Satyabati Swain

Tragedy Children

4  

Satyabati Swain

Tragedy Children

କଇଁଛ ଖୋଳ

କଇଁଛ ଖୋଳ

3 mins
287



ସମୁଦ୍ରରେ ନିଆଁ, ପୃଥିବୀ ପୃଷ୍ଠରେ ନିଆଁ, ଆକାଶରେ ନିଆଁ । ଜଳୁଛି ସସାଗରା ଧରା। କେମିତି ବଞ୍ଚିବୁ ଆମେ !  


   ସମସ୍ତେ ଚାତକ ପରି ଅନେଇଁ ଛନ୍ତି କଇଁଛ ଫେରିବା ବାଟକୁ।


 ସମୁଦ୍ରରେ ନିଆଁ ଲାଗିଲେ ଲିଭାଇବ କେମିତି !


  ଓଃ କି ତାତି ନିଆଁ ର କି ଡହକ ! ଅସହ୍ୟ ଏ ଝାଞ୍ଜି।


    କେତେ ଅମିତ ବଳଶାଳୀ ଥିଲି ମୁଁ ! ଏଇ ପିଠିରେ ମେରୁ ପର୍ବତ ଧାରଣ କରିବା ଥିଲା କ୍ଷମତା ।


  ଦେବତା ଅସୁର ବିଚାର କଲେ କ୍ଷୀର ସାଗର ମନ୍ଥି ବେ। ଖୁଆ ହେବ ମନ୍ଦର ପର୍ବତ। ଦଉଡି ବାସୁକୀ । ମୋରି ପିଠିରେ ମନ୍ଥା ହେବ କ୍ଷୀର ସାଗର। ଏଇ ପିଠି ସହିଥିଲା ମନ୍ଦର ପର୍ବତ ଭାର ଏବଂ ଦେବତା ରାକ୍ଷସ ମାନଙ୍କର ବଳ ପ୍ରୟୋଗର ମନ୍ଥନ। ବାହାରିଲେ ଚନ୍ଦ୍ର, ମାଲକ୍ଷ୍ମୀ ,ପାରିଜାତ ପୁଷ୍ପ, ଉଚୈଶ୍ରବା ଅଶ୍ୱ,ଐରବତ ହସ୍ତୀ ,କୋସ୍ତୁଭ ମଣି ପୁଣି ଅମୃତ ଭାଣ୍ଡ । କେତେ କଷ୍ଟ ସହିବା ସାମର୍ଥ୍ୟ ଥିଲା ।କିନ୍ତୁ ଆଜି ଏ ମଣିଷ ମାନଙ୍କ ଅଜ୍ଞତାରୁ ଯେଉଁ ନିଆଁ ବର୍ଷୁଛି ତାକୁ ସହିବା ଆମ ପକ୍ଷେ ଅସମ୍ଭବ ।


   ଚିର ଭୀମକାନ୍ତ ସୁଶୀତଳ ପରିଷ୍କାର, ଅଗଭୀର ସମୁଦ୍ରରେ ମୋର ଘର । କେତେ ଖୁସିରେ ଥିଲୁ ସପରିବାର ସହ ସାଇ ପଡିଶା ନେଇ । ସାମୁଦ୍ରିକ ଜୀଵ ଥିଲେ ଆମ ସହି ସଙ୍ଗାତ। ହସି ଖେଳି ବିତୁଥିଲା ଦିନ।ମାତ୍ର ନିର୍ବୋଧ ମଣିଷ ବିଭିନ୍ନ ଆବର୍ଜନା ଫିଙ୍ଗି ସମୁଦ୍ର କଲା ପ୍ରଦୂଷଣ । ଗଛ ଜଙ୍ଗଲ କାଟି ପରିବେଶ କଲା ଶ୍ରୀହିଁନ ଏବଂ ପ୍ରଦୂଷିତ । ଠିକ୍ ସମୟରେ ବର୍ଷା ନ ହେବାରୁ ପ୍ରାକୃତିକ ବିପର୍ଯ୍ୟୟ ଘଟିଲା। ବାରମ୍ବାର ସାମୁଦ୍ରିକ ଝଡ଼ ଆମ ଜୀବନ ଓ ଜୀଇଁବାର ଘୋର ଶତ୍ରୁ ହେଲା। ମହାବାତ୍ୟା ,ସୁନାମି ହେଉ କି ହୁଡ଼ ହୁଡ଼ କି ତିତିଲ ବା ଫନି ଧ୍ୱଂସ କରିଦେଲା ସମଗ୍ର ବସୁଧା ଶିରୀ ଓ ଜନ ଜୀବନ ।


