Bhagirathi Mohanty

Tragedy Action Others

4.3  

Bhagirathi Mohanty

Tragedy Action Others

କହିଦେବକି ଥରେ

କହିଦେବକି ଥରେ

7 mins
8



ଏବେ ତିରିଶ।ବୟସ ବସନ୍ତ ର ଅଣ ତିରିଶ ଟି ଫଗୁଣ ଅତିକ୍ରମ କରି ସାରିଲାଣି ରୀନା। ପ୍ରତିକ୍ଷା ଧୈର୍ଯ୍ୟ ର ସୀମା ଧିରେ ଧିରେ ଶେଷ ହେବାକୁ ବସିଲାଣି। ତା'ରି ( ବିଜୟ) କଥା କୁ ଶହେରୁ ଶହେ ବିଶ୍ଵାସ କରେ ତନୁ ପାତଳୀ ରୀନା। ତାକୁ ସେ ଆଶା ଦେଇ କହେ," ଆମ ମିଳନ ଯୁଗ ଯୁଗର । ବିଜୟ ତାକୁ କେବେ ଶାଳମଳି  ଭାବି ନାହିଁ ; ଯାହାର ଅନେକ ଶଯ୍ୟାର ନାୟିକା ହେବା ପାଇଁ କୁଣ୍ଠା ନାହିଁ ।

ଖାନଦାନ୍ ଚଉଧୁରୀ ବ°ଶ ର ଲଳନା ରୀନା ର ହାତ ପାଇବା ପାଇଁ ଦିୱାନା ମାନଙ୍କର ସ ସଂଖ୍ଯା କମ ନୁହେଁ। ସେ ଭଲ ଭାବରେ ଜାଣେ ଏମାନେ 

 ରୂପ ବଜାର ରେ  ସଉଦା କରିବା ପାଇଁ ଉତ୍କଣ୍ଠିତ । ସଫେଦ୍ କାଗଜରେ ସବୁଜ କାଳି ରେ ପ୍ରେମ ପତ୍ର ଲେଖନ୍ତି ଏମାନେ। ଉତ୍ତର ମିଳେ ନାହିଁ କିନ୍ତୁ ଲେଖି ଚାଲନ୍ତି। ଯେଉଁମାନେ ତା'ର ନିକଟତର ହୁଅନ୍ତି ସେମାନଙ୍କୁ ସେ ବାକ୍ୟ ର ଚାପୁଡା ରେ

ରେ ବିଦା କରିଦିଏ। 

   ବିଜୟ କିନ୍ତୁ ଅଲଗା ଧରଣ ର । ସେ କେବେ ଚିଲିକାର ମାଛରଙ୍କା ଚଢେଇ ପରି ଶିକାର କୁ ଝାମ୍ପିବା ପାଇଁ ଚେଷ୍ଟା କରେନି। ଏଇଥି ପାଇଁ ତାଙ୍କୁ ସେ ଭଲପାଏ। ସେ ଦୁଇଜଣ ବସନ୍ତି, ମିଶନ୍ତି, ପାର୍ଲର ଆଇସକ୍ରିମ୍ ଖାଆନ୍ତି , ଆଖୁରସ ହେଉ କି କୋକାକୋଲା ଅଵା ଅନ୍ୟ କେଉଁ ଡ୍ରିଙ୍କସ୍ ଗୋଟିଏ  ଗ୍ଲାସ୍ ରେ ଦୁଇଟି ପାଇପ୍ ବୁଡେଇ ପି' ଦିଅନ୍ତି। କିନ୍ତୁ କେହି କାହାରି ବ୍ୟକ୍ତିଗତ ମାମଲାରେ ହସ୍ତକ୍ଷେପ କରନ୍ତି ନାହିଁ। 

   ଦି'ଜଣ ଯାକ ବିଶ୍ଵାସ କରନ୍ତି ; ପ୍ରେମ ଚିଠି ନ ଲେଖିଲେ ବି , ସେଲୁଲର୍ ଫୋନ ରେ ' ମୁଁ ତୁମକୁ ଭଲପାଏ, ଭଲପାଏ ' ବାରମ୍ଵାର ନ କହିଲେ ବି  ହୋଇଯାଏ।  

   "ମୁଁ ଗୋଟିଏ ଓଡିଆ ଧାରାବାହିକ ରେ ମୁଖ୍ୟ ଚରିତ୍ର ରେ ଅଭିନୟ କରିବା ପାଇଁ ମନୋନୟନ ହୋଇ ଯାଇଚି। ଖୁବ ନିକଟରେ ୟାର ସୁଟିଂ ଆରମ୍ଭ ହୋଇଯିବ।"

   ଏଇ ଖୁସି ଖବର ଟି ଦେଇ ରୀନା ଠାରୁ ବଧେଇ ପାଇବ ବୋଲି ଆଶା କରୁଥିବା ବିଜୟ ଗୁମ୍ ସୁମ ରେ ଭରା ସଂକ୍ଷିପ୍ତ ଉତ୍ତର ପାଏ ,"ଭଲ।"ଏପରି ସଂକ୍ଷିପ୍ତ ଉତ୍ତର, ତାକୁ ଲିଫଟ  ଉପରୁ ହଠାତ ତଳକୁ ଚାଲି ଆସିବା ପରି ଲାଗୁଥିଲା ।

 'କଂଗ୍ରାଚୁଲେସନ୍' କହିଲାନି କାହିଁକି ! 

   ରହସ୍ୟ ପରଦା ର କାଳି ମେଘ ତା' ମନ ଆକାଶ କୁ ଢାଙ୍କି ରଖିଥିଲା 

  କିନ୍ତୁ ରୀନା ଠାରୁ ତା'ର ଉତ୍ତର ଦରକାର । ଅନ୍ତତଃ ସିଏ ତ ଵେଶୀ ଖୁସି ହେବା କଥା। ମନ ର ଅଗମ୍ୟ ଅରଣ୍ୟ ରେ ଏକାଥରେ ବହୁତ ପ୍ରଶ୍ନ ତାକୁ ବିଚଳିତ କରୁଥିଲା; ତା' ପାଇଁ ସେ ଚେଷ୍ଟା କଲାନି କାହିଁକି ସମ୍ଭାବ୍ୟ ଉତ୍ତର ମାନଙ୍କ ଭିତରୁ ଗୋଟିଏ କି?

   ସାମନା ସାମନି ହେଇ ଯିବା ଉଚିତ କି ? ତା'ର ଅଭିମାନ ଭାଙ୍ଗିବା ଉଚିତ ?

     ସିଏ ଫୋନ୍ ରେ ତା'ର ନମ୍ବର୍ ଲଗେଇଲା।; ପ୍ରଥମେ 'ସୁଇଚ୍ ଅଫ' ପରେ 'ବିଜି' ! ପୁଣି ମେସଜ ର ଉତ୍ତର ନାହିଁ । ତା'ର ସାନ ଭଉଣୀ, ସାନ ଭାଇ, ମାଆ ର ନମ୍ବର ତାକୁ ଜାଣିଥିଲେ ବି ରୀନା ତାକୁ ସେମାନଙ୍କ ନମ୍ବର କୁ ଫୋନ୍ କରିବାକୁ ମନା କରିଥିଲା।ଏବେ ଉପାୟ କ'ଣ ? 

ଯେଉଁଦିନ ରୀନା 'ମିସ୍ ଫେମିନାଇନ' ରେ ଭାଗ ନେବାର ଖବର ତାକୁ  ଜଣେଇ ଥିଲା ସେ ତ ଆନନ୍ଦ ରେ ଫାଟି ପଡିଥିଲା । .........

  ଉଦାସ ଅପରାହ୍ନ ର ସୁର୍ଯ୍ୟାସ୍ତ ରେ ଅନ୍ଧାରୁଆ ଦିଶୁ ଥିବା ମୁହଁ ଟି ତା' ର ହଠାତ୍ ଫର୍ଚ୍ଚା ହୋଇ ଉଠିଲା,ରୀନା ର କଲ୍ ପାଇ।

   " ତୁମେ ତାହେଲେ ଧାରାବାହିକ ଟିର ସୁଟିଂ ରେ ଯିବା ପାଇଁ ପ୍ରସ୍ତୁତ ଅଛ ?"

    " ତମର ଇଚ୍ଛା କ'ଣ ? 

ପ୍ରଶ୍ନ ର ତେରେଛା ବାଣ ଟି ରୀନା ର ବକ୍ଷ ଦେଶ କୁ କ୍ଷତାକ୍ତ କରି ଦେଇଥିଲା।

     ସେ ଭାବୁଥିଲା କହି ଦେବ କି ଆଉ " ତୁମେ  ଯଦି ଯିବ ମତେ ନେଇ ଯାଅ ସାଙ୍ଗରେ। କେଉଁ ଚତୁରୀ ଯଦି ମଣି-ମନ୍ତ୍ର କରି ତୁମ କୁ......!

"କ'ଣ ହେଲା ; ତମର ମନ ନାହିଁ !! ତାହେଲେ ସାଇନ୍ କରିବିନି ।"

   " ନାଇଁ, ସାଇନ୍ କର "

ଫୋନ୍ ଟା କାଟି ଦେଲାନା, କଟିଗଲା!!!

  ରୀନା କେବେ ବି ତା' ସମ୍ବନ୍ଧ ରେ ଜାଣିବାକୁ ଇଚ୍ଛା କରିନି।ସେ ଏତିକି ଜାଣେ: ଭଲ ପାଇବା ଭଳି ଯୁବକ ଟିଏ ବିଜୟ _ଏ ସମୟ ରେ ଭଲ ପାଇବାର ସୁଆଦିଆ ଫଳ ଟିଏ। ସାଦା ସରଳ ଯୁବକଟି ଏ । ତା' ଗାଁ, ଜାତି,ଗୋତ୍ର ଜାଣିବା ପାଇଁ ତା'ର ଆଗ୍ରହ ନାହିଁ। ପ୍ରେମ କଲେ ଏ ସବୁ ପଚରା ଯାଏ ନାହିଁ।

  ଅନେକ ସମୟ ରେ ସେ ଭାଵେ କହିଦେବ କି ଆଉ ତା'ର ବିଜୟ ପସନ୍ଦ ତା' ସାଙ୍ଗରେ ଘର ବସେଇଲେ ସେ ଖୁସି ହେବ ।

  ପରିବାର ର କେହି ତା'ର ସ୍ବୀକାରକ୍ତି ରେ ଖୁସି ହେବେ ନାହିଁ ବୋଲି ସେ ଜାଣିଛି। ତାଙ୍କର ଏକ ରକ୍ଷଣଶୀଳ ପରିବାର । କେବେ ତାଙ୍କର ଜମିଦାରୀ ଥିଲା ବୋଲି ଯେ କେହି ବି ତାଙ୍କ ଦୁଆର ମୁହଁ ମାଡୁ ମାଡୁ କହିନ୍ତି। ତା' ଜେଜେ ଏବେ ସୁଦ୍ଧା ଜୀବିତ। କେହି କେବେ ଯଦି କୌଣସି କାମରେ ଆସେ କିଛି ନ ବୁଝି ନ ଶୁଝି ସେ ଇଂରାଜୀ ର ତତଲା ଡହ ଡହ ଶଣ୍ଢୁଆସି  

 ରେ ଆକ୍ରମଣ କରନ୍ତି ତାକୁ। କ୍ଷଣକରେ ମଧ୍ୟାହ୍ନ ର ସୂର୍ଯ୍ୟ ଙ୍କ ପ୍ରଖର ତେଜ ପରି ଜମିଦାର ଙ୍କ କଠୋର ବ୍ୟବହାର ରେ ମଳିନ ଦିଶେ ଆଗନ୍ତୁକ ଙ୍କ ମୁହଁ । ରାଷ୍ଟ୍ରପତି ବିନା କୌଣସି ବିଲ୍ ପାରିତ ନ ହୋଇବା ପରି , ଶେଷ ନିଷ୍ପତ୍ତି ତାଙ୍କର। ସେ ଯେତେବେଳେ ଜାଣିବେ ରୀନା ଜଣେ ଅନାମଧେୟ ଯୁବକ ର ହାତ ଚାହୁଁଚି ସେ ନିଆଁ ଲଗେଇ ଦେବେ।

    ହେଲେ ବିଜୟ ବିନା ଆଉ କାହା ସହିତ ସେ ବେଦି ରେ ବସି ପାରିବ ନାହିଁ ।କେବେ ଯଦି ରୀନା କୁ ଦେଖିବା ପାଇଁ ବିଜୟ ର ପରିବାରୁ କେହି ଆସେ ସେ ଅପମାନିତ ହେବ ବୋଲି ସେ ଜାଣିଛି। ସେଥିପାଇଁ ସେ ସାବଧାନ କରି ଦେଇଛି ବିଜୟ କୁ ସେ ଜମିଦାରି ଆଧିପତ୍ୟ ର ଅଟ୍ଟାଳିକା ଭିତର କୁ ପ୍ରବେଶ ନ କରିବାକୁ । ତା'ର ପରିଚୟ କେବଳ ରୀନା ର ମାଆ ଜାଣନ୍ତି। କେବଳ ମା' ହିଁ ଜାଣନ୍ତି ,ବିଜୟ ଏକ ସାଧାରଣ ପରିବାର ର ଏକମାତ୍ର ତନୟ। ବହୁତ ପାଠ ପଢିଥିଲେ ବି ସେ ବେକାର ବସିଛି। ବାପା ତା'ର ଅଟୋ ଚାଳକ । ତା'ର ଅନଙ୍ଗ ଅଙ୍ଗ ର ଚେହେରା ହିଁ ତାକୁ ଦାରିଦ୍ର୍ୟ ର ତପ୍ତ ବୈତରଣୀ ପାର କରିଦେବ ବୋଲି ସେ ଦୃଢ ନିଶ୍ଚିତ। ଏଇ କିଛି ଦିନ ତଳେ ଗୋଟିଏ ଧାରାବାହିକ ରେ ସେ ସାଇନ୍ କରିଛି। ସିନେମା ବଜାର ରେ ତା'ର ବହୁତ ଡିମାଣ୍ଡ । 

 ଅଭିନୟ ରେ ଆଜିକାଲି ଭଲ ପଇସା।  ଆଉ ଯିଏ ପ୍ରଧାନ ଚରିତ୍ର ରେ ଅଭିନୟ କରୁଛି , ତାକୁ  ଚାରି ପାଞ୍ଚ ହଜାର ଟଙ୍କା ମିଳିଯାଏ ପ୍ରତି ଏପିସଡ୍ ରେ। ଡାକ୍ତର, ଇଂଜିନିୟର ତ ଆଜିକାଲି ଘରେ ଘରେ। ବର୍ଷ କୁ ୨୦/ ୨୨ ଲକ୍ଷ ଡୋନେସନ୍ ଦେଇ ପଢୁଥିବା ପିଲାମାନଙ୍କର ସରକାରୀ ଚାକିରି ଦୁଃସ୍ଵପ୍ନ ।ଧାର, କରଜ କରି ଡାକ୍ତର କରିଥିବା ବାପା ର ଏଇଟା କେବଳ ମାନସିକ ଶାନ୍ତି। ହୁଏତ ଦରକାର ପଡିପାରେ ପୁଅ ବିଭାଘର ସମୟରେ।ଆଜିକାଲି ଜଣେ ବିଶେଷଜ୍ଞ ର ପ୍ରେସକ୍ରିପସନ୍ ,ଆଉ ଜଣେ ଏମ. ବି. ବି.ଏସ. ଡାକ୍ତର ବୁଝି ପାରୁ ନାହି।

    କେହି ଗୋଟେ ଦୁଇଟା ଫିଲ୍ମ୍ ରେ ଆକଟ ଙ୍ଗି କରି ଷ୍ଟାର ହୋଇ ଯାଏନି। ବିଜୟ ମହାନ୍ତି,ଉତ୍ତମ ମହାନ୍ତି,ବାବୁସାନ୍ ପରି ଅଭିନେତା ମାନେ ବି ସ° ଘର୍ଷ କରିଛନ୍ତି ଉପରକୁ ଉଠିବା ପାଇଁ।

    ଝିଅଟିଏ ର ଯଦି ଡେରିରେ ଶୁଭ ପରିଣୟ ର ସାହାନାଇ ବାଜିବ ସେମାନଙ୍କୁ ତୀକ୍ଷଣ୍ ଶର ପରି କଥା ର ଆଘାତ ସହି ବାକୁ ପଡିବ।  

   ଦୁଇ ପରିବାର ଯେଝା ମତେ ଚେଷ୍ଟା କଲେଣି ପୁଅଟିଏ କି ଝିଅଟିଏ ପାଇଁ ହେଲେ ଏ ପର୍ଯ୍ୟନ୍ତ ସଫଳ ହୋଇ ପାରୁ ନାହାନ୍ତି।

    ଧାରାବାହିକ ଛଡା ,ବିଜୟ ଫିଲ୍ମ ରେ ଅଭିନୟ କରିବା ଦିନ ଠାରୁ ରୀନା ଠାରୁ ବହୁ ଗୁଣ ସୁନ୍ଦର ଝିଅ ତାକୁ ଅଫର୍ ଦେଲେଣି ତା'ର ଜୀବନ ସଙ୍ଗିନୀ ହେବାପାଇଁ । ତା' ସହିତ ଲିଭ୍ ଇନ୍ ଟୁଗେଦର ରେ କଟେଇବା ପାଇଁ କହୁଛନ୍ତି।

  ତାକୁ ଆଶ୍ଚର୍ଯ୍ୟ ଲାଗେ, ବିଜୟ ଯେତେବେଳେ ତାକୁ ଲାକ୍ଷାଦ୍ବିପ , ମାଳ ଦ୍ଵିପ କି କୁଲୁ ,ମୋନାଲି ,ଯେଉଁଠିକୁ ଯିବାକୁ ଡାକିଲେ ବି ସେ ମନା କରେ କାହିଁକି! ଅଠର କି କୋଡିଏ ବର୍ଷ ଅତିକ୍ରମ କରିଥିବା ଥିବା ପୁଅ ହେଉ ବା ଝିଅ ପରିବାର ର ଶୃଙ୍ଖଳ କି ଶୃଂଖଳା ସେମାନଙ୍କ ପାଇଁ ବାଧକ ହୁଏ ନାହିଁ ।

         ତାକୁ ସେ କେତେ କଲ୍, ମିସ କଲ୍ ବି କରେ ବି।

ସୁଟିଙ୍ଗ ରେ ତା' ସହିତ ସୁଇଜରଲ୍ୟାଣ୍ଡ ହେଉ କି ଶ୍ରୀନଗର ଯିବାବେଳେ ତା'ସହିତ ଯିବା ପାଇଁ କହେ।ଏଡିସନ୍ ର ଗୋଟେ ଚାନସ୍ ନେଇ ସିନେମା ଲାଇନ୍ କୁ ଆସିବା ପାଇଁ ବି ପ୍ରବର୍ତ୍ତାଏ _ ସବୁବେଳେ ହିଁ ନାସ୍ତି ବାଣୀ।

   ତିରିଶ ଟପିବ ଟପିବ ହେଉଛି ତଥାପି ଏତେ ଶାସନ! ନିଜ ଜାତିରେ ବାହା ହେବ , ଖାନଦାନ୍ ର ହୋଇଥିବ ,ପିଲାଟି କୌଣସି ଉଚ୍ଚ ପଦସ୍ଥ ଅଫିସର୍ ହୋଇଥିବ_ ତାପରେ ଯାଇ ଆଗକୁ ବଢିବେ।

   ଦୀର୍ଘ ଦୂରତା ସଂପର୍କ କୁ ନଷ୍ଟ କରିଦିଏ।ରୀନା କୁ ତ ଏଲ୍ସିସିଅନ କୁକୁର ପରି ଜଗି ରହିଛନ୍ତି। ଫୋନ୍ ରିସିଭ୍ କଲେ, କିଏ ଫୋନ୍ କରିଥିଲା, ନିଜେ ଫୋନ୍ କଲେ କାହାକୁ କରୁଥିଲୁ ଏ ସବୁର ଜବାବ ସୁଆଲ୍ କରିବା ପଡେ।

    ରୀନା ଭାବେ ବେକାର ଟାରେ କାହିଁକି ବିଜୟ ତା' ଲାଗି ଅପେକ୍ଷା କରିବ । ତା' ପଛରେ ପଡିଥିବା ତାକୁ ଯିଏ ସବୁଠୁ ଭଲ ଲାଗେ ଇଏ ତାକୁ ଜୀବନ ସାଥୀ କରି ନେଉ।ନିୟମ ର ମେଘନାଦ ପାଚେରୀ ଡେଇଁ କେହି ଏଠାକୁ ଆସି ପାରିବେନି । ଏଇ ବୁଢାଟା ନ ମରିବା ଯାଏ ତ' ମନର ମଣିଷ କୁ ନିଜର କରି ପାରିବନି।

    କିନ୍ତୁ ଏତିକି କହିବା ପାଇଁ ସେ ସୁଯୋଗ ପାଏ ନାହିଁ। ବୁଢା କୁ ରାତି ଗୋଟେ ଦୁଇଟା ଯାଏ ନିଦ ହୁଏନି। ଛୁଞ୍ଚି ଟିଏ ତଳେ ପଡି ଗଲେ ବି ତା'କାନ କୁ ଶୁଭିଯାଏ। ଦିନ ଯାକ ଶୁଏ। ଦିନରେ ରୀନା ଠାରୁ ଫୋନ୍ ନେଇ ଯାଏ ସିକୁରିଟି। ଦିନେ ଡାକ୍ତର କୁ ଦେଖା କରିବା ବାହାନାରେ ପାର୍କ ର ଏକ ନିରୋଳା କୋଣରେ ବସି ଫୋନ୍ ଲଗେଇଲା ବିଜୟ କୁ। ଉତ୍ତର ନାହିଁ । ବାରମ୍ବାର ଫୋନ୍ କରି ଚାଲିଥାଏ। ସୁଟିଂ ସେଟ୍ ରୁ ଆସି ଦେଖେ ତ ରୀନା ର ଅଗଣିତ କଲ୍।

   ଫୋନ୍ କରି "ସରି, ସୁଟିଂ ରେ ଥିଲା ବୋଲି ସଫେଇ ଦେଲା ସେ।ବିଜୟ ମନ ଭିତରେ ଏକ ଅପୂର୍ବ ସ୍ପନ୍ଦନ । " କେମିତି ମନେ ପଡିଲି ମୁଁ ? ଆଉ କାହା ହାତ ଧରି ଚାଲି ଗଲଣି କି?"

  ସେ ସବୁ ବାଜେ କଥା ବନ୍ଦ କର। କୁହ , କହିଦେବିକି ବିଜୟ ମୋର ମନ ର ମଣିଷ ତାଙ୍କ ଛଡା ମୁଁ କାହା ହାତ ଧରି ପାରିବି ନି। ଯାହା ହେବ ଆଜି ରାତିରେ । ସମସ୍ତଙ୍କ ପାଖରେ ଖୋଲି ଦେବି ମୋ ମନ ସିନ୍ଧୁକ। 

    " ମୁଁ ସୁଦୂର ସୁଇଜରଲ୍ୟାଣ୍ଡ ରେ । ଆହୁରି ସପ୍ତାହେ ଲାଗିବ ଆଉଟ୍ ଡୋର କାମ ଶେଷ ହେବା ଲାଗି। ତାପରେ ତମେ ଯାହା କହିବ , ଦୁଇ ଜଣ ମିଶି ଚିନ୍ତା କରିବା। ମୋ ସାୟରି ତୁମେ :

ତତେ ଜୀବନେ ଯେବେଠୁ ପାଇଛି

ଭଲ ପାଇବାର ଭଲ ଭବିଷ୍ୟତ

ମନେ ଜଳ ଜଳ କରି ଦିଶୁଛି

ତତେ ପ୍ରେମରେ ଯେବେଠୁ ପାଇଛି

ପ୍ରେମ କରିବାକୁ ଈଶ୍ଵର ଙ୍କ ଠାରୁ

ନୂଆ ଅନୁମତି ନେଇ ଆସିଛି

କୁହ ଭବିଷ୍ୟତ କିଏ ଦେଖିଛି

କିନ୍ତୁ ମୋ ଭବିଷ୍ୟତ ତୁମରି ସାଥିରେ

ଏବେଠୁ ମୁଁ ଲେଖି ଦେଉଛି ।ବେଶି ବଡ କଥା ନୁହେଁ

ଗୋଟେ ଛୋଟିଆ କଥାଟେ କହୁଛି

ତୁମ ସୁଖ ପାଇଁ

ଦୁନିଆ ଯାକର 

ଖୁସି ଛାଇ ଦେବି

ଯାହା ‌ହୃୟୟ ରେ 

ସାଇତି ରଖିଛି ।

   ବିଜୟ ର ଏଇ ସାୟରି ଟି ନିଶ୍ଵାସ ଟିକେ ଟିକେ ଚାଲିବା ପର୍ଯ୍ୟନ୍ତ ସେ ଅନ୍ୟ କାହାକୁ ଆଖି ଉଠେଇ ନ ଚାହିଁ ବାକୁ ପ୍ରେରଣା ଦେବ।

   ଘର ପରିବାର ର କାନୁନ ର ସପ୍ତ ତାଳ ଭେଦ କରି ଯଦି କେହି ଆସିପାରେ , ସେ ହେଉଛି ବିଜୟ। ଦୁହେଁ, ଦୁହିଁଙ୍କୁ ଛାଡି ରହିପାରିବେ ନି ଏ କଥା କେବଳ ରୀନା ର ମାଆ ଜାଣନ୍ତି। ସେ ଅପେକ୍ଷା କରି ରହିଛନ୍ତି ସେଇ ସମୟ କୁ ଯେତେବେଳେ ସେ ବିଜୟ କୁ ଆମନ୍ତ୍ରଣ କରିବେ ଏଇ ମହଲ କୁ , ତା' ମନ ତଳର ଇଚ୍ଛା ସମସ୍ତ ଙ୍କ ଆଗରେ ଖୋଲି କହି ଦେବା ପାଇଁ ; ରୀନା ର ଦାଦୁ କି ଆଉ କେହି ହେଉ।

   ସେ ସମୟ ଆଉ ବେଶି ଡେରି ନୁହେଁ । ଏବେ ରୁ ଖବର କାଗଜ ର ପ୍ରଥମ ପୃଷ୍ଠା ରେ ବିଜୟ ର ନାଁ ଏବଂ ମୁଖ୍ୟ ରାସ୍ତା ର ହୋଡଙ୍ଗ ରେ ତାର ପୋଷ୍ଟର ଦେଖ ରୀନା ର ଦାଦୁ ପଚାରନ୍ତି "ଏ ପିଲା କିଏ?"

   ତାଙ୍କ ଇଙ୍ଗିତ ରୁ ଜଣା ପଡେ ବିଜୟ ଅଚାନକ ପହଞ୍ଚି ଯାଇ ତାଙ୍କ ନାତୁଣୀ ର ହାତ ମାଗିଲେ ତାକୁ ସେ ନାହିଁ କରିବେନି ତାଙ୍କୁ_ ସ୍ବର୍ଗ ର ଚାନ୍ଦ ମିଳି ଯାଇଛି ଭଳି ଲାଗିବ।

  ଜୀବନ ର ଅନ୍ଧକାର ପାଖ କୁ ଯଦି ମଣିଷ ଜାଣି ପାରୁ ଥାଆନ୍ତା.....

" ବହୁତ ସୁନ୍ଦର ତୁମର 

 ଚେହେରା କେମିତି ମିଶିବ ମନ

କେମିତି ଛାଡିବି ଏତେ ପ୍ରେମ ......ହୁତ୍ ହୁତ୍ ହୋଇ

ଜଳି ଯାଉ ଥିବା ଏକ  ବିମାନ ବସି ଆସୁଥିବା ମୁଖ୍ୟ ଅଭିନେତା ବିଜୟ ସାର୍ଟ ର ଛାତି ପକେଟ୍ ରୁ ଅର୍ଦ୍ଧଦଗ୍ଧ ସାୟରି ଟି ଉଦ୍ଧାର ହୋଇ ଥିଲା ଯାହାର ଅବଶିଷ୍ଟ କେତୋଟି ଅକ୍ଷର : ଏତେ ପ୍ରେମ କରି ରାତି ହୋଇଯିବ ଦିନ", ଧଳା ଶାଢୀ ପିନ୍ଧିଥିବା ରୀନା ପୂରଣ କରିଥିଲା ପଦ ଟି। ଓଦା ସର ସର ହୋଇ ବୈତରଣୀ କୂଳ ରେ ଅଥଳ ଲୋତକ ସାଗର ରେ ଭିଜି ଭିଜି ଗାଉ ଥିଲା ବି ସେଇ ସାୟରି ଟି । ଆଜି ସେ ଯାହା କ‌ହିବାକୁ ଚାହୁଁ ଥିଲା କହିଦେଲା ," ବିଜୟ ମୋର ଆରାଧ୍ୟ । ମୋ ଜୀବନ ରେ ସବୁ କିଛି ଥିଲେ ସେ ।"


Rate this content
Log in

Similar oriya story from Tragedy