PRANATI MAHAPATRA

Tragedy Action Inspirational


4.0  

PRANATI MAHAPATRA

Tragedy Action Inspirational


କଳଙ୍କ ଛିଟା

କଳଙ୍କ ଛିଟା

3 mins 202 3 mins 202


  

ଆଜି ସ୍ତ୍ରୀର ଏକାଦଶାହ । ସମସ୍ତେ ଭୋଜିଭାତ ଖାଇ ଚାଲିଗଲେଣି । ପିଲାଟିର କୁଆଁ କୁଆଁ ଚିତ୍କାର ଶୁଣି ବାହାରୁ ଭିତରକୁ ଆସିଲେ ଶେଖର ବାବୁ । ବଡ଼ ଭାଉଜଙ୍କ ପାଖରୁ ନେଇ ଧରିଲା ପରେ ପିଲାଟି ଚୁପ ହୋଇଗଲା । ପିଲାଟିର ମୁହଁକୁ ଚାହିଁ କେତେ କଣ ଭାବି ଚାଲିଥାନ୍ତି ଶେଖର ବାବୁ ।


ବିବାହର ୧୮ ବର୍ଷ ପରେ ବଂଶ ରକ୍ଷା କରିବାକୁ ଯାଇ ମୋତେ ତ ଛାଡ଼ି ଚାଲିଗଲ । ହେଲେ ଏ ଯେଉଁ ରତ୍ନଟିକୁ ମୋତେ ଉପହାର ଦେଇଗଲ, ତାକୁ ମୁଁ କେମିତି ବଡ଼ କରିବି । କେଉଁଠୁ ତାକୁ ମାଆର ମମତା, ମାଆର କୋଳ ଆଣି ଦେବି ।


କିଛି ଦିନ ପରେ.....


  ବଡ଼ଭାଇ, ସାନଭାଇ, ଭାଉଜ ଓ ମାଆ ବାପାଙ୍କ ସମେତ ପଡିଶାଘରର ନେତଖୁଡୀ,ରାନୁଅପାଙ୍କ କଥା କାଟି ନ ପାରି ପୁନର୍ବାର ଦ୍ଵିତୀୟ ବିବାହ କଲେ ଶେଖର ବାବୁ ।


ବହୁ ପ୍ରତୀକ୍ଷିତ ରାତି, ଝିଅ ପୁଅ ମାନଙ୍କର ଅନେକ ଆଶା ଆଶ୍ଵାସନାର ବେଳ । ଉକ୍ତ ସମୟରେ ଏକ ଅଦ୍ଭୁତ ସର୍ତ୍ତରେ ଶପଥ କରାଇଥିଲେ ଶେଖର ବାବୁ ଦ୍ଵିତୀୟ ପତ୍ନୀ ରଶ୍ମିତା କୁ ।

ଗରୀବ, ଅଧାପାଠୁଆ ଝିଅ ହେଲେ ବି ଖୁବ ବିବେକୀ ଓ ବିଚାରବନ୍ତ ଝିଅ ରଶ୍ମିତା । ସ୍ଵାମୀଙ୍କ ସୁଖରେ ସୁଖୀ ଦୁଃଖରେ ଦୁଃଖୀ ନ୍ୟାୟରେ ଶପଥ କରିଥିଲେ ଯେ,ଜୀବନ ସାରା କେବେ ମାତୃତ୍ଵ ଲାଭ ଆଶା ରଖିବେ ନାହିଁ । ପ୍ରଥମ ପତ୍ନୀଙ୍କ ପୁତ୍ର ହିଁ ସବୁକିଛି ବୋଲି ଭାବି ତା ମୁହଁକୁ ଚାହିଁ ଜୀବନ ବିତେଇବେ । ତହିଁ ପରଦିନ ଶେଖର ବାବୁ ଡାକ୍ତରଖାନାରେ ନେଇ ଅପରେସନ କରାଇ ଆଣିଲେ । ସେହିଦିନ ଠାରୁ ଶେଖର ବାବୁଙ୍କ ପ୍ରଥମ ପତ୍ନୀର ପୁଅ ରାଜା ହୋଇଗଲା ରଶ୍ମିତା ଙ୍କ ପୁଅ ।


ଖୁବ୍ ଆଦର ଯତ୍ନରେ ବଢାଇଲେ ରାଜାକୁ ମାଆ ରଶ୍ମିତା । ପୁଅ ବଡ଼ହୋଇ ପାଠପଢି,ଆଜି ବ୍ୟାଙ୍କର ମ୍ୟାନେଜର । ତା'ର ବିବାହ ପାଇଁ କନ୍ୟା ବି ଖୋଜା ଚାଲିଛି ।


ଇତି ମଧ୍ୟରେ


ଦିନେ


ରାତିରେ ରୁଟି ତରକାରୀ ନେଇ ପୁଅକୁ ଖାଇବାକୁ ଦେଲେ ମାଆ ରଶ୍ମିତା । ହଠାତ ଗୋଟିଏ ଏମିତି ଅଘଟଣ ଘଟିବ ବୋଲି ନା ଶେଖର ନା ରଶ୍ମିତା କେହି ସ୍ଵପ୍ନରେ ବି ଚିନ୍ତା କରି ନ ଥିଲେ ।


