puspalata samantary

Inspirational

5.0  

puspalata samantary

Inspirational

କଲା କର୍ମ ମଣିଷକୁ ବଡ କି ସାନ କରେ

କଲା କର୍ମ ମଣିଷକୁ ବଡ କି ସାନ କରେ

2 mins
460


ହରେକୃଷ୍ଣ ବାବୁଙ୍କ ପୁଅ ଦୁଇଜଣ ବାହାରେ ରହି ଏକ ନାମକରା ଆଇନି କଲେଜରେ ପଢୁଥିଲେ । ହରେକୃଷ୍ଣ ବାବୁ ତାଙ୍କ ପତ୍ନୀଙ୍କ ସହ ତୀର୍ଥ ଭ୍ରମଣରେ ଯିବାକୁ ବାହାରିଲେ । ଟ୍ରେନ୍ ଟା ସେହି ବାଟ ଦେଇ ଯିବାକୁ, ତେଣୁ ପୁଅ ଦୁଇ ଜଣଙ୍କୁ ହରେକୃଷ୍ଣ ବାବୁ ଜଣାଇଲେ,ତୁମେ ଦୁଇଜଣ ଷ୍ଟେସନକୁ ଆସି ଆମକୁ ଦେଖା କରିବାକୁ, ମା ତୁମକୁ ଦେଖିବା ପାଇଁ ବହୁତ ଇଚ୍ଛୁକ । ଠିକ୍ ସେହି ଷ୍ଟେସନରେ ଟ୍ରେନ୍ ଟି ଲାଗିଲା । ହରେକୃଷ୍ଣ ଦମ୍ପତ୍ତି ଓହ୍ଲାଇ ଟିକିଏ ଆଗକୁ ଚାହିଁ ଦେଖିଲେ ପୁଅ ଦୁଇଜଣ ଧାଇଁ କରି ଆସୁଛନ୍ତି । ବଡପୁଅ ପହଞ୍ଚି ବାପା ମାଙ୍କ ପାଦ ଛୁଇଁ ପ୍ରଣାମ ଜଣାଇଲା । ସାନପୁଅ ବେପରୁଆ ଭାବରେ ଆସି ଠିଆ ହେଲା । କିଛି ସମୟ ପରେ ଟ୍ରେନ୍ ଛାଡିବାର ସଂକେତ ଦେଲା, ବଡ ପୁଅ ପୁଣି ବାପା ମାଙ୍କ ପାଦଛୁଇଁ ପ୍ରଣାମ ଜଣାଇ ବିଦାୟ ଦେଲା,ସାନପୁଅ ହାତ ହଲାଇ ବାଏ ବାଏ କରି ବିଦାୟ ଦେଲା । ହରେକୃଷ୍ଣ ଦମ୍ପତ୍ତି ଟ୍ରେନ୍ କୁ ଚଢିଗଲେ ।


ହରେକୃଷ୍ଣ ବାବୁ ଟିକିଏ ବିମର୍ଶ ଜଣାପଡୁଥାନ୍ତି, କିଛି ସମୟ ପରେ ପତ୍ନୀ ପଚାରିଲେ କାହିଁକି ଅନ୍ୟମନସ୍କ ରହୁଛ କିଛି ଭାବୁଛ କି ?ହଁ ଭାବୁଛି, କହିଲେ ହରେକୃଷ୍ଣ ବାବୁ । ତୁମେ କିଛି ଅନୁଭବ କଲ କି ନାହିଁ?ତୁମେ କେଉଁ କଥା କହୁଛ?ମୁଁ ଜାଣିପାରୁନି । ଦେଖିଲ ବଡପୁଅ ଦେଖିବା ବେଳେ ଏବଂ ବିଦାୟ ଦେବାବେଳେ ପାଦଛୁଇଁ ପ୍ରଣାମ କଲା ,ସାନପୁଅ ବେପରୁଆ ଭାବରେ ହାତ ହଲାଇ ବାଏ କରି ବିଦାୟ ଦେଲା । ଓ ତୁମେ ଏଇ ଛୋଟିଆ କଥା ପାଇଁ ଏତେ ଭାବୁଛ ?ଠିକ୍ ବୟସ ହୋଇଗଲେ ସେ ଠିକ୍ ହୋଇଯିବନି?ମା ମନର ଉଦାରତା, ସହିଷ୍ନୁ ପଣିଆକୁ ନେଇ ପତ୍ନୀ ଉତ୍ତର ଦେଲେ, କିନ୍ତୁ ବାପା ସେ କଥାକୁ ସମର୍ଥନ କରିପାରିଲେନାହିଁ । କହିଲେ ମଣିଷର ବ୍ୟବହାରିକ ଗୁଣ,ଆଚରଣ ଓ କର୍ମକୁ ନେଇ ମଣିଷ ବଡ କିମ୍ବା ସାନ ହୋଇଥାଏ । ଧୀରେ ଧୀରେ ସମୟର ପୃଷ୍ଠା ଓଲଟି ପୁଅ ଦୁଇଜଣ ପାଠଶେଷ କରି କର୍ମ ସଂସ୍ଥାନ ପାଇଁ ଉଦ୍ୟମ କଲେ । ବଡପୁଅ କୋର୍ଟରେ ଦୁଇତିନି ବର୍ଷ ଓକିଲାତି କରି,ବିଚାରପତି ପାଇଁ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇ, ବିଚାରପତି ଭାବରେ ଖ୍ୟାତି ଅର୍ଜନ କରି ସମସ୍ତଙ୍କର ସ୍ନେହ ଭାଜନ ହେଲେ । ସାନପୁଅ ବହୁକଷ୍ଟରେ କିରାଣୀ ଚାକିରି ଖଣ୍ଡିଏ କରି ଜୀବିକା ନିର୍ବାହ କରୁଥାଏ । ହରେକୃଷ୍ଣ ବାବୁଙ୍କ ପତ୍ନୀ ଏତେଦିନ ପରେ ସେଦିନ ଟ୍ରେନ୍ ରେ କହିଥିବା ସ୍ଵାମୀଙ୍କ କଥା କୁ ମନରେ ଭାବୁଥାନ୍ତି ।


Rate this content
Log in

Similar oriya story from Inspirational