STORYMIRROR

Monalisha Panda

Comedy

4  

Monalisha Panda

Comedy

ନଟିଆ ର ପ୍ରେମ

ନଟିଆ ର ପ୍ରେମ

1 min
347

ଆପଣ ମାନେ ସମସ୍ତେ ନଟିଆ କମେଡି ଦେଖୁଥିବେ ଆଜି ମୁଁ ସେହି ନଟିଆ ଚରିତ୍ର ରେ ମୋର କାଳ୍ପନିକ କାହାଣୀ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନା କରିବି। ନଟିଆ ବହୁ ଦିନ ହେବ ପୂଜା କୁ ମନେ ମନେ ଭଲ ପାଉଛି । କିନ୍ତୁ ଗୋଲି ମାଷ୍ଟର ଙ୍କ ଭୟ ରେ ସେ ପୂଜା କୁ ଆଖି ଉଠେଇ ଦେଖି ବି ପାରୁନି । ପୂଜା ପାଇଁ ନଟିଆ ମନ୍ଦିର ରେ ମାନସିକ ମଧ୍ୟ ରଖିଥିଲା । ଦିନକର ଘଟଣା ସେଦିନ ପୂଜା ର ଜନ୍ମଦିନ ଥାଏ । ନଟିଆ ମନ ଭାରି ଖୁସି । ସେ ମନସ୍ଥ କରିଲା ଯେ ପୂଜା ର ଜନ୍ମଦିନ ରେ ହିଁ ସେ ପୂଜା କୁ ତାର ମନ କଥା କହିବ । ଏହା ଭାବି ସେ ରାତି ୧୨ଟାରେ ପୂଜା ପାଖକୁ ଜନ୍ମଦିନ ର ଶୁଭେଚ୍ଛା ସହ ନିଜର ପ୍ରେମ ନିବେଦନ message ମାଧ୍ୟମରେ ପଠାଇଲା । କିଛି ସମୟ ପରେ ତା ଫୋନ୍ କୁ ଏକ message ଆସିଲା । ସେ ମନେ ମନେ ଭାବିଲା କି ପୂଜା ର message ଆସିଛି ବୋଲି ଯେହେତୁ ସେ ମନ୍ଦିର ରେ ମାନସିକ ରଖିଥିଲା ସେ ଭାବିଲା ଠାକୁରଙ୍କୁ ପ୍ରଥମେ ଖୁସି ଖବର ଜଣାଇ ମାନସିକ ପୂର୍ଣ୍ଣ କରି message ପଢିବ । ଏହା ଭାବି ସେ ରାତି ରେ ଶୋଇ ପଡ଼ିଲା ଏବଂ ପ୍ରାତଃ ରୁ ଉଠି ନିତ୍ୟକର୍ମ ସାରି ମନ୍ଦିର ରେ ପ୍ରଭୁ ଙ୍କୁ ତା ମନ କଥା ଜଣାଇ ମୋବାଇଲ୍ ଦେଖିଲା । କିନ୍ତୁ ସେ ଯାହା ଦେଖିଲା ସେ ତା ଆଖି କୁ ବିଶ୍ୱାସ କରି ପାରିଲା ନାହିଁ । ତା'ର ସବୁ ଖୁସି ପାଣି ଫୋଟକା ପରି ଫାଟିଗଲା । ତା'ର ସେହି message ଥିଲା 


Your A/C Balance is Insufficient.

Main Balance is Rs 0.05 

Message Cannot Be Sent To Puja ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy