Tosarani Mama

Tragedy Children

3  

Tosarani Mama

Tragedy Children

କିଛି ଅଧୁରା ସ୍ୱପ୍ନ

କିଛି ଅଧୁରା ସ୍ୱପ୍ନ

5 mins
313


ଏତେ ହୃଦୟବାନ ଝିଅ, ଏତେ ସ୍ନେହୀ ଝିଅଟିଏ ଯେ ବି ତା ସହିତ ଅତି ସହଜରେ ସମ୍ପର୍କ ଯୋଡି ଦବ । ପିଲାଟି ବେଳୁ ତାକୁ କି ନିଶା ଘାରିଛି କେଜାଣି ସେ ଗୀତ ଗାଇବାରେ ଏତେ ପାରଙ୍ଗମ ଯେ ତାହା କହିଲେ ଅତ୍ୟୁକ୍ତି ହବ ନାହିଁ । ସବୁବେଳେ ସ୍ୱପ୍ନ ଦେଖେ ସେ ଗୋଟେ ବଡ଼ ମଞ୍ଚ ଉପରେ ରହିକି ମନ ଖୋଲାରେ ଗୀତ ଗାଇ ଚାଲିଛି, କରତାଳିରେ ପୁରି ଉଠୁଛି ସହର । ମ୍ୟାଡାମ ଅଟୋଗ୍ରାଫ ପ୍ଲିଜ୍ । ଏ ସବୁ ତ ସେ ବିଶ୍ୱାସ କରିପାରୁନଥିଲା ।  

ଏ ସ୍ୱପ୍ନକୁ ସତ କରିପାରିବ, କିନ୍ତୁ ଗୀତ ଗାଇବା ଏ ସବୁ ତା ବାପାଙ୍କୁ ପସନ୍ଦ କରୁନଥିଲେ,କାରଣ ଅସଲରେ ବାପା ମୋନିକାକୁ ହିଁ ପସନ୍ଦ କରୁନଥିଲେ, କାରଣ ସେ ଚାହୁଁଥିଲେ ପୁଅଟିଏ ଜନ୍ମ ହେଉ ବୋଲି । କିନ୍ତୁ କିଏ ଜାଣିଥିଲା ତା ବାପା ଏତେ ଭାଗ୍ୟବାନ ବୋଲି ମୋନିକା ଭଳି ଝିଅକୁ ପାଇଛନ୍ତି । 


ମୋନିକା ବେଳେବେଳେ ଭାବେ, ହେ ଭଗବାନ ଯଦି ମୁଁ ପୁଅଟିଏ ହୋଇଥାନ୍ତି କେତେ ଯେ ଭଲ ହୋଇଥାନ୍ତା କାହାର ସାହାରା ନବାକୁ ପଡିନଥାନ୍ତା । ଏମିତି ପ୍ରତିଦିନ ମୋତେ ମନ୍ଦିର ଯିବାକୁ ପଡି ନଥାନ୍ତା । ଏମିତି ପ୍ରତିଦିନ ମନ୍ଦିରରୁ ମୋତେ ବାସି ଫୁଲ ଚୋରେଇବାକୁ ପଡିନଥାନ୍ତା । ମୁଁ ମୋର ସବୁ ସ୍ୱପ୍ନକୁ ସତରେ ପରିଣତ କରି ପରିଥାନ୍ତି ।  


ମୋନିକା ଯେ ଗାଆଁ ଗହଳିରେ ରହେ, ସେ ତ କିଛି ଜାଣିନି, ସେ ତ ଶିକ୍ଷିତ ନା । ଚାହିଁଲେ ସବୁ ଜାଣି ପାରିବେ ବୋଧହୁଏ, ମାଆ ଦଶମ ଶ୍ରେଣୀ ପଯ୍ୟନ୍ତ କଷ୍ଟରେ ମୋନିକାକୁ ପଡ଼େଇଛନ୍ତି । ସେ ଭାବୁଥାଏ କେମିତି ମୋ ସ୍ୱପ୍ନକୁ ସତରେ ପରିଣତ କରିବି । କିଏ ମୋର ସାଥ୍ ଦବ । ସେ ଯେତେବେଳେ ସ୍ୱପ୍ନ ଦେଖେ କେବଳ ଗୋଟିଏ ସ୍ୱପ୍ନ ସେ ଗୋଟିଏ ବଡ଼ ମଞ୍ଚରେ ରହିକି ଗୀତ ଗାଉଛି । ଏ ସ୍ୱପ୍ନ ସତ ହବ ତ ଭାବି ଭାବି ତାକୁ ନିଦ ହୋଇଯାଏ ।  

ସେ ଦିନେ ବସିକି ଭାବୁଥାଏ ମୁଁ ଏକା ନୁହଁ ମୋ ପାଖରେ ଭଗବାନ ଅଛନ୍ତି । ସୂର୍ଯ୍ୟ ଯିଏ କି ସାରା ଜଗତକୁ ଆଲୋକିତ କରୁଛନ୍ତି । ତାଙ୍କରି ବିନା ଏ ଦୁନିଆର ମାନ ତିଳେ ମାତ୍ର ନାହିଁ । ସେ ଯଦି ଏକା ହୋଇକି ସାରା ଜଗତକୁ ଆଲୋକିତ କରିପାରୁଛନ୍ତି ମୁଁ କାହିଁକି ନାହିଁ । ଆଉ ସେ ଆଜି ସ୍ୱପ୍ନ ଦେଖିଚି ତାକୁ କିଏ ହାତ ଠାରି ଡାକୁଛି, ତୁ ପରିବୁ ମୋନିକା ଆ ଚାଲିଆ, ଦେଖେଇ ଦେ ଏ ଦୁନିଆକୁ, ତୁ କୋଉଥିରେ କମ୍ ନୁହେଁ ବୋଲି ତୁ ତୋ ଭିତରେ ଥିବା କଳାକୁ ପ୍ରକଟିତ କରିଦେ । ଆଉ ସେ ହାତ ବଡେଇଲା । ସେ ଭାବୁଥାଏ ଯେମିତି ତି ବି ହଉ ମୋ ସ୍ୱପ୍ନକୁ ପୁରା କରିବି । 


ମୋନିକାର ମାଆ ହିଁ ତା ପାଇଁ ସବୁ କିଛି ବାପା ତ ମଦୁଆ । ସେ ତାର ମନର କଥା ତା ମାଆକୁ କହିଦେଲା ମାଆ ତୁ ମୋତେ ସାହାର୍ଯ୍ୟ କରିବୁ ମାଆ ମୁଁ ବାହାରକୁ ପଳେଇବି ମୋ ସ୍ୱପ୍ନ ପୁରା କରିବି ମାଆ । ମୋ ପାଇଁ ସାହାରା କେବେଳ ତୁ ତତେ ଛାଡିଦେଲେ ମୋତେ ବୁଝିବାକୁ କିଏ ନାହାନ୍ତି, ମାଆ ମୋନିକାର କଥା ଶୁଣି କହିଲେ ମୋତେ ସମୟ ଦେ ମାଆ । ତତେ ଦବା ପାଇଁ ମୋ ପାଖରେ କାଣି କଉଡ଼ି ଟିଏ ନାହିଁ । ମୋତେ କିଛି ସମୟ ଦେ । ମୋନିକା ଖୁସି ଥିଲା ତା ମାଆ ତାକୁ ସାହାଯ୍ୟ କରିବା ।  

ମାଆ କହିଲେ ମୁ ତତେ ଏକା କରି ରହିପାରିବିନି ମାଆ ତୁ କୁଆଡେ ଯାଆନି ତୁ ମୋରି ପାଖରେ ରହ, ଆରେ ମାଆ ତୁ ତ ଭାବିବାକୁ ସମୟ ମାଗିଥିଲୁ ମନ କରେନା ମାଆ ମୁ ତୋ ଗୋଡ଼ ଧରୁଛି ମା, ମୋନିକା ବହୁତ କାନ୍ଦି କାନ୍ଦି କହୁଛି । କଣ ବା କରିବ ମାଆ କଣ ଅଛି ତା ମାଆ ପାଖରେ । ଘରେ ତ କିଛି ନାହିଁ ସେ ବାହାରୁ କାହାର ପଇସା ମାଗିକି ଆଣିକି ମୋନିକାକୁ ଦେଲା ଆଉ ତାର କେତେ ଖଣ୍ଡ ପିନ୍ଧା ଡ୍ରେସକୁ ଧରି ପଠାଇ ଦେଲା, ଷ୍ଟେସନରେ ଟ୍ରେନ ଛାଡିଲା ମାଆ ବହୁତ କାନ୍ଦୁଥାଏ, ଏପଟେ ମୋନିକା ବି କାନ୍ଦୁଥାଏ । କିନ୍ତୁ ଯେମିତି ତି ବି ହଉ ତାକୁ ଯିବାକୁ ହବ ତା ଭିତରେ ଲୁଚି ରହିଥିବା ପ୍ରତିଭାକୁ ଦେଖେଇବାକୁ ହବ । ଯେତେ କଷ୍ଟ ହଉ ପଛେ । 

ସହରରେ ପହଞ୍ଚୁ ପହଞ୍ଚୁ ଗୋଟେ କାମ ଖୋଜିଲା, ବହୁତ ଘରେ ପଚାରିଲା କିଛି କାମ ଅଛି ପରା କୁହ ମାଆ ମୁଁ ଆପଣଙ୍କ ସବୁ କାମ କରିପାରିବି । ତିନି କି ଚାରି ଘର ନୁହେଁ ବାର କି ପନ୍ଦର ଘରେ ପଚାରିଥିବେ, ସବୁଠି କେବଳ ନା ହିଁ ଶୁଣିବାକୁ ପାଇଛି । ସେ ଦିନ ସାରା ଘୁରି ବୁଲିଲା କୋଉଠି ବି କାମ ମିଳିଲା ନାହିଁ । ସେ ରାତି ସାରା ଘୁରି ବୁଲିଲା କଣ କରିବ କୋଉଠି ବି କାମ ପାଇଲା ନାହିଁ, କଣ କରିବ ପେଟରେ ତାର ନିଆଁ ଜଳିଲାଣି । ଭୋକରେ ଆଉଟୁପାଉଟୁ ହଉଛି ସେ, ଗୋଟେ ଚାହା ଦୋକାନ ପାଖକୁ ଯାଇକି ଗୋଟେ ବିସ୍କୁଟ ପ୍ୟାକେଟ ଆଣିଲା, ତା ପାଖକୁ ଗୋଟେ ଛୋଟ କୁକୁର ପିଲାଟିଏ ଆସିକି ତା ଡ୍ରେସକୁ ଦାନ୍ତରେ କାମୁଡି ଧରିଲା, ଜଣେ ଭୋକିଲା ହିଁ ଭୋକିଲା ଲୋକର ପେଟ ଚିହ୍ନିବ । ସେଥିରୁ ଦୁଇଟା ଖଣ୍ଡ ବିସ୍କୁଟ ଦେଲା କୁକୁର ଛୁଆକୁ । 

ସେହି ଚାହା ଦୋକାନରେ ଜଣେ ବାବୁ ଚା ପିଇବା ସମୟରେ ତା ଏତେ ଭଲ ପଣ ଦେଖି ତାରି ପାଖକୁ ଗଲା ପଚାରିଲା କିଏ ମାଆ ତୁମେ, ବାବୁ ମୋ ପାଇଁ ଗୋଟେ କାମ ଖୋଜିଦିଅ ବାବୁ । ମୁଁ ବହୁତ ଦୂରରୁ ଆସିଛି ବାବୁ ମୋ ପାଇଁ ଗୋଟେ କାମ ଖୋଜିଦିଅ । ହଉ ଚାଲ ଆମ ଘରକୁ ଯିବା ମୋର ତୁମରି ପରି ଝିଅଟିଏ ଅଛି । ସେ ପିଲାଟି ବେଳୁ ତା ମାଆର ସୁଖ ପାଇନି । ମୋନିକା ଭାବୁଥାଏ ମୋର ମାଆ ଥାଇକି ମଧ ମୁଁ ମୋ ମାଆର ସ୍ନେହକୁ ଛାଡି ଏଠିକୁ ପଳେଇ ଆସିଲି ।  

ଗାଡିରେ ବସିକି ମୋନିକା ବସିକି କହୁଥାଏ ବାବୁ ମୁଁ ସବୁ କାମ କରି ପାରିବି ଲୁଗା ସଫା,ବାସନ ମଜା, ଘର ଓଳା ସବୁ କାମ କରି ପାରିବି, ମୋତେ ବାସ ଗୋଟେ କାମରେ ଲଗେଇ ଦିଅନ୍ତୁ । ହଉ ମାଆ ତୁ ଆଗ ଘରକୁ ଚାଲ ତା ପରେ କଣ ହବ ଦେଖିବା । ଆଉ ମୋତେ ବାବୁ ବାବୁ ଡକାନି ତମ ବାପା ପରି ହେବି ବାପା ଡାକ ଆଜ୍ଞା ବାପା, ତାର ସେହି ମଧୁର ମଧୁର କଥାରେ ସେ ବହୁତ ଖୁସି ହୋଉଥିଲେ । ମୋନିକା କହିଲା ଆପଣ ମୋତେ ତମେ ନ ଡାକିକି ତୁ ଆଉ ଝିଅ ଡାକିଲେ ମୋତେ ମଧ ବହୁତ ଖୁସି ଲାଗିବ ବାପା । ଆଛା ତୋର କେହି ବାପା ମାଆ କି ପରିବାର କେହି ନାହାନ୍ତି ? ଅଛନ୍ତି ମୁଁ ସେମାନଙ୍କୁ ଛାଡି ମୁଁ ଚାଲି ଆସିଛି ।  

କଣ ପାଇଁ ମାଆ ମୋତେ ମୋ ସ୍ୱପ୍ନ ପୁରା କରିବାର ଅଛି ବାପା । କଣ ମାଆ ତମ ସ୍ୱପ୍ନ ମୁଁ ଜଣେ ବହୁତ ଭଲ ଗାୟିକ ହବାକୁ ଚଂହୁଛି । କିନ୍ତୁ ମୋ ବାପା ଙ୍କୁ ଗୀତ ପସନ୍ଦ ନାହିଁ, ଆଉ ମୋ ମାଆ ହିଁ ଥିଲା ମୋର ସାହା ଭରସା, ମୋ ବାପା ସବୁ ଦିନ ମଦ ପିଇକି ଆସିକି ମୋ ମାଆକୁ ମାରନ୍ତି, ଆଉ ଆମର ଯାହା ରୋଷେଇ ହୋଇଥିବା ତାହା ଫୋପାଡ଼ି ଦିଅନ୍ତି । ଆମକୁ ବେଳେ ବେଳେ ଭୋକ ଉପାସରେ ରହିବାକୁ ପଡେ । ମୁଁ ମୋ ମାର ଅନୁମତି ନେଇକି ଚାଲି ଆସିଛି ମୁଁ ମି ସ୍ୱପ୍ନ ପୁରା କରିବି ଆଉ ମୋ ମାଆକୁ ମୋ ପାଖକୁ ନେଇ ଆସିବି । 


ଘର ଆସିଗଲା ମାଆ ଉଠ, ଗାଡି ଆବାଜ ଶୁଣିକି ଖୁସି ଧାଇଁ ଧାଇଁ ଆସିଲା ପାପା ପାପା, ଆଉ ପଚାରିଲା ମୋନିକାକୁ ଦେଖିକି କିଏ ପାପା ଏଇଟା, ଖୁସିର ପାପା କହିଲେ ଆଜିଠୁ ଏ ହଉଛି ତୋ ଭଉଣୀ, ତାକୁ ଘର ଭିତରକୁ ନେଲା, ଆଉ ଦିଦି ବୋଲି ଡାକିଲା, ସମସ୍ତେ ମିଶିକି ଖାଇଲେ ! ମୋନିକା ଓ ଖୁସି ଗୋଟେ ରୁମରେ ଶୋଇଲେ । ସକାଳ ହବାରୁ ଖୁସି ସ୍କୁଲ ଗଲା, ଆଉ ମୋନିକାକୁ ଗୋଟେ ଟ୍ୟୁସନରେ ଜଏନ୍ କରାଗଲା, ସେ କେବଳ ଗୀତ ଗାଇବା ପାଇଁ ଆଉ ଗୀତ ଶିଖିବା ପାଇଁ, ସେ ବଡ ହୋଇକି ଗୋଟେ ବଡ଼ ଗାୟିକା ବନିଗଲା, ସେ ଗୀତ ଗାଉଛି ଆଉ ସମସ୍ତେ କହୁଛନ୍ତି ମ୍ୟାଡାମ ଅଟୋଗ୍ରାଫ ମାଗୁଛନ୍ତି, ଭାବୁଥାଏ ଗାଆଁକୁ ଯାଇକି ମାଆ ଏଥର ନେଇକି ଆସିବ । 

ଏତିକି ବେଳେ ତା ମାଆ ଆସିକି ଉଠେଇ ଦେଲେ ଆରେ ମାଆ ଉଠେ ମୋନିକା ଭୋର ଚାରିଟା ହେଲାଣି ଯାଆ ମନ୍ଦିରରୁ ଫୁଲ ଆଣିବୁ ପୁଣି ଗୁନ୍ଥି ବାର ଅଛି, ଜଲଦି ଯା ନ ହେଲେ ପୁଝରି ଆସିଯିବେ ମନ୍ଦିରକୁ । ସେ ଉଠିକି ଚମକି ପଡିଲା ମାଆ ମାଆ ମୁଁ କୋଉଠି ଅଛି, ଆରେ ସ୍ୱପ୍ନ ଦେଖୁଥିଲୁ କି? ନା ମାଆ ସେମିତି ନାହିଁ, ଜଳଦି ଯାଆ ମାଆ ସମୟ ହୋଇଯିବ, ହଁ ମାଆ ଯାଉଛି । ମନେ ମନେ ଭାବୁଥାଏ ମୁଁ ବାମନ ହୋଇକି ଚନ୍ଦ୍ରକୁ ହାତ ବଢ଼େଇଲେ ଲୋକହସା ହିଁ ହେବି ତା ଛଡା ଆଉ କିଛି ନାହିଁ । ମୋ ସ୍ୱପ୍ନ ଆକାଶ କଇଁଆ ଚିଲିକା ମାଛ ପରି ।  



Rate this content
Log in

Similar oriya story from Tragedy