Maheswar sahoo

Tragedy Crime

3  

Maheswar sahoo

Tragedy Crime

କୁଜି ନେତା

କୁଜି ନେତା

5 mins
136



ପିଲାଟି ଭାରି ସରଳ, ଶାନ୍ତ ଓ ଜିଦ୍ଦିଖୋର ସ୍ୱଭାବର । ଜୀବନର ସମସ୍ତ ପ୍ରାଥମିକତାରେ ପିତା ମାତାଙ୍କର ଆଶୀର୍ବାଦ ଏକାନ୍ତ କାମ୍ୟ ହୋଇଥାଏ । ପିତା ମାତା ଆଶିଷରୁ ସନ୍ତାନ ସୁଖୀ ହୋଇଥାନ୍ତି ।


    ପାଠ ପଢିବା ଓ ଶିକ୍ଷିତ ହେବା ସମସ୍ତ ପିତା ମାତାଙ୍କର ପିଲା ପ୍ରତି ଲକ୍ଷ୍ୟ ରହିଥାଏ । ସେମିତି ଭରତ ଉପରେ ବାପାଙ୍କର ବିଶ୍ୱାସ ରହିଥିଲା । ମୋ ଭରତ ପାଠ ପଢିବ ଓ ଭଲ ମଣିଷ ହେବ । ହେଲେ ପାଠରେ ଦୁର୍ବଳ ଥିବା ଭରତର ଆଗ୍ରହ ନଥିଲା ପାଠ ଉପରେ । ଭରତ ପାଠ ପଢୁ ଥାଏ ଓ ସବୁବେଳେ ସାଙ୍ଗ ସାଥି ଧରି ବୁଲିହେଉଥାଏ । ବାପା ମାଆ ଓ ଶିକ୍ଷକ ଯେତେ ବାଧ୍ୟ କଲେ ମଧ୍ୟ ପାଠଉପରେ ଧ୍ୟାନ ଦେଉ ନ ଥାଏ । ଶେଷରେ ଦଶମ ପରୀକ୍ଷାରେ ଫେଲ ହୋଇ ଘରେ ରହିବାକୁ ପଡିଲା ।

   ନିଜର ପାଠ ପ୍ରତି ଦୁର୍ବଳ ମନ ଓ ଲକ୍ଷ୍ୟ ହିନ ମଣିଷ କଣ ବା କରିପାରିବ । ଶେଷ ରାସ୍ଥା ରହିଥିଲା ରାଜନୀତି । ରାଜନୀତି କରିବା ଉଦ୍ଦେଶ୍ୟରେ ଗାଁ ନେତାଙ୍କର କୁଜି ନେତା ସାଜିଲା ଭରତ ।

    ନିର୍ବାଚନ ସମୟ ଆସିଯାଇଥାଏ । ଚାରିଆଡେ ପ୍ରଚାର ପ୍ରସାର ଆରମ୍ଭ ହେଲା । କେଉଁ ଦଳରେ ରହିଲେ ଲାଭ ଆଉ କେଉଁ ଦଳରେ ରହିଲେ କ୍ଷତି ବିଷୟରେ ଜାଣିନେଇଥିଲା ଭରତ । ନିର୍ବାଚନରେ ଲୋକ ଶାସକ ଦଳକୁ ପସନ୍ଦ କରନ୍ତି । କାରଣ ଶାସକ ଦଳର ନେତା ମାନେ ନିର୍ବାଚନରେ ବହୁତ ପଇସା ଖର୍ଚ୍ଚ କରିଥାନ୍ତି । ଭରତକୁ ଶାସକ ଦଳ ଆକର୍ଷିତ କରିଥିଲା । ନିଜର ଆକାଂକ୍ଷା ଓ ଲାଳସା ପୂରଣ କରିବା ପାଇଁ ସେ ସାଜିଥିଲା କୁଜି ନେତା । ଅର୍ଥାତ ନେତାଙ୍କର ଚମଚା । ଚମଚା ନ ସାଜିଲେ ଆଉ କଣ ବା କରିବ । ଦିନ ମଜୁରିଆ ହୋଇ କାମ କରିବାକୁତ ଭାରି କଷ୍ଟ ହେଉଛି । ଦଳର ବିଜୟ ପରେ ନେତାଙ୍କ ଠାରୁ କେତେ କାମ ଆସିବ । ଗୋଟେ ରାସ୍ଥା କାମ କରାଇଲେ ଲକ୍ଷ ଲକ୍ଷ ଲାଭ । ଖାଲି ନେତା ଜିତିବା ଦରକାର ।


  ମନ ମୁନ ଚୈତନ୍ୟ ଏକ କରି ଏକାଗ୍ର ଚିତ୍ତରେ ଦଳ ପାଇଁ କାର୍ଯ୍ୟ ରତ ରହିଥିଲା ଭରତ । ନେତାଙ୍କର ଜୟ ହେଉ ଆହ୍ୱାନରେ ଦୁଲୁକାଇ ଦେଉଥିଲା ପୁରା ସହର । ସବୁରି ହୃଦୟରେ ନିଜ ଦଳର ବିଜୟର ବାର୍ତ୍ତା ଦେବାର ପ୍ରଚେଷ୍ଟାରେ ଲାଗିରହିଥାଏ ଭରତ । ଗାଁ ଦାଣ୍ଡରେ ହିରୋ ଭଳି ବୁଲୁଥାଏ ଭରତ ଆଉ ଲୋକଙ୍କୁ କହୁ ଥାଏ ବିଜୟ ଭାଇଙ୍କୁ ବିଜୟ ଟୀକା ପିନ୍ଧେଇବା ପାଇଁ । ବିଜୟ ଭାଇ ଆମର ଭାଇ ଆଉ ଆପଣ ମାନଙ୍କର ଭାଇ ଜିନ୍ଦାବାଦ ବୋଲି ଜୋର ସୋରରେ ପ୍ରଚାର ପ୍ରସାର କରୁଥାଏ ଭରତ । 


    ଆଉ ଦୁଇଦିନ ବାକି ଅଛି ମତଦାନ । ସବୁ ଦଳର ନେତା ମାନେ ଜୋର ସୋରରେ ନିଜ ଦଳ ପାଇଁ ଲାଗି ଯାଇଥାନ୍ତି । ଭରତର ଗାଁରେ ଅନ୍ୟ ଏକ ଦଳର ନେତା ସରପଞ୍ଚ ପ୍ରତିନିଧି ରୂପେ ପଞ୍ଜିକରଣ କରିଥାନ୍ତି । ସେ ନିଜ ଗାଁର ଭରତ ଉପରେ ବହୁତ ବିରକ୍ତ ହେଉଥାନ୍ତି ଓ ବହୁତ ରାଗୁଥାନ୍ତି ମଧ୍ୟ । ଦୁଇଥର ଭରତକୁ କହିଲେଣି ତୁ ଆମ ଦଳରେ ସାମିଲ ହୋଇ ଯାଆ । ନ ହେଲେ ଭଲ କଥା ହେବନି । ହେଲେ ଭରତ କୁହେ ସାମିଲ ନ ହେଲେ କଣ କରିବ ଯେ । ମୋ ବିଜୟ ଭାଇ ନିଶ୍ଚୟ ଜିତିବ । ସେ ବହୁତ ଭଲ ଲୋକ ଆଉ ତମେ ଚୋର ! ତମେ ସରପଞ୍ଚରେ ଜିତିଲେ ପୁରା ପଞ୍ଚାୟତକୁ ଖାଇଦେଵ । ତମେ ଆମ ଗାଁ ଲୋକ ହେଲେ ତମେ ଚୋର ଆଉ ଠକ ତମକୁ କିଏ ମତଦାନ ଦେଵ ଯେ ?


   ବହୁତ ଚିଡି ଯାଏ ବିକ୍ରମ । ମୋ ଗାଁ ଲୋକ ହୋଇ ଅନ୍ୟ ଏକ ଗାଁର ଲୋକର ଦଳକୁ ସହଯୋଗ କରୁଛି । ଏକୁ ପାନେ ଦେବାକୁ ହେବ । ସୁଯୋଗ ଖୋଜିବାରେ ଲାଗିରହିଥାଏ ବିକ୍ରମ । ବିକ୍ରମର ଲକ୍ଷ ନିର୍ବାଚନରେ ଜିତିବ । ନିର୍ବାଚନରେ ହାରିଗଲେ ମାନ ଇଜ୍ଜତ ସବୁ ମାଟିରେ ମିଶିଯିବ । କରଜ କରି ନିର୍ବାଚନରେ ଲଢ଼ୁଛି ଯଦି ହାରିଯାଏ ତେବେ ମହାଜନକୁ ପଇସା କଉଠୁ ଆଣିକି ଦେବୀ ! ଏମିତି ଚିନ୍ତାରେ ରହିଥାଏ ବିକ୍ରମ । ନିର୍ବାଚନର ପୂର୍ବଦିନ ପ୍ରତିନିଧି ମାନେ ଗାଁ ସାହିରେ ବୁଲି ଅର୍ଥ ଦାନ କରିଥାନ୍ତି । କାହାକୁ ମାଂଶ ମଦ ଦିଆଯାଏ ତ କାହାକୁ ଟଙ୍କା ଶହେ । ଏମିତି ନ ଦେଲେ ଲୋକ ରାତା ରାତି ବଦଳିଯିବେ । 


