STORYMIRROR

shibananda barik

Drama Others

3  

shibananda barik

Drama Others

କଟାଗୁଆ ଓ ଵେଲଣା ଵାଡି

କଟାଗୁଆ ଓ ଵେଲଣା ଵାଡି

7 mins
237


  ଜଳଖିଆ ସାରି ତୁରନ୍ତ କ୍ଲିନିକ ଆଉ କ୍ଲିନିକ ରେ ଚାରି ଆଠଟା ରୋଗୀଙ୍କ ଦିହପା ଦେଖୁ ଦେଖୁ ସାଢେ ଦଶଟା ବାଜିଗଲେ ବାବୁ ସିଧା ସିଧା ଚାଲିଯାଆନ୍ତି ସରକାରୀ ଡାକ୍ତରଖାନା । ଏସବୁ ନିତିଦିନିଆ ଜୀବନ କଥା । ଆଜି ସକାଳୁ ସକାଳୁ ବାବୁ କ୍ଲିନିକ୍ ପହଞ୍ଚିଲା ବେଳକୁ ଟିକେ ବିଳମ୍ବ ପ୍ରାୟ। ଅବଶ୍ଯ ନିର ସଫାସଫି ସାଙ୍ଗ କୁ କମ୍ପାଉଣ୍ଡର କାମଟି ବି ବେଶ୍ ଚଳେଇନିଏ ,ଏଣୁ ବିଳମ୍ବ ହେଲେବି ବିଶେଷ ଅସୁବିଧା ହୁଏନାହି ବାବୁଙ୍କୁ । ରୋଗୀଙ୍କର ଦେଖାରେଖାରେ ବାବୁଙ୍କ ଠାରୁ ନିର ବିଚରା ର ହାତ ଅଧିକା ସୁଖଦୁଃଖ ହାନିଲାଭ ପଥି ପାଞ୍ଚଣା କଥା ସେ ବି ସିଖିଗଲାଣି କେଇଦିନଟା ଭିତରେ । ରୋଗୀଗୁଡାକ ତା ପାଇ ଦିଅଁ ଭଳି ।  ବିଚରା ଟା ଖୁବ୍ ବିଶ୍ବସ୍ତ ବୋଲି ହାତଟେକି ବାବୁ ତାକୁ ତହସିଲ କଲୋନୀ ଉପରେ ଆଚ୍ଛା ମସ୍ତ ବଡ ଘର ଖଣ୍ଡେ ରହିବାକୁ ଦେଇଛନ୍ତି । ଛୋଟିଆ ପରିବାରଟେ ନେଇ ନିର କମ୍ପାଉଣ୍ଡର ସେଇଠି ରହେ  । ବାବୁ ଚାରିଚକିଆଟି କ୍ଲିନିକ ଆଗରେ ରଖୁ ରଖୁ ନିର ଆଜ୍ଞାଧୀନ ସେବକଟେ ପରି ଆସି ଗାଡି ଆଗ ଝରକାଟି ଖୋଲିଦେଇ ଟିକେ ନଇଁ ପଡି ଗୁଡ଼ ମର୍ଣିଂ ସାର ... ବୋଲି ପଦେ ବଡ ଆଗ୍ରହ ରେ କହିଦିଏ । ସେଇ କଥା ପଦକରେ ତାର ଭାତତୁଣ ,ଶାଗ ମାଛ ଏଣୁ ନ କହିବ କେମିତି ଆଉ ତା ଛଡା ବାବୁବି ଗଙ୍ଗାସ୍ନାନ କରିଯାଆନ୍ତି ତା ବ୍ଯବହାର ରେ । ଆଜି କିନ୍ତୁ ଅଲଗା ପ୍ରକାର କଥା । ଗାଡି ଲାଗିଲା, ଦୁଇ ଚାରିଟା ପେଁ ପେଁ କରି ଚାରିଚକିଆରୁ ହର୍ଣ୍ଣ ବି ଶୁଭିଲାଣି କିନ୍ତୁ ବିଚରା ଆସିଲାନି ।ବାବୁ ଟିକେ ଏଣେ ତେଣେ କରି ଚାହିଁ ଦେଖିଲେ ଦୁଆର ତ ଖୋଲା ପୁଣି ଦୁଇ ଚାରିଟା ଅଣ୍ଡିରା ମାଇପି ରୋଗୀ ଏପଟ ସେପଟ ବାରଣ୍ଡାରେ ।ତାହେଲେ ନିର ତ ଆସିଛି , ଆଉ ତାହେଲେ ଗଲା କୁଆଡେ ? ନକହି ସେ ତ ଚାହା ଟିକେ ପିଇବାକୁ ପାଖ ଦୋକାନ ଆଡିକୁ ଯାଏନି । ବାବୁ ଗାଡିରୁ ଓହ୍ଲାଇ ଆସି ମାଡିଚାଲିଲେ କ୍ଲିନିକ ଆଡକୁ ଦୁଇ ଚାରିଟା ଜୁହାର ଖାଇ ଅଫିସ ଭିତରେ ପଶି ଦେଖନ୍ତେ କଇଁଚି ଆସବାବ ଷ୍ଟେଥୋ ଆଦି ସରଞ୍ଜାମ ଯେନ ତେନ ପ୍ରକାରେ ଟେବୁଲ ଉପରେ ଯାଇଚ୍ଛା ଭାବେ ପଡିରହିଛି । ଅଫିସ ଘରଟା ଓଳେଇ ବି ଦିଆହେଇନି । ଚାରିଆଡକୁ ଆଖି ବୁଲେଇ ବିରକ୍ତ ଭାବେ ପକେଟ ଭିତରୁ ମୋବାଇଲ୍ ଟି ଵାହାରକଲେ, ନିର ର ଏମନ୍ତ ହେୟଜ୍ଞାନ ର କାରଣ ସିଧାସଳକ ବୁଝିବା ସକାଶେ ।ଠିକ୍ ଏତିକିବେଳେ ସବୁଜ ପରଦା ହଟେଇ ଧିର ଆଉ କ୍ଷୀଣ ସ୍ୱରରେ ଥରୁଟିଏ ସାର୍ ବୋଲି ସମ୍ବୋଧନ କରି ଡରି ଡରି ବାହାରକୁ ଆସିଲା ନିର । ଏଇ କି କଥା । ଦୁଇ ହାତରେ ଏମିତି ପାଟିକୁ କିଆଁ ସେ ଜାବୁଡି ଧରିଛି ?ମୁହଁ ଶୁଖିଲା ଆଖି ଗୁଡାକ ସେତା ପଡିଯାଇଛି ଭାରି ବିକଳ ଲାଗୁଛି ବିଚରା !!! ବଲ ବଲ କରି ଯାହା ଚାହିଁ ରହିଥିଲା । ବାବୁ କିଛି ବୁଝି ନ ପାରି ପାଖକୁ ଡାକିଲେ ।। ତା ର ଏଇ ଅବସ୍ଥା ଆଗରେ ଅଫିସ୍ ଅବସ୍ଥା ସେ ଭୁଲିଯାଇ ଏମିତି ପାଟିକୁ ଜାବୁଡି ଧରିବାର କାରଣ ପଚିରିଲେ ?? ନିର ଉଁ କି ଚୁଁ କିଛି ନ କହି ଆସ୍ତେ ଆସ୍ତେ ଯାଇ ପାଖଟେବୁଲଟି ଉପରେ ଥମ୍ କିନି ବସିଯାଇ ପାଟିକୁ ଆଁ କରି ଦେଖାଇ କହିଲା '' ସାର୍ ଏଇ ଦେଖନ୍ତୁ ।।।!!' ବାବୁ ତା ପାଖକୁ ଯାଇ ପାଟିକୁ ଦେଖି ବିଚଳିତ '' ଆରେ ଆରେ !। ମସ୍ତ ବଡ ଜଖମ ଖଣ୍ଡେ ।। କଳ ଦାନ୍ତ ଉପରେ ଗଭୀର ଆଘାତ । ଡାହାଣ ପଟୁ ତଳୁ ଦିଟା ଆଉ ବାଆଁକୁ କଳକୁ ଛାଡି ଆଗପଟୁ ଗୋଟାଏ କରି ମୋଟ ଗାଏଁ ତିନିଟା ଦାନ୍ତ ଝଡି ପଡିଛି ।।।। !! ଆହା ରେ ।। ମିଶ୍ର ଏମିତି ଅବସ୍ଥା କେମିତି କଲୁ ??? କହି ବାବୁ ତୁରନ୍ତ କାଚ ବାକ୍ସ ଖୋଲି ତୁଳାଖଣ୍ଡେ ଚାପିକରି ମାଢି ଉପରେ ଲଗେଇ ଯଥାସାଧ୍ୟ ଚିକିତ୍ସା ଆରମ୍ଭ କରିଦେଲେ । ଆଗ ମୁଣିରୁ ବାଆଁ ହାତରେ ଦାନ୍ତ ତିନୋଟା ବାହାର କରି ସାମ୍ନା ରେ ବଢେଇ ଖନେଇ ଖନେଇ କହିଲା '' ଏଇ ତିନୋଟି ପରା ।।।!!!।। '' ହେଲେ ଏମିତି ସକାଳୁ ସକାଳୁ ତୋର ଏ ଦଶା କିଏ କଲା ? ସତ କହ ତ ?? ତୁ ତ ବାଡିଆ ବାଡି ପିଲା ନୁହଁ ???ବାବୁ ବଡ ବଡ ଆଖି କରି ତାକୁ ପଚାରିଲେ ।ନିର ଘଟଣାଟି ମାନ ବନେଇ କହିଲା '' ସାର୍ ମାନେ କଥା କଣ କି ।।। ସକାଳୁ ସକାଳୁ ଆମ ମାଡାମ୍ କଟା ଗୁଆ ଦି କିଲୋ ବରାଦ କରିଥିଲେ ,ପ୍ରିୟ ଶାଶୁ ମାଁଙ୍କ ପାଇଁ। ଆସୁ ଆସୁ ବଜାର ପାଖେ କଥାଟା ଠିକ୍ ଜାଗାରେ ମନେ ପଡିଗଲା ,ତାଛଡା ଦ୍ୱିପହରରେ ଫେରିଲା ବେଳକୁ ବଜାର ଘାଟ ବି ବନ୍ଦ ଏଣୁ ବାଇକ୍ ବୁଲେଇ ଫଛକୁ ଫେରୁ ଫେରୁ ଆଗଚକା ବୋଲ ମାନିଲାନି । କଚାଡି ହେଇ ଗୋଦରା ଛକ ଉପରେ ପଡିଯାଇ ଏ ଅବସ୍ଥା ।'' । ଏଣୁ ଆସୁ ଆସୁ ବିଳମ୍ବ ଆଉ ବଥା ପରାସ ଖୁବ୍ ଏଣୁ ସଜଡା ସଜଡି ଦୂରେଥାଉ କ୍ଲିନିକ ଖୋଲି ମୁଁ ଭିତରେ ।'' ନିର କଥା ଭିତରେ ବାଵୁ ହାତ ଧୋଇଧାଇ ଆସି କୁରସି ଉପରେ ଉଭା ହେଇ ଟେବୁଲଟିକୁ ସଜାଡୁ ସଜାଡୁ କହିଲେ '' ଶୁଣ୍ ! ଯାହା ତ କଲୁ ଏଣିକି ସମ୍ଭାଳିକି ଗାଡି ଚଲୋଉଥା । ଆଉ ଗୋଟେ କାମ କର।। ଦୁଇ ଚାରିଦିନ ଘରେ ଆରାମ କର । ।।ମୁଁ ନିଇତି ସାକାଳେ ସଂଧ୍ୟା ରେ ଘର ଆଡେ ଯାଇ ଦେଖି ଆସିବି । ବୁଝିଲୁ ।।।। !!! ଦାନ୍ତ ତିନୋଟି ପୁଣି ସାର୍ଟ ପକେଟରେ ପୁରେଇ ଛିଡା ହେଇ କେଇ କ୍ଷଣ ଚାହିଁ ରହି ପଚାରିଲା '' ହେଲେ ।।।।। ସାର୍ ???? ବାସ୍ ଏଇ ସାର୍ ପଦକ ତା ପାଟିରୁ ପୁରା ନସରନ୍ତେ କ୍ଲିନିକ କବାଟ ଧସେଇ ଦୁଇଜଣ ମହିଳା ମାଡି ଆସିଲେ ଜୋର୍ ସୋର୍ ରେ ଆବାଜ କରି । ରାଗ ତମ ତମ ବରିଷ୍ଠ ବିବାହିତା ମହିଳାଙ୍କୁ ଅନ୍ୟ ଜଣେ କନିଷ୍ଠ ମହିଳା ଦୁଇ ହାତକୁ ଧରି କଣ ଗୋଟାଏ ଧ୍ବଂସ ହେବାରୁ ତାଙ୍କୁ ରକ୍ଷା କରିବା ଉପରେ । '' ଛାଡ ସୁମି ଛଡିଦେ ମତେ ! ଆଜି ରକ୍ଷା ନାହିଁ । ତାର ନହେଲେ ମୋର। ଜିତାପଟ କେବଳ ଜଣକର । ।।। '' ଉପରୁ ତଳ ତାଙ୍କର ବେଶ ପୋଷାକ ଗହଣା ଗାଣ୍ଠିରୁ ସଂଭ୍ରାନ୍ତର ଛାପ ବେଶ୍ ବାରି ହୋଇପଡୁଛି । ମାରିବି ଧରିବି ଉପରେ କଥାବାର୍ତ୍ତା । ଏଇ ଉଗ୍ର ରୂପ ଦେଖି ନିର ଗାଲଟିକୁ ଗୋଟାଏ ହାତରେ ଚାପିଧରି ପରଦା ପଛ ଟ୍ରିଟମେଣ୍ଟ କୋଠରି ଆଡକୁ ତତ୍କ୍ଷଣାତ୍ ପଳାୟନ କଲେ । ବାବୁ  ଆସନ ଛାଡି ଅସମ୍ଭାଳ ହୋଇ ତାଙ୍କ ଆଡକୁ ମାଡି ଗଲେ ।'' ଆହା ଆହା।।। ଆରେ ଆରେ କିଏ ଆପଣମାନେ? !!! ଏମିତି କ୍ଲିନିକ ଭିତରକୁ ଧସେଇ ପଶିବାର ମାନେ ??? ବାବୁ ବଡ ଆଶ୍ଚର୍ଯ୍ୟରେ ପଚାରିଲେ । ମହିଳା ଜଣକ ଥମିଯାଇ ଉତ୍ତର ଦେଲେ

 '' କୁଆଡେ ଗଲେ ?କୁଆଡେ ଗଲେ ସେ ???  

' କିଏ? କାହାକୁ ଖୋଜୁଛନ୍ତି? ''( ବାବୁ)

 ସେଇ ମ ମୋ ପତି ପରମେଶ୍ଵର ।।। ନିରଞ୍ଜନ ମିଶିର।।।।(ଭଦ୍ର ମହିଳା )

ଓହୋ।।।। !! ତୁମେ ମା ତାହେଲେ ନିର ର ସ୍ତ୍ରୀ ।। ଭଲ କରିଛ ଆସିଗଲ ।ଟୋକା ଟା ଗାଡିରୁ ପଡିଯାଇ ଆଚ୍ଛା ଜଖମ ଖଣ୍ଡେ ପାଇଛି । ତାକୁ ସାଙ୍ଗରେ ନେଇଯାଅ ! ଦେଖାଶୁଣା ଟିକେ କର ।। (ବାବୁ) ପଛକୁ ଚାହିଁ ଦେଖିଲେ ନିର ତ ଗାୟବ । ତିନି ଚାରିଥର ବଡ ପାଟିରେ ଡାକ ପଡିବାରୁ ଆସ୍ତେ ଆସ୍ତେ ସେମିତି ରୂପରେ ତଳ ମୂହଁ କରି ନିରବାବୁ ମଞ୍ଚ ଉପରେ ଉଭାହେଲେ ।ଭୟରେ, ବିକଳରେ , କାତରରେ ଠିକ୍ ଏକ ଅପରାଧି ପରି ।।। ସାଙ୍ଗ ରେ ସାହାସ ଦେବାକୁ ଆସିଥିବା ଦ୍ଵିତୀୟ ଭଦ୍ର ମହିଳା ଉଠିଆସି ଆଖି ଯୋଡା ଉପର ତଳ କରି କହିଲା '' ଏଁ ନାନୀ ଲୋ ତୋ କଟ କଟ ଦାନ୍ତ ଭିଣେଇ ଉପରେ ପଡିଗଲା ଲୋ । ବିଚରାକୁ ତୁ ତ ସକାଳେ ଯାହା ଖୋଇଥିଲୁ । ପୁଣି କୋଉଠି ଆଣ୍ଠେଇ ପଡି ନିର୍ଧୁମ ଛେଚା ଆଞ୍ଚୁଡା ଖାଇଛି ।। ହେଲେ ଦାଗ ଖଣ୍ଡେ ତ କାଇ ନାଇ ଲୋ ! ଦିହରେ । କାଇ ଭଲକି ଦେଖେ '' କହି ମହିଳା ଜଣକ ନିର ଚାରିପଟେ ବୁଲି ଆସିଲେ । '' ନା ।।ପାଉନି ତ ଖଣ୍ଡିଆ ଖାବରା କିଛି ।।। 

ଡାକ୍ତର ବାବୁଙ୍କ ଅକଲ ଗୁଡୁମ।। ସକାଳେ ଖାଇଛି ।।। ପୁଣି ରାସ୍ତାରେ ଦୁର୍ଘଟଣା ।। କଣ ଏସବୁ ହଉଛି ସବୁ ତାହାଙ୍କ ଆଠ ଇଞ୍ଚ ଖୋଳ ବାହାରେ ।କିଛି ନ ବୁଝି ଖାଲି ଆଁ କରି ସେ ଚାହି ରହିଥାଆନ୍ତି । ନାନି ଲୋ କଣ କଲୁ ?? କୋଉ ହତିଆର ରେ ମାରିଲୁ କେଜାଣି ଉପର ତଳ କରି ତିନି ତିନୋଟି ଅଠାଣିଆ ଦାନ୍ତ ଅଦିନରେ ମୂଳ ସହ ଉପୁଡିଗଲା। ମହିଳା ଜଣକ ପଚାରିଲେ । ନିର କେବଳ ବ୍ୟକ୍ତାଙ୍କ ମୁଖ ମଣ୍ଡଳ ବିନ୍ୟାସ ଦର୍ଶନ ପୂର୍ବକ  ନିର୍ବାକ ଦର୍ଶକ ବ୍ୟତିରେକ  ଅନ୍ୟ କିଛିନୁହଁ। 

