STORYMIRROR

Akshayakumar Dash

Classics

3  

Akshayakumar Dash

Classics

ଖଣ୍ଡା ପୂଜା

ଖଣ୍ଡା ପୂଜା

1 min
273

ପ୍ରତିବର୍ଷ ପରି ଏବର୍ଷ ପଡିଲା ଦଶହରା। ଘରେ ବାହାରେ ସାଜସଜ୍ଜା । ବଡ଼ବଡ଼ ତୋରଣ ସଜେଇ ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ଷୋଡଶ ପୂଜା ଉପଚାର।ବାଦ୍ୟ ଘଣ୍ଟ ମହୁରୀ ତାଳରେ ପ୍ରକମ୍ପିତ ସହର। ମଫସଲ ତତୋଧିକ,କାରଣ ଗ୍ରାମ ପରିବାର ରଜୀବନ ପରମ୍ପରାକୁ ଧରି ରଖି ଚାଳିବାର ପଥ। ସକାଳୁ ଉଠି ବାପ ଗୋସାପ ଅମଳର ଖଣ୍ଡାକୁ ସଫା କରି ଆଣି ଥୋଇଲେ ପରମଣିକ।ନିକଟ ପାଇକରା ପୁର ଗାଁ ଲୋକ। ଖଣ୍ଡାୟତ ପରିବାର। କଥିତ ଅଛି ରାଜ ସୈନିକ ତୁପେ ଏହି ଗ୍ରାମ ବସେଇଥିଲେ। ରାଜାଙ୍କ ସୈନିକ ମାନଙ୍କୁ ପାଇକ କୁହାଯାଏ, ତେଣୁ ପାଇକରା ପୁର ଏହି ଗ୍ରାମର ନାମ । ପ୍ରତେକ ପରିବାର ଦଶହରାକୁ ଖଣ୍ଡା ପୂଜା କରନ୍ତି। ଖଣ୍ଡା ପୂଜାରେ ପରିବାର ଲୋକେ ଘରର ମୁଖ୍ୟ କଳସ ନଦୀରୁ ଆଣନ୍ତି। ଏହାକୁ କଳସ ବସା କୁହନ୍ତି। ଆର୍ଥିକ ଶବଳ ଲୋକମାନେ ଆଡମ୍ବର ସହିତ ପୂଜା କରନ୍ତି। ଦଶଦିନ ଧରି ପୂଜାରେ ବସେ ଖଣ୍ଡା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics