍ ଅଛି ସେଦିନ ବାଲକୋନି ରୁ ପବନ ଜୋର ରେ ହେଉଥିବାରୁ ଲୁଗାପଟା ଉଠାଉ ଉଠାଉ ହଠାତ୍ ଜାନି କୋଉଠି ଥିଲା କେଜାଣି ଦଉଡି ଆସି ମୋ ଡ୍ରେସ କୁ କାମୁଡି କି ଘୋଷା଼ଡ଼ି ଆଣି ଥିଲା। ମୁଁ କିଛି ନ ବୁଝିପାରି ଦଉଡି ଆସିଥିଲି,ବିରକ୍ତ ହେଲାବେଳକୁ ଦେଖିଥିଲି,ମୋ ବାଲକୋନି ପାଖ ର ଆମ୍ବଗଛ ଟାର ବଡ଼ ଡାଳ ଖଣ୍ଡେ ବହୁତ ଜୋରରେ ପଡି ଲା,ଆଉ ତା'ସଙ୍ଗରେ ଇଲେକ୍ଟ୍ରିକ୍ ଖୁଣ୍ଟ ର ତାର ଟା ମଧ୍ୟ ଛିଣ୍ଡି କି ପଡିଲା।

    ଶାଶ୍ୱତୀ ଯେମିତି ବାନି ର କଥା ଶୁଣି ନିଶ୍ଚୁପ ହୋଇ ଯାଇଥିଲା।'ଜାନି' ପ୍ରତି ଯେତକ ରାଗ ଆଉ ହିଂସା ତାର ଥିଲା ,ଯେମିତି ସେଇ ବାତ୍ୟା ର ଥମି ଆସୁଥିବା ପବନରେ କୁଆଡ଼େ ଉଡିଯାଇଥିଲା। ଆଗରୁ ବେଳେବେଳେ ଭାବୁଥିଲା କୁଆଡେ ସେ ଜାନି ଟା ପଳାନ୍ତା କି କିଏ ତାକୁ ନେଇଯାନ୍ତା କି? ହେଲେ ବାନି ଜାଣିଲେ ତାକୁ ମାରିପକେଇବ ଭାବି ଭାବି ଚୁପ ରହିଯାଉଠିଲା। ବହୁତ ଚେଷ୍ଟା କରୁଥିଲା, ନିଜର ଭାବନା ର ସ୍ପର୍ଶ ଯେମିତି ତା ' ମୁହଁରେ ବାରି ହୋଇ ନ ଯାଉ 'ଜାନି' ର ସବୁ ଯତ୍ନ ଯନ୍ତ୍ର ଚାଳିତ ପରି କରିଯାଉଠିଲା,ହେଲେ ,ମମତାର ସ୍ପର୍ଶ ଯେମିତି ଯେତେ ଚେଷ୍ଟା କଲେ ବି ଟିକେ ବି ଦେଇ ପାରୁନଥିଲା ସତେଯେମିତି ଶାଶ୍ୱତୀ ଆତ୍ମଗ୍ଲାନି ରେ ଆଉଟୁ ପାଉଟୁ ହୋଇଯାଇଥିଲା। ଠାକୁର ଘରକୁ ଦଉଡି଼ ଯାଇ ଭୋ ଭୋ ହୋଇ କାନ୍ଦି ପକେଇଥିଲା,ସବୁଯାକ ହିଂସା ,ରାଗ ତା'ର ଆଖିଲୁହରେ ଧୋଇ ଦେଇ ନିଜକୁ ଟିକେ ହାଲୁକା କରିଦେବା ପାଇଁ ମୁଣ୍ଡିଆ ଟିଏ ମାରୁ ମାରୁ ମନରେ ତାର ସବୁଦିନ ପରି ତା' ପରିବାର ର ସମସ୍ତ ଙ୍କର ମଙ୍ଗଳ କାମନା ଆସିଯାଇଥିଲା, ହେଲେ ସେଦିନ ତା'ପରିବାର ସାଙ୍ଗରେ ଆଉ ଜଣଙ୍କ ର ନାଁ ଯେମିତି ଯୋଡ଼ି ହୋଇ ଯାଇଥିଲା–'ଜାନି' ଓରଫ 'ଲାଡୋ'


Rate this content
Log in