Monalisha Panda

Others

4.3  

Monalisha Panda

Others

ହୋଲି

ହୋଲି

2 mins
324


ରଙ୍ଗ ର ପର୍ବ ହୋଲି ବରଷକ ରେ ଥରେ ଆସେ । ସେ ବର୍ଷ ବି ହୋଲି ବେଶ୍ ଏକ ଆନନ୍ଦ ନେଇ ପ୍ରବୀର ଓ ପ୍ରକାଶ ଜୀବନରେ ଆସିଥିଲା । କିନ୍ତୁ ସେ ଆନନ୍ଦ ବେଶ୍ କିଛି ସମୟ ପାଇଁ ଥିଲା । ସେଦିନ ର ହୋଲି କଥା ମନେ ପଡ଼ିଲେ ପ୍ରକାଶ ର ଲୋମ ଟାଙ୍କୁରି ଉଠେ ।

     

        ପ୍ରାୟତଃ ଦୁଇ ବର୍ଷ ର କଥା । ପ୍ରବୀର ଓ ପ୍ରକାଶ ଦୁଇ ଜଣ ଭଲ ବନ୍ଧୁ । ଦୁଇ ସାଙ୍ଗ କଟକରେ ହଷ୍ଟେଲ ରେ ରହି ଯୁକ୍ତ ୨ ପଢୁଥିଲେ ।ସେହି ବର୍ଷ ବି ହୋଲି ର ସମୟ ଆସିଗଲା । ପରୀକ୍ଷା ହେତୁ ଦୁଇ ବନ୍ଧୁ ଘରକୁ ନ ଆସି ହଷ୍ଟେଲ ରେ ହୋଲି ମନେଇବା ର ସୁଯୋଗ ପାଇଲେ । ଦୁଇ ବନ୍ଧୁ ଙ୍କ ମନ ଭାରି ଖୁସି କାରଣ ରଙ୍ଗ ର ପର୍ବ ଏ ହୋଲି ରେ ଦୁଇ ବନ୍ଧୁ ଏକା ସାଙ୍ଗ ରେ ହୋଲି ପାଳିବେ । ଦିନ ପରେ ଦିନ ଅତିକ୍ରମ ହୋଇ ଚାଲିଲା ଏବଂ ହୋଲି ର ପ୍ରଭାତ ରେ ସୂର୍ଯ୍ୟ ର ପହିଲି କିରଣ ହଷ୍ଟେଲ ର ପ୍ରାଙ୍ଗଣ ରେ ପଡ଼ିଲା । ଦୁଇ ବନ୍ଧୁ ରଙ୍ଗ ଥାଳି ଧରି ହଷ୍ଟେଲ ପ୍ରାଙ୍ଗଣ କୁ ଆସିଲେ । ରଙ୍ଗ ବେରଙ୍ଗ ର ଥାଳି ରେ ହଷ୍ଟେଲ ପ୍ରାଙ୍ଗଣ ସଜା ହୋଇଛି । ଦୁଇ ବନ୍ଧୁ ପ୍ରଥମେ ଦୁଇ ଜଣ ଙ୍କୁ ରଙ୍ଗ ଲଗାଇଲେ ଏବଂ ସବୁ ଗୁରୁଜନ ଙ୍କ ପାଦରେ ରଙ୍ଗ ଲଗାଇ ପ୍ରଣାମ କରି ଆଶୀର୍ବାଦ ନେଲେ । ସଭିଏଁ ମିଶି ହଷ୍ଟେଲ ରେ ରଙ୍ଗ ଖେଳିଲେ ଓ ହୈଲି ର ଅଭିନନ୍ଦନ ଜଣାଇଲେ । 

     

         କିଛି ସମୟ ହୋଲି ଖେଳରେ ମଜ୍ଜି ଯିବା ପରେ , ହଠାତ୍ କିଛି ପିଲା ଭାଙ୍ଗ ନିଶାରେ ନିଶାସକ୍ତ ହୋଇ ପ୍ରବୀର ଆଖି କୁ ରଙ୍ଗ ପାଣି ଛାଡ଼ିଦେଲେ । ରାସାୟନିକ ଦ୍ରବ୍ୟ ମିଶାଯାଇଥିବା ସେଇ ରଙ୍ଗ ପାଣି ପ୍ରବୀର ଆଖି ରେ ବାଜି , ତା ଆଖି ସଙ୍ଗେ ସଙ୍ଗେ infection ହୋଇଗଲା । କ୍ଷଣକ ରେ ହୋଲି ର ସମସ୍ତ ଆନନ୍ଦ ଉଲ୍ଲାସ ପାଣି ଫୋଟକା ପରି ପ୍ରକାଶ ର ଫାଟିଗଲା । ତରବର ହୋଇ ସେ ପ୍ରବୀର କୁ ଡାକ୍ତରଖାନା ନେଇଗଲା ଏବଂ ସଙ୍ଗେ ସଙ୍ଗେ ଚିକିତ୍ସା କରାଇଲା । ସଙ୍ଗେ ସଙ୍ଗେ ଡାକ୍ତରଖାନା ନେଇଯିବା ରୁ ଡାକ୍ତର ମାନେ ପ୍ରବୀର ଆଖି କୁ ଫେରାଇବା ରେ ସମର୍ଥ ହେଲେ କିନ୍ତୁ ବିନା ଚଷମା ରେ ପ୍ରବୀର ଆଉ ବାହ୍ୟ ଜଗତର ସୌନ୍ଦର୍ଯ୍ୟ ଦେଖିବାକୁ ଅସମର୍ଥ ହୋଇଗଲା । ସେବେଠାରୁ ଚଷମା ପିନ୍ଧିବା ପ୍ରବୀର ର ଅଭ୍ୟାସ ହୋଇଗଲା ଏବଂ ପ୍ରକାଶ ସେହି ମୂହୁର୍ତ୍ତ ରୁ ହୋଲି ଖେଳିବା ଛାଡ଼ିଦେଲା ।


       ତେଣୁ ମୋର ସଭିଙ୍କୁ ଅନୁରୋଧ ହୋଲି ଖେଳରେ ସତର୍କତା ଓ ସଚେତନତା ଅବଲମ୍ବନ କରିବା ଉଚିତ୍ ଓ ସୁରକ୍ଷିତ ଭାବେ ହୋଲି ଖେଳିବା ଅତ୍ୟନ୍ତ ଆବଶ୍ୟକ ।


Rate this content
Log in