STORYMIRROR

Monalisha Panda

Romance Tragedy

4  

Monalisha Panda

Romance Tragedy

କଳୁଷିତ ସମାଜ

କଳୁଷିତ ସମାଜ

2 mins
274

ସହରରୁ କିଛି ଦୂରରେ ଏକ କ୍ଷୁଦ୍ର ଗ୍ରାମ ଟିଏ। ସେହି ଗ୍ରାମ ରେ ବସବାସ କରନ୍ତି କିଛି ବ୍ରାହ୍ମଣ ପରିବାର । ଏକଦା ମହେଶ୍ବର ମହାପାତ୍ର ଓ ଦେବୀ ଗାୟତ୍ରୀ ଙ୍କ ଔରସରୁ ଜନ୍ମ ନେଲା କନ୍ୟା ପ୍ରିୟା। ପ୍ରିୟା ଥିଲା ସର୍ବଗୁଣା ସମ୍ପନ୍ନା ଓ ତା ବାପା ମା ଙ୍କ ଠାରୁ ଥିଲା ଟିକେ ଭିନ୍ନ ଧରଣର। ଗ୍ରାମ ମଧ୍ୟ ରେ ଘଟୁଥିବା ଅନ୍ଧ ବିଶ୍ବାସ ଓ ଛୁଆଁ ଅଛୁଆଁ ଭେଦଭାବ ରୁ ସେ ଥିଲା ବହୁ ଉର୍ଦ୍ଧ୍ବ ରେ ଦଶମ ଶ୍ରେଣୀ ରୁ ଉତ୍ତୀର୍ଣ୍ଣ ହେବାପରେ ପ୍ରିୟା ଉଚ୍ଚ ଶିକ୍ଷା ପାଇଁ ସହର କୁ ଗଲା । ହଠାତ୍ ତା' ଶ୍ରେଣୀ କକ୍ଷ ରେ ଦେଖିଲା ସେଇ ପୁଅ କୁ! ଯାହାକୁ ସବୁଦିନ ଅପରାହ୍ନରେ ଛାତ ଉପରେ ବୁଲିଲା ବେଳେ ପଡିଆ ରେ ଖେଳୁଥିବା ର ଦେଖେ। ସେଇ ପୁଅ ପ୍ରିୟା କୁ ଏକ ବନ୍ଧୁତ୍ବ ର ସୁକ୍ଷ୍ମ ହାତ ଟି ବଢ଼ାଉଛି ଓ ସରଳ ବିଶ୍ବାସୀ ପ୍ରିୟା ସଙ୍ଗେ ସଙ୍ଗେ ତା'ର ନାମ ଟି ପଚାରି ଦେଉଛି ଏବଂ ଉତ୍ତର ରେ ସେଇ ପୁଅ କହୁଛି "ମୁଁ ପ୍ରକାଶ"। ପ୍ରିୟା କହୁଛି "ମୁଁ ପ୍ରିୟା"। କ୍ରମଶଃ ଦୁହେଁ ପରସ୍ପର ପ୍ରତି ଅତ୍ୟନ୍ତ ଆକୃଷ୍ଟ ହେଲେ ଏବଂ ସେମାନଙ୍କ ମଧ୍ୟରେ ଭଲପାଇବା ର ନିବିଡ଼ ସମ୍ପର୍କ ଗଢ଼ି ଉଠିଲା। ଏହି ପରି ଭାବେ ବିତିଗଲା କିଛି ବର୍ଷ....... |


କିଛି ବର୍ଷ ପରେ ଦୁହେଁ ବିବାହ କରିବା ପାଇଁ ନିଷ୍ପତ୍ତି ନେଲେ ଏବଂ ଅନୁମତି ପାଇଁ ପରିବାରବର୍ଗ ଙ୍କୁ ଜଣାଇଲେ। ପ୍ରିୟା ର ପିତା ମାତା ଏହି ବିବାହ ପାଇଁ ସ୍ବୀକୃତି ଦେଲେ ନାହିଁ କାରଣ - ପ୍ରକାଶ ଥିଲା ନିମ୍ନ ବର୍ଗର । କିନ୍ତୁ ପ୍ରକାଶ ପରିବାର ରେ ସମସ୍ତେ ରାଜି ଥିଲେ। ବହୁ ଓ କଷ୍ଟ ରେ ପ୍ରିୟା ର ଜିଦ୍ ଆଗରେ ନତମସ୍ତକ ହୋଇ ପ୍ରିୟା ର ପିତା ବିବାହ ପାଇଁ ରାଜି ହେଲେ ସତ, କିନ୍ତୁ ବିବାହ ପରେ ପ୍ରିୟା ପାଇଁ ତା' ଘର ର କବାଟ ସବୁ ଦିନ ପାଇଁ ବନ୍ଦ ହୋଇଗଲା ॥


ଆଜି ର ଏହି କଳୁଷିତ ସମାଜ କିଛି ବୁଝେ ନାହିଁ। ଉଚ୍ଚ ବର୍ଗ ଓ ନିମ୍ନ ବର୍ଗ ର ପ୍ରଭେଦ ସୃଷ୍ଟି କରି ପ୍ରିୟା ଭଳି କେତେ ଝିଅ ଯେ ନିଜ ଘର ଠାରୁ ଦୂରରେ ଅଛନ୍ତି ତା'ର କଳନା ନାହିଁ !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance