Parameswar Ojha

Inspirational Others

1  

Parameswar Ojha

Inspirational Others

ଖୁସି

ଖୁସି

1 min
310



 ପତାକା ଉତ୍ତୋଳନ ସରି ଯାଇଥିଲା ଜାତୀୟ ସଂଗୀତ ଗାନ ପରେ ସ୍ଲୋଗାନ ବି ଦିଆ ସରିଥିଲା, ବକୃତା , ନୃତ୍ୟ , ସଂଗୀତ ପରିବେଷଣ ସବୁ ଗୋଟେ ପରେ ଗୋଟେ ସରି ଯାଇଥିଲା । ପ୍ୟାରେଡ ହୋଇ ସାରିଥିଲା ପବନ ବି କିଛି କମ୍ ଯୋରେ ବହୁ ନଥିଲା କିନ୍ତୁ ଜାତୀୟ ପତାକା ଟି ସେମିତି ତଳକୁ ଝୁଲି ରହିଥିଲା । ଟିକେ ବି ଉଡୁନଥିଲା । ତା ସାମ୍ନାରେ ବନ୍ଧା ହୋଇଥିବା ଟେଣ୍ଡ୍ କପଡା ଫର ଫର ହୋଇ ଉଠୁଥିଲା ହେଲେ ତ୍ରିରଙ୍ଗା ପଙ୍ଗୁ ଅଥର୍ବ ପରି ଝୁଲି ରହିଥିଲା ଟିକିଏ ବି ଉଡୁନଥିଲା । ଅଚାନକ ବହୁତ ସମୟ ପରେ ତ୍ରିରଙ୍ଗା ଫର୍ ଫର୍ ହୋଇ ଉଡିବାକୁ ଲାଗିଲା । ସେଥି ପ୍ରତି କାହାର ନଜର ନଥିଲା କିନ୍ତୁ ମୁଁ ଦେଖୁଥିଲି , ଯେତେବେଳେ ପଞ୍ଚମ ଶ୍ରେଣୀ ପିଲାଟି ତାର ସେଓ ବୁନ୍ଦି ଡାଲା ଟି କୁ ସ୍କୁଲ ପିଣ୍ଡାରେ ବସିଥିବା ବୁଢ଼ା ଭିକାରୀ ହାତକୁ ବଢ଼େଇ ଦେଲା ଠିକ୍ ସେଇ ସମୟରେ ହିଁ ତ୍ରିରଙ୍ଗା ଖୁସି ରେ ମତୁଆଲା ହୋଇ ଯାଇଥିଲା ।



Rate this content
Log in

Similar oriya story from Inspirational