STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

କୃପାମୟୀ ମାଆ ରାଧାରାଣୀ   

କୃପାମୟୀ ମାଆ ରାଧାରାଣୀ   

3 mins
3

      କୃପାମୟୀ ମାଆ ରାଧାରାଣୀ   
      ================
ଶ୍ରୀରାଧା ରାଣୀଙ୍କ କ୍ଷେତ୍ର ବରସାନାରେ ଗୋବିନ୍ଦ ଦାସ ନାମରେ ଜଣେ ଭକ୍ତ ରହୁ ଥିଲେ। ତାଙ୍କର ଝିଅଟିଏ ଥିଲା ନାମ ତା'ର ମୁନିଆଁ । ମୁନିଆଁକୁ ଛାଡ଼ି ଗୋବିନ୍ଦ ଦାସଙ୍କ ପରିବାରରେ ଆଉ କେହି ନଥିଲେ। ଗୋବିନ୍ଦ ଦାସ ପ୍ରତି ସନ୍ଧ୍ୟାରେ ମନ୍ଦିର ଯାଇ ରାଧା ରାଣୀଙ୍କ ଦର୍ଶନ କରୁଥିଲେ ଏବଂ ଦର୍ଶନ ଉପରାନ୍ତେ ସେଠାରେ ରହି ଭକ୍ତ ମଣ୍ଡଳୀଙ୍କ ସହ କୀର୍ତ୍ତନ ଭଜନ କରି ସତସଙ୍କ ଏବଂ ସାଧୁସେବା କରୁଥିଲେ l ଏହାଥିଲା ତାଙ୍କର ଦିନଚର୍ଯ୍ୟା।
ଦିନକର କଥା, ଜଣେ ଭକ୍ତ, ଗୋବିନ୍ଦଙ୍କୁ କହିଲେ, ଭାଇ ! ମୁଁ ଟିକେ ନନ୍ଦଗାଁ ଯାଆନ୍ତି, କିନ୍ତୁ ମୋତେ ବାଟ ଜଣାନାହିଁ। ମୋ ପାଖରେ ବି ବହୁତ ଜିନିଷ ପତ୍ର ଅଛି। ତୁମେ ମୋତେ ଟିକିଏ ସେଠାରେ ପହଞ୍ଚାଇ ଦିଅନ୍ତ ତ ଖୁବ୍ ଭଲ ହୁଅନ୍ତା। ନନ୍ଦଗାଁଓଁ ଯିବା କଥା ଶୁଣି ଗୋବିନ୍ଦ ଦାସ ଖୁବ୍ ଖୁସି ହୋଇଗଲେ ଏବଂ ଭକ୍ତଙ୍କ କଥାରେ ହଁ ମାରିଲେ। ଗୋବିନ୍ଦ ସେଦିନ ଘରକୁ ଯାଇ ଝିଅକୁ କହିଲେ, ମାଆ, ମୁଁ କାଲି ସକାଳୁ ଜଣେ ସାଧୁଙ୍କ ସଙ୍ଗରେ ନନ୍ଦ ଗାଓଁ ଯିବି। ତୁ କିଛି ଚିନ୍ତା କରିବୁ ନାହିଁ। ଦିନ ଥାଉଁ ଥାଉଁ ମୁଁ ଫେରି ଆସିବି।
ପର ଦିନ ସକାଳୁ ଗୋବିନ୍ଦ ଦାସ ସାଧୁଙ୍କ ସଙ୍ଗରେ ତାଙ୍କ ଆସବାବ ପତ୍ର ମୁଣ୍ଡେଇ, ରାଧେ ରାଧେ ଗାଇ ଗାଇ ନନ୍ଦଗାଁ ଦିଗରେ ଯାତ୍ରା ଆରମ୍ଭ କଲେ। ସାଙ୍ଗରେ ଥିବା ସାଧୁ ଜଣକ ଥିଲେ, ଖୁବ୍ ବୃଦ୍ଧ ଓ ଋଗ୍ଣ। ଏଣୁ ବାଟରେ ସେମାନେ ବିଶ୍ରାମ କରି କରି ଚାଲିଥାନ୍ତି । ଏପରି ଯାଉ ଯାଉ ନନ୍ଦଗାଁରେ ପହଞ୍ଚିଲା ବେଳକୁ ବହୁ ଡେରି ହୋଇଗଲା । ଗୋବିନ୍ଦଦାସ ସାଧୁଙ୍କୁ ତାଙ୍କ ରହିବାସ୍ଥାନରେ ପହଞ୍ଚାଇଦେଇ କହିଲେ, ଭାଇ ! ଏଇ ତୁମ ଜିନିଷ ସବୁ ରହିଲା। ମୁଁ ଏବେ ଚାଲିଲି ବର୍ସାନା ମୋ ଝିଅ ଅପେକ୍ଷା କରିଥିବ। ସାଧୁ ତାଙ୍କ କଥା ଶୁଣି କହିଲେ, ଭାଇ ଏତେ ବାଟ ଚାଲି ଚାଲି ଆସିଲ। ଟିକିଏ ବିଶ୍ରାମ କର । ମୁଁ କିଛି ଜଳଖିଆ ବ୍ୟବସ୍ଥା କରୁଛି ଖାଇ କରି ଯିବ। ଗୋବିନ୍ଦ ଦାସ କହିଲେ, ତୁମ ମୁଣ୍ଡ ଖରାପ ନାଁ କ'ଣ। ନନ୍ଦଗାଆଁ ପରା ମୋ ଝିଅ ଶାଶୁଘର। ନନ୍ଦରାଜା ପରା ମୋ ସମୁଦୀ। ଝିଅଘରେ କଅଣ କିଏ ଖାଆନ୍ତି ? ସାଧୁ କହିଲେ, ଆରେ ଭାଇ ! ତୁମେ ବହୁ ପୁରୁଣା କଥା କହୁଛ। କିନ୍ତୁ ଗୋବିନ୍ଦଦାସ ସାଧୁଙ୍କ କଥା ନଶୁଣି ତାଙ୍କୁ ମୁଣ୍ଡିଆଟିଏ ମାରି ବିଦାୟ ନେଲେ ।
ଧୁ ଧୂ ଖରାବେଳେ ଗୋବିନ୍ଦ ଦାସ ଆଗେଇ ଚାଲିଥାନ୍ତି ବରସାନା ଅଭିମୁଖେ। ପାଦତଳେ ତତଲା ବାଲି, ମୁଣ୍ଡଉପରେ ମୁଣ୍ଡଫଟା ଖରା। ସେ କ୍ଲାନ୍ତ ହୋଇ ଏକ ଗଛ ଛାଇରେ ବସି ପଡ଼ିଲେ । ତାଙ୍କ ତଣ୍ଟି ସୁଖି ଯାଉଥାଏ। ସେଇଠି ସେ ଚେତାଶୂନ୍ୟ ହୋଇ ପଡ଼ିଗଲେ। ଗୋବିନ୍ଦ ଦାସଙ୍କ କଷ୍ଟ ଦେଖି ଭଗବାନ ଶ୍ରୀକୃଷ୍ଣ ଦାସଙ୍କ ପଛରେ ଚାଲି ଥିଲେ। ଭଗବାନ୍ ତାଙ୍କ ଚେତା ଫେରାଇ ଆଣିବାକୁ ବହୁ ଚେଷ୍ଟାକଲା ସତ୍ତ୍ୱେ ମଧ୍ୟ ତାଙ୍କ ଚେତା ଫେରିଲା ନାହିଁ। ଭଗବାନ୍ ଭାବିଲେ, ଗୋବିନ୍ଦତ ଶ୍ରୀରାଧାଙ୍କ ଭକ୍ତ, ମୁଁ ଯାଉଛି ତାଙ୍କୁ ଏ ଖବର ପହଞ୍ଚାଇ ଦେବି। ସେ ଚାହିଁଲେ ଗୋବିନ୍ଦଙ୍କୁ ବଞ୍ଚାଇ ଦେବେ। ଶ୍ରୀକୃଷ୍ଣ ଯାଇ ପହଞ୍ଚିଲେ ବର୍ସାନା ରାଧା ରାଣୀଙ୍କ ପାଖରେ । ସେ ଶ୍ରୀରାଧାଙ୍କୁ କହିଲେ, ଏଠି ତୁମେ ଭକ୍ତଙ୍କ ସହିତ ଲୀଳା କରୁଛ କଅଣ। ଶୀଘ୍ର ଯାଇ ତୁମ ବାପାଙ୍କୁ ବଞ୍ଚାଅ । ସେ ବରସାଣା-ନନ୍ଦଗାଓଁ ପଥରେ ଏକ ଗଛମୂଳେ ଚେତା ହରାଇ ପଡ଼ିଛନ୍ତି । ରାଧାରାଣୀ ଆଉ ବିଳମ୍ବ ନକରି ଗୋବିନ୍ଦଙ୍କ ଝିଅ ମୁନିଆଁ ରୂପ ଧାରଣ କରି ଯାଇ ତାଙ୍କ ପାଖରେ ପହଞ୍ଚି ଗଲେ। ଗୋବିନ୍ଦଙ୍କ ମୁଣ୍ଡକୁ କୋଳରେ ଧରି ତାଙ୍କୁ ବିଞ୍ଚଣା କରି, ପାଣି ପିଆଇ ସାଷ୍ଟମ କଲେ । କିଛି ସମୟ ପରେ ଚେତା ପାଇ, ଗୋବିନ୍ଦ ଦାସ ଆଖି ଖୋଲି ଦେଖନ୍ତି ତ ଝିଅ ମୁନିଆଁ ତାଙ୍କ ନିକଟରେ ବସି ପଙ୍ଖା କରୁଛି। ସେ କହିଲେ, ମାଆ ! ଏଠାକୁ ତୁ ଆସିଲୁ କେମିତି। ଝିଅ କହିଲା, ଆପଣ ଅସୁସ୍ଥ ହୋଇ ପଡିଛନ୍ତି ବୋଲି ମୁଁ ହରିଆ କାକାଙ୍କ ଠାରୁ ଶୁଣି ଏଠାକୁ ଧାଇଁ ପଳାଇ ଆସିଲି। ସିଆଡେ ସେ ଅପେକ୍ଷା କରିଥିବେ । ଆପଣ ଏବେ ଧିରେ ଧିରେ ଆସନ୍ତୁ, ମୁଁ ଯାଉଛି ତାଙ୍କ ଖବର ବୁଝିବି । ଏପରି କହି ରାଧାରାଣୀ ଅଦୃଶ୍ୟ ହୋଇ ଗଲେ। ଗୋବିନ୍ଦଦାସ ସନ୍ଧ୍ୟାବେଳକୁ ଘରକୁ ଫେରି ଆସି ଝିଅକୁ କହିଲେ, ମାଆ ତୁ ଆଜି ନଥିଲେ ମୁଁ ଆଉ ଘରକୁ ଆସି ନଥାନ୍ତି। କୁଆଡ଼େଗଲେ ତୋ ହରିଆ କକା। ବାପାଙ୍କ ଏଭଳି କଥା ଶୁଣି ଝିଅଟି କହିଲା, ବାପା ଏସବୁ ଆପଣ କ'ଣ କହୁଛନ୍ତି । ମୁଁ ତ ଘରୁ କୁଆଡ଼େ ଯାଇ ନାହିଁ ! ପୁଣି ହରିଆ କାକା କିଏ ?
ସମସ୍ତ କଥୋପକଥନ ପରେ ଗୋବିନ୍ଦ ଦାସଙ୍କ ଆଉ ସନ୍ଦେହ ରହିଲା ନାହିଁ ଯେ ତାଙ୍କ ଝିଅ ମୁନିଆଁ ରୂପରେ ଯାଇ ସ୍ଵୟଂ ଭକ୍ତବତ୍ସଳା କିଶୋରୀ, ମାଆ ରାଧାରାଣୀ ତାଙ୍କ ଶୁଶ୍ରୁଷା କରିଛନ୍ତି । ତାଙ୍କ ଆଖି ଛଳ ଛଳ ହୋଇଗଲା। ରାତ୍ରୀ ହୋଇ ଆସୁଥିଲା । ଭକ୍ତିଗଦଗଦ କଣ୍ଠରେ ଭକ୍ତ ଗୋବିନ୍ଦଦାସ ଶ୍ରୀମତୀଙ୍କୁ ପ୍ରାର୍ଥନା କରୁଥିଲେ, ସତେ ଲୋ ମାଆ ତୁ କେତେ କୃପାମୟୀ ! କେତେ କୃପାମୟୀ !
            ! ଜୟ ମାଆ ରାଧାରାଣୀ !
                 🙏🙏🙏
                    ଅର୍ଜୁନୀ
                   -----------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya story from Inspirational