STORYMIRROR

Monalisha Panda

Inspirational

4  

Monalisha Panda

Inspirational

ଭୂମିକା ର ପ୍ରତିବାଦ

ଭୂମିକା ର ପ୍ରତିବାଦ

2 mins
210

          ଆଜି ର ସମାଜ ରେ ନାରୀ ମାନଙ୍କ ଉପରେ ପୁରୁଷ ମାନଙ୍କ ର କରାଳ ଛାୟା ଗ୍ରାସ କରିଛି । ଯ ଦ୍ଵାରା ଏ ନାରୀ ସମାଜ ଆଜି ସୁରକ୍ଷିତ ନାହିଁ । ଆପଣ ମାନେ ପ୍ରତିଦିନ ଖବରକାଗଜ ରେ ନ ହେଲେ ଦୂରଦର୍ଶନ ରେ ଗଣ ଦୁଷ୍କର୍ମ , ନାରୀ ନିର୍ଯ୍ୟାତନା , ନାରୀ ଅପହରଣ ଏହିପରି ଅନେକ ଘଟଣା ପଢୁଥିବେ ଅଥବା ଦେଖୁଥିବେ । ଏହି ସବୁ ର ପ୍ରତିବାଦ କରିବା ନିହାତି ଦରକାର । ଏହି ପରିପ୍ରେକ୍ଷୀରେ ଆଜି ମୁଁ ଆପଣମାନଙ୍କୁ ମୋ କାଳ୍ପନିକ କାହାଣୀ ରେ କିପରି ଅନ୍ୟାୟ ବିରୁଦ୍ଧେ ପ୍ରତିବାଦ କରିବା ସେ ବିଷୟ ରେ ଅବଗତ କରାଇବି । 

      ଭୁବନେଶ୍ୱର ରେ ବାସ କରୁଥିଲେ ଏକ ପରିବାର । ପରିବାର କହିଲେ ସେମାନେ ଦୁଇ ଭଉଣୀ । ବଡ଼ ଭଉଣୀ ର ନାମ ରୀତିକା ଓ ସାନ ଭଉଣୀ ର ନାମ ଭୂମିକା । ରୀତିକା ତା ସାନ ଭଉଣୀ କୁ ସ୍ନେହ ରେ ଭୂମି ବୋଲି ଡାକୁଥିଲା । ସେ ଦୁଇ ଭଉଣୀ ଦୁହିଁଙ୍କ ର ଜୀବନ ଥିଲେ । ଜଣ ଙ୍କ ଆଖି ରୁ ଲୁହ ଝରିଲେ ଅନ୍ୟ ର ଛାତି ରୁ ରକ୍ତ ଝରିପଡୁଥିଲା । ବଡ଼ ଭଉଣୀ ଗୋଟିଏ ଅଫିସ ରେ ଚାକିରି କରିଥିଲା ଓ ସାନ ଭଉଣୀ +୩ ପ୍ରଥମ ବର୍ଷ ରେ ଅଧ୍ୟୟନ କରୁଥିଲା । ହସ ଖୁସିରେ ବିତୁଥିଲା ଦୁହିଁଙ୍କ ସମୟ । ଦିନକର ଘଟଣା । ରୀତିକା ଅଫିସ ର ମାଲିକ ରୀତିକା ସହ ଖରାପ ବ୍ୟବହାର କଲା । ରୀତିକା କାନ୍ଦି କାନ୍ଦି ଘର କୁ ଆସିଲା ଓ ଭୂମି କୁ ସବୁ କଥା କହିଲା । ଭୂମି ସବୁ ଶୁଣି ସାରିବା ପରେ ଖୁବ୍ ରାଗିଗଲା । ସେ ତା ଦିଦି କୁ କହିଲା ଏ ସବୁ ବିରୁଦ୍ଧେ ପ୍ରତିବାଦ କରିବା ପାଇଁ କିନ୍ତୁ ତା ଦିଦି ଏ ସବୁ ପାଇଁ ରାଜି ହେଲା ନାହିଁ । ସେ ବହୁତ ଡରି ଯାଇଥିଲା ଓ ସେ କହିଲା ଆମ ପାଖରେ ଉପଯୁକ୍ତ ପ୍ରମାଣ ନାହିଁ । ଏ ସବୁ ଶୁଣିବାପରେ ଭୂମି ରାତି ରେ ଏକ ଯୋଜନା ପ୍ରସ୍ତୁତ କଲା । ସେ ତା ଦିଦି ସାର୍ଟ ରେ ଏକ ଛୋଟ କ୍ୟାମେରା ଲଗାଇ ଦେଲା ଏବଂ ତା ଦିଦି ଅଫିସ ଯିବା ପରେ ପୋଲିସ କୁ ସମସ୍ତ ଘଟଣା ଜଣାଇଲା । ସବୁଦିନ ପରି ସେ ଦିନ ବି ତା ମାଲିକ ରୀତିକା ସହ ଖରାପ ବ୍ୟବହାର କରିବା ପାଇଁ ଚେଷ୍ଟା କଲା ଏବଂ ସେ ସବୁ ଘଟଣା କ୍ୟାମେରା ରେ ରେକର୍ଡ ହେଲା ଏବଂ ସଙ୍ଗେ ସଙ୍ଗେ ଭୂମିକା ପୋଲିସ ସହ ତା ଦିଦି ଅଫିସ ରେ ପହଞ୍ଚି ଗଲା । ସେ ଅଫିସ ର ସମସ୍ତ କର୍ମଚାରୀ ଙ୍କୁ ବହୁତ ବୁଝାଇବା ପରେ ସମସ୍ତେ ତାଙ୍କ ମାଲିକ ବିରୁଦ୍ଧରେ ପ୍ରମାଣ ଦେବାକୁ ରାଜି ହେଲେ ଓ ନିଜ ପ୍ରତି ହୋଇଥିବା ଅନ୍ୟାୟ ର ପ୍ରତିବାଦ କରିବା ଶିଖିଲେ । ପୋଲିସ କ୍ୟାମେରା ରେ ରେକର୍ଡ ହୋଇଥିବା ଭିଡିଓ ଓ ଅଫିସ କର୍ମଚାରୀ ଙ୍କ ତଥ୍ୟ ଅନୁସାରେ ସେ ମାଲିକ କୁ ଗିରଫ କଲା । ସରକାର ଙ୍କ ଦ୍ଵାରା ଭୂମି ର ସାହସିକତା ଓ ଅନ୍ୟାୟ ବିରୁଦ୍ଧେ ପ୍ରତିବାଦ କରିଥିବା ରୁ ପୁରସ୍କୃତ ମଧ୍ୟ କରାଗଲା । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational