STORYMIRROR

Swatishree Pandit

Drama Inspirational Others

3  

Swatishree Pandit

Drama Inspirational Others

କପେ ଚା

କପେ ଚା

6 mins
164

 ମଇଳା ଛିଣ୍ଡା ପ୍ୟାଣ୍ଟ , କୁତୁରା ସାର୍ଟ ସାଙ୍ଗକୁ ହାଣ୍ଡି କଳାମୁହଁ ।କାଦୁଅ ରେ ଲଟପଟ ପାଦ ତତ୍ ସଙ୍ଗକୁ ଉକୁଣି ସାଉଁସାଉଁ ମୁଦା ମୁଦା ଜଟାରେ ପୂର୍ଣ୍ଣ ମୁଣ୍ଡର କେଶ । ଶରୀର ରରୁ ଅତ୍ୟନ୍ତ ଦୁଃଗନ୍ଧ ବାହାରୁଥିବା ଲୋକଟି ସବୁବେଳେ ଆସି ଚା' ଦୋକାନ ପାଖରେ ବସେ। କପେ ଚା ପି ୫ଟଙ୍କା ଦେଇ ଚାଲିଯାଏ।ଏହା ତାର ନିତିଦିନିଆ କାମ । କାହାକୁ କିଛି କହେନା ଖାଲି ଭଙ୍ଗା ଫୋନ୍ ଟି ଧରି ୟାଡ଼ୁ ସିଆଡ଼ୁ ଗପେ ।

କିନ୍ତୁ ଏ ମୁଣ୍ଡ ଦୋଷ ଥିବା ପାଗଳଟାକୁ ଦେଖିଲେ ଲୋକେ ପଥର ଖଣ୍ଡ ଧରି ଘଉଡାନ୍ତି। ଚା' ଦୋକାନୀଟି ପାଗଳଟିକୁ ଆଶ୍ରା ଦେଇଛି ତା' ଦୋକାନ ବାରଣ୍ଡାରେ । ଚା' ପିଉଥିବା ସମୟରେ ଗରଜିଲା କଳାହାଣ୍ଡିଆ ମେଘ କୁ ଏକ ଲୟରେ ଚାହିଁ ରହି ମୁରୁକି ମୁରୁକି ହସୁଥିଲା ତ କେତେବେଳେ ଭୋ ଭୋ ହୋଇ କାନ୍ଦିପକାଉଥିଲା। କେତେ କଣ କହିପକାଉଥିଲା ସେ। ଦୋକାନ ରେ ଚା' ପିଉଥିବା ଅମୀୟ ବାବୁ ଚୁପ୍ ଚାପ୍ ତା' କଥା ଶୁଣିବାକୁ ଲାଗିଲେ।

  ସେ ଦିନ ଠିକ୍ ଏମିତି ଝିପ ଝିପ ବର୍ଷା ସାଙ୍ଗକୁ କୋହଲା ପାଗ ଅନୁଭୂତ ହେଉଥିଲା। ନିଦୁଆ ନିଦୁଆ ଆଖିରେ ଅଫିସ୍ କାମ କରିବା ଅସମ୍ଭବ ମନେ କରି ବାହାରକୁ ଯାଇ କପେ ଚା' ପି ନିଜକୁ ଫୁର୍ତ୍ତି ଅନୁଭବ କରିବା ପାଇଁ ରୋଶନ ନିଜ ସହ କର୍ମଚାରୀ ରାଘବ ବାବୁ ଙ୍କ ସହ ଚା' ଦୋକାନ ଅଭିମୁଖେ ଯାଉଥିବା ସମୟରେ ଜରୁରୀ କାମ ପଡିବାରୁ ରାଘବ ବାବୁ ଅଧାରାସ୍ତାରୁ ଚାଲି ଗଲେ।

କୋହଲା ପାଗ ସାଙ୍ଗକୁ ଝିପ ଝିପ ବର୍ଷା ଶୀତର ଲହରୀ ଅନୁଭୂତ ହେଉଥିବା ଯୋଗୁଁ ପ୍ରାୟ ଜନଶୂନ୍ୟ ରାସ୍ତା ଥିଲା। ଚାରିଆଡ଼େ ଖାଲି ଠାଏଁ ଠାଏଁ କହୁଅ ବର୍ଷା ପାଣି ।

ଚା ପିବାର ପ୍ରଥମ ମଜା ନେଉଥିବା ସମୟରେ ହଠାତ କାନରେ ଶୃତିମଧୁର ସ୍ଵର ଟି ଆସି ବାଜିଲା ଚା' ରୁ ଆଖି ହଟାଇ ଦେଖେତ ଶୁଭ୍ର ବଦନାଖଣ୍ଡା ଧାର ନାକ ପଦ୍ମ ଫୁଲ ପରି ମୁଁହ ମୁକୁଳା କୁଞ୍ଚ କୁଞ୍ଚିଆ କେଶ ବିନ୍ୟାସରୁ ଟପ ଟପ ପାଣି ଝରୁଥିଲା ଭିଜା ଭିଜା ପୋଷାକ ଶୀତରେ ପ୍ରକମ୍ପିତ ଶରୀର ଥର ଥର ଓଠରେ ଚା' କପ ଟି ପାଇଁ ଦୋକାନ ଭାଇଙ୍କୁ ବରାଦ କରୁଥାଏ ।କାନ୍ଧ ରେ ଧରିଥିବା କଲେଜ ବ୍ୟାଗଟିକୁ କାଢି ରୋଶନ ଆଡ଼କୁ ଚାହିଁ ଲାଜରେ ଶରୀର କୁ ଢ଼ାଙ୍କି ବାକୁ ଚେଷ୍ଟା କରୁଥିଲା। ଓଃ କି ସୁନ୍ଦର ଦେଖାଯାଉଥିଲା ତା'ର ଭିଜା ବଦନ । ସତରେ ସୃଷ୍ଟି କର୍ତ୍ତା ମନଦେଇ ଗଢ଼ିଛନ୍ତି ତାକୁ । ରହି ରହି ପିନ୍ଦିଥିବା ସାଲ୍ବାର ଟିକୁ ସାଇଜ କରୁଥିଲା ମୁଣ୍ଡଟିକୁ ପୋତି । ମୁଣ୍ଡ ଉପରକୁ ଉଠାଇ ବା କୁ ସତେ ଯେମିତି ତାର ସାହାସ ପାଉ ନଥିଲା। ଏ ଲାଜେଇ ମୁହଁର ଛାପ ରୋଶନ ତାର ହୃଦୟ ରୂପକ କେମେରା ରେ କୟଦ କରି ଦେଇଥିଲା।

ଦୋକାନୀ ଜଣକ ଯେତେ ବେଳେ ଚା' କପ ଟିକୁ ବଢ଼ାଇ ଦେଇଛନ୍ତି ଝିଅଟିକୁ ସେ ତୁରନ୍ତ ସର ସର ଶବ୍ଦରେ ପିଉ ଥିବା ସମୟରେ ରୋଶନ ର ମତୁଆଲା ଦୁଇଟି ଆଖି ତା' ଉପରୁ ହଟାଇବାକୁ ନାରାଜ ଥିଲା ଚା' ପିଇ ଝିଅଟି ମଝିରେ ମଝିରେ ରୋଶନ୍ ଆଡ଼େ ଚାହିଁ ସ୍ମିତ ହାସ୍ୟ ଦେଇ ଲାଜେଇ ପଡ଼ୁଥିଲା ଚା' ଶେଷ କରି ଦୋକାନୀଙ୍କୁ ୧୦୦ ଟଙ୍କା ନୋଟଟି ବଢ଼ାଇ ଦେଲା। ଦୋକାନୀ ଜଣକ ବିରକ୍ତ ଭାବରେ ଭଉଣୀ ଖୁଚୁରା ଟଙ୍କା ପ୍ରଦାନ କରିବା ପାଇଁ କହିଲେ। I ଝିଅଟି ଥର ଥର ଓଠ ରେ ଭାଇ ଖୁଚୁରା ନାହିଁ। ରୋଶନ୍ ସୁଯୋଗ ର ହାତ ଛଡ଼ା କରିବା ପାଇଁ ଚାହୁଁ ନ ଥିଲା ସେ ତୁରନ୍ତ ନିଜ ପାଖରେ ଥିବା ଖୁଚୁରା ଟଙ୍କା ପ୍ରଦାନ କଲା ଝିଅଟି ଧନ୍ୟବାଦ ଜଣାଇ କାଲି ଫେରାଇ ଦେବାର ପ୍ରତିସ୍ତୃତି ଦେଲା। ରୋଶନ୍ ହସିଦେଇ ଠିକ୍ ଅଛି ।

