STORYMIRROR

Swatishree Pandit

Abstract Drama Inspirational

3  

Swatishree Pandit

Abstract Drama Inspirational

ମା ପାଇଁ ଦିନ ଟିଏ

ମା ପାଇଁ ଦିନ ଟିଏ

2 mins
158

ମା' ପାଇଁ ଦିନ ଟିଏ : -
--------------------------

ପ୍ରକୃତରେ ଯାହାଠାରୁ ପ୍ରକୃତ ପ୍ରେମର ସଂଜ୍ଞା ଜୀବନର ପରିଭାଷା ଶିକ୍ଷା ଲାଭ କରିଛୁ ଯାହାଠାରୁ ଭଲ ପାଇବାର ସୃଷ୍ଟି ହୋଇଛି ତା'କୁ କେତେ ଭଲ ପାଉ ବୋଲି ସମାଜ ଆଗରେ ଦେଖେଇ ହେବା ପାଇଁ ହ୍ବାଷ୍ଟଆପ, ଫେସବୁକ ଭଲି ସୋସିଆଲ ମିଡ଼ିୟାରେ ଦୁଇ ଚାରିଟା ମା'ଙ୍କ ସହ ଫଟୋ ରଖି ହାପି ମଦର ସଡ଼େ ..କହି ଦୁଇ ଚ଼ାରିଧାଡ଼ିର ଇମୋସ୍ନାଲ ଷ୍ଟାଟସ ପକେଇ ଦେଲେ ତା' ପାଇଁ ଦିନ ଟିଏ କହିଦେଲେ କ'ଣ ହୋଇଯିବ ? ମା' କ'ଣ ଖୁସୀ ହୋଇଯିବ ? କେକ୍ କାଟି ତାକୁ ହାପି ମଦରସ ଡେ ର ଉପଢୋକନ ଟିଏ ପିନ୍ଧାଇ ଦେଲେ ସେ କ'ଣ ଖୁସୀ ହୋଇଯିବ ? ମା'କଣ ଏୟା ଚାହିଁ ଥିଲା । ଗୋଟିଏ ଦିନ ତା'ପାଇଁ ? ଅନ୍ୟ ଦିନ ଗୁଡ଼ିକରେ ସମୟ ନାହିଁ କହି ଦୁରେଇ ଦେଉଥିବ ଖାଲି ମଦର୍ସଡ଼େ ରେ ବୁକେ ଦେଇ ଗାଲ କୁ ଚୁମାଟିଏ ଦେଲେ ସେ କ'ଣ ସନ୍ତୁଷ୍ଟ ହୋଇଯିବ ?......
ଯେଉଁ ଶିଶୁ କୁ ସେ ଦଶମାସର ଗର୍ଭ ଯନ୍ତ୍ରଣା ସହ୍ୟ କରି ନିଜ ଅନ୍ତର୍ଫାଡ଼ି ଜନ୍ମ ଦେଇଛି ତା' ପାଇଁ ତ ସବୁଦିନ ତା' ଛୁଆର ଦିନ l ଆଉ କେମିତି ତା' ଛୁଆ ପାଇଁ କେବଳ ଗୋଟିଏ ଦିନ ମା' ପାଇଁ ହେବ ? ଏମିତି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିବ । ଛୋଟ ଶିଶୁଟି ପାଇଁ ତା' ମା' ହିଁ ସବୁ କିଛି | ତା' ର ଦୁନିଆ , ପ୍ରଥମ ଗୁରୁ , ପ୍ରଥମ ସାଙ୍ଗ , ପ୍ରଥମ ଦେବତା .....କିନ୍ତୁ ବୟସ ବଢିଚାଲିଲେ ସେ ମା' ହିଁ ବୋଝ ଲାଗେ ? ସେ କ'ଣ କିଛି ଜାଣିଛି ସେ କିଛି ଜାଣି ନାହିଁ ।
 ବିପଦେ ଆପଦେ ସୁଖରେ ଦୁଃଖରେ ଜୀବନର ପ୍ରତିଝଡ଼ ଝଞ୍ଜା ରେ ଯିଏ ଆମ ସହିତ ଠିଆ ହୋଇ ଆମର ସାହସ ବଢ଼ାଇ ଥାଏ ଆମର ମଙ୍ଗଳ ମନାସୀ କେତେ ଯେ ମାନସିକ, ଉଷାବ୍ରତ କରେ କେତେ ନଡ଼ିଆ ଭାଙ୍ଗେ , କେତେ ରାତି ଅନିଦ୍ରା ରହେ ତା'ର ନିଶ୍ୱାସ ପ୍ରଶ୍ୱାସ୍ ରେ ମମତାର ବାରି ଝରାଇ ଦିଏ ..... ତା'ପାଇଁ କ'ଣ ଗୋଟିଏ ଦିନ ଯଥେଷ୍ଟ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract