STORYMIRROR

ଦୀପଙ୍କର ଦାସ

Drama Inspirational Thriller

3  

ଦୀପଙ୍କର ଦାସ

Drama Inspirational Thriller

କିଛି ଅକୁହା

କିଛି ଅକୁହା

3 mins
317

ଉଦାସ ସକାଳ କିନ୍ତୁ ଗମ୍ଭୀର ଚିତ୍କାର।ଚିତ୍କାର ଖୁସିର ନୁହଁ, ଚିତ୍କାର ଉଲ୍ଲାସର ନୁହଁ ଚିତ୍କାର ଦୁଃଖର। ଶୁଭମୟ ସକାଳ ଅଶୁଭ ବାର୍ତ୍ତା ବହନ କରୁଛି। ବାଡି ଆରପଟରେ କାଠ କଟାର ଶବ୍ଦ।କକେଇ ସଜା ଚାଲିଛି ।ମା ର ଛାତି ଫାଟିଯାଉଛି ସମୟ କୁ ଗୁହାରି କରି କହୁଛି ହେ ସମୟ ଟିକେ ପଛକୁ ଫେରି ଚାଲନା ତାକୁ ଟିକେ ଗେଲ କରିଦେଇଥାନ୍ତି। ହେଲେ ବଧିର ସମୟ କାହାକୁ ଶୁଣେନା।ସେ ସମ୍ପର୍କର ମାନେ ବୁଝେନା,ସେ ପାଷାଣ । ତଥାପି ମା ଗୁହାରି କରିଚାଲିଛି, ଭାସିଯାଉଥିବା ଲୋକ ପାଇଁ ତ ଶୁଷ୍କ ନଡ଼ା ଖଣ୍ଡେ ବି ବିଶ୍ୱାସ ଦିଏ ବଞ୍ଚିବାର।କିନ୍ତୁ ନଡ଼ା କଣ ବଞ୍ଚାଇପାରେ।ସେ କିନ୍ତୁ ଭାସୁନି ବୁଡି ଯାଇଛି। କାରଣ ଭାସିଥିଲେ ତ କଉ କୂଳରେ ଲାଗନ୍ତି ମା ର ସବୁକୁଲ ଶେଷ ହୋଇଯାଇଛି।ସେ ଆଜି ବୁଡି ଯାଇଛି ବିଲୀନ ହୋଇଯାଇଛି।ମା ପାଇଁ କୁଳ ବି ଶେଷ ଆଉ କୋଳ ବି ଶେଷ।ଭଉଣୀ ମାନେ କାନ୍ଦି କାନ୍ଦି ନୟାନ୍ତ।ପଡିଶା ଲୋକ କିଏ କାନ୍ଦୁଛି ,କିଏ ପୁଣି କଣ ପାଇଁ ମଲା ତାହାରି ତଦନ୍ତ ମନ ଭିତରେ କରିଚାଲିଛି।ସେ କରୁଣ ଦୃଶ୍ୟକୁ କିଏ ହୃଦୟରେ ଆଙ୍କୁଛି ତ ପୁଣି କିଏ ମୋବାଇଲ କ୍ୟାମେରା ରେ ଆବଦ୍ଧ କରିବାକୁ ଚେଷ୍ଟା କରୁଛି।

                       ଶବ ଉଠା ହେବ ବୋଧେ ମା ଜୋରରେ ଜାବୁଡ଼ି ଧରିଛି ଆଉ ନ ଛାଡିବାର ପ୍ରଣ ନେଇ।କିନ୍ତୁ ମନ ସିନା ପ୍ରଣ ନେଇଛି ହାତ ପର୍ଯ୍ୟନ୍ତ ପହଂଚି ପାରୁନି ଶବ ଉଠା ହେବ ବୋଲି ମା କୁ ସମସ୍ତେ ଧରିରଖିଛନ୍ତି। କେହି ବୁଝାଇବାର ପ୍ରୟାସ ବି କରୁନି।ଜନ୍ମ ହେଲେ ଯେ ମୃତ୍ୟୁ ନିଶ୍ଚିନ୍ତ ଏ କଥା ମା ବି ଜାଣନ୍ତି। କିନ୍ତୁ ସେ ବୁଝି ମଧ୍ୟ ଅବୁଝା । ଜୟାକୁ ସଜା ହୋଇଛି ସୁନ୍ଦର ଭାବରେ। ଏ ନୀତି ନିୟମ ବି ବଡ଼ ବିଚିତ୍ର ବଞ୍ଚିଥିବା ବେଳେ କେହି ତାକୁ ନେଲପଲିଶ ଟିଏ ବି ଆଣି ଦେଇନାହାନ୍ତି।ଆଜି ସେଇ ମାନେ କେତେ ସୁନ୍ଦର ତାକୁ ସଜେଇଛନ୍ତି।ଜନ୍ମ ଦିନ ଜାମା ଟା ପିନ୍ଧା ହେଇଛି।ଜନ୍ମ ଦିନ ଜୟା ପାଇଁ ଯମ ଦିନ ସାଜିଛି।ସମସ୍ତେ କହୁଛନ୍ତି ଜୀବନ ଯୁଦ୍ଧରେ ଜୟା ହାରି ଯାଇଛି। ସଂଘର୍ଷ କହୁଛି ନା ଜୟା ହାରିପାରେନା।

     ତାପରେ ଶୁଭିଲା ରାମ ନାମ ସତ୍ୟ ହେ ହରି ନାମ ସତ୍ୟ ହେ ।

        ବାପା ଜଣେ ସରକାରୀ କର୍ମଚାରୀ ଥିଲେ ।ବାହାରେ ରହୁଥିଲେ ମାଙ୍କ ସହ ଜୟାର ତିନି ଭଉଣୀ ରହୁଥିଲେ।ସେମାନେ ସାନ ବୁଝୁନଥିଲେ।ଜୟା ଆଉ ତା ଜେଜେବାପା ଜେଜେମା ଘରେ ରହୁଥିଲେ। ସେବେଠୁ ଜୟା ଏକା ରହିବା ଶିଖିଯାଇଛି।ଘର କାମ ସବୁ ଶିଖିଯାଇଛି। ସ୍କୁଲରୁ ଆସି ଘର କାମ ଏକା କରେ।ସେତେଦିନରୁ ନିଜ ଦୁଃଖ ଭୁଲି ଅନ୍ୟର ଦୁଃଖ ଦୂର କରିବାରେ ଲାଗିଯାଇଛି।ମା ପାଖରେ ରହନ୍ତିନି ବୋଲି ଟିକେ ଦୁଃଖ କରେ। ଏକା ଏକା କାନ୍ଦେ।ଲୁହ ପୋଛିବା ପାଇଁ କେହି ନାହିଁ।କେବେ କେବେ ପୋଛେନା ଆଖିର ଲୁହ ସବୁ ବିଛୁଡ଼ି ପଡ଼େ।ଭାବେ ଲୁହ ସହିତ ଦୁଃଖର ପରିସମାପ୍ତି ହୋଇଯିବ।କିନ୍ତୁ ଦୁଃଖ ଯେ ଆହୁରି ବଢେ।ନିଜ ଲୁହ ନିଜେ ପୋଛିବାକୁ ପଡ଼େ ଅନ୍ୟ କେହି ପୋଛିଲେ ଦୟା ହୋଇଯିବ।ସେ କାହାର ଦୟାରେ ବଞ୍ଚିବାକୁ ଚାହେଁ ନା।  

                      ୧୮ ବର୍ଷ ବୟସରେ ବାପାଙ୍କ ଅକାଳ ବିୟୋଗ ହେଲା।ଏଥର ଜୟା ବଡ଼ ତା ହାତରେ ପଡିଲା ଘରର ଦାୟିତ୍ଵ। ୩ କଷ୍ଟେ ମଷ୍ଟେ ଟୁଉସନ କରି ପଢ଼ିନେଲା।ପରେ ଜେଜେଙ୍କର ଦେହ ଖରାପ ହେଲା।ଏଥର ପଢ଼ା ବନ୍ଦ। ବାପା ତାକୁ କହିଥିଲେ ବଡ଼ ଅଫିସର ହେବା ପାଇଁ ଆଉ ତାର ବି ସପ୍ନ ଥିଲା।ସେସବୁ ଭୁଲିବାକୁ ହେଲା। ଏଥର ତାର ସ୍ବପ୍ନ ଭଉଣୀ ଗୁଡ଼ାକୁ ପାଠ ପଢ଼ାଇ ମଣିଷ କରିବ।ଗୋଟେ ଘୋରଇ ସଂସ୍ଥାରେ ଅଳ୍ପ ଦରମାରେ ଚାକିରି ଶିକ୍ଷକତା ଆରମ୍ଭ ହେଲା।ସ୍କୁଲରେ ପଢ଼ାଇ ସାରି ସନ୍ଧ୍ୟା ହୋଇଯାଏ ଘରକୁ ଫେରିବାକୁ ଡ଼ର ଲାଗେ କାଳେ କୋଉଠି ଯୌବନ ରାକ୍ଷସ ଗୁଡା ଥିବେ।କିନ୍ତୁ ଚାଲିବାକୁ ହୁଏ। ଡରିଯାଏ ବେଳେ ବେଳେ କିନ୍ତୁ ହାରେନା।ବାପା ଯେ ନା ରଖିଥିଲେ ଜୟା । ଜୟର୍ ଅନ୍ୟ ନାମ ଜୟା।

     ସେଇ ସ୍କୁଲରେ ଅନ୍ୟ ଜଣେ ସହକାରୀ ଶିକ୍ଷକ ରାଜେଶ ଜୟା ବୟସର। ଅନେକ ଥର ପ୍ରେମ ନିବେଦନ କରିଛନ୍ତି।ଜୟା ବି ତାଙ୍କୁ ଭଲପାଏ।ହେଲେ ପରିସ୍ଥିତି ବାଧ୍ୟକରେ ଚୁପ୍ ରହିବାକୁ।ତାର ପଥ ଯେ ଅଲଗା।ସେ ଯେ ଭିଡ଼ ଭାଙ୍ଗି ଚାଲେ। ତା ସହ ରାଜେଶ ଚାଲି ପାରିବ ତ। ସାନ ଭଉଣୀ ମାନେ ବଡ଼ ହେଲେଣି ଏବେ ସେମାନେ ଆଉ  ତାକୁ ମାନନ୍ତିନି।ସବୁବେଳେ ସୋସିଆଲ ମିଡିଆରେ ବ୍ୟସ୍ତ। ଜୟାର ବୟସ ୨୫ ଡେଇଁଲା।ସମସ୍ତେ ବାହାହେବାକୁ ବାଧ୍ୟ କରନ୍ତି କିନ୍ତୁ ତାର ଏକା ଜିଦ୍ ଚାକିରି ପରେ ଯାହା ହେବ।ଗାଆଁ ଲୋକେ ଚରିତ୍ର କୁ ନେଇ ପ୍ରଶ୍ନ କରନ୍ତି।ଦୁଇ ଚାରି ଜଣ ଆସିଥିଲେ ଦେଖିବା ପାଇଁ ଆଉ ଏତେ ବୟସ ଯୋଗୁ ମନା କରନ୍ତି ।ଏବେ ତ ମା ବି କହନ୍ତି ତୋରି ପାଇଁ ତ ସାନ ଭଉଣୀ ମାନେ ବି ବାହା ହେଇପାରୁନାହାନ୍ତି।

ଅନେକ ଦୁଃଖ ଲାଗେ ଯେତେବେଳେ ମା କିଛି କହନ୍ତି।

        ନିଜକୁ ଜାଣିବାକୁ ହେଲେ ନିଜ ସହ କଥା ହେବାକୁ ପଡ଼େ।ଏବେ ତାକୁ ଆଉ ନିଦ ଆସେନି ନିଦ ଆସନ୍ତା ବା କେମିତି ଆଖିରେ ଯେ ତାର ଅନେକ ସ୍ୱପ୍ନର ଭିଡ଼ ।ସେ ସ୍ୱପ୍ନ ଭିଡ଼ର ଟ୍ରାଫିକ ଭାଙ୍ଗି ନିଦ କେବେ ଆସେ ପୁଣି କେବେ ଆସେନା।ଆଜି କାଲି ତାର ଦେହ କେମିତି ହେଉଛି କିନ୍ତୁ ଡାକ୍ତର ପାଖକୁ ବି ଯାଇପାରେନା, ସବୁ ଟଙ୍କା ତ ଘରେ ପଳେଇଯାଏ।

       ସେଦିନ କିନ୍ତୁ ବହୁତ ଦେହ ଖରାପ ଲାଗିଲା, କିନ୍ତୁ ସ୍କୁଲରେ ଆଜି ଜରୁରୀ ମିଟିଂ ସମସ୍ତଙ୍କୁ ଯିବାକୁ ହେବ ନହେଲେ ଦରମା କାଟ।ମିଟିଂ ସାରି ଫେରୁ ଫେରୁ ରାତି ୮ଟା ପାଖାପାଖି । ବସ ଷ୍ଟାଣ୍ଡ ରୁ ଚାଲି ଚାଲି ଫେରୁଛି।ଆଜି ଆଉ ଡ଼ର ଲାଗୁନି।ପାଦ ଥକି ଯାଉଛି ତଥାପି ଚାଲୁଛି।ଆଖି ବହି ଯାଉଛି, ଛାତିର ସ୍ପନ୍ଦନ ତୀବ୍ର ପ୍ରତିକ୍ରିୟା କରୁଛି ତଥାପି ଚାଲିଛି ।ମୁଣ୍ଡ ଗରମ ଦେହ ଫୁଟି ନିଆଁ। ଭଙ୍ଗା ଭଙ୍ଗା ନିଶ୍ୱାସ ଛାତିର କାନ୍ଥ ସବୁ ଧସେଇ ଦଉଛି।ଘରେ ପହଞ୍ଚିଲା କଳ ପାଖକୁ ଯାଇ ମୁଣ୍ଡରେ ଗୋଟେ ବାଲଟି ପାଣି ଢାଳି ଦେଲା।ଆଖି କୁ ଆଉ ଦିଶୁନି । ଟଳମଳ ପାଦରେ ନିଜ ରୁମରେ ପହଞ୍ଚିଲା। ଖଟ ପାଖରେ ବସି ପଡିଲା ଛାତିର ସ୍ପନ୍ଦନ ଆହୁରି ତୀବ୍ର ହେଲା।

             ମା ଡାକିଲେ ଜୟା ଖାଇବୁ ଆସ। କେଜାଣି ଜୟା ଆଉ ଶୁଣିଛି କି ନାହିଁ ।


Rate this content
Log in

Similar oriya story from Drama