STORYMIRROR

Sunanda Mohanty

Tragedy Thriller Others

3  

Sunanda Mohanty

Tragedy Thriller Others

କୃଷିର ଦେବୀ 

କୃଷିର ଦେବୀ 

2 mins
7


ଗ୍ରିକ ପୁରାଣ ଅନୁଯାୟୀ କୃଷିକାର୍ଯ୍ୟରେ ବାଧା ଉପୁଜିବାରୁ ଦେବତା ମାନେ ଏକତ୍ରିତ ହୋଇ କୃଷିର ଦେବୀ ଡ଼ିମିଟରଙ୍କ ପାଖକୁ ଅଲିମସ ପର୍ବତ ଉପରକୁ ଗଲେ. ଡ଼ିମିଟର ନିଜ ଦୁଃଖରେ ଏତେ ବ୍ୟସ୍ତ ରହିଥିଲେ ଯେ ପୃଥିବୀ ପୃଷ୍ଠରେ କୃଷି କାର୍ଯ୍ୟ ଠିକ ଠାକ ଚାଲିଛି କି ନାହିଁ ସେ ଆଉ ଦେଖୁନଥିଲେ. ସବୁ ଦେବତାମାନେ ତାଙ୍କୁ ଦୁଃଖର କାରଣ ପଚାରିବାରୁ ଡ଼ିମିଟର କହିଲେ କୃଷିର ଉର୍ନ୍ନତି ଓ ଫସଲ ଅମଳ କରିବା ଅନୁଧ୍ୟାନ ପାଇଁ ଗଲା ବେଳେ ସେ ନିଜର ଏକମାତ୍ର ଅତିଶୟ ସୁନ୍ଦରୀ ଝିଅ ପର୍ସଫୋନୀଙ୍କୁ ସାଙ୍ଗରେ ନେଇଯାଇଥିଲେ. ସେତେବେଳେ ମୃତ୍ୟୁ ଦେବତା ହେଡିସ ପୃଥିବୀ ପୃଷ୍ଠରେ ପୃଥିବୀବାସୀଙ୍କ ମୃତ୍ୟୁ ସମୟ ତଦାରଖ କରିବାକୁ ଆସି ବାଟରେ ପର୍ସଫୋନୀଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ତାଙ୍କୁ ବିବାହ କରିବାକୁ ବଳ ପୂର୍ବକ ଧରି ନେଇ ପାଟରାଣୀ କରି ରଖିଲେ. ହେଲେ ଝିଅର ବିଛେଦ ସହି ନପାରି ଡ଼ିମିଟର ଆଉ କୃଷିର ଯତ୍ନ ନେବାକୁ ମନ ବଳାଇ ନଥିଲେ. ଏଣେ ଝିଅ ସବୁଠୁ ଅସୁନ୍ଦର ଜୋଇଁ ପାଇ ତାଙ୍କଠୁଁ ଦୂରେଇଯିବା ଫଳରେ କୃଷିର ଦେବୀଙ୍କ ଘୋର ମନଦୁଃଖ କାରଣରୁ ପୃଥିବୀ ପୃଷ୍ଠରେ କୃଷିର ଉର୍ନ୍ନତି ଓ ଦେଖାଶୁଣା କରିପାରୁନଥିଲେ.
    ଏଥର ସବୁ ଦେବ ଓ ଦେବୀମାନେ ଚିନ୍ତାକରି ଓ ଆଲୋଚନା ପରାମର୍ଶ କରି ହେଡିସଙ୍କୁ ଡକାଇ ପଠାଇଲେ. ସାଙ୍ଗରେ ପର୍ସଫୋନୀଙ୍କୁ ନେଇ ହେଡିସ ଆସିଲା ପରେ ମାଆ ଡ଼ିମିଟରଙ୍କ ସଙ୍ଗେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା.ସହମତି ଚୁକ୍ତି ଅନୁଯାୟୀ ଝିଅ ପର୍ସଫୋନୀ ଛଅମାସ ମାଆ ଡ଼ିମିଟିରଙ୍କ ପାଖରେ ରହିଲେ ଆଉ ଛଅମାସ ହେଡିସଙ୍କ ପାଖରେ ରହିବା ଅନୁମୋଦନ ହେଲା. ବର୍ଷର ବାରମାସରୁ ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ ଓ ବସନ୍ତ କୁ ଦୁଇ ଭାଗରେ ବିଭକ୍ତ କରି ପର୍ସଫୋନୀ ମାଆଙ୍କ ପାଖରେ ରହିବା ଋତୁରେ ମାଆ ସ୍ଥିର ଚିତ୍ତରେ  ସେହି ତିନି ମାସ ସମୟରେ ମାଆ ଡ଼ିମିଟର ପୃଥିବୀ ପୃଷ୍ଠରେ କେମିତି ଭଲ ଭାବେ କୃଷି ହେବ ତଥା ଫସଲହେବ ଓ ଅମଳ ହେବ ସେସବୁ ଦିଗରେ ଧ୍ୟାନ ଦେବେ.ବାକି ଯୋଉ ତିନିମାସ ପର୍ସଫୋନୀ ହେଡିସଙ୍କ ପାଖେ ରହିବେ ସେହି ସମୟରେ ମାଆ ଡ଼ିମିଟର ହତାଶା ଓ ଦୁଃଖରେ ରହିବା କାରଣରୁ ପୃଥିବୀ ପୃଷ୍ଠରେ କୃଷିକାର୍ଯ୍ୟ ବାଧାପ୍ରାପ୍ତ ହେବ. ସେହି ଦିନଠାରୁ ପୃଥିବୀରେ ଛଅ ଋତୁର ଉତ୍ପତି ହେବା ସହ କୃଷି କାର୍ଯ୍ୟରେ ଭାରସାମ୍ୟ ରାକ୍ଷ କରାଯାଇ ପାରୁଛି.


Rate this content
Log in

Similar oriya story from Tragedy