STORYMIRROR

JAGYASINI PARIDA

Romance Tragedy

3  

JAGYASINI PARIDA

Romance Tragedy

କିଛି ସ୍ମୃତି ଡାଏରୀର

କିଛି ସ୍ମୃତି ଡାଏରୀର

4 mins
237

 ମୁଁ ସୁମନ ।ବୟସ ଏଇ ପଚିଶ କି ଛବିଶ ହେବ ।ମୋ ବେଷ୍ଟ ଫ୍ରେଣ୍ଡ ହେଉଛି ସ୍ଵରାଜ। ଆମେ ଦୁହେଁ ଗୋଟିଏ କଲେଜ ରେ ପଢୁଥିଲୁ ।ଭଲ ପାଠ ପଢ଼େ ବୋଲି ସମସ୍ତେ ମୋତେ ଖୁବ୍ ଭଲ ପାଆନ୍ତି ।ସବୁବେଳେ ମୁଁ ହସିବାକୁ ଭାରି ଭଲ ପାଏ କିନ୍ତୁ ଆଜି ମୁଁ ହସୁନି, କାହିଁକିନା ମୁଁ ଭାଙ୍ଗିପଡିଛି, ଅସହାୟ ହୋଇ ଯାଇଛି ଏ ଜୀବନର ଯୁଦ୍ଧରେ ।ନିଶବ୍ଦ ହେଇଯାଇଛି ମୋ କଣ୍ଠର ସେଇ କୋମଳ ସ୍ଵର, ନିସ୍ତବ୍ଧ ହେଇଯାଇଛି ଏ ସାରା ଶରୀର। ଯେବେଠୁ ତୁ ମୋ ଜୀବନରୁ ଦୂରକୁ ଚାଲିଯାଇଛୁ। ସ୍ଵରାଜ ଆଉ ସୁମନ ଏ ଦୁଇଟି ନାଁ କୁ ଯିଏ ଶୁଣେ ସିଏ ଇର୍ଷା କରେ। କେତେ ଲୋକ କେତେ କଥା କହନ୍ତି ଆମ ସମ୍ପର୍କ କୁ ନେଇ କିନ୍ତୁ ଆମ ଦୁଇଜଣଙ୍କୁ କିଛି ଫରକ୍ ପଡ଼େନାହିଁ ସେସବୁ କଥାକୁ ନେଇ। କାରଣ ଆମ ଦୁଇଜଣଙ୍କ ମଧ୍ୟରେ ବିଶ୍ବାସ ଓ ଭରସା ଥିଲା ଅଗାଧ। ସମ୍ପର୍କ ଆମର ଏତେ ମଜଭୁତ ଥିଲା ଯେ ଯିଏ ଯେତେ ଚେଷ୍ଟା କଲେ ମଧ୍ୟ ଆମ ସମ୍ପର୍କ କୁ ଭାଙ୍ଗି ପାରୁନଥିଲେ। ଧୀରେ ଧୀରେ ମୁଁ ତୋ ଆଡକୁ ଢଳିଲି ଓ ତତେ ଭଲପାଇ ବସିଲି। ମୋ ମନର ସେଇ ସ୍ୱତନ୍ତ୍ର ସ୍ଥାନକୁ ମୁଁ ତୋ ପାଇଁ ସାଇତି ରଖିଲି। ଅବଶ୍ୟ ମୁଁ ତତେ ଏସବୁ କଥା କେବେ ମୁହଁ ଖୋଲି କହିନି କାରଣ ମୋର ବିଶ୍ୱାସ ଥିଲା ଯେ ଦିନେ ନା ଦିନେ ତୁ ମୋ ଭଲପାଇବାକୁ ନିଶ୍ଚୟ ବୁଝିବୁ ଆଉ ଆମ ସମ୍ପର୍କର ଏକ ନୂତନ ନାମ ଦବୁ। ମୋତେ ଟିକିଏ କଷ୍ଟ ହେଲେ ତୁ ଯେମିତି କାନ୍ଦୁଥିଲୁ, ମୁଁ ତୋ ସହ କଥା ନହେଲେ ମନଊଣା କରୁଥିଲୁ.... ଏସବୁ ହିଁ ତ ଭଲପାଇବା ନା.... ।ଆଜି ବି ମୋର ସ୍ପଷ୍ଟ ମନେଅଛି ଯେଉଁଦିନ ପାଠ ନକରି ମୁଁ ପ୍ରିନ୍ସପାଲ୍ ସାର୍ ଙ୍କ ଠାରୁ ଗାଳି ଶୁଣିଥିଲି ସେଦିନ ତୁ ମୋତେ କେତେ ବୁଝାଇଥିଲୁ ଆଉ ସାର୍ ଙ୍କୁ କହିଲୁ ଯେ ମୋ ଦେହ ଖରାପ ଥିବାରୁ ମୁଁ ପାଠ କରି ପାରିନଥିଲି, ଯେହେତୁ ତୁ ଥିଲୁ ଆମ କ୍ଲାସର ମନିଟର ସେଥିପାଇଁ ସାର୍ ତୋ କଥା ବିଶ୍ୱାସ କରିଥିଲେ ଓ ପରେ ଆସି ମଧ୍ଯ ମୋତେ ବହୁତ ବୁଝାଇଥିଲେ। ସବୁଦିନ ଅପେକ୍ଷା ସେଦିନ ମୁଁ ଭାରି ଖୁସି ହୋଇଯାଇଥିଲି ଯେଉଁଦିନ ତୁ ମୋତେ ପ୍ରପୋଜ କରିଥିଲୁ। ଖୁସି ଖୁସିରେ ମୁଁ ତୋ ଭଲପାଇବାକୁ ଗ୍ରହଣ କରିନେଇଥିଲି। ତୁ ମୋତେ ଯେତିକି ଭଲ ପାଉଥିଲୁ ମୁଁ ବି ତତେ ଠିକ୍ ସେତିକି ଭଲ ପାଉଥିଲି। ତୋ ବିନା ମୋ ଜୀବନରେ କେବେ କାହାକୁ ସ୍ଵପ୍ନରେ ସୁଦ୍ଧା ଭାବେନି। ଏତେ ଭରସା ଆଉ ବିଶ୍ୱାସ ପରେ ବି କାହିଁକି କେଜାଣି କୋଉଠି ନା କୋଉଠି ତୋ ମନ ଭିତରେ ତୁ ମୋତେ ନେଇ ସନ୍ଦେହ କରୁ। କେତେବେଳେ ମୋ ସାଙ୍ଗ ଓମ୍ କୁ ନେଇକି ତ ଆଉ କେତେବେଳେ ଆମ କ୍ଲାସମେଟ୍ ସୋନୁ କୁ ନେଇ। ଏସବୁ କଥା ମୁଁ ଯେତେ ବୁଝାଏ ତୁ କିନ୍ତୁ କେବେ ବୁଝୁନା। 

ତୋ ରାଗ, ଅଭିମାନ, ସବୁକୁ ମୁଁ ଆଖି ବନ୍ଦ କରି ସହିଯାଏ.... କାହିଁକି ଜାଣିଛୁ...?.... ମୁଁ ତତେ ହୃଦୟରୁ ଭଲ ପାଉଥିଲି। ଏକଥାକୁ ତୁ ଭଲସେ ଜାଣିଛୁ କିନ୍ତୁ କାହିଁକି କେଜାଣି ତୁ ବେଳେ ବେଳେ ଅବୁଝା ହେଉ। 


ତୋ ରାଗ ର ସୀମା ସେଦିନ ଅତିକ୍ରମ କରିଥିଲା ଯେଉଁଦିନ ତୁ ମୋତେ ଓମ୍ ସହ ଏକ କଫିସପ୍ ରେ ଦେଖିଥିଲୁ। କିଛି ନବୁଝି ସେଠାକୁ ଯାଇ ତୁ ମୋତେ ଏକ ଶକ୍ତ ଚାପୁଡ଼ା ମାରିଲୁ। ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକମାନଙ୍କ ସାମ୍ନାରେ ତୁ ମୋତେ ଅପମାନ କଲୁ ଓ ମୋ ଚରିତ୍ରକୁ ଆକ୍ଷେପ କଲୁ। ତୋ ଚାପୁଡ଼ା ମୋତେ ଯେତିକି କଷ୍ଟ ଦେଉନଥିଲା ତତୋଧିକ କଷ୍ଟ ଦେଉଥିଲା ତୋର ସେଇ କେଇପଦ ଶକ୍ତ ଆଉ ଧାରୁଆ କଥା। କେତେ ଚେଷ୍ଟା କଲି ମୁଁ ସେଦିନ ତତେ ବୁଝାଇବାକୁ କିନ୍ତୁ ତୁ ମୋର ପଦୁଟିଏ କଥା ବି ଶୁଣିଲୁନି। ସେଇ ମୁହୂର୍ତ୍ତରେ ହିଁ ତୁ ମୋତେ ତୋ ଜୀବନରୁ ଦୂରେଇ ଦେଇଥିଲୁ। ବହୁତ୍ କଷ୍ଟ ହେଇଥିଲା ମୋତେ ସେ ସମୟରେ ନିଜକୁ ସମ୍ଭାଳିବାକୁ କାହିଁକିନା ତୁ ମୋତେ ଗୋଟିଏ ବି ସୁଯୋଗ ଦେଇନଥିଲୁ ନିଜକୁ ସଠିକ୍ ଭାବେ ପ୍ରମାଣିତ କରିବା ପାଇଁ। ଆଉ ବାକି ରହିଲା ସେଦିନର କଫିସପ୍ କଥା। ପ୍ରକୃତ କଥା ହେଲା ଆମେ ସେଦିନ କୋଉ ପ୍ରେମ ଗପ ଗପିବା ପାଇଁ ସେଠାକୁ ଯାଇନଥିଲୁ। ସେତେବେଳେ ଓମ୍ ର ମାଆ ଙ୍କ ଦେହ ବହୁତ ଖରାପ ଥିଲା ଆଉ ତାକୁ କିଛି ଟଙ୍କା ର ଆବଶ୍ୟକ ଥିଲା। ଏସବୁ କଥା ସିଏ ମୋତେ ମୁହଁ ନ ଖୋଲି କହିଲେ ବି ମୁଁ ଠିକ୍ ବୁଝିସାରିଥିଲି। ସେଥିପାଇଁ ଘରଲୋକଙ୍କ ଠାରୁ କିଛି ଟଙ୍କା ନେଇ ଯାଇଥିଲି ତାକୁ ଦେବା ପାଇଁ ଆଉ ସେ ସମୟରେ ତୁ ଆମକୁ ଦେଖିଥିଲୁ ।ସ୍ଵପ୍ନ ଆଣ୍ଟି ଯିଏ କି ଓମ୍ ର ମା। ନିଜ ଝିଅ ପରି ସେ ମୋତେ ଭଲପାଆନ୍ତି.... କେମିତି ତାଙ୍କୁ ମରଣ ମୁହଁରେ ଛାଡି ଦେଇଆସିଥାନ୍ତି ସେ ପୁଣି କିଛି ଟଙ୍କା ପାଇଁ ?? ଭଗବାନ ଙ୍କ କୃପାରୁ ଯୁଆଡ଼ୁ ଯେମିତି ଟଙ୍କା ଆରେଞ୍ଜ ହେଲା ଓ ଆଣ୍ଟି ଭଲ ହୋଇଗଲେ। ତାପରେ ଭାବିଥିଲି ଓମ୍ ଓ ମୁଁ ଯାଇ ତତେ ବୁଝାଇବୁ। ପରଦିନ ସକାଳେ ଆମେ ଦୁହେଁ ତୋ ପାଖକୁ ବାହାରି ଗଲୁ। ଭାରି ଖୁସି ଥିଲି ମୁଁ ସେଦିନ.. ଯାହା ହେଉ ବହୁତ୍ ଦିନ ପରେ ଆମ ସମ୍ପର୍କ ପୁଣି ଥରେ ଠିକ୍ ହେଇଯିବ ଭାବି। ମାତ୍ର ହଠାତ୍ ଦେଖାହେଲା ସେଦିନ ଆମ କ୍ଲାସମେଟ୍ ସୋନୁ ସହିତ... ଆଉ ସେ କହିଲା ତୋର କୁଆଡେ ଦୁଇଦିନ ପୂର୍ବରୁ ରିୟା ସହ ନିର୍ବନ୍ଧ ସରିଯାଇଛି। ବିଶ୍ୱାସ କରିପାରୁନଥିଲି ସେସବୁ କଥାକୁ। ସେ ମୋତେ ତୁମ ନିର୍ବନ୍ଧର ସବୁ ଫଟୋ ଦେଖାଇଲା। ଏସବୁ ଦେଖି ମୋ ପାଦତଳୁ ମାଟି ଖସିଗଲା। ନିମିଷକ ମଧ୍ୟରେ ମୋ ସ୍ଵପ୍ନର କାଚ ତାଜମହଲଟା ଭାଙ୍ଗି ଚୁରମାର ହେଇଗଲା।ତାର ଟୁକୁଡା ଗୁଡିକ ସବୁ ଦେହରେ ପ୍ରବେଶ କରି କ୍ଷତାକ୍ତ କରିଦେଲା ମୋ ସାରା ଶରୀରକୁ। ବହୁତ୍ କଷ୍ଟ ହେଇଥିଲା ମୋତେ ସେଦିନ କିନ୍ତୁ ନିଜକୁ ସମ୍ଭାଳି ସେଠାରୁ ଚାଲି ଆସିଥିଲି ଘରକୁ। ସତରେ ଏ ସନ୍ଦେହ ଏମିତି ଏକ ନିଆଁ ଯାହା ଥରେ ମନରେ କାୟା ବିସ୍ତାର କଲେ ଆଉ ତାକୁ ରୋକିହୁଏନା।ଗୋଟିଏ ମୁହୂର୍ତ୍ତରେ ଜାଳିପୋଡି ଧ୍ଵଂସବିଧ୍ଵସ୍ତ କରିପକାଏ ଜୀବନ ସହିତ ସେଇ ସମ୍ପର୍କଟିକୁ । ଏସବୁ ଘଟଣା ପରେ ମୁଁ ସମ୍ପୂର୍ଣ୍ଣ ଭାବରେ ମାନସିକ ଭାରସାମ୍ୟ ହରାଇବସିଥିଲି। କିଛି ଦିନ ପରେ ଏଥିରୁ ମୋତେ ମୁକୁଳେଇବା ପାଇଁ ଘର ଲୋକ ମୋର ସୁଶାନ୍ତ ମହାପାତ୍ରଙ୍କ ସହ ବିବାହ କରାଇଦଲେ। ଭାବୁଥିଲି ଯାହାକୁ ମନ ଆଉ ହୃଦୟ ଦେଇ ଭଲ ପାଉଥିଲି ସେ ତ ମୋ ମନ କଥା ବୁଝିପାରିଲାନି ବରଂ ମୋତେ ପର କରିଦେଇ ଚାଲିଗଲା ଆଉ ଇଏ ଯିଏକି ମୋତେ ଆଦୌ ଚିହ୍ନିନାହାନ୍ତି କି ଜାଣି ମଧ୍ଯ ନାହାନ୍ତି ସେ କେମିତି ମୋତେ ବୁଝିବେ ?? ମୋ ଅତୀତ ବିଷୟରେ ସବୁକିଛି ଜାଣିବା ପରେ ସେ ବି ମୋତେ ଘୃଣା କରି ତାଙ୍କ ଜୀବନରୁ ଦୂର କରିଦେବେ। ମାତ୍ର ମୋର ଏ ଭାବନା ଥିଲା ସମ୍ପୂର୍ଣ୍ଣ ମିଥ୍ୟା। ସେ ଥିଲେ ଜଣେ ଦରଦୀ ଆଉ ସ୍ନେହୀ ମଣିଷଟିଏ। କେବେ ବି ମୋ ଅତୀତ ବିଷୟରେ ଜାଣିବାକୁ ଚେଷ୍ଟା କରିନାହାନ୍ତି ବରଂ ମୁଁ ମୋ ଆଡୁ ଯେତେବେଳେ ସେସବୁ କଥା କହିବାକୁ ଆରମ୍ଭ କରେ ସେ କିଛି ନା କିଛି ବାହାନା କରି ମୋତେ ସେ କଥାରୁ ନିବୃତ୍ତ କରିଦିଅନ୍ତି ଆଉ କୁହନ୍ତି ମୋତେ ତୁମ ସହ ରହିବାର ଅଛି ତୁମ ଅତୀତ ସହ ନୁହେଁ। ବେଳେବେଳେ ଭଗବାନ ଙ୍କୁ ଧନ୍ୟବାଦ ଦିଏ ତାଙ୍କ ପରି ଜୀବନସାଥୀ ଟିଏ ମୋତେ ଦେଇଥିବାରୁ। ଆଜି କାହିଁକି କେଜାଣି ସେସବୁ ପୁରୁଣା ଦିନ କଥା ମନେପଡି ଆଖିକୁ ଅଶ୍ରୁସିକ୍ତ କରିଦେଲା। ଆଜି ବି ମୋ ମନରେ ତୋ ପାଇଁ ସେତିକି ସ୍ନେହ, ସମ୍ମାନ ଅଛି ଯେତିକି ଆଗରୁ ଥିଲା ମାତ୍ର ଏସବୁ ଭାବିବା ମୋ ପାଇଁ ଭୁଲ୍ କାରଣ ମୁଁ ଆଜି ଆଉ କାହାର ସ୍ତ୍ରୀ ଓ ଆଉ କାହା ଘରର କୂଳବଧୁ। ଭଗବାନଙ୍କୁ ପ୍ରାର୍ଥନା କରୁଛି ତତେ ସବୁବେଳେ ସେ ଖୁସିରେ ଆଉ ଶାନ୍ତିରେ ରଖନ୍ତୁ। ତୁ ଚାହୁଁଥିବା ସବୁ ସଫଳତା ତତେ ମିଳୁ ଆଉ ତୁ ତୋର ସବୁ ସମ୍ପର୍କକୁ ବିଶ୍ବାସ କରେ, ଭରସା କରେ ଓ ସମ୍ମାନ କରେ କିନ୍ତୁ କେବେ ସନ୍ଦେହ ନୁହେଁ ।


Rate this content
Log in

Similar oriya story from Romance