କଟକକୁ ମାଡ଼ି ଆସୁଛି ମହାପ୍ରଳୟ
କଟକକୁ ମାଡ଼ି ଆସୁଛି ମହାପ୍ରଳୟ


କଟକ ଯାହାକୁରୌପ୍ୟର ସହର ଭାବରେ ସମଗ୍ର ବିଶ୍ଵ ଜାଣି ଅଛି। ଯେ ଶହେ କିମ୍ବା ଦୁଇଶହ ବର୍ଷର ସହର ନୁହେଁ ହଜାରେ ବର୍ଷର ସହର , ଯେ ଦେଖିଛି ହଜାରେ ବସନ୍ତ ଆଉ ବୈଶାଖୀ । ଏହାର ଭାଇଚାରା ସମଗ୍ର ଓଡ଼ିଶାରେ ନିଆରା । ମାତ୍ର ଆପଣ ମାନଙ୍କୁ ନିଶ୍ଚିତ ଭାବରେ ବିଷୟ ଟି ଚକିତ କରିଥିବ ଯେ କଟକକୁ ମାଡ଼ି ଆସୁଛି ମହାପ୍ରଳୟ ହଁ ଆଜ୍ଞା ଏହା ସତ୍ୟ ଯେ କଟକକୁ ମାଡ଼ି ଆସୁଛି ମହା ପ୍ରଳୟ ଯାହାକୁ କି କେହିରୋକି ପାରିବେ ନାହିଁ ଏହା ସୁନିଶ୍ଚିତ । ଏହାର ମୁଖ୍ୟ କାରଣ ହେଉଛନ୍ତି ଏହି କଟକିଆ ତଥା ଏଠାରେ ବସବାସ କରୁଥିବା ପ୍ରବାସୀ ମାନେ । ଯେ କି ନିଜର ମଙ୍ଗଳ କରିବାକୁ ଯାଇ ଡାକି ଆଣିଛନ୍ତି ମହାପ୍ରଳୟ କୁ ଯାହା ଆସୁଅଛି । କାରଣ ବର୍ତ୍ତମାନର ଆଧୁନିକ ମଣିଷ ନିଜର ସୁଖ ସୁବିଧା ପାଇଁ ଭୁଲି ଯାଇଛି ସମାଜ ତଥା ଜନ ସାଧାରଣ ମାନଙ୍କ କଥା ତାଙ୍କୁ ଜାଣିରଖିବା ଉଚିତ୍ କି ତାଙ୍କ ପରି କିଛି ଲୋକଙ୍କୁ ନେଇ ପରିବାର , ଆଉ ପରିବାରକୁ ନେଇ ବଂଶ , ଆଉ ବଂଶକୁ ନେଇ ସାହି , ସାହିକୁ ନେଇ ସହର, ଜିଲ୍ଲା ଗଠିତ । ମାତ୍ର ଆଜି କାଲି ଯେଉଁ ଭଳି ପରିସ୍ଥିତି ଉପୁଜି ଲାଣି ଯେ ବେଙ୍ଗ ମୁତିଲେ କଟକରେ ଆଣ୍ଠୁଏ ପାଣି। ଶେଷରେ ସେ ନର୍ଦ୍ଦମା ଜଳ ଲଂଘୀ ଆସି ସମସ୍ତଙ୍କ ଘରେ ପଶିଲାଣି । ଅଧ ଘଣ୍ଟା ବର୍ଷାରେ ସମଗ୍ର କଟକ ହେଇଯାଉଛି ଜଳମୟ । ଆଜି ସିନା ତଳ ମହଲାରେ ପାଣି ପଶୁଛି ମାତ୍ର ଆଉ ବେଶୀ ଡେରି ନୁହଁ ନିଶ୍ଚିତ ଏପରି ହେଲେ କିଛି ବର୍ଷ ପରେ ଉପର ମହଲାରେ ପାଣି ପଶିବ କେହି ଏହାକୁରୋକି ପାରିବେ ନାହିଁ । ଆଉ କଟକରେ ତାଣ୍ଡବରାଚିବ ମହାପ୍ରଳୟ ।ଆଉ ଏହାର ପ୍ରଭାବରେ ଭୁଶୁଡ଼ି ପଡ଼ିବ ବଡ଼ ବଡ଼ ଅଟ୍ଟାଳିକା ଆଉ ନର୍ଦ୍ଦମା ଜଳରେ ଭାସିବେ ସମଗ୍ର କଟକର ଆବାଳ ବୃଦ୍ଧ ବନିତା ଓ ନିରୀହ ପଶୁ ମାନେ । ଏଥି ପାଇଁ ଦାୟୀ କିଏ ? ଉତ୍ତର ହେଉଛି ଆମେ ନିଜେ , କାରଣ ଆମେ ଯେତେ ଶିକ୍ଷିତ ହେଲେ ମଧ୍ୟ ଆମର ଚିନ୍ତା ଚେତନା ଆଉ କାର୍ଯ୍ୟକଳାପର ପରିବର୍ତନ ଘଟୁ ନାହିଁ । ଆମେ ଯେତେ ଶିକ୍ଷିତ ହେଉଛୁ ଯେତେ ଆଧୁନିକ ଆଡ଼କୁ ଗତି କରୁଛୁ ଆମେ ସେତେ ସେତେ ମୂର୍ଖ ପାଲଟି ଯାଉଛୁ । ପୂର୍ବରୁ ତ ଜନ ସାଧାରଣ ମାନେ ନିଜ ଘରକୁ ପରିଷ୍କାରରଖିବା ସହ ନିଜ ଚାରି ପାଖକୁ ପରିଷ୍କାରରଖୁଥିଲେ ମାତ୍ର ଆଜିର ଜନ ସାଧାରଣ ମାନେ ସ୍ବାର୍ଥ ବାଦି ପାଲଟି ଯାଉଛନ୍ତି ନିଜ ନିଜ ଘର ସଫା କରି ଯେତିକି ଅଳିଆ ଆବର୍ଜନା ବାହାରୁଛି ତାକୁ ଆଣି ଆବର୍ଜନାକୁଣ୍ଡ ରେ ନ ପକାଇରାସ୍ତାରେ ଓ ନର୍ଦ୍ଦମା (drain)ରେ ପକାଉଛନ୍ତି । ଆଉ ନିଜ ଘରର ଶୌଚାଳୟକୁ ମଧ୍ୟ ନର୍ଦ୍ଦମା (drain) ସହ ସଂଯୋଗ କରିଦେଉଛନ୍ତି । କଳକାରଖାନା ମାନଙ୍କ କଥା ନ କହିବା ଭଲ ସେମାନେ ତ ସିଧା ନର୍ଦ୍ଦମା ନଚେତ୍ ନଦୀ ସହ ସଂପର୍କ । ଆଉ ଦୋକାନୀ ଭାଇ ଙ୍କ କଥା କଣ କହିବି ସେମାନେ ସବୁ ଅଳିଆ ଆବର୍ଜନା ଆଣି ସିଧା ଢାଳିଲେ ନର୍ଦ୍ଦମା (drain)ରେ। ନା କେହି ଅଳିଆ ଆବର୍ଜନାକୁଣ୍ଡ ବ୍ୟବହାର କରୁଛନ୍ତି । କେବଳ ସରକାର ଙ୍କୁ ଦୋଷ ଦେଉଛନ୍ତି । ଯାହା ଫଳରେ ସରକାର ଯେତେ ଯୋଜନା ଓ ସୁବିଧା କଲେ ମଧ୍ୟ ତାହା ମୂଲ୍ୟହୀନ । ଖାଲି ଗୋଟିଏ ଲାଭ ହେଉଛି ଯୋଜନା ପରେ ଯୋଜନା ନୂଆ ତିଆରି ହେଉଛି ତା ଛଡ଼ା ଆଉ କିଛି ଲାଭ ହେଉନି । ଯେମିତି ନଈ କୂଳ ଖାଇ ଖାଇ ସମଗ୍ର ଗାଁକୁ ବୁଡାଇ ଦିଏ ଠିକ୍ ସେହିପରି କଟକରେ ଘରେ ନର୍ଦ୍ଦମା ପାଣି ପଶୁପଶୁ ସମଗ୍ର କଟକକୁ ନର୍ଦ୍ଦମା ପାଣି ବୁଡାଇ ଦେବ । ନା ସେତେବେଳେ ସରକାର କିଛି କରି ପାରିବେ ନା CMC କିଛି କରିପାରିବ ନା ଭଗବାନ୍ କିଛି କରିପାରିବେ । ଆଉ ତାହାରି ପ୍ରଭାବରେ ମାଡ଼ି ଆସିବ ନୂଆ ନୂଆ କୋରାନା ପରି ବିଭିନ୍ନରୋଗ । ତେଣୁ ହେ ମୋର ଭାଇ ଭଉଣୀ ମାଆ ମାଉସୀ ମାନେ ବେଳ ଥାଉ ଥାଉ ଆସନ୍ତୁ ସୁଧୁରି ଯିବା ନଚେତ ଆମକୁ ହିଁ ତାର ପରିଣାମ ଭୋଗିବାକୁ ପଡ଼ିବ । ଆଉ ଏହା ନିଶ୍ଚିତ ସତ୍ୟରେ ପରିଣତ ହୋଇଯିବ ଯେ କଟକକୁ ମାଡ଼ି ଆସିବ ମହାପ୍ରଳୟ ।