Neelamadhab Rath

Drama Fantasy Others

3  

Neelamadhab Rath

Drama Fantasy Others

କପେ ଚାହା

କପେ ଚାହା

1 min
75


ନରହରି ବାବୁ Section Officer ବଡ ବାବୁ । ଦଶଟା ନ ଵାଜୁଣୁ ଅଫିସ ଆଗ ଚା ଦେକାନରେ ଖଟିଟା ସାରି ସିଟ୍ ରେ ବସି ଯାଆନ୍ତି । ସିଟରେ ବସୁ ବସୁ ପିଅନ୍ ଗଦାଏ ଫାଇଲ୍ ଟେବୁଲ ଉପରେ ଥୋଇ ଦେଇ ତାର ସ୍ଥାନ ଗ୍ରହଣ କରି ନିଏ । ଅପେକ୍ଷା କରିଥାଏ ବାବୁ କେତେ ବେଳେ ଚାହା ପାଇଁ order କରିବେ । 

  କିଛି ପାର୍ଟି ଆସିଯାନ୍ତି । ବଡ ବାବୁ calling bell ମାରି ଚାହା ଚାରିଟା ପାଇଁ order ଦିଅନ୍ତି । ପିଅନ୍ ଯାଇ ସନ୍ତର୍ପଣରେ ଚାହା ପରଶି ଦିଏ । ହଁ ତାର ବି ଭାଗ ଅଛି , ସେ ଭାରି ଖୁସ୍ । ଖାଇବା ଛୁଟି ଭିତରେ ଏମିତି ଚାହା ପର୍ବ 2/3ଥର ହୋଇଯାଉଥାଏ । ପୂଣି ଉପର ବେଳା ଥରେ ଦିଥର । ସତେ ଯେମିତି ଚାହା ବିନା ଫାଇଲ୍ ର ଫର୍ଦ ଓଲଟି ପାରିବନି ।

ଅଫିସ୍ ସାରି ବାବୁ ଘରେ ପହଞ୍ଚୁ ପହଞ୍ଚୁ ବାବୁ ପାଇଁ ଚାହା ready , ତାହା ପୂଣି ପକୋଡି ନହେଲେ ଗରମ୍ ବରା । ସରିଯାଏ ସଂନ୍ଧ୍ୟା । ନିଉଜ୍ ଦେଖୁ ଦେଖୁ ବାବୁଙ୍କୁ ପୂଣି ଚାହାର ବ୍ରେକ୍ ।

ସକାଳୁ ବିଛଣା ଛାଡୁ ଛାଡୁ ବାବୁଙ୍କୁ ଚାହା ଲୋଡା । ବାଃ ବାଃ ରେ ଚା , ତୋ ବିନା ସତେ ଯେମିତି ଦିନ ସରିବନି ।



Rate this content
Log in

Similar oriya story from Drama