   ଏବେ ସୂର୍ଯ୍ୟଙ୍କ ପ୍ରଚଣ୍ଡ କିରଣ ଯୋଗୁଁ ସୃଷ୍ଟି ହେଲାଣି ଅଂଶୁଘାତ । ଚାରିଆଡେ ତାତିର ନିଆଁ। ଡହକରେ ଜୀଵ ଜଗତ ଭୀତତ୍ରସ୍ତ । ଆମ ପରି ସାମୁଦ୍ରିକ ଜୀବର ବି ରକ୍ଷା ନାହିଁ।


    ଜଣକ ପରେ ଜଣେ ମୋର ପୁଅ ଝିଅ, ଭାଇ ବନ୍ଧୁ ଅବେଳେ ଚାଲି ଯାଉଛନ୍ତି ପିଠି କରି ଅଫେରା 

ରାଇଜକୁ ।


    ମାଆ କଇଁଛ ଆଖିରେ ଆଖିଏ ଲୁହ। ଝାପ୍ସା ଦିଶୁଛି ନିଜ ଉପରେ ବହି ଯାଇଥିବା ସେ ସମୟ। କେତେ ଭଲ ଥିଲା ସେ ଦିନ। ଆଉ କଣ ସେ ସୁଦିନ ଫେରିବ। ହୁଏତ ଫେରିପାରେ। କିନ୍ତୁ ମୁଁ କି ମୋ ପିଲା ବା ମୋ ସାଇ ଭାଇ ଆଉ କଣ ବଞ୍ଚିଥିବେ ସେ ସମୟ ଆସିବା ପର୍ଯ୍ୟନ୍ତ।


ଶୁଭିଲା .. ଏକା ସଂଗେ ଗୁଡିଏ ଆର୍ତ୍ତଚିତ୍କାର।


   ଆଃ ପୋଡ଼ିଗଲୁ। ମରିଗଲୁ। ମାଆ ଲୋ ଅସହ୍ୟ ଏ ତାତି। ଆମକୁ ବଞ୍ଚା ମାଆ । କିଏ କୁଆଡେ ଅଛ ଆମକୁ ସାହାଯ୍ୟ କର, ବଞ୍ଚାଅ ବଞ୍ଚାଅ ।


  ନିରବ ମାଆ ।କିଂ କର୍ତ୍ତବ୍ୟ ବିମୁଢ ସେ । ଆଖି ଆଗରେ ଦେଖୁଛି ପିଲାମାନଙ୍କ ଛଟପଟ। ଜ୍ଞାତି କୁଟୁମ୍ବଙ୍କ ଅକାଳ ମୃତ୍ୟୁ।


   ମାଆ କଇଁଛ ଆଜି ବାହାରିଛି ପାଣିର ଉତ୍ସ ସନ୍ଧାନରେ।ଯେଉଁଠି ବଞ୍ଚି ପାରିବେ ତା ସନ୍ତାନ ସନ୍ତତି ,ଭାଇ ବନ୍ଧୁ କୁଟୁମ୍ବ। 

   

   ସାନ୍ତ୍ୱନା ଦେଇ ଆସିଛି ନଈ, ପୋଖରୀ, ସମୁଦ୍ର ,ଝରଣା କି ନିରାପଦ ଧରା ପୃଷ୍ଠ ଟିକେ ଖୋଜି ବାହାର କରିବ। ଖୋଜୁଛି ଯେ ଖୋଜୁଛି। ବ୍ୟସ୍ତ ବିବ୍ରତ ସେ। ପାରିବ ତ ସେମାନଙ୍କୁ ବଞ୍ଚେଇ !

   

     ଜଳ,ସ୍ଥଳ ଓ ଆକାଶରେ ଖୋଜି ଖୋଜି ବେହାଲ ହେଲେ ବି ସେ ପାଉନି ଟିପେ ନିରାପଦ ଓ ସୁରକ୍ଷିତ ସ୍ଥାନ। ବ୍ୟସ୍ତ ହୁଅନି ରେ ପିଲେ ମୋ ଶେଷ ନିଃଶ୍ବାସ ଥିବା ପର୍ଯ୍ୟନ୍ତ ତୁମ ପାଇଁ ଖୋଜୁଥିବି ନିରାପଦ ଆଶ୍ରୟସ୍ଥଳଟିଏ। ଧୈର୍ଯ୍ୟ ହରେଇବନିରେ ପିଲେ।


   କିନ୍ତୁ ମାଆ କଇଁଛ ଯେ ତ୍ରିଶଙ୍କୁ। ଉପରେ ନିଆଁ, ତଳେ ନିଆଁ ଯିବ ତ କୁଆଡେ ଯିବ ? କଥା ଦେଇ ଆସିଛି ସେ ଫେରିବ ସେମାନଙ୍କ ତ୍ରାଣକର୍ତ୍ତା ହୋଇ। କିନ୍ତୁ ସେ ଅବଶ। ହାରି ଯାଉଛି ଅବିବେକି ମଣିଷଙ୍କ

ଅଜ୍ଞତା ପାଖେ । ଜଙ୍ଗଲ ଧ୍ୱଂସ, ।କଂକ୍ରିଟ ଜଙ୍ଗଲ ଘେରରେ ସେ ତିଆରୁଛି ଭବିଷ୍ୟତ ସ୍ୱପ୍ନ। କଲକରଖାନା, ଗାଡି, ମଟର ଧୂଆଁରେ ପୂର୍ଣ୍ଣ ପରିବେଶରେ ଆଜି ବିଷର ନିଆଁ । ଜଳୁଛି ବିଶ୍ୱ। ଜଳୁଛନ୍ତି ଜୀଵ ଜଗତ। ଚାରି ଆଡ଼େ ତ୍ରାହି ତ୍ରାହି ଡାକ। ସହି ନ ପାରି ସାମୁଦ୍ରିକ ଜୀବଙ୍କ ଆକୁଳ ଚିତ୍କାର କଇଁଛ ବାହାରିଥିଲା ମୁକ୍ତିର ସନ୍ଧାନେ। ସେ ପରାଜିତ । କେଉଁଠି ଟିପେ ପାଇଲା ନାହିଁ ସୁରକ୍ଷିତ ସ୍ଥାନ। ସମୁଦ୍ର, ପୃଥିବୀ ପ୍ରଦୂଷିତ ଆବର୍ଜନାରେ। ଆକାଶ ପ୍ରଦୂଷିତ ଯୁଦ୍ଧ ବିମାନ କ୍ଷେପଣ ବମ୍ ରେ। ଆଃ ପୋଡି ଗଲି । କିଏ କେଉଁଠି ଅଛ ବଞ୍ଚାଅ। ସମସ୍ତ ସାମୁଦ୍ରିକ ଜୀଵ ଅନେଇଁ ଛନ୍ତି ତାଙ୍କୁ ମୁକ୍ତି ଦେବାକୁ କେବେ ନା କେବେ କଇଁଛ ଫେରିବ।


   କିଛି ଦିନ ପରେ ଲୋକେ ଆବିଷ୍କାର କଲେ ଶୁନ୍ୟରେ ଝୁଲୁଛି ଏକ କଇଁଛ ଖୋଳ !!




Rate this content
Log in

Similar oriya story from Tragedy