ସ୍ତ୍ରୀ ଉତ୍ତରିଲେ '' ବୁଝିଲୁ ସୁମି !ତୋ ଭିଣୋଇ ଏବେ ସମାଜ ସେବା କରୁଛି ଲୋ ! ଘରେ ମାଇପ ପାଇଁ ଭଲ ଶାଢି ଖଣ୍ଡେ ନାହିଁ , ଖଣ୍ଡେ ଭ୍ୟାନିଟି ନାହିଁ । ସେ ପଡୋଶୀ ପଟ୍ଟନାୟିକିଆଣୀ ପାଇଁ ବାବୁ ଆମର ଦି ଦି କିଲୋ କଟାଗୁଆ ଘେନି ଆଣିଲେ । '' ଦିହରେ ମୋର ଯିବକି କହୁନୁ ?? ଆଚ୍ଛା କଥା କୋଉ ସଂସାରୁଣୀ ସହିବ କହ ତ ?? ଦେଇଛି ବେଲଣା ବାଡି ରେ ଆଗପଛ କରି କହୁଣି ପିଠି ସେକି ଦେଇଛି । ଆଣ୍ଠେଇ ପଡିଲାରୁ ସୁବିଧା ଦେଖି ମାଢି ଉପରେ କରିଲି ପ୍ରହାର। !!ଆଉ ଚାରି ଖୁନ୍ଦା ଦିଅନ୍ତି ଯେ କଣ କହିବି ଆଉ ବେଲଣା ବାଡି ଟା ମୋର ଆର ସାଲ ବାଲିଯାତ୍ରା ରୁ ଆଣିଥିଲି । ଏଇ ସର୍ବଗିଳା ତୋ ଗୁଣମନ୍ତ ଜୋଇଁ କୃପାରୁ ସେତକ ବି ଗଲା ଭାଙ୍ଗି କି ଦିଫାଳ। ,,ଆଜି ମରିବି ପଛେ ସବୁ ଭାଙ୍ଗି ଦେବି '' ଏତକ କହି ନିର ଉପରକୁ ଚଢୁ ଚଢୁ ପଛରୁ ସୁମି ମାଡିବସି ଧରିଲା । ନିର ଯଥାସମ୍ଭବ ଦୌଡିଯାଇ  ଟେବୁଲ ତଳେ ଆଘାତ ପ୍ରାପ୍ତ ଆହତ ଶରୀର ଟିକୁ ଲୁଚାଇ ରଖିବାକୁ ଚେଷ୍ଟା କରନ୍ତେ ଡାକ୍ତର ବାବୁବି ଅସମ୍ଭାଳ ହୋଇ ନିରକୁ ସୁରକ୍ଷା ଦେଲେ । ଏତିକି ବେଳେ ସୌଭାଗ୍ଯ କୁ ସନ୍ଦିହାନର ଅନ୍ତଘଟାଇ ପ୍ରବେଶ କଲେ ମହିଳାଙ୍କ ମା ଅର୍ଥାତ୍ ନିର ଙ୍କ ଶାଶୁମା । ''ଆରେ ହେଇ !ଆଲୋ ଏ ଶାନ୍ତି ଲତା କୁଆଡେ ଗଲେ? କୁଆଡେ ଗଲେ ଲୋ? ନିର ।। ଆହା ଗୋରୁ ଗଙ୍ଗା କି ସତେ !। ଜୋଇଁପୁଅ ତ ନୁହଁ ସକ୍ଷ ପୁଅ ମୋର । କହୁ କହୁ ସକାଳୁ ମୋ ପାଇଁ ଦି କିଲୋ ଆଚ୍ଛା ନିଦା ଦାନାଦାର କଟାଗୁଆ ଘେନି ଆସିଥିଲେ ।!! କଣ ହେଲା କେଜାଣି ତୁ ତରବରିଆ ହେଇ ଡକେଇ ପଠେଇଲୁ ।!ପଡୋଶୀ ଶ୍ୟାମା ବାବୁ କହିଲାରୁ ଏଠିକି ଧାଇଁ ଆସିଲି । । କୁଆଡେ ଗଲେ ?କୁଆଡେ ଗଲେ ।।।??? ଆପଣା ବାହାବା ଶୁଣି ଟେବୁଲ ଉପରକୁ ଧିରେ ଧିରେ ଉଠି ଆସିଲେ । ଶାନ୍ତି ଏବେ ସବୁ ବୁଝିସାରିଥିଲା । ଏତେ ଅଶାନ୍ତି ର କାରଣ ତାହେଲେ ସେ ନିଜେ । ନିର ତାହେଲେ ପଡୋଶୀ ପଟ୍ଟନାୟିକିଆଣୀ ପାଇଁ ନୁହଁ ତାର ମା ପାଇଁ ଦେଇ ଆସିଥିଲେ ଆଉ କିଛି ଶୁଣିବା ଆଗରୁ ଲଦି ଦେଇଥିଲା ପାହାର ଉପରେ ପାହାର । ଏବେ ସେ ଧିରେ ଧିରେ ଶୀତଳ ହେଇ ସାରିଲାଣି । ବାବୁ ସବୁ ବୁଝିଗଲେ ଇଏ ତାହାଲେ କଚଡା ମାଡ ନୁହଁ ,ପତ୍ନୀଙ୍କ କୃପାରୁ ନିର ର ଏ ଅବସ୍ଥା । କଣ ଆଉ କରାଯାଇପାରେ ?? ସେ ବି ମିଛ କହିଲା ।। କଣ ଆଉ କରନ୍ତା ବିଚରା !! କେମିତି କହନ୍ତା ମାଇପ ମାଡରେ ଗୁରୁତର ଆହତ ବୋଲି ।।। କେଡେ ନିରିହ ସତେ ମାଡ ଖାଇ ଲହୁଲୁହାଣ କିନ୍ତୁ ଘର କଥା ବାହାରେ ନ ପଡୁ ଭାବି ସବୁ ସହି ଲୁଚେଇଦେବ ଭାବିଥିଲା ହେଲେ ପତ୍ନୀ ସୁବିଧା ପାଇ ନିଜନାମ ଶାନ୍ତି ଲତାକୁ ସାର୍ଥକ କରିଦେଲେ ଇତ୍ୟାଦି ଇତ୍ୟାଦି । ବାବୁ ଦୀର୍ଘ ନିଶ୍ବାସ ମାରି ବୁଢୀ କୁ କିଛି କହିବୁଝାଇବା ପାଇଁ ନିର ହାତ ଧରି ବାହାରକୁ ନେଇ ଆସୁ ଆସୁ ଶାନ୍ତି ଆଗକୁ ବଢିଯାଇ କହିଲେ '' ବୋଉଲୋ କଣ ଆଉ କହିବି ଫଟା କପାଳ ମୋର ।।। ଅଦିନରେ ଏଇ ଦିନ ଦେଖିବାକୁ ମିଳିଲା । ତୋତେ ଗୁଆ ଦେଇ ଫେରୁ ଫେରୁ ରାସ୍ତାରେ ଚକା ଖସି ତାଙ୍କର ଏଇ ଅବସ୍ଥା । ।।।। ତା ପରେ ତ ମୁଁ ସୁମିକୁ ନେଇ ଧାଇଁ ଆସିଲି ।।। ଆସି ଦେଖିଲି ତିନିଟା ଦାନ୍ତ ଗଳି ପଡିଛି ।ଏତକ କହୁ କହୁ ତାହାଙ୍କ ଆଖିରୁ ଝରି ପଡୁଥିଲା ପତିପ୍ରେମର ଝରଣା । ସମସ୍ତ ଙ୍କ ଦୃଷ୍ଟି ଆକର୍ଷଣର କେନ୍ଦ୍ରବିନ୍ଦୁ ସେଇ ଶାନ୍ତି ଲତା  । ମା ଏବେ ସମସ୍ତଙ୍କୁ ଆହା ଚୁ ଚୁ କରି ଜଣ ଜଣ କରି ସାନ୍ତ୍ବନା ପ୍ରଦାନ କରୁଥାଆନ୍ତି । ହଠାତ ଏତିକିବେଳେ ଜନୈକ ବ୍ଯକ୍ତି ସଂପୂର୍ଣ୍ଣ ଶରୀର ବାହାରେ ରଖି ମୁଣ୍ଡ ଟି ପରଦା ଆଢୁଆଳରେ ରହି ପଚାରିଲା '' ଡାକ୍ତର ବାବୁ !!! ଗୋଟାଏ ରୋଗିକୁ କେତେଦିନ ଦେଖିବ ??? ଆଗକୁ ବଢନ୍ତୁ ।।। 

 ତିନି ଦିନ ପରେ ଦିନେ ସଂଧ୍ୟା ରେ ବାବୁଙ୍କୁ ଫୋନ୍ ଯୋଗେ ନିର ଛୁଟିମାଗିଲେ ଦାନ୍ତ ବିଶେଷଜ୍ଞ ସହ ଦେଖା କରି ନୂଆଁ ଦାନ୍ତ ବସେଇବା ସହ ଟିକେ ଗୋପାଳପୁର ସମୁଦ୍ର କୂଳଆଡେ ପତ୍ନୀ ସହ ବୁଲି ଆସିବାକୁ ମନସ୍ଥ କରିଛନ୍ତି । ବାବୁ ବି ଖୁସି ଖୁସି ହଁ ଭରିଦେଲେ ।


Rate this content
Log in

Similar oriya story from Drama