   ନିର୍ବାଚନର ପୂର୍ବଦିନ ଭରତ ପୁରା ଦମରେ ବୁଲି ହେଉଥାଏ । ବିଜୟ ଭାଇକୁ ମତଦାନ କର ବୋଲି ଗାଁ ସାରା ଲୋକଙ୍କୁ ବୁଝାଉ ଥାଏ । ହଠାତ ବିଜୟ ଭାଇ ଫୋନ କରି କହିଲେ ଭରତ ମୋ ପାଖରୁ କୋଡିଏ ହଜାର ଟଙ୍କା ନେଇଯାଅ । ଆଉ ତମ ଗାଁରେ ଯେଉଁ ମାନେ ମୋତେ ମତଦାନ କରିଲା ଭଳି ଲାଗିବ ସେମାନଙ୍କୁ କିଛି କିଛି ଦେଇ ଦେଵ । ଭରତ ବହୁତ ଖୁସି ହୋଇଗଲା । ପ୍ରଥମ ଥର ତା ପାଖକୁ ରାଜନୀତିରୁ ଟଙ୍କା ଆସିବ ପୁଣି ମୋଟା ଅଙ୍କରେ । ଭରତ ଯାଇ ବିଜୟ ଭାଇଙ୍କ ପାଖରୁ ଟଙ୍କା ନେଇଆସିଲା ଓ ଗାଁରେ ଲୋକଙ୍କୁ କିଛି କିଛି ଦେବାକୁ ଲାଗିଲା । ନିର୍ବାଚନ ପୂର୍ବଦିନ ରାତି । ନିଜ ଗାଁରେ ଭରତ ନିର୍ଦ୍ୱନ୍ଦରେ ବୁଲୁଥାଏ । ଭରତ ମଧ୍ୟ ବହୁତ ସାହସୀ ଓ ସ୍ୱାସ୍ଥ୍ୟବାନ ମଧ୍ୟ । କୌଣସି ଟୋକା ତା ସାମ୍ନା କରିବାକୁ ଭୟ କରନ୍ତି । ବିକ୍ରମ କାନକୁ ଭରତ ପଇସା ବାଣ୍ଟୁଥିବାର ଖବର ପହଞ୍ଚିଲା । ସେ ରାଗି ପୁରା ପୁରି ଖପ୍ପା । 

    ଭରତ ପଇସା ଦେବା ଦ୍ୱାରା କିଛି ଲୋକ ତା ଆଡ଼କୁ ଆକର୍ଷିତ ହେଉଥାନ୍ତି । ଭରତ ଭାଇ କହି ତା ପଛରେ ମଧ୍ୟ କିଛି ଲୋକ ବୁଲୁଥାନ୍ତି । ନିର୍ବାଚନର ପୂର୍ବ ରାତିର ପରିବେଶରେ ଭରତର କୁଜିନେତାର ବେଶ । ଗାଁ ସାରା ବୁଲି ହେଉଥାଏ । ବିକ୍ରମ ଦଳର ଲୋକ ମାନେ ମଧ୍ୟ ବୁଲି ହେଉଥାନ୍ତି । ସମସ୍ତେ ଲୁଚା ଛପାରେ ଟଙ୍କା ବାଣ୍ଟୁଥାନ୍ତି । 

    ରାତ୍ରିର କରାଳ ବୁକୁରେ ବିକ୍ରମର ସାମ୍ନା ସାମ୍ନି ହୋଇ ଗଲା ଭରତ ସହିତ ।

ବିକ୍ରମ, " ଭରତ ନିଜ ଗାଁ ଲୋକକୁ ଛାଡି ଅନ୍ୟଗାଁ ଲୋକ ପାଇଁ ପଇସା ବାଣ୍ଟୁଛୁ । ଏଇଟା ତୋ ପାଇଁ ଭାରି ପଡିବ । "

ଭରତ," ଏଇଟା ଆମର ଗଣତନ୍ତ୍ର ରାଷ୍ଟ୍ର । ଯିଏ ଯାହାର ପସନ୍ଦ ସିଏ ତାକୁ ଭୋଟ ଦେଇ ପାରିବ ।"

ବିକ୍ରମ," ମୁଁ କଣ ତୋର ପସନ୍ଦ ନୁହେଁ?"