ପୁଅ ଶୋଇବା ଘରୁ ମାଆ,ବାପା ବୋଲି ଚିତ୍କାର ଶୁଭିଲା । ସେତେବେଳକୁ ବାପା ମାଆ ଦୁହେଁ ଖାଇସାରି ଶୋଇବାକୁ ଯାଉଥିଲେ । ପୁଅର ପାଟି ଶୁଣି ଧାଇଁଲେ ପୁଅ ପାଖକୁ । ଦେଖିଲେ ଯେ ପାଟିରୁ ଛେପ ଲାଳ ଗଡେଇ ଅଚେତ ଅବସ୍ଥାରେ ପଡିଛି । ସଙ୍ଗେ ସଙ୍ଗେ ଗାଡ଼ି ବାହାର କରି ହସପିଟାଲ ନେଇଗଲେ ଶେଖର ବାବୁ । ସାଙ୍ଗରେ ଡ୍ରାଇଭର ଓ ରଶ୍ମିତା ବି ଥାଆନ୍ତି । ସଙ୍ଗେ ସଙ୍ଗେ ଏମରଜେନ୍ସି

ଟ୍ରିଟମେଣ୍ଟ ଆରମ୍ଭ ହୋଇଗଲା । ଅଚଳାଚଳ ସମ୍ପତ୍ତି ।



ଯେତେ ଟଙ୍କା ଖର୍ଚ୍ଚ ହେଉ ,ପୁଅ ମୋର ଯେମିତି ଭଲ ହେବା ଦରକାର ବୋଲି ଶେଖର ବାବୁ ଡାକ୍ତର ଙ୍କୁ ଅନୁନୟ ବିନୟରେ କହୁଥାନ୍ତି । ତିନି ଜଣ ଡାକ୍ତର ଙ୍କ ସହାୟତାରେ ଦୀର୍ଘ ୫ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଡାକ୍ତର ବାହାରକୁ ଆସିଲେ । ଅତି ବିକଳ ହୋଇ ରଶ୍ମିତା ଡାକ୍ତର ବାବୁଙ୍କୁ ପଚାରିଲେ ପୁଅ କେମିତି ଅଛି ସାର୍ ।

ସେ ବର୍ତ୍ତମାନ ବିପଦ ମୁକ୍ତ । ଆଉ କିଛି ସମୟ ବିଳମ୍ବ ହୋଇଥିଲେ ବଞ୍ଚେଇବା ଖୁବ ଜଟିଳ ହୋଇ ପଡିଥାନ୍ତା । ଯାହା ହେଉ ଠିକ ସମୟରେ ଆସିଛନ୍ତି । Now he is out of danger.ହେଲେ ଖାଦ୍ୟରେ ବିଷାକ୍ତ ବିଷ ଥିବାରୁ ଏମିତି ହେଲା । କିନ୍ତୁ ଏ କଥା ପୋଲିସ ଜାଣିଲେ ବଡ଼ ଅସୁବିଧା ।


ଦୁଇ ଦିନ ପରେ ଡାକ୍ତର ଖାନାରୁ ସୁସ୍ଥ ହୋଇ ଏବେ ଘରକୁ ଆସିଲେ ରାଜା ବାବୁ । ଗୋଟି ଗୋଟି କରି ଘରର ସମସ୍ତ ସଦସ୍ୟଙ୍କୁ ଡାକି ପଚାରିଲେ ଶେଖର ବାବୁ ଯେ,ରାଜାକୁ ଦିଆଯାଇଥିବା ଖାଦ୍ୟରେ ବିଷ ମିଶେଇଲା କିଏ । ସମସ୍ତଙ୍କୁ ପଚରା ଉଚରା ପରେ ଜଣା ପଡିଲା କି ରାଜାର ଖୁଡୀ ର ଏ କାମ । ସମ୍ପତ୍ତି ଲୋଭରେ ଏସବୁ ସେ କରିଛନ୍ତି ବୋଲି ସ୍ଵୀକାର କଲେ । ଭୁଲ ମାଗି ନିଜ ଦୋଷ ସ୍ଵୀକାର କରିଥିଲେ ସତ,ହେଲେ ଝରକା ପାଖରେ ଠିଆ ହୋଇ ପଡିଶାଘରର ଦୁଆର ମୁହଁରେ ତିନିଜଣ ପଡୋଶୀଙ୍କ କଥା କାନରେ ପଡିଲା ରଶ୍ମିତା ଙ୍କର ।



ଆଲୋ,ଜାଣିଛୁ ନା ନାନୀ ସେଇ ଯେଉଁ ତା ସାବତ ମାଆ,ସେହି ପରା ରାଜାବାବୁଙ୍କୁ ଖାଇବାରେ ବିଷ ଦେଇ ଦେଇଛି । ନହେଲେ ଆଉ କିଏ ଦେବ କହିଲୁ । ଯେତେ ହେଲେ ସାବତ ପୁଅ ନା

ଓଃ ଅସହ୍ୟ ଏସବୁ । ଝରକା ପାଖରୁ ଚାଲିଆସି ମନକୁ ମନ କହିଲେ ରଶ୍ମିତା,କେତ ଦିନ ଯାଏ ଏ କଳଙ୍କ ମୋ ମୁଣ୍ଡରେ ଲଦା ହୋଇଥିବ ।

ନା ମୁଁ ଏକା କାହିଁକି?

ଏ ସମାଜର ପ୍ରତ୍ୟେକ ଦ୍ଵିତୀୟ ପତ୍ନୀ ବା ସାବତ ମାଆଙ୍କ ମଥାରେ ଏଭଳି କଳଙ୍କର କାଳିମା,ଏ ଘରର ମାଟି ଛୁଇଁବା ଦିନଠାରୁ ବୋଳା ହୋଇ ଯାଇଥାଏ ବୋଧହୁଏ ।




Rate this content
Log in

More oriya story from PRANATI MAHAPATRA

Similar oriya story from Tragedy