STORYMIRROR

Monalisha Panda

Tragedy

5  

Monalisha Panda

Tragedy

ଦୁଃଖିନୀ ରେବତୀ

ଦୁଃଖିନୀ ରେବତୀ

2 mins
396

ପ୍ରାକୃତିକ ଶୋଭା ରେ ପରିପୂର୍ଣ ସେ ଗ୍ରାମ , ଗ୍ରାମ ର ନାଁ ନରସିଂହପୁର । ସେହି ଗ୍ରାମ ରେ ବାସ କରୁଥିଲେ କିଛି ବ୍ରାହ୍ମଣ ପରିବାର । ସେହି ଗ୍ରାମ ରେ ବାସ କରୁଥିଲେ ଏକ ପରିବାର । ପରିବାର କହିଲେ ବାସୁଦେବ ମହାପାତ୍ର , ସ୍ତ୍ରୀ ବନଲତା ଦେବୀ ଓ ବୁଢ଼ୀ ମା । ଏଇ ତିନି ଜଣ କୁ ନେଇ ତାଙ୍କର ପରିବାର। ଛୁଆ ଟିଏ ପାଇଁ ଉଭୟ ସ୍ବାମୀ ସ୍ତ୍ରୀ ଭାରି ବ୍ୟାକୁଳ । ବହୁ ଓଷା ପୂଜା ବ୍ରତ କରିବା ପରେ ତାଙ୍କର କନ୍ୟା ସନ୍ତାନ ଟିଏ ଜାତ ହେଲା । ଉଭୟ ପିତା ମାତା ଙ୍କ ମନ ଭାରି ଖୁସି । କନ୍ୟା ର ନାମ ରଖିଲେ ରେବତୀ । ରୂପ ରେ ଗୁଣ ରେ ରେବତୀ ଏକ ନମ୍ବର ରେ ଥିଲା । ସବୁ କାମ ରେ ସେ ଥିଲା ପ୍ରଥମରେ । ସମୟ ପରେ ସମୟ ଅତିବାହିତ ହେଲା ସମୟ ସହ ତାଳ ଦେଇ ରେବତୀ ପହଞ୍ଚିଲା ସପ୍ତମ ଶ୍ରେଣୀରେ । ସେହି ସମୟରେ ତାଙ୍କ ଘରେ ଅଭାବ ଆସିଗଲା । ହଠାତ୍ ତା ମା'ଙ୍କ ଦେହ ଖରାପ ହୋଇଗଲା , ଔଷଧ ପାଣି ରେ ପଇସା ପତ୍ର ଖର୍ଚ୍ଚ ହେବାକୁ ଲାଗିଲା ଏହି ପରି କିଛି ଦିନ ଗଲା ଏବଂ ଶେଷରେ ରେବତୀ ମା'ଙ୍କ ମୃତ୍ୟୁ ହେଲା ଛୋଟ ପିଲା ରେବତୀ ମା ଙ୍କ ମୃତ୍ୟୁ ରେ ଖୁବ୍ ଭାଙ୍ଗି ପଡ଼ିଲା ତା ସହ ପୁଣି ଛୋଟ ଭାଇ ଟିଏ । ଦୁଇ ଜଣ ଙ୍କ ଭାର ସମ୍ଭାଳିବା ବାସୁଦେବ ବାବୁ ଙ୍କ ନିକଟରେ କଠିନ ହୋଇଲା ତେଣୁ ନିଜର ଅନିଚ୍ଛା ସତ୍ତ୍ବେ ସେ ଦ୍ଵିତୀୟ ବିବାହ କରିବା ପାଇଁ ମନସ୍ଥ କଲେ । ଦ୍ଵିତୀୟ ସ୍ତ୍ରୀ ବହୁତ ଗର୍ବୀ ଥିଲେ । ସେ ବାସୁଦେବ ବାବୁ ଙ୍କ ପିଲା ଦୁଇ ଜଣ ଙ୍କୁ ଜମା ବି ସ୍ନେହ କରୁ ନ ଥିଲେ , ବରଂ ତାଙ୍କର ବାସୁଦେବ ବାବୁ ଙ୍କ ଟଙ୍କା ପଇସା ରେ ଲୋଭ ଥିଲା । ରେବତୀ ର ସାବତ ମା ତାଙ୍କ ଭାଇ ଭଉଣୀ ପାଇଁ ଖାଇବା ବି ରଖୁ ନ ଥିଲେ ତାଙ୍କ ଦୁଇ ଜଣ ଙ୍କ ସହ ବହୁ ଅତ୍ୟାଚାର କରୁଥିଲେ । ରେବତୀ ନିଜେ ପାଠ ପଢିବା ସହ ରୋଷେଇ ମଧ୍ୟ କଲା ଏବଂ ତା ବାପା ଙ୍କ ଆଗରେ ନୂଆ ମା ଙ୍କ କଥା ସବୁ କହିଲା । ଏଣ୍ଡୁଅ ରଙ୍ଗ ପରିବର୍ତ୍ତନ କଲା ପରି ତା ସାବତ ମା ବାସୁଦେବ ବାବୁ ଙ୍କ ଆଗରେ ଖୁବ୍ ସୁନ୍ଦର ଅଭିନୟ କରିଲା । ଏହା ଦେଖି ରେବତୀ ଚୁପ୍ ରହିଲା ଓ ନିଜ ଦୁଃଖ ଛାତି ତଳେ ଚାପି ରଖିଲା । 

   ବୋଝ ଉପରେ ନଳିତା ବିଡା ପରି ବାସୁଦେବ ବାବୁ କିଛି ଦିନ ପରେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଗଲେ । ଏବେ ଘର ର ସମସ୍ତ ଭାର ରେବତୀ ବହନ କଲା । ଛୋଟ ଛୋଟ ପିଲା ଙ୍କୁ ପାଠ ପଢ଼ାଇ ପଇସା ଆଣି ତା ବାପା ଙ୍କ ଚିକିତ୍ସା କରାଇଲା ଓ ସାନ ଭାଇ କୁ ପାଠ ବି ପଢ଼ାଇଲା । ଏମିତି ବିତିଗଲା ୬ ମାସ ।

୬ ମାସ ପରେ ରେବତୀ ବାପାଙ୍କ ର ବି ମୃତ୍ୟୁ ଘଟିଲା । ଦୁଃଖିନୀ ରେବତୀ ର ଦୁଃଖ ର ପରିମାଣ ଖୁବ୍ ବେଶୀ ଅନୁଭୂତ ହେବାକୁ ଲାଗିଲା । ତା'ର ନିଷ୍ଠୁର ନିର୍ଦ୍ଦୟ ମା ତା ବାପା ଙ୍କ ର ସମସ୍ତ ପଇସା ପତ୍ର ନେଇ ଗଲେ ଏବଂ ରେବତୀ ଓ ତା ଭାଇ କୁ ଘରୁ ବାହାର କରି ଦେଲେ । ଶେଷ ରେ ଭାଗ୍ୟ ଦୋଷ ଦେଇ ରେବତୀ ଓ ତା ଭାଇ କୁ ଧରି ମାମୁଁ ଘରକୁ ଚାଲି ଗଲା ଓ ସେହି ଠାରେ ରହିଲା । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy