Pratima Das

Tragedy

3  

Pratima Das

Tragedy

କରେନ୍ସି ଏକ୍ସଚେଂଜ

କରେନ୍ସି ଏକ୍ସଚେଂଜ

5 mins
514


କରେନ୍ସି ଏକ୍ସଚେଂଜ *

ଲେଖିକା /ପ୍ରତିମା ଦାସ।

ମହାନଦୀ ବିହାର

କଟକ।

ଇନ୍ଦିରା ଦେବୀ ଚମକି ପଡ଼ିଥିଲେ, ପୁଅ ଯେଉଁ ଦିନଉପରମହଲାରୁ, ପ୍ୟାଣ୍ଟ ଚେନ ଲଗାଇ ସାର୍ଟ ବୋତାମ ଦେଉ ଦେଉ ତଳକୁ ଓହ୍ଲାଉ ଥିଲା। ହାବଭାବରୁ ସବୁକିଛି ବାରିହୋଇ ପଡୁଥିଲା, ତେଣୁ ପ୍ରଥମେ ପୁଅକୁ ଅଧିକ କିଛି ନକହି, ଜେମାରଛୋଟ ଝିଅଟି କୁଆଡ଼େ ଗଲା ବୋଲି, ଉପରମହଲାକୁ ଦୌଡିଗଲେ।


ସମାଜର ଚିରାଚରିତ ଅଭ୍ୟାସ କହିଲେ ଭୁଲ୍ ହେବନାହିଁ, ନିଅଁଡିଆ ଯୁଆଡେ ପାଣି ଗଡିଯାଏ ସିଆଡେ। ହଳାହଳ ବିଷର ସାମ୍ନା ଆଗେ ଭୋଗେ ଗରୀବ।ଗରିବ ମାଇପ ସବୁରି ଶାଳୀ।ଇନ୍ଦିରା ଦେବୀଙ୍କ ଘରେ କାମ କରୁଥିବା ସ୍ତ୍ରୀ ଲୋକଟି ଜେମା।ଜେମାର ଝିଅ କଅଁଳିଆ କଦଳୀ ପତ୍ରଟିଏ ପରି ଥରୁଥିଲା, ଯଦିଓ ଅଧିକ ଶାରୀରିକ କଷ୍ଟ ଦେଇ ପାରିନି ପୁଅ ତାଙ୍କର,ମାଙ୍କ ପାଦ ଶବ୍ଦ ଶୁଣିବାରୁ ।କିନ୍ତୁ ବହୁତ ଅପଚେଷ୍ଟା କରିଛି ଜଲ୍ହାଦ।


କୁନି ଝିଅଟିକୁ ବୋକ ଦେଇ ଆଉଁସା ଆଉଁସି କରି କୋଳେଇ ନେଲେ, ଧନଲୋ ଉପରମହଲାକୁ କେବେ ଏକା ଆସିବୁନି, ରାକ୍ଷସ ଅଛି। ଏଡେ କୁନି ପିଲାଟେ ।କି ପ୍ରକାର ମାନସିକରୋଗୀ ପୁଅ ତାଙ୍କର, ନିଜ ଉପରେ ଘୃଣା ଆସୁଥିଲା।କ'ଣ ଭୁଲ ଏ ଛୁଆଟିର। ଛୁଆଟିକୁ ସାଷ୍ଟାନ୍ଗ କରି, ଜେମା ଜିମା ଦେଇ, ଟାଣି ଟାଣି ନେଲେ ପୁଅକୁ ଶୋଇବା କୋଠରୀକୁ।


ପୁତ୍ର ତାଙ୍କର,ଅବନୀ ଚ୍ୟାଉ ପଟ୍ଟନାୟକ। ହଣ୍ଟର ଟାଣି ଆଣି ଲଗାଇ ଚାଲିଲେ ଯେଉଁଠି ପାରିଲେ। ପୁଲିସ୍ ରେ ଦେଇଦେବା ପାଇଁ ଠିକ୍ କଲେ, କହିବା ବାହୁଲ୍ୟ ମାତ୍ର ପୁତ୍ର ଲୋଭ ଅଟକାଇଲା ଇନ୍ଦିରା ଦେବୀଙ୍କୁ।ଭାବିଲେ ଅତ୍ୟାଚାରୀ, କଡ଼ା ଶାସନ ଚାପରେ ଅଧିକ ଅତ୍ୟାଚାରୀ, ବ୍ୟଭିଚାରୀ ହୋଇ ଉଠିବନିତ?? କୁଳାଗାଂର କ'ଣ କରିବାକୁ ଯାଉଥିଲୁ? ପୁଅର ପ୍ରଥମ କଦର୍ଯ୍ୟବ୍ୟବହାର ସହିତ ପରିଚିତ ହୋଇଗଲେ, ଇନ୍ଦିରା ଦେବୀ। ପଣ କଲେ ପୁଅକୁ ଭଲ ବାଟକୁ ଆଣି, ଦମ୍ ନେବେ ଯାଇ।


ଏ ତୋର ପ୍ରଥମଭୁଲ, ତେଣୁ କ୍ଷମା କହି ଆରମ୍ଭ କଲେ, ଇତିହାସ ପଢିଲୁ ନା ନାହିଁ ?ଆଲେକ୍ଜାଣ୍ଡାର ଠାରୁ ଆରମ୍ଭ କରି ସଦ୍ଦମହୁସେନ ପର୍ଯ୍ୟନ୍ତ କିଏ କ'ଣ ନେଇକି ଗଲା। କିନ୍ତୁ ଭଲ କର୍ମ କରି ବାପୁ, ବିଶ୍ବ ବନ୍ଦିତ ହେଲେ। ପ୍ରଭୂ ଯୀଶୁଙ୍କ ଜନ୍ମ ପୂର୍ବରୁ ଆଲେକ୍ଜାଣ୍ଡାରର ଜନ୍ମ। ମାତା ଏକଏକଜିଦିଆ ଯାଦୁକାରିଣୀ ମହିଳାଟିଏ କହିଲେ ଅତ୍ୟୁକ୍ତି ହେବ ନାହିଁ। ମାଙ୍କର କୁପ୍ରଭାବ, ଅନେକ ଆନୁସଙ୍ଗିକ କାରଣ, ଆଲେକ୍ଜାଣ୍ଡାରକୁ ଏକ ବିଧ୍ଧସିଂ ଶକ୍ତିରେ ପରିଣତ କରିଥିଲା। ଯା ଫଳରେ ନିଜ ପିତା ଫିଲିପ୍ ର ହତ୍ୟା କରି ନିଜକୁ ସମ୍ରାଟ ଘୋଷିତ କରି ଥିଲା। କିନ୍ତୁ , ସେ ସମୟର ଚରିତ୍ର ଗୁଡିକପରି, ଯେମିତିକି ସମ୍ରାଟ ପୁରୁ, ଆଚାର୍ଯ୍ୟ ଚାଣକ୍ୟ ଙ୍କ ପରି ନିଜର ବିଚକ୍ଷଣ ବୁଦ୍ଧି ଏବଂ ଅସୀମ ଶକ୍ତି କୁ ସମାଜର କଲ୍ୟାଣ ରେ ଲଗାଇ ପାରିଥାନ୍ତା। ମାତ୍ର ୩୨ବର୍ଷରେ ମୃତ୍ୟୁ ଘଟିଥିଲା ବେଳେ, ତିନୋଟି ବଳିଷ୍ଠ ପ୍ରସ୍ତାବ ଉପସ୍ଥାପନା କରି ,ଇତିହାସ ପ୍ରସିଦ୍ଧ ହୋଇଗଲେ।

ମୋ କଫିନ୍ ବାହାରକୁ ହାତ ଦୁଇଟି ଝୁଲାଇ ରଖିଦେବ। ମୋ ଶବ ଶୋଭାଯାତ୍ରାରେ ସମସ୍ତ ମୂଲ୍ୟ ବାନ ସମ୍ପତ୍ତି ରାସ୍ତାରେ , ବିଛାଇ ଦେବ। ସବୁଠାରୁ ବଡ଼ ବଡ଼ ହାକିମ ବୈଦ୍ୟଙ୍କୁ ରାସ୍ତାର ଉଭୟ ପାର୍ଶ୍ବରେ ଛିଡ଼ା କରାଇଦେବ। କାଶ୍, ଏ ବୁଦ୍ଧି ମରିବାର କିଛି ବର୍ଷ ପୂର୍ବରୁ ଆଲେକ୍ଜାଣ୍ଡାରଙ୍କ ଦିମାଗରେ ଆସିଥାନ୍ତା?

ଧନରେ, ତେଣୁ ଆମ ସାଙ୍ଗେ ଯଦି ଯିବ କେବଳ ଆମ ପୁଣ୍ୟ, ଆମ କର୍ମଫଳ। ସାମାନ୍ୟ ଲଜ୍ଜିତ ହୋଇ ଥିବା, ଉଗ୍ରରୂପଟି ପୁଣି ଭଡକି ଉଠିଲା। କର୍ମଫଳ ନା ଚୋପା। ଯାହା ଦୃଶ୍ୟମାନ ନୁହେଁ, ତାହା ଅସତ୍ୟ।


ଇନ୍ଦିରା ଦେବୀ ତ ପଣ କରିଛନ୍ତି, ପୁଅକୁ ବାଟକୁ ଆଣିବେ ତେଣୁ ସମସ୍ତ ବୁଦ୍ଧିର ଝରକାଗୁଡିକୁ ଖୋଲି ଦେଇ ପୁଣି ବୁଝାଇବାକୁ ଲାଗିଲେ, କହିଲୁ ଦେଖି ଯାହା ଦୃଶ୍ୟମାନ ନୁହେଁ ତାହା ଅସତ୍ୟ, ଏକଥାଟିକେଉଁଠୁ ଆସିଲା? ମନରୁ...

ମନକୁ ଦେଖି ପାରୁଛୁ ବାବା, କିନ୍ତୁ ମନ ଅଛି। ଆମେ ବାୟୁକୁ ଦେଖିପାରୁଛେ, କିନ୍ତୁ ବାୟୁର ପ୍ରଭାବରେ ଜୀବନଯାତ୍ରା ତିଷ୍ଠିଛି। ତୁ କଣ କେବେ ମନେ ରଖିଛୁ, ମୋ ଜରାୟୁରେ ୯/୧୦ମାସ ଧରି କୁନିଘରଟିରେ ଦୋଳାୟମାନ ସ୍ଥିତିରେ ଭାସିବୁଲୁଥିଲୁ, ନାହିଁ ନା ?ତା ମାନେ, ତୁ କ'ଣ ମୋ କୋଳରୁ ଜନ୍ମ ନେଇନୁ? ତେଣୁ ଧର୍ମ ଦାଣ୍ଡ ରେ ଚାଲ ବାବା।

ଧର୍ମ ଦାଣ୍ଡରେ ଚାଲିବା ତ ଦୂରକଥା, ଧର୍ମର ଧାର ଧରୁ ନ ଥିଲେ ଅବନୀ ଚ୍ୟାଉ ପଟ୍ଟନାୟକ। ବୟସ ବଢିବା ସହିତ ଅତ୍ୟାଚାରର ମାତ୍ରା ବଢି ଚାଲିଥାଏ। କେତେ ଝିଅବୋହୂଙ୍କ ଚରିତ୍ର ଲୁଣ୍ଠନ, ଦାଦାବଟିରୁ କୋଟି କୋଟି ଟଙ୍କା ଆଦାୟ, କେତେ ଡନ୍ମାଫିଙ୍କ ଜୀବନ ହରଣ, ତାଙ୍କ ରାସ୍ତାରେ ଯିଏ ଆସିଲା, ତାକୁ ରାସ୍ତାରୁ ହଟେଇବାର ସମସ୍ତ ବନ୍ଦୋବସ୍ତ। କେତେ ରାଜନେତାଙ୍କୁ ସଂରକ୍ଷଣ,। ସାଧାରଣ ଜନତାଙ୍କୁ ତ ପୋକମାଛି ପରି ମଣୁଥିଲା।


ଲୋକେ କୁହାକୁହି ହୁଅନ୍ତି। କେମିତି ଶାନ୍ତିରେ ଶୋଉଛି ଚ୍ୟାଉ ପଟ୍ଟନାୟକ। ଏମାନଙ୍କୁ ନିଦ ଆସେନି। ଆଧୁନିକ ବିଜ୍ଞାନ ଏମାନଙ୍କ ଶୋଇବା ପାଇଁ ନାନା ପ୍ରକାରର ନିଦବଟିକାଠୁ ଆରମ୍ଭ କରି ଅନେକ ପ୍ରକାରର ମାଦକଦରବ୍ୟର ବ୍ୟବସ୍ଥା ରଖିଛି।

ଅନେକ ଦିନର ବ୍ୟବଧାନପରେ, ଆଜି ଶାନ୍ତିରେ ଶୋଇ, ଦିନ୧୧ଟାରେ, ଉଠିଛନ୍ତି, ଅବନୀ ଚ୍ୟାଉ ପଟ୍ଟନାୟକ। ଗତକାଲି ବହୁ ବିଳମ୍ବିତ ରାତ୍ରିପର୍ଯୟନ୍ତ, ଘରେ ଆଡମ୍ବର ପୂର୍ଣ ନୈଶ୍ୟଭୋଜିର ଆୟୋଜନ କରାଯାଇଥିଲା। ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ନେତା, ଅଭିନେତା ,ବିଶିଷ୍ଟ ଅତିଥି ବୃନ୍ଦ ଏକତ୍ରିତ ହୋଇଥିଲେ। ମୁମ୍ବାଇରୁ ଆସିଥିବା ନର୍ତକୀ, ସ୍ବଛ ନୀଳ ଆଲୋକରେ, ମଧୁର ସଙ୍ଗୀତର ମୂର୍ଛନାରେ ତାଳଦେଇ ନାଚି ଚାଲିଥିଲା। ତା ଶରୀରର ଆକର୍ଷଣ ଓ ମହକ ପାଗଳ କରାଇଦେଇଥିଲା ମ୍ୟାରେଡ ବ୍ୟାଚଲରଙ୍କୁ,ଅଗ୍ନିକୁ ଘୃତ ତେଜିଆନ କଲାପରି।

ମାନୀକୁ ଗୁଣୀ ପସନ୍ଦ ନୁହେଁ। ଜନ୍ମ ଦିନରେ, ମାଙ୍କ ଆର୍ଶୀବାଦ ନେବା ପାଇଁ ବି ସମୟ କାଢିନାହାନ୍ତି ଅବନୀ ଚ୍ୟାଉପଟ୍ଟନାୟକ। ମା କିନ୍ତୁ ନିଜେ ଆସିଲେ ।କର୍ମଫଳରେ ଅତ୍ୟନ୍ତ ବିଶ୍ବାସ ରଖିଥିବା ଇନ୍ଦିରା ଦେବୀ ଭାବନ୍ତି, କିଛି ଖରାପ କର୍ମ କରିଥିଲେ ବୋଧେ, ଯା ଫଳରେ ଏପରି ପୁଅ ପାଇଛନ୍ତି।ଏ ଜନ୍ମରେ, ଏ ହିସାବକିତାବର ଶେଷ କରିବାକୁପଡିବ।ବୋହୂ ଘର ସମ୍ଭାଳି ନେବାପରଠୁ ସମୟ କିଛି ମିଳୁଛି ତେଣୁ ବିଭିନ୍ନ ସମାଜସେବା, ଜନକଲ୍ୟାଣକାରୀ ଯୋଜନା ହାତକୁ ନେଇଛନ୍ତି। ବିଚାରୀ ବୋହୂଟି, ଏ ପ୍ରତାପୀ ସ୍ବାମୀ ଆଗରେ ସବୁବେଳେଚୁପ।

ସେବି, ଯେବେ ବୋହୂ ହୋଇ ଆସିଥିଲେ ଏ ପରିବାରକୁ, ସ୍ତ୍ରୀମାନଙ୍କର ଅଧିକାର ନଥିଲା କିଛି କହିବାକୁ କି ମତାମତ ଉପସ୍ଥାପନ କରିବାକୁ। ଯଦି ସ୍ତ୍ରୀଲୋକ କିଛି ମୁହଁ ଖୋଲୁଥିଲେ ସେମାନଙ୍କୁ ବହୁତ ଖରାପ ଆଖ୍ୟା ମିଳୁଥିଲା। କିନ୍ତୁ ନିଜ ବୁଦ୍ଧି ବଳ ବିବେକ ଖଟାଇ, ଇନ୍ଦିରା ଦେବୀ ନିଜର ଅସ୍ତିତ୍ୱ ହାସଲ କରିଥିଲେ। ସକ୍ଷମା ହୋଇଥିଲେ, ମୂଲ୍ୟବାନ ଗୁଣାତ୍ମକ ଜୀବନଶୈଳୀ ବିତେଇବା ପାଇଁ, ନିଡର ହୋଇ କିପରି ବଂଚିହେବ। ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିହେବ ଇତି ଆଦି... ।.ବୋହୂଟିକୁ ସେପରି କରିବାପାଇଁ, ଚେଷ୍ଟା ଜାରିରଖିଛନ୍ତି।

ଏତେସବୁ ଭାବୁ ଭାବୁ ପୁଅପାଖେ ପହଂଚି ଯାଇ ଥିଲେ, ଇନ୍ଦିରା

ଦେବୀ। । ଉପରଠାଉରିଆ ପ୍ରଣାମ କଲେ ମା'ଙ୍କୁ। ଭଗବାନ ତୋତେ କୋଟି ପରମାୟୁ ଆଉ ସଦ୍-ବୁଦ୍ଧି ପ୍ରଦାନ କରନ୍ତୁ ବାବା।ମା, କିଛି ସାଙ୍ଗଙ୍କ ସହିତ, ଇଉରୋପ ବୁଲିବା ପାଇଁ ଯିବି।


ପଇସା ଏବଂ ପାଓବାର ଥିଲା ବେଳେ ବନ୍ଧୁ ଙ୍କ ଅଭାବ ନଥାଏ।


ଆଉ ତୋ ମେଡିକାଲ ରିପୋର୍ଟ କେବେ ଆସିବ ବାବା?

ଡୋନ୍ଟ ଓରି ଫର ଦ୍ଟା ମା'ଙ୍କୁ କହିଲେ ।ସ୍ବାସ୍ଥ୍ୟ ଗତ ସମସ୍ୟା କିଛି ପୁଅର ଦେଖାଦେଇଛି। ଫାମିଲି ଡକ୍ଟରଙ୍କ ପରାମର୍ଶ ରେ ହୋଇଥିବା, ଚେକ୍ -ଆପର ପ୍ରାୟ ରିପୋର୍ଟ ଆସିଯାଇଥିଲା,କିଛି ଖାସ୍ ରିପୋର୍ଟ ମୁମ୍ବାଇ ରୁ ଆସିବା

ବାକିଅଛି।

ବାବା ,ତୁ ଯେଉଁ ବିଦେଶ ଗସ୍ତରେ ଯିବୁ, ଏତେ ଦେଶବୁଲିବୁ,

ଆମ ଟଙ୍କାର ମୂଲ୍ୟ ସେଠି ଶୂନ୍ୟ। କ'ଣ କରିବୁ??

କ'ଣ ମା? ଛୋଟ ପିଲାଙ୍କୁ ପଚାରିଲା ପରି ପ୍ରଶ୍ନ କରୁଛ?

କରେନ୍ସି ଏକ୍ସଚେଂଜ କ'ଣ ଜାଣିନ??


ବାସ୍ ବାବା, ମୁଁ ଏହାହିଁ..... କହିବାକୁ ଚାହୁଁଛି। ମର୍ତ୍ତ୍ୟ ମଣ୍ଡଳେ ଦେହ ବହି। ଦେବତା ହେଲେବି ମରଇ।।

ନିଶ୍ଚିନ୍ତ ରୂପେ ଆମେ, ସମସ୍ତେ ମୃତ୍ୟୁ ପଥରେ, ଯାତ୍ରୀ ହେବା। ଏଠି, କେତେ ଆଇରନ୍ ଚେଷ୍ଟ ଭରି ଭରି ଟଙ୍କାସୁନା ରଖିଛୁ,ଏତେବଡ଼ ବହୁତଳ ପ୍ରାସାଦ କରିଛୁ, ଗଣ୍ଡା ଗଣ୍ଡା ଦାମୀ ଗାଡି ଚଡୁଛୁ।

କିଛି ତୋ ସଙ୍ଗେ ଯିବନି,।ଯେତେ ପାରୁଛୁ, ଭଲକର୍ମଫଳ

ସାଇତିପକା ବାପା। ଅହଂକାର ଶୂନ୍ୟ ହୋଇଯା।

ମାନବସେବାରେ ଲାଗିଯା।ସ୍ରଷ୍ଟା ନ ଥାଇ ସୃଷ୍ଟି ଅସମ୍ଭବ।

ଏ ଜନ୍ମ ଦିନରେ ତାଙ୍କର ଶରଣାଗତ ହୁଅ ବାବା। ସଚ୍ଚାକର୍ମ ସଚ୍ଚାସାଥୀ ବାଛେ।

ମୋ ଜନ୍ମ ଦିନରେ, ମୁଣ୍ଡ ଖରାପ କରନି ମା।

ବାଃ ରେ ଦୁନିଆଁ!! ଜନ୍ମଦାତ୍ରୀ ସାମ୍ନାରେ ଜନ୍ମ ଦିନର ଅଭିମାନ।

ଡାକ୍ତର ବାବୁ ପଠାଇଛନ୍ତି ଏ ରିପୋର୍ଟ ସାହେବ କହି, ଲମ୍ବା ଲଫାପାଟିକୁ ବଢ଼ାଇଦେଲା, ଦ୍ଵାରପାଳ।

ତରବର ହୋଇ ରିପୋର୍ଟଟି ପଢ଼ି ଖସି ପଡ଼ିଲେ,ଅବନୀ ଚ୍ୟାଉ ପଟ୍ଟନାୟକ। ଇନ୍ଦିରା ଦେବୀ ଥରଥର ହାତରେ, ରିପୋର୍ଟ ପଢୁଥିଲେ,।

ଏତେ, କମ୍ ସମୟରେ, ଲଙ୍ଗସ୍ କାର୍ସିନୋମା, ଫୋର୍ଥ ଷ୍ଟେଜ ରେ।

କିପରି ସମ୍ଭବ??

ମା, ତୁମେ ଏତେ ଠିକ୍ ଠିକ୍ କିପରି କହୁଥିଲ?

ହିସାବକିତାବର ବେଳ ଆସିଗଲା ମା। କ'ଣ କରିବି ମା?

ଇନ୍ଦିରା ଦେବୀ ନିଜକୁ ସମ୍ଭାଳିବେ ନା ପୁଅକୁ।

ଇନ୍ଦିରା ଦେବୀ ସମ୍ପୂର୍ଣ୍ଣ ପାଷାଣ ମୂର୍ତ୍ତି ଟେ ପରି, ବିଶାଳ ଆରବିକ ଡିଜାଇନର ଗେଟ୍ ପାଖରେ ଛିଡ଼ା ହୋଇ ଥିଲେ। ହାତଟେକିଦେ ବାବା। ସବୁ ସରିଗଲା। କରେନ୍ସି ଏକ୍ସଚେଂଜ

କରିଲୁନାହିଁ ବାବା।

ଏତେବଡ଼, ଲମ୍ବା ଯାତ୍ରା ପାଇଁ ,ସାଙ୍ଗ ରେ କ'ଣ ନେଇକି ଯିବୁ। ?

ମାସ ଦୁଇଟାରେ ମୋ କୋଳ ଶୂନ୍ୟ କରି ଚାଲିଯିବୁ,

ଖାଲି ହାତରେ କିପରି ତୋତେ ପଠାଇବି, ସବୁଠୁ ବଡ଼ ବିଦେଶ

ଯାତ୍ରା ?


Rate this content
Log in

Similar oriya story from Tragedy