କର୍ମ ହିଁ ଶ୍ରେଷ୍ଠ
କର୍ମ ହିଁ ଶ୍ରେଷ୍ଠ
ବହୁତ ବଡ ସଭାର ଆୟୋଜନ କରିଛନ୍ତି ଜିଲ୍ଲା ଅଧିକାରୀ ରମେଶ ବାବୁ |ନୂତନ ପିଢୀକୁ ପ୍ରୋତ୍ସାହିତ କରିବାକୁ ସବୁବେଳେ ସିଏ ତତ୍ପର |ରାଜ୍ୟର ଉଚ୍ଚପଦାଧିକାରୀ , ଶିକ୍ଷାବିତଙ୍କ ହାତରେ ଅମୃତ କୁ ଆଜି ସମ୍ମାନିତ କରାଯିବ | ବିଶ୍ଵଵିଦ୍ୟାଳୟର ପ୍ରଥମ ସ୍ଥାନ ପ୍ରାପ୍ତ କରିଚି ସିଏ | ସବୁ ସମ୍ବାଦ ପତ୍ରିକା ରେ ଅମୃତର ହିଁ ନାଁ ,ତା’ର ଜ୍ଞାନ ଓ ତୀକ୍ଷ୍ଣ ବୁଦ୍ଧି ର ଭୂରିଭୂରି ପ୍ରସଂସା | ସ୍ଵର୍ଣପଦକ ଦ୍ଵାରା ପୁରସ୍କୃତ କରାଯିବ |
ଏକ ନିହାତି ଗରୀବ ପରିବାରରୁ ଆସି ଏତେବଡ ସଫଳତା ହାସିଲ କରିପାରିଚି,ସେଇଥିପାଇଁ ରାଜ୍ୟରେ ଉତ୍ସାହ ଆନନ୍ଦର ବାତାବରଣ | ନିର୍ଧାରିତ ସମୟରେ ସମ୍ମାନୀୟ ନିମନ୍ତ୍ରିତ ଅତିଥୀ ଙ୍କର ମଧ୍ୟ ସମାଗମ ହେଇଚି |ପରିଚାଳକ ଅମୃତ କୁ ମଞ୍ଚ ଉପରକୁ ଆସି ଅତିଥୀଙ୍କ ଠାରୁ ପୁରସ୍କାରଟି ଗ୍ରହଣ କରିବାକୁ ନାଁ ଘୋଷଣା କଲେ | କରତାଳଧ୍ଵନି ରେ ଚତୁର୍ଦିଗ ଯେମିତି ମୁଖରିତ ହୋ ଇ ଉଠିଲା | ଅମୃତକୁ ନିଜ ସଫଳତାର କାରଣ ବିଷୟରେ ଦୁଇ ପଦ କହିବାକୁ ଅନୁରୋଧ କଲେ ସଞ୍ଚାଳକ ମହାଶୟ |ଅମୃତ ନିଜକୁ ସମ୍ଭାଳିପାରିଲାନାହିଁ| ଦୌଡି ଯାଇ ନିଜ ପିତା ମାତାଙ୍କ ଗୋଡଧରି ଆଶୀର୍ବାଦ ନେଲା|
ପିତା ମାତାଙ୍କ ହାତଧରି ମଞ୍ଚ ଉପରକୁ ଆସି କହିଲା-ମୋପିତା ମାତା ହିଁ ମୋ ସଫଲତାର ମୂଳଦୁଆ |ସେମାନଙ୍କର କର୍ମର ଫଳ ଆଜି ଏହି ସ୍ଵର୍ଣଫଳକ | ପିଲାଦିନୁ ପିତାମାତାଙ୍କର କର୍ମସଂସ୍କାର ହିଁ ମତେ ପ୍ରଭାବିତ କରିଥିଲା |ଏହି ସଫଳତା ପଛରେ ମୋର ତ ପରିଶ୍ରମ ରହିଛି ,କିନ୍ତୁ ସେମାନଙ୍କ ଜୀବନ ହିଁ ମୋ ଚରିତ୍ର ଆଉ କର୍ମଶୈଳୀ ଉପରେ ଗଭୀର ପ୍ରଭାବ ପକେଇଥିଲା |ମୋର ଭବିଷ୍ୟତକୁ ସଫଳ ଓ ସାର୍ଥକ କରିବା ପାଇଁ ତାଙ୍କର ପ୍ରୋତ୍ସାହନ ଓ ଆଶୀର୍ବାଦ ତ ଥିଲା କିନ୍ତୁ ସବୁଠାରୁ ଶ୍ରେଷ୍ଠ ଆଉ ମହତ୍ତ୍ଵପୂର୍ଣ ଭୂମିକା ରହିଚି ସେମାନଙ୍କର ନିଷ୍ଠା ଆଉ ଉତ୍ସର୍ଗୀକୃତ କର୍ମମୟ ଜୀବନ |
