STORYMIRROR

Himalini Hota

Horror

3  

Himalini Hota

Horror

କିଛି ଲେଖା ଜେଜେଙ୍କ ସ୍ମୃତିରେ

କିଛି ଲେଖା ଜେଜେଙ୍କ ସ୍ମୃତିରେ

4 mins
133

"ବାୟାଣୀ ଟା ଏତେ ବଡ଼ ହେଲୁଣି"ଗପ ଶୁଣିବା ଅଭ୍ୟାସ ତୋର ଗଲାନି,ଜେଜେ କହୁଥିଲେ ମୋ ଉଦ୍ଦେଶ୍ୟରେ। କାରଣ ଗପ ଶୁଣିବ କୁ ଆଉ ଗପ ବହି ପଢିବାକୁ ମୁ ବହୁତ ଭଲପାଏ।ମୁ ଯେବେ ବି ଗାଁ କୁ ଯାଏ ସନ୍ଧ୍ୟା ବେଳେ ବାପା ଙ୍କ ପାଖରେ ବସି ଗପ ଶୁଣିବାକୁ ଅଝଟ କରେ।ସେହି ଗପ ଗୁଡିକୁ ବାରମ୍ବାର ଶୁଣିବି ପଛକେ ଗପ ଶୁଣିବି ହିଁ ଶୁଣିବି। ତା ପରେ ଜେଜେ ଙ୍କ ସାମ୍ନାରେ ବସି ଗପ ଶୁଣିବା ର ମଜା ଟିକେ ଅଲଗା।ପିଲା ବେଳେ କଲୁ ରେଇ ବେଣ୍ଟ କଥା,ରାଣ୍ଡି ବ୍ରାହ୍ମୀଣିଆଣି ଓ ବିଲୁଆ କଥା,ହୀରା ବତୀ କନ୍ୟା,ଚମ୍ପା ବତୀ କନ୍ୟା,ପାରିଜାତ କନ୍ୟା କଥା ,ରାଜକୁମାର ଓ ସ୍ନୋ ହ୍ୱlଇଟ କଥା ଇତ୍ୟାଦି କେତେ ନା କାହାଣୀ ତାଙ୍କ କାହାଣୀ ପେଢ଼ି ରେ ଥିଲା ସବୁ ଶୁଣାଉଥିଲେ। ଧୀରେ ଧୀରେ ମୋ ବୟସ ବଢ଼ିବା ପରେ ମତେ ଆଉ ସେ ପିଲା ବେଳର କାହାଣୀ ନ କହି ନିଜ ଅଙ୍ଗେ ନିଭା କାହାଣୀ ସବୁ କହୁଥିଲେ ସେ ।ଏମିତି କି ମୋ ଗ୍ରାଜୁଏସନ ସରିଲା ଯାଏ ବି ମୁଁ ଯେବେ ଗାଁ କୁ ଯାଏ ଗପ ଶୁଣିବାକୁ ବସିପଡ଼େ ଜେଜେଙ୍କ ପାଖରେ । ସମସ୍ତେ ଦେଖି ବହୁତ ହସନ୍ତି ମୋର ଏହି ପିଲାଳିଆମୀ ଗୁଣ କୁ ଦେଖି । ତା ପରେ ମୋର ବାହାଘର ,ଆଉ ଜେଜେ ବି ଚାଲିଗଲେ ଅରପାରିକି।ବିଶେଷ କରି ଜେଜେଙ୍କ ଠାରୁ ତାଙ୍କର ଅଙ୍ଗେ ନିଭା କାହାଣୀ ଶୁଣିବାକୁ ବହୁତ ଭଲ ଲାଗେ ମତେ।

ଜେଜେ ବାପା କହନ୍ତି ତାଙ୍କ ସମୟରେ ଆଲୋକ ବ୍ୟବସ୍ତା ଏତେ ନଥିଲା।ଘରେ ସମସ୍ତେ ଦୀପ ଜାଳି ରହୁଥିଲେ।ସନ୍ଧ୍ୟା ପୂର୍ବରୁ ରୋଷେଇ ସରୁଥିଲା ,ମନ୍ଦିର ରେ ସନ୍ଧ୍ୟା ଘଣ୍ଟ ବାଜିବା ପରେ ସମସ୍ତେ ଖାଇଦେଇ ଶୋଇପଡୁଥିଲେ।ପୁଣି ୩/୪ ଟା ରାତି ରୁ ଉଠି ଯିଏ ଯାହାର କାମରେ ଲାଗିପଡୁଥିଲେ।ମୋ ଜେଜେ କୃଷକ ଥିଲେ(ସେ ଜମି ଚାଷ କରୁନଥିଲେ ଜମି ର ମାଲିକ ଥିଲେ)କୃଷକ କହିବା ର ଅର୍ଥ ଜମି ଉପରେ ହିଁ ନିର୍ଭର କରୁଥିଲେ ଚାକିରୀ କରୁନଥିଲେ ସେ।5/6 ଜଣ ହଳିଆ ମୂଲିଆ ଘରେ କାମ କରୁଥିଲେ।ସେମାନେ ସମସ୍ତେ ବାପା ଙ୍କୁ ସାହୁକାର ଡାକୁଥିଲେ।ଦିନେ ରାତିରେ ହଳିଆ ଦୁଇଜଣ ବାପା ଙ୍କୁ କହିଲେ ସାଉ କାଲି ସବୁ ଜମି ରେ ପାଣି ମଡା ହେବ ପାହାନ୍ତିଆ ରୁ ଜମି କୁ ଯିବା।ଜେଜେ ହଁ କଲେ।ସେ ସମୟରେ ଭୂତ ଭୟ ବେଶୀ ଥିଲା।ଭୂତ ବୋଧେ ଶୁଣୁଥିଲା କି କଣ ଠିକ ରାତି ଅଧ ହେଇଛି  ଭୁତ ହଳିଆ ବେଶ ରେ ଆସି କବାଟ ବାଡେଇଲା।ଜେଜେ ବି ନିଦ ବାଉଲାରେ ଉଠି ପଡି ହଁ ହଁ ଆସୁଛି କହି ବାହାରିଲେ।ଭୂତ ଆଗେ ଆଗେ ଜେଜେ ତା ପଛେ ପଛେ।ଯେତେ ଯାହା ପଚରିଲେ ବି କେବଳ ହୁଁ ବ୍ୟତୀତ ଆଉ କିଛି କହୁନଥାଏ ସେ।ଜମିରେ ପହଞ୍ଚିଗଲେ ଦୁଇ ଜଣ।ପାଣି ମଡା ଚାଲିଥାଏ।ଜେଜେ ଜମିର ଏପଟେ ଠିଆ ହୋଇ ଦେଖୁଥାନ୍ତି।ଯେତେ ଡାକିଲେ ବି ସେ କିଛି କହୁ ନଥାଏ।କେବଳ ପାଣି ମଡେଇ ଚାଲିଥାଏ।ଜେଜେ ଙ୍କ ମନରେ ବି ଶଂକା ପଶିଲା।ହଟାତ ସେ ଦେଖିଲେ କେହି କୁଆଡେ ନ ଥାଇ ତେଣ୍ଡା ରେ ପାଣି ତେଣ୍ଡା ଚାଲିଛି,ଶୂନ୍ୟ ଶୂନ୍ୟରେ।ଜେଜେଙ୍କର ଚେତା ବୁଡିଯିବା ଉପରେ।ଠିକ ସେହି ସମୟରେ ସେ ଦୁଇଜଣ ହଳିଆ ଯେଉଁମାନେ ରାତି ରେ ପାଣି ମଡ଼େଇବା କଥା ହେଇଥିଲେ ସାଉ ସାଉ ଡାକି ପହଞ୍ଚିଲେ ସେଠାରେ।ସେତେବେଳକୁ ଜେଜେ ଙ୍କ ସର୍ବାଙ୍ଗ ଥରୁଥିଲା ତାଙ୍କ ପାଟିରୁ କିଛି ଭାଷା ବାହାରୁ ନ ଥିଲା। ଏ ସମୟରେ ଶୁଭିଲା ଗଲୁ ଗଲୁ ଫିଟି ଗଲୁ ନ ହେଲେ ତତେ ଆଜି ଜୀଅନ୍ତା ଖାଇଥାନ୍ତି।

ଜେଜେ ତାଙ୍କ ଜୀବନ କାଳ ମଧ୍ୟରେ ବହୁତ ଥର ଭୂତ ଦେଖିଛନ୍ତି ଆଉ ଥରେ କଣ ହେଇଥିଲା ନା ଜେଜେ ଖଳାରେ ଶୋଇଥାନ୍ତି ସେତେବେଳକୁ ଫସଲ ଅମଳ ସମୟ ,ଧାନ ଜମା ହୋଇଥାଏ ଖଳାରେ ହଳିଆ ମୂଲିଆ ,ଜେଜେ ସମସ୍ତେ ଖଳା ରେ ଥାନ୍ତି ପୂର୍ଣ୍ଣମୀ ରାତି ,ରାତି ଅଧରେ ଶୁଭିଲା କୁଆଁ କୁଆଁ ଶବ୍ଦ।ସମସ୍ତେ ଦେଖିଲେ କିଛି ଦୂରରେ ନିଆଁ ଜଳୁଛି ଓ କୁଆଁ କୁଆଁ ପିଲା କାନ୍ଦିଲା ପରି ଶୁଭୁଛି ।(ସେତେବେଳେ ଯଦି କିଏ ଛୁଆ ଜନ୍ମ କରି ମରି ଯାଇଥାଏ ସେ ଏମିତି ପିଲାକୁ ନିଆଁରେ ସେକେ)ଆଉ ଡାହାଣୀ ନିଆଁ ଦେଖାଯାଉଥିଲା।

ଏମିତି ବହୁତ ଅଙ୍ଗେନିଭା କଥା ଥିଲା ଜେଜେଙ୍କର।ସେତେବେଳେ ଆଜିର ପରି ଗାଡି ବସ,ବାଇକ ନ ଥିଲା।ଦୂରକୁ ଯିବା କୁ ହେଲେ ଲୋକ ମାନେ ଶଗଡ଼ ଗାଡ଼ି ରେ ଯାଉଥିଲେ,ସାଇକେଲ ତ ପ୍ରାୟ ନଥିଲା କହିଲେ ଚଳେ ଗୋଟିଏ ଗାଁ ରୁ ଅନ୍ୟ ଗାଁ କୁ ଯିବାକୁ ହେଲେ ପାଦରେ ଚାଲି ଚାଲି ହିଁ ଯିବାକୁ ପଡୁଥିଲା।ମୁଁ ବି ପିଲା ବେଳେ ବହୁତ ଥର ଶଗଡ଼ ରେ ବସିଛି।ମୋର ପୁରା ମନ ଅଛି ମୁଁ ପଂଚମ ପଢିଲା ଯାଏ ଆମ ଗାଁ କୁ କରେଣ୍ଟ ଆସିନଥିଲା। ଥରେ କଣ ହେଇଛି ନା ଜେଜେ ବାପା ଭୋଜି ପାଇଁ ଅନ୍ୟ ଗାଁ କୁ ଯାଇଥିଲେ, ଫେରିଲା ବେଳକୁ ମୁହଁମୁହଁ ସଞ୍ଜ । ଜେଜେ ବାପା ତ ଏତେ ଡରନ୍ତି ନାହିଁ। ଆର ଗାଁ ବନ୍ଧ ରେ ମାଛ ଧରା ହୋଇଥିବାରୁ ଗୋଟିଏ ବ୍ୟାଗରେ ମାଛ ଆଉ ଅନ୍ୟ ବ୍ୟାଗରେ ଭୋଜିରୁ ଖିରି ତରକାରୀ,ଖେଚୁଡ଼ି ଧରି ଆସୁଥାନ୍ତି। ଧୀରେ ଧୀରେ ଅନ୍ଧାର ମଧ୍ୟ ବଢି ଚାଲିଥାଏ।ଗାଁ କୁ ପାଖ ହେବ ବୋଲି ପାହାଡ଼ ତଳ ମୁଣ୍ଡିଆ ରାସ୍ତା ରେ ଆସୁଥାନ୍ତି ସେ। ହଠାତ୍ କଣ ହେଲା ନା ମୁଣ୍ଡିଆ ପାଖ ବରଗଛ ତଳେ କିଏ ଜଣେ ଠିଆ ହୋଇଥିବାର ଲାଗିଲା । ଅନ୍ଧାରକୁ କିଛି ଭଲ ସେ ଦେଖା ଯାଉ ନଥାଏ।ଜେଜେ ବରଗଛ ପାଖରେ ପହଞ୍ଚିଲା ବେଳକୁ କିଏ ନଥାନ୍ତି ସେଠାରେ।ହଁ କିଏ ହେଇଥିବ ବୋଲି ଜେଜେ କିଛି ନଭାବି ଆଗେଇ ଚାଲିଲେ ବର ଗଛକୁ ଅତିକ୍ରମ କରି।ତା ପରେ ତାଙ୍କୁ ଅନୁଭବ ହେଲା ତାଙ୍କ ପଛେ ପଛେ କିଛି ଗୋଟିଏ ଆସୁଛି ,କେବଳ ହାତ ଟି ହି ଦେଖାଯାଉଥାଏ।(ମାଗିବା ଅବସ୍ଥାରେ)।ଜେଜେ ବହୁତ ସାହସୀ ଥିଲେ ମଧ୍ୟ ତାଙ୍କ ମନ ରେ ଭୟ ଜାତ ହେଲା।ମନ ପଡିଲା ବରଗଛ ରେ ରହୁଥିବା ବ୍ରହ୍ମ ରାକ୍ଷସ କଥାଏବଂ ସେ ହାତରେ ଧରିଥିବା ମାଛ ଓ ଭୋଜି ର ଖାଦ୍ୟ ସେ ବାସନାରେ ହାତ ଟି ଆସୁଛି ଭାବି ଗୋଟେ ଗୋଟେ ମାଛ ତଳେ ପକେଇବା କୁ ଲାଗିଲେ ସେ। କେମିତି ଗୋଟିଏ ଅଲଗା ପ୍ରକାରର କିଚିରି ମିଚିରି ଶବ୍ଦ,ରାତି ର ଅନ୍ଧାର କୁ ସେ ଶବ୍ଦ ବଡ଼ ବ୍ୟତି ବ୍ୟସ୍ତ କରୁଥାଏ ଜେଜେଙ୍କୁ।ତଥାପି ମନରେ ସାହସ ବାନ୍ଧି ଘର ଇଷ୍ଟ ଙ୍କୁ ସ୍ମରଣ କରି ମାଛ ତଳେ ପକେଇ ପକେଇ ଆଗକୁ ଚାଲିଥାନ୍ତି ସେ।ଯେମିତି ହେଉ ଏ କାଳ ରାସ୍ତା ଅତିକ୍ରମ କରିବା କୁ ହେବ ତାଙ୍କୁ । ମାଛ ସରିଗଲା,ରାସ୍ତା ସରୁନଥାଏ।କୁହାଯାଏ କଷ୍ଟର ସମୟ ଜଲଦି ସରି ନଥାଏ। ଠିକ ସେହିପରି ଅବସ୍ଥା ତାଙ୍କର।ହାତ ଚାଲିଥାଏ ତାଙ୍କ ପଛରେ।ଭୋଜି ର ଖାଦ୍ୟ ଟିକେ ଟିକେ କରି ତଳେ ପକେଇବା ଆରମ୍ଭ କଲେ ସେ ,ପଛ କୁ ବୁଲି ଦେଖିବାର ସାହାସ ନ ଥିଲା ତାଙ୍କର।ଖାଦ୍ୟ ପକେଇ ପକେଇ କ୍ଷୀପ୍ର ଗତି ରେ ଆଗେଇ ଚାଲିଥାନ୍ତି ସେ,ଦୂର ରୁ ଗାଁ ମୁଣ୍ଡ ରାସ୍ତା ଦେଖାଗଲା।ଜେଜେଙ୍କର ଟିକେ ଧର୍ଯ୍ୟ ପଶିଲା ମନରେ। ଠିକ ସେତିକିବେଳେ ୪/୫ ଜଣ ଲୋକ ଲଣ୍ଠନ ଧରି ଜେଜେ ଙ୍କ ନା ଧରି ପାଟି କରି ଡାକି ଡାକି ଆସୁଥାନ୍ତି ସେ ରାସ୍ତା ରୋଡରେ ଜେଜେଙ୍କର ଉତ୍ତର ବାହାରୁ ନଥିଲା ପାଟିରୁ କାରଣ ପଛରେ ଥିଲା ସେ ହାତ। ଏତେ ବାଟ ଧର୍ଯ୍ୟ ଧରି ଆସୁଥିବା ଜେଜେ ଗାଁ ଲୋକ ଙ୍କୁ ଦେଖିବା କ୍ଷଣି ପୁରା ବାକଶୂନ୍ୟ ହୋଇଗଲେ।ଭୋଜି ଦ୍ରବ୍ୟ ସବୁ ସେଠି ଫିଙ୍ଗି ଦେଇ ଗାଁ ଲୋକ ଙ୍କ ସାଙ୍ଗରେ ଗାଁ ରେ ପହଁଚିଲେ।ଜେଜେଙ୍କ ଆସିବା ବିଳମ୍ବ ହେବାରୁ କାଳେ କଣ ଅସୁବିଧା ହୋଇଥିବ ଭାବି ଜେଜିମା ବ୍ୟସ୍ତ ରେ କିଛି ଲୋକ ଙ୍କୁ ପଠାଇଥିଲା ଜେଜେ ଙ୍କୁ ଆଣିବା ପାଇଁ ଯାହା ଦ୍ୱାରା ଜେଜେ ସୁରକ୍ଷିତ ଭାବରେ ଘରକୁ ଆସିପାରିଥିଲେ।


Rate this content
Log in

Similar oriya story from Horror