 ତା 'ପର ଦିନ ଠିକ୍ ସେହି ସମୟରେ ଉଭୟ କଂ ଚା' ଦୋକାନ ରେ ମିଳନ ହୁଏ । ରୋଶନ୍ ସ୍ମିତ ହାସ୍ୟ ଦେଇ ହାତ ଆଗକୁ ବଢ଼ାଇ ଦେଇ କହିଲା ମୁଁ ରୋଶନ୍ ସାହୁ ଆପଣ? ଝିଅଟି ଲାଜେଇ ହାତ ବଢ଼ାଇ ମୁଁ ସୁଭଶ୍ରୀ ସ୍ୱାଇଁ। ବାସ ସେ ହସ ର ଏକ ଅଭୁତ ଅନୁଭୂତିରେ ନିଜକୁ ହଜେଇ ଦେଇ କେତେ ବେଳେ ମନ ଭିତରେ ଘର କରି ନେଇଛି ରୋଶନ୍ ମଧ୍ୟ ଜାଣି ନାହିଁ। ଧିରେ ଧିରେ କଥୋପକଥନ ତା ପରେ ନିବିଡ଼ତା ବଢ଼ି ଚାଲିଲା ଦୁହିଁକଂ ଭିତରେ।

ପ୍ରଥମେ ପ୍ରଥମେ ପରିବାର ଲୋକେ ବିରୋଧ କରିଥିଲେ ତା'ପରେ ଆପୋଷ ବୁଝାମଣା ରେ ମଙ୍ଗଳ ବାଦ୍ୟ ଧ୍ବନି ରେ ପବିତ୍ର ହୋମ କୁଣ୍ଡର ଅଗ୍ନିକୁ ସାକ୍ଷୀ ରଖି ବିବାହ ବନ୍ଧନରେ ପରସ୍ପର ବାନ୍ଧି ହୋଇଗଲେ ।

ଆଜି ଚଉଠି ରାତ୍ରୀ ଦୁହିଁକଂର । ମନ ସହ ମନ ଶରୀର ସହ ଶରୀରର ମିଳନ ମନ ଖୁବ ଶାନ୍ତ। ଦୁହେଁ ଦୁହିଁଙ୍କ ସ୍ପର୍ଶ ରେ ଉଠିଥିବା ଶିହରଣ କୁ ଅନୁଭବ କରୁଛନ୍ତି ମନ ଭିତରେ। ଆଖିରେ ଆଖିଏ ସପନ ପରସ୍ପରକୁ ଲକ୍ଷେ ପ୍ରତିଶୃତି ଦେଇଛନ୍ତି।

ସକାଳର ପହିଲି କିରଣ ଯେତେବେଳେ ରୋଶନର ମୁଁହ ରେ ପଡିଛି ଆଖି ମନ୍ଥି । ମନ୍ଥି ଧିରେ ଧିରେ ଆଖି ଖୋଲି ସୁଭଶ୍ରୀ କୁ ଚା' କପ ଟି ଧରି ଠିଆ ହୋଇଥିବାର ଆବିଷ୍କାର କରିଛି ଆନନ୍ଦରେ ଗଦ ଗଦ ହୋଇ କୁଣ୍ଡାଇ ପକାଇଛି। ସୁଭଶ୍ରୀ ଘରେ ଶାଶୁ ଶ୍ଵଶୁର ଦିଅର ସମସ୍ତଙ୍କର ବେଶ ଯନ୍ତ୍ର ନିଏ । ଶାଶୁ ଘର ଲୋକ ମାନେ ବେଶ ଖୁସୀ ସୁଭଶ୍ରୀ କୁ ବୋହୂ ରୂପରେ ପାଇ ।

ଇତି ମଧ୍ୟରେ କେନ୍ଦୁଝର ଜିଲ୍ଲାକୁ ରୋଶନ୍ ର ବଦଳି ହେଇଯାଇଥିବାରୁ ସୁଭଶ୍ରୀକୁ ଧରି କଟକ ରୁ କେନ୍ଦୁଝର ଜିଲ୍ଲାକୁ ଚାଲିଲା। ରୋଶନ୍ ଅଫିସ୍ ଚାଲିଗଲେ ନିଜକୁ ଖୁବ୍ ଏକୁଟିଆ ଅନୁଭବ କରେ ସୁଭଶ୍ରୀ ତାଙ୍କୁ କୌଣସି କାର୍ଯ୍ୟ କରିବାକୁ ମନ ଯାଏ ନାହିଁ । କଟକ ରେ ଥିବା ଶାଶୁଘର ଓ ମା' ଘର କଥା ମନେ ପକେଇ ଭାରି ଦୁଃଖ ରେ ରୁହେ । ଅଫିସ୍ର ରୁ ଫେରି ସୁଭଶ୍ରୀର ଶୁଖିଲା ମୁହଁ ଦେଖିଦେଲେ ଭାରି ଯନ୍ତ୍ରଣା ହୁଏ ରୋଶନ୍ କୁ । ସେ ଘର ପାଖରେ ଥିବା ଘରୋଇ ଶିକ୍ଷାନୁଷ୍ଠାନ ରେ ଶିକ୍ଷକ ରୂପରେ ଯୋଗଦେବା ପାଇଁ ଫର୍ମ ପୂରଣ ନିମନ୍ତେ ସୁଭଶ୍ରୀ କୁ କହିଲା। କିଛିଦିନ ପରେ ସୁଭଶ୍ରୀ ସେଠାରେ ଶିକ୍ଷକତାର ସୁଯୋଗ ପାଇଥିଲା।

ସ୍ୱାମୀ ସ୍ତ୍ରୀ ଦୁହେଁ ମିଶି ସକାଳେ ନିଜ ନିଜ କର୍ମସ୍ଥଳୀକୁ ବହାରି ପଡନ୍ତି । ଗୋଧୂଳି ସମୟରେ ପ୍ରଥମେ ସୁଭଶ୍ରୀ ଘରକୁ ଆସେ ତା ପରେ ରୋଶନ୍ । ସବୁ କିଛି ଠିକ୍ ଠାକ ଚାଲିଥିଲା ସେମାନଙ୍କ ଜୀବନରେ ବେଶ ଖୁସୀ ମଧ୍ୟ ଜଣା ପଡ଼ୁଥିଲେ ଦୁହେଁ । ସୁଭଶ୍ରୀ ଯେଉଁ ବିଦ୍ୟାଳୟରେ ଶିକ୍ଷକତା କରେ ସେହି ବିଦ୍ୟାଳୟ ରେ ସୁଭଶ୍ରୀ ର କଲେଜ ସାଙ୍ଗ କୁମାର ପାଢୀ ମଧ୍ୟ ପାଠ ପଢ଼ାଉଥିଲେ। କୁମାର ମଝିରେ ମଝିରେ ଘରକୁ ଆସନ୍ତି ରୋଶନ ମଧ୍ୟ ଜାଣେ। କିନ୍ତୁ! ସାହି ପଡ଼ୋଶୀ ଭିନ୍ନ ଦୃଷ୍ଟିରେ ଦେଖନ୍ତି କୁମାର ର ଘରକୁ ଆସିବା । ରୋଶନ କୁ ମଧ୍ୟ କେତେ ଥର କହିଛନ୍ତି କିନ୍ତୁ ସେ ଏଥିପ୍ରତି କେବେ ଦୃଷ୍ଟି ଦେଇନାହିଁ । ସେ ଜାଣେ ସୁଭଶ୍ରୀ କେବେ ମଧ୍ୟ ନିଜ ସୀମା ଲଙ୍ଘିବ ନାହିଁ ଓ ସେ କୁମାର ବିଷୟ ରେ ସବୁକଥା କହିଛି ହେଲେ କଣ ହେଵ? ମନ ଭିତ ରେ ଉଠି ଥିବା ସନ୍ଦେହର ଜୁଆର କୁ ଶାନ୍ତ କରିପାରିଲା ନାହିଁ। ତେଣୁ ସୁଭଶ୍ରୀ ସହ ଛୋଟ ଛୋଟ କଥାରେ ଝଗଡ଼ା ଆରମ୍ଭ କରିଦିଏ । ସୁଭଶ୍ରୀ ସହ ଗୋଟିଏ ଛାତ ତଳେ ରୁହେ ହେଲେ ମଦ ସିଗାରେଟ ସହ ଜଡ଼ିତ ରଖେ ନିଜକୁ ।


ଦିନେ ଦୁନିଆର ସବୁ ଖୁସୀ ପାଦତଳେ ଆଜାଡି ଦେବାର ପ୍ରତିସ୍ତୃତି ଦେଇଥିବା ମଣିଷଟି ଯେତେ ବେଳେ ପରକଥା ଶୁଣି ତା'ର ଚରିତ୍ରକୁ ସନ୍ଦେହ କରି ସୋମ ରସରେ ଟଳ ମଳ ହୋଇ ପାଦ ନଚେଇ ନଚେଇ ଘର ବାହୁଡ଼ି ଅସଭ୍ୟଭାଷାରେ ଭତ୍ସନା କରେ ସୁଭଶ୍ରୀ କୁ ସେ ସହି ପାରେନା । ନିଜକୁ ଧିକ୍କାର କରି ଚାଲେ ।

ଏ ମନ ଭିତରେ ଅସହ୍ୟ ଯନ୍ତ୍ରଣାର ବୋଝ କୁ ଛାତି ତଳେ ଚପେଇ ରଖି ନୂତନ ସୂର୍ଯ୍ୟୋଦୟରେ ପୁଣି ହସିବାର ଅଭିନୟ କରିବାପାଇଁ କାନିରେ ଲୁହ ପୋଛି ବାହାରି ପଡେ ନିଜ କର୍ମମୟ କ୍ଷେତ୍ରକୁ । ଏତିକିରେ ସନ୍ତୁଷ୍ଟ ହୁଏ ନାହିଁ ରୋଶନ୍ ନାନା ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଏ ସୁଭଶ୍ରୀ କୁ କିନ୍ତୁ! ହୃଦୟରେ ଲାଗିଥିବା ଦାଗ ମନ ରେ ଥିବା କଷ୍ଟ ବାରମ୍ଵାର ତାକୁ ଚୁପ ରହିବା ପାଇଁ କହୁଥାଏ । ବହୁ ଚେଷ୍ଟା କରିଛି ସେ ରୋଶନ କୁ ବୁଝାଇବା ପାଇଁ ହେଲେ କାହିଁକିଂ କେଜାଣି ଆମାନିଆ ଢେଉ ଟିଏ ପରି କିଛି ବୁଝିବା କି ଶୁଣିବାକୁ ସେ ପ୍ରସ୍ତୁତ ନ ଥାଏ ଖାଲି ଗର ଗର ହେଉଥାଏ ।

 ପକ୍ଷୀ ମାନଙ୍କ କିଚିରି ମିଚିରି ଶବ୍ଦ କାନରେ ବାଜି ଉଠି ପଡ଼ିଛି ଆଖି ବୁଲାଇଛି ଚାରିଆଡ଼ କୁ ହେଲେ ସୁଭଶ୍ରୀ ଆଉ ଚା କପ ଟି ଧରି ଆସିନାହିଁ ବହୁ ସମୟ ଅପେକ୍ଷା କରିଛି। ଖଟରୁ ଓହ୍ଲେଇ ଆସି ସୁଭଶ୍ରୀ କୁ ଯୋର ଯୋର ରେ ଡାକ ଦେଇଛି ସେ ପଟୁ କିଛି ଉତ୍ତର ପାଇନାହିଁ। ଇତଃସ୍ତତଃ ଭାବରେ ଦୌଡିଛି ସାହି ପଡ଼ିଶା ଘ6ର ଯାଇ ବୁଝିଛି ହେଲେ କିଛି ସୁଫଳ ପାଇନାହିଁ। ଫୋନ୍ କଲ କରିବା ପାଇଁ ଫୋନ୍ ଟିକୁ ଖୋଜିଛି ସେଠାରେ ଚିଠିଟି ଥୁଆ ହୋଇଥିବା ଦେଖି ଥର ଥର ହାତ ରେ ଖୋଲି କୋହ ଭରା କଣ୍ଠରେ ପଢ଼ିଛି ସେଥିରେ ଲେଖା ଥିଲା "ରୋଶନ୍ ମୁଁ ତୁମ ଛଡ଼ା କିଛି ଚାହେଁନା । ମୋ ନିଶ୍ଵାସ ତୁମେ । କିନ୍ତୁ! ତୁମ ବ୍ୟବହାରରେ ମୁଁ କ୍ଳାନ୍ତ ।ମୁଁ ଯାଉଛି ।" ଆଖି ଆଗରେ ଅତୀତର ସ୍କୃତି ଝଲସି ଉଠୁଥିଲା। ଡିଙ୍ଗ ଡଙ୍ଗ ହୋଇ କଲିଙ୍ଗ ବେଲ୍ ଶବ୍ଦରେ ଆନନ୍ଦରେ ଡୋରଟି ଖୋଲି ପକେଇଲା ଓକିଲ ବାବୁ ଗୋଟିଏ ଲଫାପା ଟି ବଢ଼ାଇ ଦେଲେ କିଛି ବୁଝିନ ପାରି ଲଫାପାଟି ଖୋଲିଛି । ରୋଶନ୍ ତାର ସ୍ଵାକ୍ଷର ସହ ସୁଭଶ୍ରୀ ର ସ୍ଵାକ୍ଷର ଥିବା ଡିଭୋସ ପେପର୍ । ଆଖି ଦୁଇଟି ତାର ବଡ଼ ବଡ଼ ହୋଇଗଲା। ସେ ଧୁପ୍ କରି ବସିପଡ଼ିଲା କାରଣ ଯେଉଁ ପେପର ଟିକୁ ସେ ସାଇନ କରି ଶୁଭଶ୍ରୀ କୁ ମିଛି ମିଛିକା ଡରାଉଥିଲା ଆଜି ସତ ହେଇ ଯାଇଛି 

ଜୀବନରେ ଅନେକ ଥର ଝଗଡ଼ା କରଛି ହେଲେ ପୁରୁଣା ମିଠା ମିଠା ସ୍କୃତିର ଦ୍ୱାହି ଦେଇ ପୁଣି ତାକୁ ଫେରାଇ ଆଣେ । ଆଜି କିନ୍ତୁ ! କୁହୁଡ଼ି ପରି ଅସ୍ପଷ୍ଟ ଥିଲା ସବୁ କିଛି। ଥାନାରୁ ଫୋନ୍ ଆସିଲା ଦୈଡ଼ି ଯାଇଛି ରିପୋର୍ଟ ଲେଖିବା ପାଇଁ ହେଲେ ପୋଲିସ ବାବୁ, ସାନ୍ତୋନା ଦେଇ ମନି ପର୍ସ ସହ ଫୋନ୍ ଟି ବଢ଼ାଇ ଦେଇ କହିଲେ ନଦୀ ବ୍ରିଜ ଉପରୁ ମିଳିଲା।

ମୋବାଇଲ ଫୋନ ଓ ମନି ପର୍ସ ଟିକୁ ଛାତିରେ ଚାପି ଧରିଛି ଆଖି ଆଗରେ ଅତୀତର ସ୍କୃତି ନାଚି ଉଠୁଛି! ସତେ ଯେମିତି ସୁଭଶ୍ରୀ ହାତଠାରି ଡାକୁଛି" ରୋଶନ୍ ମୋତେ କୋଳେଇ ନିଅ।" ଅମାନିଆ ଲୋତକ ବୋଲ ମାନିବାକୁ ନାରାଜ ଥିଲା ।ଓଟୋ ହାସ୍ୟ ଦେଇ ରାଜରାସ୍ତାରେ ଏପଟେ ସେପଟେ ଘୁରି ବୁଲୁଛି ନିଜକୁ ସୁଭଶ୍ରୀ ର ସ୍କୃତି ରେ ହଜେଇ ଦେଇ । 

ଅମୀୟ ବାବୁ ଙ୍କୁ ଦେଖି ପାଗଳ ଟି ପଚାରୁଛି ତୁମେ ମୋ ସୁଭଶ୍ରୀ କୁ ଦେଇଛ? ସୁଭଶ୍ରୀ ମିଳିଲେ କହିବ ତା' ରୋଶନ୍ ଚା' କପ ଧରି ଅପେକ୍ଷା କରୁଛି। ପୁଣି ହସି ଦେଇ ଫୋନଟି ଧରି ଚାଲିଗଲା।



Rate this content
Log in

Similar oriya story from Drama