ପ୍ଲାଟଫର୍ମ ନମ୍ବର ଏକ
ପ୍ଲାଟଫର୍ମ ନମ୍ବର ଏକ
ମୌସୁମୀ ବର୍ଷାର କୋହଲା ପାଗ ଅନୁଭୂତ ହେଉଥାଏ। ପାଖା ପାଖି ଦିନ ତିନିଟା । ଟ୍ରେନର ଏନାଉସମେଣ୍ଟ ହେଉ ଥାଏ । ପୁନେ ଯିବା ପାଇଁ ଟ୍ରେନଟି ଏକ ନମ୍ବର ପ୍ଲାଟଫର୍ମ ରେ କିଛି ସମୟ ମଧ୍ୟରେ ପହଞ୍ଚିବ। ସେହି ଅନୁସାରେ ସୁରଜ ଏକ ନମ୍ବର ପ୍ଲାଟଫର୍ମର ବେଞ୍ଚ ରେ ବସି ଟ୍ରେନକୁ ଅପେକ୍ଷା କରିଥାଏ । ପୂର୍ବରୁ ଦିଲ୍ଲୀ ରୁ ଟ୍ରେନଟି ଆସି ପ୍ଲାଟର୍ଫମ ଏକ ରେ ଲାଗିଥାଏ। ଯାତ୍ରୀ ମାନେ ଓହ୍ଲାଉ ଥାନ୍ତି। ଚା ବାଲା ବାରମ୍ଵାର ଚା' ପାଇଁ ପଚାରି ଫେରିଯାଉଥାଏ ପରିଶେଷରେ ଚା'ଟି କିଣି ପିଇବାର ପ୍ରଥମ ମଜା ନେଉଥିବା ସମୟରେ ହଠାତ୍ ସୁରଜ ର ଆଖି ରୋନି ଉପରେ ପଡିଲା ସେ ଓହ୍ଲାଉ ଥାଏ ଟ୍ରେନ ରୁ ସୁରଜ ବ୍ୟତି ବ୍ୟସ୍ତ ହୋଇଉଠିଲା । ହୃଦସ୍ପନ୍ଦନ ତାର ଖୁବ୍ ଜୋର ରେ ଧଡ୍ ଧଡ୍ ହେବାକୁ ଲାଗିଲା ଯେତେ ବେଳେ ରୋନି ସୁରଜ କୁ ଦେଖି ସୁରଜ ବସିଥିବା ବ୍ୟାଞ୍ଚ ପାଖକୁ ଆସି ପହଞ୍ଝଲା। ରୋନି ର ଆଖି ସହ ସୁରଜ ର ଆଖି ଯେତେବେଳେ ମିଶିଗଲା ଅତିତର ଚାଦର ହଟାଇ କିଛି ସମୟ ପରସ୍ପରକୁ ନିରବରେ ଏକ ଲୟ ରେ ଚାହିଁବାକୁ ଲାଗିଲେ । ସୁରଜ ମୁହଁ ବୁଲାଇ ପୁଣିଥରେ ଚା ପିଇ ବାକୁ ସାହସ କରିପାରୁ ନ ଥାଏ। ରୋନି ଛୋଟ ପିଲାଙ୍କ ପରି ନିଜର ଦୁଇ କାନକୁ ଧରି ହେଲା ବାବା ହେଲା ..ସରି ସରି I ଏତେ କଣ ରାଗ ଯେ ବାପରେ ଟିକେ କଣ ଡେରି ହୋଇଗଲା ବୋଲି ରାଗ ପୁରା ନାକ ଆଗରେ । ଆଚ୍ଛା ଗୋଟିଏ କଥା କହିବି ତୁମେ ରାଗିଲେ ନା ମିଷ୍ଟର ହେଣ୍ଡ ସମ ଆହୁରି ହେଣ୍ଡ ସମ୍ ଲାଗ । ମୋତେ ସେଇ ରାଗ ଗର ଗର ମୁହଁ କୁ ଦେଖିବାକୁ ନା ଭାରି ଭଲ ଲାଗେ।
ହେଲେ ଏ କ'ଣ ଯେ ? ତୁମେ ମୋ ଆଡ଼କୁ ଟିିକେ ବି ଚାହୁଁନ। ତୁମେ କଣ ଭୁବନେଶ୍ୱର ଟ୍ରାଫ୍ରିକ୍ କଥା ଜାଣି ନାହିଁ। ସେ ଥି ପାଇଁ ଟିକେ ଡେରି ହୋଇଗଲା ! ରୋନିର କଥା କୁ କାଟି ସୁରଜ ଟିକେ ଡେରି ହେଇଗଲା? ରୋନି ଦୁଇଘଣ୍ଟା ର ଅପେକ୍ଷା ! ଏତିକ କହି ନିଜ ବ୍ୟାଗଧରି ଚାଲିବାକୁ ପ୍ରସ୍ତୁତ ହୋଉଥାଏ ସୁରଜ ।
ରୋନି ସୁରୋଜ ର ହାତକୁ ଜୋର ରେ ଧରି ଗାଲରେ ନିଜ ପ୍ରିତିଭରା ଚୁମାଦେଇଛି ସୁରଜ ର ଯେତିକ ରାଗ ପାଣି ଫୋଟୋ କା ପରି ମିଳେଇ ଗଲା ଓ ନିଜ ଆଡ଼କୁ ରୋନି କୁ ଟାଣି ଆଣି ତୁମେ ତ ଜାଣ ରୋନି ତୁମକୁ ଯେତେ ଦେଖିଲେବି ମୋ ଆଖି ଆଉ ମନ ପୁରି ପାରେନା। ଏ ଆଖିର ଶୋଷକୁ ମେଣ୍ଟାଇ ପାରେ ନା ମୁଁ। ବାସ ତୁମେ ସେମିତି ମୋ ଆଖି ଆଗରେ ଥାଅ ଆଉ ମୁଁ ଚାତକ ଭଳି ତୁମ ନୀଳ ଆଖି ଦୁଇଟିକୁ ସେମିତି ଦେଖୁଥିବି। ରୋନି ଲାଜକୁଳୀ ପରି ଲାଜରେ ଝାଉଁଳି ଯାଇଥିଲା ସେଦିନ ।
ସୁରଜ ରୋନି କୁ ନିଜ ଛାତି ଉପରକୁ ଭିଡ଼ିଆଣିଥିଲା ଯେତେବେଳେ ଛୋଟ ଛୁଆ ଙ୍କ ପରି ଭୋ ଭୋ ହୋଇ କାନ୍ଦି କହିଥିଲା ରୋନି ସତ କହୁଛି ସୁରଜ ତୁମ ବିନା ମୁଁ ବଞ୍ଝି ପାରିି ବିନି ମୁଁ କେବଳ ତୁମରହେଲେ ଆଜି ସେହି ପ୍ଲାଟଫର୍ମ ଥିଲା ପ୍ରେମ ବି ଥିଲା ହେଲେ ରୋନି ର ମଥାର ସିନ୍ଦୁର , ହାତର ଶଙ୍ଖା ଆଉ ମଙ୍ଗଳସୂତ୍ର କିଛି ଅଲଗା କହୁଥିଲା | ସେତ ଭାରି ଖୁସି ଥିଲା ମୋ ବିନା । ହେରି ପଟୋର ହିରୋ ପରି ଦିଶୁଥିବା ଯୁବକ ଟି ଆସି ରୋନିର ଅଣ୍ଟା କୁ ଧରି ଜାନୁ ଯିବା...। ରୋନି ଯୁବକ ସହିତ ଆଗକୁ ଯିବା ସମୟ ରେ ବାରମ୍ଵାର ସୁରଜ କୁ ଚାହୁଁଥାଏ । ଟ୍ରେନ ର ହର୍ଣ୍ଣ ଶବ୍ଦ ସହ ସୁରଜ ନିଜକୁ ସମ୍ଭାଳିବାକୁ ଚେଷ୍ଟାକରୁ ଥାଏ କୋହଭରା ହୃଦୟ ରେ ।