ଭରତ," ନାଁ ନାଁ ନାଁ....ତୁମେ ମୋର ପସନ୍ଦ ନୁହଁ !"

ବିକ୍ରମ," ମୁଁ କାହିଁକି ତୋର ପସନ୍ଦ ନୁହେଁ ? ମୁଁ କଣ ତୋତେ ଗନ୍ଧାଉଛି କି?"

ଭରତ," ତୁମେ ଗନ୍ଧାଉଛୁ ତା ସହିତ ତୁମେ ସରପଞ୍ଚ ହେଲେ ୟେ ପଞ୍ଚାୟତକୁ ପାଞ୍ଚ ବର୍ଷ ପାଇଁ ତଳକୁ ପେଲିଦେଵ !"


    ବିକ୍ରମ ଓ ତାର ଦଳର ଲୋକ ମାନେ ଭରତ ଉପରେ ଆକ୍ରମଣ କରିଥିଲେ । ଭରତ ମଧ୍ୟ ଛାଡିବା ଲୋକ ନୁହେଁ, ସେ ମଧ୍ୟ ଓଲଟା ଆକ୍ରମଣ କରିଥିଲା । ଧସ୍ତା ଧସ୍ତି ଓ ପେଲାପେଲି ହେଉ ହେଉ ଗଣ୍ଡଗୋଳରେ ପରିଣତ ହୋଇଥିଲା । ବିକ୍ରମ ପକ୍ଷରେ ଥିବା କିଛି ମଦ୍ୟପ ଭୁଜାଲିରେ ଭରତ ଉପରେ ଆକ୍ରମଣ କରିଥିଲେ । ଭରତ ସପକ୍ଷରେ ଥିବା ଲୋକ ଭରତକୁ ରକ୍ତାକ୍ତ ଦେଖି ଦଉଡି ପଳାଇ ଯାଇଥିଲେ । ଭରତ ବେହୋସ ହୋଇ ଯାଇଥିଲା । ଗଣ୍ଡଗୋଳ ବଢି ଯାଇଥିଲା । ଦୁଇ ପକ୍ଷ ମଧ୍ୟରେ ରାତ୍ରି ସଂଗ୍ରାମ ଚାଲିଲା । ଭରତର ଶରୀରରେ ବହୁତ ଆଘାତ ଲାଗିଥାଏ । ରକ୍ତାତ ହୋଇଯାଇଥାଏ ସମ୍ପୂର୍ଣ୍ଣ ଶରୀର । ବିଜୟ ଭାଇ ଖବର ପାଇ ଘଟଣା ସ୍ଥଳରେ ପୋଲିସ ଧରି ପହଞ୍ଚି ଥିଲେ । ଭରତକୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠା ଯାଇଥିଲା । 

    ସମ୍ପୂର୍ଣ୍ଣ ରାତି ଦୁଇ ଦଳ ମଧ୍ୟରେ ଛକା ପଞ୍ଝା ଚାଲିଥାଏ । ଅନ୍ଧାରିଆ କିଏ କାହାକୁ ବାଡେଇ ଦେଉଥାଏ ତ କିଏ କାହା ଘରେ ନିଆଁ ଲଗେଇ ଦେଉଥାଏ । ପରିସ୍ଥିତି ଦେଖି ଥାନା ଅଧିକାରୀ ଏକ କାର୍ଟୁନ ପୋଲିସ ମୃତୟନ କରାଇଲେ ପଞ୍ଚାୟତ ପାଇଁ । 

   ରାତି ପହିଲା ନିର୍ବାଚନ ମଧ୍ୟ ହେଲା । ଭରତ ଦେହରେ ରକ୍ତର ଅଭାବ ଥିବାରୁ ବିଜୟ ଭାଇ ରକ୍ତ ପାଇଁ ସଂପୂର୍ଣ୍ଣ ଖର୍ଚ୍ଚ ଯୋଗାଇ ଦେଲେ । ହେଲେ ଭରତ ମତ ଦାନ ଦେଇ ପରିନ ଥିଲା । 

   ନିଜେ ଚାଷ ବାସ କରି ନିଜର ପେଟ ପୋଷୁଛି ହେଲେ ତାକୁ କେହି ରାଜନୀତି କଥା କହିଲେ ହାତ ଯୋଡି ନମସ୍କାର ହୋଇ କହେ ଜୀବନରେ କୁଜିନେତା ହେବି ନାହିଁ ।



Rate this content
Log in

Similar oriya story from Tragedy