ସାବତ ମା
ସାବତ ମା
ମା ଏମିତି ଏକ ଶବ୍ଦ ଯାହା ନାଁ ଶୁଣିବା ମାତ୍ରେ ଆବାଳବୃଦ୍ଧବନିତା ଙ୍କ ଓଠ ରେ ହସ ର ଲହରୀ ଖେଳିଯାଏ । କିନ୍ତୁ ଯଦି ସେହି ମା ଶବ୍ଦ ପୂର୍ବରୁ ସାବତ ଶବ୍ଦ ଯୋଗ ହୁଏ, ତେବେ ସାବତ ମା ପରିପ୍ରେକ୍ଷୀରେ ଆଜି ମୋ କାଳ୍ପନିକ କାହାଣୀ ।
ଦେବେନ୍ଦ୍ର ସେନାପତି ଓ ତପସ୍ଵିନୀ ଦେବୀ ଙ୍କ ବାହାଘର ୧୫ ବର୍ଷ ହେବ ହୋଇଥିଲା । କିନ୍ତୁ ବାହାଘର ର ଏତେ ବର୍ଷ ପରେ ବି ପିଲା ଟିଏ ନ ଥିବାରୁ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମନ ଦୁଃଖ ଥିଲା । ବହୁ ଡାକ୍ତର ଙ୍କ ପରାମର୍ଶ ଓ ପୂଜା ବ୍ରତ ଉପବାସ କରିବା ପରେ ଜଗନ୍ନାଥ ଙ୍କ କୃପା ରୁ ତାଙ୍କ ର ଏକ କନ୍ୟା ସନ୍ତାନ ଟିଏ ଜାତ ହେଲା । ଝିଅ ଟିଏ ହେବାରୁ ପିତା ମାତା ଘରକୁ ଲକ୍ଷ୍ମୀ ଆସିଲେ ବୋଲି ଭାବି ବହୁତ ଖୁସି ହେଲେ । ଝିଅ ଟିର ନାଁ ରଖିଲେ ରୂପାଲି ।
ଏମିତି ବିତିଗଲା କିଛି ବର୍ଷ। ଭଗବାନ ଙ୍କ ବିଚାର ବୋଧ ହୁଏ ଅଲଗା ପ୍ରକାରର ଥିଲା । ଏକ ସଡ଼କ ଦୁର୍ଘଟଣାରେ ତପସ୍ଵିନୀ ଦେବୀ ଙ୍କ ର ମୃତ୍ୟୁ ଘଟିଲା । ଏକ ଅଦିନିଆ ଝଡ଼ ପରି ତାଙ୍କ ପରିବାର ର ସମସ୍ତ ଖୁସି ଉଭେଇ ଗଲା। ମା କୁ ଝୁରି ଝୁରି ରୂପାଲି କଳାକାଠ ପଡ଼ିଗଲା ଏବଂ ରୋଗାକ୍ରାନ୍ତ ହେଲା । ଏହା ଦେଖି ଦେବେନ୍ଦ୍ର ବାବୁ ଖୁବ୍ ଭାଙ୍ଗି ପଡ଼ିଲେ ଏବଂ ଦ୍ଵିତୀୟ ବିବାହ କରିବା ପାଇଁ ନିଷ୍ପତ୍ତି ନେଲେ ଏବଂ ଖୁବ୍ ଶୀଘ୍ର ଦ୍ଵିତୀୟ ବିବାହ କଲେ । ନୂଆ ମା କଥା ଶୁଣି ରୂପାଲି ମନ ବହୁତ ଖୁସି । କିନ୍ତୁ ତା ନୂଆ ମା ଥିଲେ ଅଲଗା ପ୍ରକାରର । ସେ ଥିଲେ ବହୁତ ଗର୍ବୀ ଓ ପଇସା ଲୋଭୀ । ସେ ରୂପାଲି ପ୍ରତି ଖୁବ୍ ଅନ୍ୟାୟ କଲେ ଏବଂ ତା ଦ୍ଵାରା ସବୁ କାମ କରାଇଲେ ।
ଦିନକର ଘଟଣା । ରୂପାଲି ତା ସାଙ୍ଗ ସହ ଖେଳୁଥାଏ । ତା ସାଙ୍ଗ ତାକୁ ପଚାରିଲା "ତୋ ନୂଆ ମା କୁଆଡେ ତୋ ହାତ ରେ ସବୁ କାମ କରାଉଛନ୍ତି ??" ଏହା ଶୁଣି ରୂପାଲି କହିଲା " ନାଁ ମୋ ନୂଆ ମା ବହୁତ ଭଲ ମୋ ଦ୍ଵାରା କିଛି ବି କାମ କରାନ୍ତି ନାହିଁ ।" ଏହି ଦୁଇ ଜଣ ଙ୍କ କଥା ରୂପାଲି ର ମା ଶୁଣିଲେ ଓ ତାଙ୍କ ମନ ପରିବର୍ତ୍ତନ ହୋଇ ଗଲା । ସେ ରୂପାଲି କୁ ଖୁବ୍ ସ୍ନେହ କଲେ ଏବଂ ତାକୁ ସାବତ ଝିଅ ନୁହେଁ ନିଜ ଝିଅ ରୂପେ ଦେଖିଲେ । ପୁଣି ଥରେ ତାଙ୍କ ପରିବାର ହସି ଉଠିଲା ।
