STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

କୃପଣ ସୌଦାଗର

କୃପଣ ସୌଦାଗର

1 min
441

ହରି ପୁର ଗାଁରେ ଏକ ସୌଦାଗର ଥିଲା।ସେ ବହୁତ କୃପଣ ଥିଲା।ସେ ପିଲା ବେଳେ କାହାକୁ କିଛି ଦିଏ ନାହିଁ।କେବେ କାହାକୁ ସାହାଯ୍ୟ କରି ନାହିଁ।ସେ ବାହା ହୋଇ ନିଜ ସ୍ତ୍ରୀକୁ ମଧ୍ୟ ସବୁ କିଛି ଦିଏ ନାହିଁ।ମାଗଣା ମିଳିଲେ ସବୁ ଲୁଟି ନିଏ।କିନ୍ତୁ କେବେ କାହାକୁ କିଛି ଦିଏ ନାହିଁ।

  ସେ ଥରେ ସ୍ତ୍ରୀ କଥାରେ ତୀର୍ଥ କରି ବାକୁ ଗଲା।ଜଣେ ବ୍ୟକ୍ତି ତାକୁ ତୀର୍ଥ କୁ ନେଲେ।ସେ ଏକ ମନ୍ଦିର କୁ ଗଲା।ପବିତ୍ର ମାଘ ମାସ ପାଇଁ ସବୁ ଲୋକ ଦାନ କରୁଥିଲେ।

  ଜଣେ ଗରିବ ଲୋକ ତାକୁ ପଇସା ମାଗିଲା।ସେ କୃପଣ ବ୍ୟକ୍ତି ବଡ଼ କଷ୍ଟ ରେ ଏକ ଟଙ୍କା ବାହାର କଲା।ମନ ଭିତରେ କହୁଛି,ଆରେ ଟଙ୍କା ତତେ ମୁ କେତେ ଶରଧା ରେ ରଖି ଥିଲିରେ ଆଜି ତୁ ମତେ ଛାଡି କେମିତି ଚାଲି ଯିବୁରେ।ତୁ ତୋ ମାଲିକ କୁ ଧୋକା ଦେଇ ସତରେ ଚାଲି ଯିବୁ।ଏପରି ଭାବି ଭାବି ଟଙ୍କା କୁ ଖାଲି ହାତରେ ଧରି ରଖିଲା।କିଛି ସମୟ ପରେ ଦେଖିଲା ଟଙ୍କା ଟି ପାଣି ପାଣି ଲାଗୁଛି ତାର ହାତ ପାପୁଲି ଓଦା ହୋଇ ଯାଇଛି ।ସେ ଭାବିଲା ଟଙ୍କା  କାନ୍ଦୁଛି।ସେ ଟଙ୍କାକୁ କହିଲା କାନ୍ଦନାରେ ଟଙ୍କା ତତେ ମୁ କାହାକୁ ଦେବି ନି।ଏପରି କହି ଟଙ୍କା କୁ ରଖି ଦେଲା।ଗରିବ ଲୋକ ଟି କହିଲା ନିଜ ଝାଳୁଆ ହାତ ର ଟଙ୍କା କୁ ଦେଖି କାନ୍ଦିବାର କହୁଛ।ତୁମେ ବହୁତ କୃପଣ ଲୋକ । ସେଦିନ ସେ ଗରିବ ଲୋକଟି ବହୁତ ଦୁଃଖ କଲା।କୃପଣ ଲୋକ ତାର ସେହି ସ୍ୱଭାବ ନେଇ ରହିଲା।ଶେଷ ରେ ତାର ଧନ କୁ ଦିନେ ଚୋର ଆସି ନେଇ ଗଲା।ସେ ବହୁତ କାନ୍ଦିଲା। ଜୀବନରେ ତାର ଏହି ସ୍ଵଭାଵ ପାଇଁ ସେ କେବେ ଭଲ ରେ ଖାଇନି କି କେବେ ଦାନ ପୁଣ୍ୟ କରିନି।

ଜୀବନରେ କେବେ କୃପଣ ହେବା ଉଚିତ୍ ନୁହେଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational