JAGYASINI PARIDA

Tragedy

4.8  

JAGYASINI PARIDA

Tragedy

ଶେଷ ଚିଠି

ଶେଷ ଚିଠି

9 mins
326


ପ୍ରେମ ଶବ୍ଦଟି ସତରେ କେତେ ନିଆରା। ନା ତାର ସୀମାକୁ କଳନା କରିହୁଏ ନା ତାର ଗଭୀରତାକୁ କେବେ ମାପିହୁଏ। ସେ ହେଉଛି ଶାଶ୍ୱତ ଓ ଚିରନ୍ତନ। ତେଣୁ ପ୍ରେମ ସଦା ସର୍ବଦା ହୃଦୟରୁ କରିବା ଉଚିତ୍। ସେହପରି ହୃଦୟରୁ ପ୍ରେମ କରୁଥିଲେ ରାଜେଶ ଆଉ ତନୁଶ୍ରୀ। ଉଭୟ ରାଜେଶ ଆଉ ତନୁଶ୍ରୀ ପ୍ରେମବିବାହ କରିଥିଲେ। ରାଜେଶ ଥିଲେ ଛୋଟବେଳୁ ଅନାଥ ଓ ଜଣେ ସ୍ନେହ କାଙ୍ଗାଳ ମଣିଷଟିଏ। ଯେଉଁ ସ୍ନେହ, ଶ୍ରଦ୍ଧା ଓ ପ୍ରେମ ତାଙ୍କୁ କେହି କେବେ ଦେଇନଥିଲେ ସେସବୁକୁ ତନୁଶ୍ରୀ ତାଙ୍କ ଜୀବନରେ ଆଣିଦେଇଥିଲେ ।ମାତ୍ର ସେମାନଙ୍କ ପ୍ରେମରେ ବାଧକ ସାଜିଥିଲେ ତନୁଶ୍ରୀର ପରିବାର ।ସେମାନେ ଚାହୁଁନଥିଲେ କି ତାଙ୍କ ଝିଅ ଏକ ଅନାଥ ଯୁବକକୁ ବିବାହ କରୁ, ସେଥିପାଇଁ ସେମାନେ ବାରମ୍ବାର ତନୁଶ୍ରୀକୁ ତାଗିଦ୍ ମଧ୍ଯ କରୁଥିଲେ। ମାତ୍ର ତନୁଶ୍ରୀ ଓ ରାଜେଶର ପ୍ରେମ ଥିଲା ଟିକେ ଅଲଗା ।ମୁହୂର୍ତ୍ତେ ମଧ୍ଯ ଅଲଗା ହୋଇ ସେମାନ ରହିପାରୁନଥିଲେ। ସେଥିପାଇଁ ସେମାନେ ନିଷ୍ପତ୍ତି ନେଲେ ଯେ ଘରଛାଡି ବିବାହ କରିବେ। ଶେଷରେ ସେ ଦୁଇଜଣ ସେଇଆ ହିଁ କଲେ। ଜଗତର ନାଥ ଜଗନ୍ନାଥଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରି ସେ ଦୁହେଁ ତାଙ୍କର ଦାମ୍ପତ୍ୟ ଜୀବନର ଅୟମାରମ୍ଭ କରିଥିଲେ। ଯେହେତୁ ରାଜେଶ ଥିଲା ଚାକିରିଆ ସେଥିପାଇଁ ତାଙ୍କର ଟଙ୍କା ପଇସାରେ କୌଣସି ଅଭାବ ଅସୁବିଧା ହେଉନଥିଲା। ଧିରେ ଧିରେ ସେମାନେ ନିଜର ଘରଦ୍ବାର, ଜମିବାଡି, ଓ ନୂଆ ଗାଡ଼ି ମଧ୍ଯ କିଣିଲେ। ବିବାହ ପରଠାରୁ ରାଜେଶ କେବେ ବି ଅଜାଣତରେ ମଧ୍ଯ ତନୁଶ୍ରୀ ମନକୁ ଆଘାତ ଟିକେ ଦେଇନାହାନ୍ତି ବରଂ ଜୀବନର ସବୁ ସମସ୍ୟାକୁ ଦୁହେଁମିଶି ସମାଧାନ କରିବାକୁ ଚେଷ୍ଟା କରିଛନ୍ତି। ଯାହା ଦ୍ୱାରା ସେମାନଙ୍କର ବୈବାହିକ ଜୀବନ ଅଧିକ ଆନନ୍ଦମୟ ହୋଇଉଠିଥିଲା। ବେଳେବେଳେ ତନୁଶ୍ରୀ ନିଜ ବାପଘର କଥା ଭାବି ଆଖିରୁ ଲୁହ ଗଡ଼ାନ୍ତି ଓ ରାଜେଶଙ୍କୁ ଦେଖିଲେ ଆଖିରୁ ଲୁହ ପୋଛି ତାଙ୍କୁ ଭୁଲାଇବାକୁ ଚେଷ୍ଟା କରନ୍ତି। ମାତ୍ର ରାଜେଶ ଜାଣିପାରନ୍ତି ଯେ ତନୁଶ୍ରୀ ତା ବାପଘର କଥା ମନେପକାଇ କାନ୍ଦୁଛି ବୋଲି। ସେଥିପାଇଁ ରାଜେଶ ତାଙ୍କୁ ବୁଝାଇ କୁହନ୍ତି ଦେଖ... ତନୁଶ୍ରୀ ତୁମେ ଆଦୌ ମନଦୁଃଖ କରନାହିଁ। ବର୍ତ୍ତମାନ ସିନା ଆମ ବିବାହକୁ ତୁମ ଘରଲୋକେ ସ୍ବୀକୃତି ଦେଉନାହାନ୍ତି କିନ୍ତୁ ମୋର ଆଶା ଓ ବିଶ୍ବାସ ରହିଛି ସେମାନେ ଦିନେ ନା ଦିନେ ଆମକୁ ଗ୍ରହଣ କରିନେବେ। ସେଥିପାଇଁ ତୁମକୁ ଧୈର୍ଯ୍ୟ ଧରିବାକୁ ପଡିବ। ଏମିତି ଅନେକ କଥା କହି ରାଜେଶ ତନୁଶ୍ରୀକୁ ବୁଝାଇଦିଏ। ଆଉ ତାପରେ ତନୁଶ୍ରୀ ନିଜ ଆଖିରୁ ଲୁହ ବୁନ୍ଦାଗୁଡିକ ପୋଛି ରାଜେଶକୁ ଚାହିଁ ଟିକେ ହସିଦିଏ। ତନୁଶ୍ରୀ କୁହେ ସତରେ ରାଜେଶ ସେ ଦିନ କେବେ ମୋ ଜୀବନରେ ଆସିବ... ମୁଁ ତାକୁ ବହୁତ ଉତ୍କଣ୍ଠାର ସହ ଅପେକ୍ଷା କରିଛି। 

ମୋ ବାପା, ମା' ଆଉ ପରିବାର ସହ ଦେଖାକରିବି ଆଉ ସେମାନଙ୍କ ସହ ମିଶି ବହୁତ ମଜା କରିବି। ଆଚ୍ଛା!.!.! ଏସବୁ ଭିତରେ ତୁମେ ମୋ ଠାରୁ ଦୂରକୁ ଚାଲି ଯିବନି ତ ତନୁଶ୍ରୀ ? ଆଉ ସେମାନଙ୍କୁ ପାଇ ତୁମେ ଯଦି ମୋତେ କେବେ ଛାଡ଼ିକି ଚାଲିଯାଅ କି ମୋତେ ଭୁଲିଯାଅ ତାହାଲେ ସତ କହୁଛି ତନୁଶ୍ରୀ ମୁଁ ଆଦୌ ବଞ୍ଚିପାରିବିନି। ଆରେ ବାବା ମୁଁ ତୁମ ସ୍ତ୍ରୀ ରାଜେଶ। ତୁମକୁ ଛାଡି ମୁଁ କୁଆଡେ ଯିବି କହିଲ…?? ସାତ ଜନମ ତୁମ ସହ ରହିବି ବୋଲି ମୁଁ ପରା କଥା ଦେଇଥିଲି କ'ଣ ଏତେ ଶୀଘ୍ର ଛାଡି ଚାଲିଯିବାକୁ ?? ତୁମକୁ ଏତେ ଶୀଘ୍ର ମୋ ଠାରୁ ମୁକ୍ତି ମିଳିବନି ମ। ତେଣୁ ତୁମେ ଆଦୌ ମନଦୁଃଖ କରନାହିଁ... ମୁଁ ତୁମକୁ ଛାଡି କୁଆଡେ ବି ଯିବିନି। 


ସେଦିନ ସକାଳୁ ସକାଳୁ ତନୁଶ୍ରୀ ବହୁତ ଖୁସି ଲାଗୁଥିଲା, ଖୁସି ହବନି ବା କେମିତି ?? ସେଦିନ ଯେ ସେ ମା' ହବାର ପ୍ରଥମ ଅନୁଭୂତିକୁ ଅନୁଭବ କରିସାରିଥିଲା, ସେଥିପାଇଁ ଖୁସିରେ ତା ପାଦ ଆଉ ତଳେ ଲାଗୁନଥିଲା। ସଙ୍ଗେ ସଙ୍ଗେ ଦୌଡ଼ି ଯାଇ ସ୍ଵାମୀ ରାଜେଶଙ୍କୁ ମଧ୍ଯ ଏ ଖୁସି ଖବରଟା ଦେଇଦେଲା। ସତେଯେପରି ସେଦିନ ଦୁଇଜଣଙ୍କୁ ସ୍ଵର୍ଗର ସବୁ ସୁଖ ମିଳିଯାଇଥିଲା। ତନୁଶ୍ରୀର ମା' ହେବାର ଖବର ଶୁଣି ରାଜେଶ ତା ପ୍ରତି ଆହୁରି ଅଧିକ ଯତ୍ନବାନ୍ ହୋଇଉଠିଲେ। ଯେହେତୁ ରାଜେଶ ସାରା ଦିନ ଅଫିସରେ ରହୁଥିଲା, ସେଥିପାଇଁ ତନୁଶ୍ରୀ ଘରେ ସଂପୂର୍ଣ୍ଣରୂପେ ଏକା ରହୁଥିଲା। ତାକୁ ନଜରରେ ରଖି ରାଜେଶ ତନୁଶ୍ରୀର ଦେଖାଶୁଣା କରିବା ପାଇଁ ଓ ଘରର ସବୁ କାମଦାମ କରିବା ପାଇଁ ଲକ୍ଷ୍ମୀ ନାମରେ ଘରକୁ ଏକ ଚାକରାଣୀ ଆଣି ରଖିଥିଲା। ଘରର ଦାୟିତ୍ବ ସହ ତନୁଶ୍ରୀର ସବୁ ଖବର ସେ ବୁଝୁଥିଲା। କିଛି ଦିନ ପରେ ରାଜେଶ ଆଉ ତନୁଶ୍ରୀ କୋଳକୁ ଏକ କନ୍ୟା ସନ୍ତାନ ଆସିଲା। ତନୁଶ୍ରୀର ନାମାନୁସାରେ ରାଜେଶ ତାର ନାମ ରଖିଥିଲେ ତନୟା। ଧୀରେ ଧୀରେ ସେ ବଡ ହେଲା ଓ ତାର ମିଠା ମିଠା କଥାରେ ତନୁଶ୍ରୀ ନିଜ ଅତୀତର ସବୁ ଦୁଃଖକୁ ଭୁଲିବାକୁ ଚେଷ୍ଟା କରୁଥିଲେ। ବାପା ମା ଓ ଝିଅ ନିଜ ଛୋଟ ଦୁନିଆରେ ବେଶ୍ ହସ ଖୁସିରେ ଥିଲେ। ମାତ୍ର ଅଳ୍ପ କିଛିଦିନ ପରେ ସତେଯେପରି ସେମାନଙ୍କ ହସ ଖୁସିର ସଂସାରରେ କାହାର ଖରାପ ନଜର ଲାଗିଗଲା। ହଠାତ୍ ତନୁଶ୍ରୀର ଦେହ ଖରାପ ହେଲା। ପାଖ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ରହିଲେ ମଧ୍ଯ ତନୁଶ୍ରୀର ସ୍ଵାସ୍ଥ୍ୟର ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଲା।ଯେଉଁଥିପାଇଁ ରାଜେଶ ତାକୁ ଏକ ଭଲ ହସ୍ପିଟାଲରେ ଚିକିତ୍ସା କରାଇବା ପାଇଁ ନିଷ୍ପତ୍ତି ନେଲେ। ସେଠାରେ ତନୁଶ୍ରୀର ବିଭିନ୍ନ ପ୍ରକାର ଟେଷ୍ଟ କରାଗଲା ସେଥିରୁ ଯାହା ଜଣାପଡ଼ିଲା ରାଜେଶ ପାଦତଳୁ ମାଟି ଖସିଗଲା ।ଉଭୟ ତନୁଶ୍ରୀ ଆଉ ରାଜେଶ ଏକଥାକୁ 

ସହଜରେ ବିଶ୍ବାସ କରିପାରୁନଥିଲେ କି ତନୁଶ୍ରୀକୁ କ୍ୟାନସର୍ ହୋଇଥିଲା ବୋଲି। ତନୁଶ୍ରୀ ଡାକ୍ତରଙ୍କ କଥାବାର୍ତ୍ତାରୁ ସ୍ପଷ୍ଟ ହୋଇଯାଇଥିଲା ଯେ ତାର ଏ ଦୁନିଆରେ ପରମାୟୁ ଆଉ ଖୁବ କମ୍ ଦିନ। ଦୁନିଆ ଛାଡି ଯିବାର ଭୟ ତନୁଶ୍ରୀ ମନକୁ ଯେତେ କଷ୍ଟ ଦେଉନଥିଲା ସେତେ ଅଧିକ କଷ୍ଟ ଦେଉଥିଲା ଝିଅ ଓ ସ୍ଵାମୀଙ୍କଠାରୁ ସବୁଦିନ ପାଇଁ ଦୂରେଇ ଯିବାର ଭୟ। ଡାକ୍ତର ତାର ସ୍ୱାସ୍ଥ୍ୟବସ୍ଥା ଦେଖି ତନୁଶ୍ରୀକୁ ମନା କରିଥିଲେ କାହା ସହିତ ବେଶୀ କଥା ହେବାପାଇଁ। ତେଣୁ ଝିଅ ତନୟା ଯେତେବେଳେ ବି ତନୁଶ୍ରୀ ସହ କଥା ହେଉଥିଲା ସେତେବେଳେ ତନୁଶ୍ରୀର ଆଖିଦୁଇଟିରୁ କେବଳ ଲୁହ ଝରୁଥିଲା। ଝିଅ ତାଙ୍କୁ ବାରମ୍ବାର ପଚାରୁଥିଲା ମାମା... ତମେ କେବେ ଆସିବ ? ମୋତେ ଏଠି ଜମା ବି ଭଲଲାଗୁନି ଆଉ ମୋତେ ଏଠି ଭାରି ଏକୁଟିଆ ଲାଗୁଚି ମାମା...। ତମେ ଶୀଘ୍ର ମୋ ପାଖକୁ ଚାଲିଆସ ମାମା। ଏମିତି ବହୁତ୍ ଗୁଡ଼ାଏ ପ୍ରଶ୍ନ ଝିଅ ତନୁଶ୍ରୀକୁ ପଚାରୁଥିଲା। ଝିଅ ମୁହଁରୁ ଏମିତି ସବୁ ପ୍ରଶ୍ନ ଶୁଣି ତନୁଶ୍ରୀ ଆଦୌ ନିଜକୁ ସମ୍ଭାଳି ପାରୁନଥିଲେ କି ତାର ଉତ୍ତର ମଧ୍ଯ ଦେଇ ପାରୁନଥିଲେ। କାରଣ ସେ ବହୁତ୍ ଭଲ ଭାବେ ଜାଣିଥିଲେ ଏ ଦୁନିଆରେ ତାଙ୍କ ପରମାୟୁ ବହୁତ କମ ଦିନ ତେଣୁ ସେ କେବେ ବି ଆଉ ଘରକୁ ଫେରିବେନି। ତେଣୁ ସେ କେବଳ ଏତିକି କହୁଥିଲେ... ତୁ ଜମା ବ୍ୟସ୍ତ ହଅନା ଧନ। ତୁ ଠିକ୍ ସମୟରେ ଖାଇବୁ ଆଉ ଠିକ୍ ସମୟରେ ଶୋଇବୁ। ଆଦୌ ଲକ୍ଷ୍ମୀ ଆଣ୍ଟିଙ୍କୁ ହଇରାଣ କରିବୁନି। ସବୁବେଳେ ତାଙ୍କ କଥା ମାନିବୁ ଆଉ ଜମା ବି ଦୁଷ୍ଟ ହବୁନି। ମୁଁ ପାପାଙ୍କୁ କହିବି ସେ ଜଲଦି ତତେ ମୋ ପାଖକୁ ନେଇ ଆସିବେ। ଆମେ ଦୁଇଜଣ ବହୁତ୍ ମସ୍ତି କରିବା। ଝିଅ ସହ କଥା ହେଇସାରିବା ପରେ ତନୁଶ୍ରୀ ଏକରକମର ଭାଙ୍ଗିପଡିଥିଲେ ଆଉ ବାରମ୍ବାର ସ୍ୱାମୀଙ୍କୁ ଅନୁରୋଧ କରୁଥିଲେ ଝିଅକୁ ଟିକେ ଆଖିପୂରାଇ ଦେଖିବା ପାଇଁ। ଆଉ କହୁଥିଲେ ଏ ଦୁନିଆରେ ମୋର ଆୟୁଷ ବହୁତ ଖୁବ୍ କମ୍ ଦିନ ରାଜେଶ। ଶେଷ ଥର ପାଇଁ ମୋ ଝିଅକୁ ମୋ ସହ ଟିକେ ଦେଖା କରେଇଦିଅ ପ୍ଲିଜ୍। ରାଜେଶ କହିଲେ ତୁମେ ଆଦୌ ବ୍ୟସ୍ତ ହୁଅନି ତନୁଶ୍ରୀ... ତୁମର କିଛି ବି ହବନି ତନୁଶ୍ରୀ । ମୁଁ ଆଜି ହିଁ ତନୟାକୁ ତୁମ ପାଖକୁ ନେଇଆସିବି ଆଉ ତୁମେ ତା ସହ ବହୁତ ମସ୍ତି କରିବ। ତେଣୁ ତୁମେ ଆଦୌ ମନଦୁଃଖ କରନାହିଁ। ତାପରେ ରାଜେଶ ଚାଲିଗଲେ ଝିଅକୁ ଆଣିବା ପାଇଁ। ଝିଅକୁ ଆଣି ହସ୍ପିଟାଲରେ ପହଁଞ୍ଚିବା ପରେ ରାଜେଶ ଦେଖିଲେ ତନୁଶ୍ରୀର ବାପା ମା ସେଠାରେ ଉପସ୍ଥିତ ଅଛନ୍ତି। ସେଠାରେ ତାଙ୍କୁ ଦେଖି ରାଜେଶ ପୁରା ଆଶ୍ଚର୍ଯ୍ୟ ହୋଇ କହିଲେ.... ବାବା, ମା ଆପଣମାନେ କେତେବେଳେ ଆସିଲେ ?ଉତ୍ତରରେ ତନୁଶ୍ରୀର ମା ରାଜେଶକୁ କହିଲେ... ହଁ ବାବା ଆମେ ଏବେ ଆସିଲୁ।କାନ୍ଦି କାନ୍ଦି ସେ କହିଲେ ମୋ ଝିଅର କଣ ହେଲା... ସେ କଣ ପାଇଁ ମୋ ସହ କଥା ହଉନି। ସେତେବେଳକୁ ତନୁଶ୍ରୀର ବାପା ଜାଣିସାରିଥିଲେ ଯେ ତାଙ୍କ ଝିଅ ଆଉ ଏ ଦୁନିଆରେ ନାହିଁ। ରାଜେଶ କହିଲେ ନାଇଁ ମା ...ତନୁଶ୍ରୀର କିଛି ହେଇନି। ଆପଣ ଅପେକ୍ଷା କରନ୍ତୁ ମୁଁ ତାକୁ ଡାକିଦେଉଛି। ସେ ଟିକେ ଶୋଇପଡ଼ିଛନ୍ତି ତ ସେଥିପାଇଁ ଶୁଣୁନାହାନ୍ତି। ଆପଣ ଜାଣନ୍ତି ମା'... ଯେତେବେଳେ ଆପଣ ଆଉ ଝିଅକୁ ତନୁଶ୍ରୀ ଏଠାରେ ଏକାଠି ଦେଖିବ ସେ ପୁରା ଖୁସିରେ ପାଗଳୀ ହୋଇଯିବ। ଆପଣ ଏଇଠି ରୁହନ୍ତୁ ମୁଁ ତାଙ୍କୁ ଡାକିଦେଉଛି। ନିଜ ଝିଅ ଚାଲିଯିବା ଦୁଃଖକୁ ଛାତିତଳେ ଚାପିରଖି ତନୁଶ୍ରୀର ବାପା କହିଲେ... ନାଇଁ ରାଜେଶ...ତାକୁ ଉଠାଅନି ସେ ପରା ଶୋଇଯାଇଛି.. ତେଣୁ ତାକୁ ଟିକେ ଶୋଇବାକୁ ଦିଅ ।ସେ ଟିକେ ଶାନ୍ତିରେ ଶୋଇପଡୁ। ଲୁହଭରା କଣ୍ଠରେ ଏତିକି କହି ରାଜେଶ ନିକଟକୁ ତନୁଶ୍ରୀର ହାତ ଲେଖା ଚିଠିଟିକୁ ସେ ବଢାଇଦେଲେ। ଯାହାକୁ ତନୁଶ୍ରୀ ଲେଖିଥିଲା ରାଜେଶ ନିମନ୍ତେ। ଯେଉଁଥିରେ ଲେଖାଥିଲା - - 


ରାଜେଶ, 


ମୁଁ ତୁମକୁ ସ୍ଵାମୀରୂପେ ପାଇ ବହୁତ ଖୁସି। ତୁମେ ହେଉଛ ପୃଥିବୀର ବେଷ୍ଟ ସ୍ଵାମୀ ଆଉ ପାପା। ତୁମେ ମୋ ଜୀବନରେ ବହୁତ୍ ଖୁସି ଆଣିଦେଇଛ ଆଉ ତୁମକୁ ନେଇ ମଧ୍ଯ ମୁଁ ଖୁବ୍ ଗର୍ବ କରେ। କେତେ ଆଶା ଓ ସ୍ଵପ୍ନ ମୋର ଅଧାରେ ରହିଗଲା ରାଜେଶ। ମୁଁ ଭାବୁଥିଲି ଘରକୁ ସୁସ୍ଥ ହୋଇ ଫେରିଲେ ତନୟା ସହ ବହୁତ୍ ସମୟ ବିତାଇବି ଓ ଢେର୍ ସାରା ମସ୍ତି ମଧ୍ଯ କରିବି। ମୋ ଝିଅକୁ ଦୁନିଆର ସବୁ ଖୁସି ଦେବି। ତା ପାଇଁ ହାତୀ ସାଜିବି, ଘୋଡା ସାଜିବି, ଆଉ ଆମ ବଗିଚାରେ ତାକୁ ବହୁତ ବୁଲାଇବି। ଆମ ବଗିଚାର ଛୋଟ ଥିବା ଫୁଲଗଛ ଗୁଡିକ ଏବେ ବହୁତ ବଢ଼ି ଯିବେଣି। ସେଗୁଡ଼ିକୁ ଛିଣ୍ଡାଇ ମୁଁ ଯେତେବେଳେ ତା କୁନି ହାତରେ ଦେଇଥାନ୍ତି ସେ ଖୁସିରେ ପାଗେଳୀ ହୋଇଯାଇ କହିଥାନ୍ତା ମାମା.... ମୋତେ ଆଉ ଗୋଟେ ଦିଅନା ପ୍ଲିଜ୍। ସେ ବଡ ହେଲା ପରେ ତାକୁ ନିଜେ ସ୍କୁଲ ଯିବାପାଇଁ ପ୍ରିପେୟାର କରିଥାନ୍ତି। ତାକୁ ପାଠ ପଢ଼େଇ ଦେଇଥାନ୍ତି, ଆଉ ତା ପାଇଁ ଟିଫିନ୍ ବକ୍ସ ରେଡ୍ଡୀ କରିଥାନ୍ତି। ଏପରି ଅନେକ ସ୍ଵପ୍ନ କେବଳ ମୋର ସ୍ଵପ୍ନରେ ରହିଗଲା ରାଜେଶ। ମୁଁ ଜାଣିଛି ମୋର ଏ ଦୁନିଆରେ ଆୟୁଷ ବହୁତ କମ୍ ଦିନ ଅଛି। ମାତ୍ର ମୁଁ ଚାଲିଗଲା ପରେ ତୁମେ ମୋତେ କଥା ଦିଅ ତମେ ଆଦୌ ଭାଙ୍ଗିପଡିବନି। ତୁମେ ଭାଙ୍ଗିପଡ଼ିଲେ ମୋ ଝିଅ ବି ଭାଙ୍ଗିପଡ଼ିବ... ଆଉ ତୁମ ଦୁଇଜଣଙ୍କୁ ଏ ଅବସ୍ଥାରେ ମୁଁ କେବେ ଉପରେ ଥାଇ ଦେଖିପାରିବିନି। ମୁଁ ଜାଣେ ମୋ ଚାଲିଯିବା ପରେ ତନୟା ମୋତେ ବହୁତ ଖୋଜିବ, କାନ୍ଦିବ, କିନ୍ତୁ ତୁମେ ତାକୁ ଦୟାକରି ବୁଝାଇଦେବ। ଧୀରେ ଧୀରେ ସେ ବଡ ହେଲାପରେ ସବୁ କିଛି ଆପେ ଆପେ ଜାଣିଯିବ। ଆମ ଝିଅକୁ ତୁମେ ଭଲ ସ୍କୁଲରେ ପାଠ ପଢାଇବ, ତାକୁ ଭଲ ମଣିଷ କରାଇବ। ମୁଁ ଜାଣିଛି ତୁମେ ଆମ ଝିଅର ସବୁ ଦାୟିତ୍ଵ ସଠିକ୍ ଭାବରେ ନେଇପାରିବ। ତୁମକୁ ବହୁତ ବହୁତ ଧନ୍ୟବାଦ ରାଜେଶ। ତୁମେ ମୋର ଅନୁରୋଧ ରକ୍ଷାକରି ମୋ ବାପା ମାଆଙ୍କୁ ମୋର ଅସୁସ୍ଥତାର ଖବର ଦେଲ। ମୁଁ ଜାଣିନି ସେମାନେ ମୋତେ ଦେଖାକରିବାକୁ ଆସିବେ କି ନାହିଁ କିନ୍ତୁ ଏତିକି ଜାଣିଛି ମୋ ଅସୁସ୍ଥତାର ଖବର ପାଇବା ପରେ ସେମାନେ ପୁରାପୁରି ଭାଙ୍ଗିପଡ଼ିଥିବେ।ଖାଲି ଏତିକି ନୁହେଁ ମୋର ଆଶା ଓ ବିଶ୍ବାସ ଅଛି ସେମାନେ ମୋତେ ନିଶ୍ଚୟ ଦେଖାକରିବାକୁ ଆସିବେ। ହୁଏତ ସେତେବେଳକୁ ମୁଁ ଆଉ ଏ ଦୁନିଆରେ ନଥିବି। ସତରେ ରାଜେଶ... ମୋ ପରିବାର ଯଦି ମୋତେ ଦେଖା କରିବାକୁ ଆସିଲେ ତାହାଲେ ମୋର ଆତ୍ମା ନିଶ୍ଚୟ ଶାନ୍ତି ପାଇଯିବ। 


ରାଜେଶ ମୁଁ ତୁମ ସହ ସାତ ଜନମ ନୁହେଁ ବରଂ ଶହେ ଜନମ ରହିବାକୁ ଚାହୁଁଥିଲି କିନ୍ତୁ ଗୋଟିଏ ଜନମ ବି ତୁମ ସହ ରହିପାରିଲିନି ସେଥିପାଇଁ ତୁମେ ମୋତେ କ୍ଷମା କରିଦେବ। ବୋଧହୁଏ ଭଗବାନ ଆମ ସୁଖର ସଂସାରକୁ ସହ୍ୟ କରିପାରିଲେନି। କିନ୍ତୁ ସେଥିପାଇଁ ତୁମେ ଆଦୌ ବ୍ୟସ୍ତ ହୁଅନି ।ତୁମମାନଙ୍କ ସହ ମୁଁ ରହି ନପାରିଲେ ବି ତୁମମାନଙ୍କ ହୃଦୟରେ ସଦା ସର୍ବଦା ରହିଥିବି। ଶେଷରେ ଏତିକି କହିବି ତୁମେ ଆମ ଝିଅକୁ ଭଲ ମଣିଷ କରାଇବ, ତାକୁ ସବୁବେଳେ ଖୁସିରେ ରଖିବ। ସେ ଯେତେବେଳେ ମୋତେ ଖୋଜିବ ତୁମେ ତାକୁ କିଛି ବାହାନା କରି ଭୁଲାଇଦେବ। ଆଉ ହଁ ତନୟାକୁ ତା ଅଜା, ଆଈ, ସହ ନିଶ୍ଚିତ ପରିଚିତ କରାଇବ। ମୁଁ ଜାଣେ ସେମାନେ ମୋ ଉପରେ ଯେତେ ଅଭିମାନ କରିଥିଲେ ବି ମୋ ଝିଅକୁ ଦେଖିଲା ମାତ୍ରେ ସେ ସବୁ ଅଭିମାନ ତାଙ୍କର ଆପେ ଆପେ ଦୂରେଇଯିବ। ଯଦି ପାରିବ ତାହାଲେ ଆମ ଭୁଲ୍ ପାଇଁ ସେମାନଙ୍କୁ ମୋ ତରଫରୁ କ୍ଷମା ମାଗିନେବ। ତୁମେ କେବେ ବି ଭାବିବନି ରାଜେଶ ମୁଁ ତୁମ ପାଖରେ ନାହିଁ ବୋଲି ବରଂ ସବୁବେଳେ ଭାବିବ ମୁଁ ତୁମର ଆଉ ତନୟାର ପାଖେ ପାଖେ ରହିଛି ବୋଲି । ଆଉ ତୁମେ ମଧ୍ଯ ସବୁ ସ୍ଥାନରେ ମୋ ଉପସ୍ଥିତିକୁ ଉପଲବ୍ଧି କରିପାରିବ। 


ଇତି

ତୁମର ତନୁ 


ଚିଠିଟି ପଢିସାରି ରାଜେଶ ଆଉ ନିଜକୁ ସମ୍ଭାଳି ପାରୁନଥିଲା। ତା ପାଦଦୁଇଟି ଟଳମଳ ହୋଇଉଠୁଥିଲା। ତନୟା ବହୁତ୍ ଛୋଟ ଥିଲେ ମଧ୍ଯ ନିଜ ପାପାଙ୍କୁ ଏ ଅବସ୍ଥାରେ ଆଦୌ ଦେଖିପାରୁନଥିଲା। ପାପାଙ୍କ କାନ୍ଦିବା ଦେଖି ସେ ବି କାନ୍ଦି ଉଠିଥିଲା ଓ କହିଲା ତୁମର କଣ ହେଲା ପାପା... ତୁମେ କାହିଁକି କାନ୍ଦୁଛ ? ମୁଁ ଯାଉଛି ମାମାକୁ କହିଦେବି ତୁମେ କାନ୍ଦୁଛ ବୋଲି। ତାପରେ ତନୟା ଧାଇଁଗଲା ନିଜ ମା' ର ଶବ ପାଖକୁ। ମା' ର ଶବକୁ ହଲେଇଦେଇ କହିଲା, ମାମା ଦେଖନା ପାପା କେମିତି କାନ୍ଦୁଛନ୍ତି। ଶୁଣନା ମାମା ...ତୁମର କଣ ହେଇଛି ମାମା... ତୁମେ ମୋ ସହ କଣ ପାଇଁ କଥା ହଉନ। ତୁମେ କଣ ମୋ ଉପରେ ରାଗିଛ ମାମା। ହଉ ମାମା ମୁଁ ଆଜିଠୁ ଆଉ କେବେ ବି ଦୁଷ୍ଟ ହେବିନି... ହେଲେ ତୁମେ ଥରୁଟିଏ ମୋ ସହକଥା ହୁଅ ମାମା। ଏହାପରେ ତନୁଶ୍ରୀର ମା ଝିଅକୁ କୋଳେଇ ନେଇ କହିଲେ ନାଇଁ ଧନ ତୁ ଜମା ବି କାନ୍ଦନା। ତୋ ମାମା ପରା ଭଗବାନଙ୍କ ନିକଟକୁ ଚାଲିଯାଇଛି। ସେ ଆଉ ଫେରିବନିରେ ମା... ଫେରିବନି ଆଉ ସେ....। ୩ ବର୍ଷ ବୟସର ଛୋଟ ଝିଅଟିଏ ତନୟା। ସେ ଅବା କେମିତି ବୁଝିବ ବିଧିର ଏ ବିଧାନକୁ। କେମିତି ବୁଝିବ... ତା ମା 'ଆଉ ଏ ଦୁନିଆରେ ନାହିଁ ଆଉ ସବୁଦିନ ପାଇଁ ଯେ ସେ ତାକୁ ଛାଡି ଚାଲିଯାଇଛି ବୋଲି। ତେଣୁ ପାପାଙ୍କ ପାଖକୁ ଯାଇ ଜିଦ୍ କରି ସେ କହିଲା ପାପା, ମୋତେ ବି ମୋ ମାମାଙ୍କ ପାଖକୁ ନେଇଯାଅ। ମୋତେ ମୋ ମାମାଙ୍କ ସହ ରହିବାର ଅଛି ପାପା। ତମେ ମୋତେ ମୋ ମାମା ପାଖକୁ ନେଇଚାଲ। ଏସବୁ ଝିଅ ମୁହଁରୁ ଶୁଣି ରାଜେଶ ବହୁତ୍ ଜୋର୍ ରେ କାନ୍ଦିବାକୁ ଲାଗିଲା ଓ ଝିଅକୁ କୋଳେଇ ନେଇ କହିଲା ନାଇଁ ମାମା ସେମିତି କହନା... ତୋ ଛଡା ଏ ଦୁନିଆରେ ମୋର ଆଉ କିଏ ଅଛି କହିଲୁ ? ତତେ ଛାଡି ମୁଁ ଆଦୌ ବଞ୍ଚି ପାରିବିନିରେ ମା.... ମରିଯିବି ମୁଁ। ତାପରେ ତନୁଶ୍ରୀ ର ମା ନାତୁଣୀକୁ ହସ୍ପିଟାଲରୁ ନିଜ ଘରକୁ ପଠାଇଦେଲେ। ତନୁଶ୍ରୀର ଏ ଅବସ୍ଥା ପାଇଁ ଆଜି ତାର ବାପା, ମା ନିଜକୁ ଶତବାର ଧିକ୍କାର କରୁଥିଲେ। ଯଦି ସେମାନେ ସେଦିନ ତନୁଶ୍ରୀ ଆଉ ରାଜେଶର ବିବାହକୁ ସ୍ବୀକୃତି ଦେଇଥାନ୍ତେ ତାହାଲେ ଆଜି ହୁଏତ ଝିଅର ଶେଷ ସମୟରେ ସେମାନେ ତାକୁ ଟିକେ ଆଖିପୂରାଇ ଦେଖିପାରିଥାନ୍ତେ ଓ ମନଖୋଲି କଥା ଟିକେ ତ ହୋଇପାରିଥାନ୍ତେ। କେତେ କଷ୍ଟ ପାଇଥିବ ତାଙ୍କ ତନୁ ନିଜ ବାପା, ମା 'ଙ୍କୁ ମନେପକାଇ। ଏମିତି ସବୁ ତନୁଶ୍ରୀର ମା ଭାବୁଭାବୁ ହଠାତ୍ ହସ୍ପିଟାଲର କିଛି କର୍ମଚାରୀ ଶବ ବ୍ଯବଛେଦ କରିବା ପାଇଁ ରୁମ୍ ଭିତରକୁ ତନୁଶ୍ରୀକୁ ନେବାକୁ ଆସିଲେ। ସେମାନଙ୍କୁ ଦେଖି ରାଜେଶ ଚିତ୍କାର କରି କହିଲେ ଆପଣ ମୋ ସ୍ତ୍ରୀକୁ କୁଆଡେ ବି ନେଇପାରିବେନି। ତାର କିଛି ବି ହେଇନି... କିଛି ବି ନୁହେଁ। ସେ କେମିତି ମୋତେ ଆଉ ମୋ ଝିଅକୁ ଏକୁଟିଆ ଛାଡି ଯାଇପାରିବେ ? ସେହି ସମୟରେ ଡ଼ାକ୍ତର ଆସି କହିଲେ ପ୍ଲିଜ୍ ରାଜେଶ ବାବୁ ଆପଣ ଟିକେ ବୁଝିବାକୁ ଚେଷ୍ଟା କରନ୍ତୁ। ମୁଁ ବୁଝିପାରୁଛି ଆପଣଙ୍କ ମନର ଅବସ୍ଥାକୁ। କିନ୍ତୁ ସତକୁ ଆପଣଙ୍କୁ ସାମନା କରିବାକୁ ପଡିବ ଆଉ ସତଟା ଏଇଆ ଯେ ଆପଣଙ୍କ ସ୍ତ୍ରୀ ଆଉ ଏଇ ଦୁନିଆରେ ନାହାନ୍ତି। ତେଣୁ ଆପଣ ମୋତେ ଆମ କାମ କରିବା ପାଇଁ ଦିଅନ୍ତୁ।ତାପରେ ସେମାନେ ତନୁଶ୍ରୀର ଶବକୁ ବ୍ୟବଚ୍ଛେଦ କରିବା ପାଇଁ ନେଇଗଲେ। ରାଜେଶ ଏସବୁ ଦେଖି ବାରମ୍ବାର ଚେତାଶୂନ୍ୟ ହୋଇ ପଡୁଥିଲେ। କାନ୍ଦି କାନ୍ଦି ରାଜେଶର ଆଖି ଦୁଇଟି ଫୁଲି ଯାଇଥିଲା ଓ ଦୁଃଖ, ଯନ୍ତ୍ରଣାରେ ତାର ଅବସ୍ଥା ପୁରା ଶୋଚନୀୟ ହୋଇଯାଇଥିଲା। ସେତେବେଳେ ତନୁଶ୍ରୀର ବାପା ରାଜେଶ ଚକ୍ଷୁରେ ଦେଖିପାରୁଥିଲେ ସେ ଦୁଇଜଣଙ୍କ ମଧ୍ୟରେ ଥିବା ପବିତ୍ର ଓ ଶାଶ୍ୱତ ପ୍ରେମକୁ। ଅନୁଭବ କରିପାରୁଥିଲେ ସେମାନଙ୍କ ପ୍ରେମର ଗଭୀରତାକୁ। ମାତ୍ର ସେତେବେଳକୁ ସବୁକିଛି ଶେଷ ହୋଇଯାଇଥିଲା ।ତାଙ୍କ ଝିଅ ତନୁଶ୍ରୀ ସବୁଦିନ ପାଇଁ ଦୁନିଆ ଛାଡି ଯାଇସାରିଥିଲା। ଆଉ କିଛି କରିବା ପାଇଁ ସେଦିନ ତନୁଶ୍ରୀର ବାପା, ମା 'ଙ୍କ ପାଖେ ଶେଷ ସୁଯୋଗ ମଧ୍ଯ ନଥିଲା। କେବଳ ଅନୁତାପରେ ଦଗ୍ଧହୋଇ ଓ ହତବାକ୍ ହୋଇ ତନୁଶ୍ରୀର ବାପା, ମା ଚାହିଁ ରହିଥିଲେ ରାଜେଶର ସେହି ନିରୀହ ଆଖି ଦୁଇଟିକୁ ।



Rate this content
Log in

Similar oriya story from Tragedy