padmaja pati

Abstract

2  

padmaja pati

Abstract

କହିବାକୁ ଲାଜ

କହିବାକୁ ଲାଜ

1 min
566


ବିମଳା ଦେବୀ ନିଜ ଆଖିକୁ ବିଶ୍ୱାସ କରି ପାରୁ ନ ଥିଲେ l ତାଙ୍କ ନାଁ ରେ ଚିଠି ପହଞ୍ଚିଛି କୋର୍ଟରୁ l ଚିନ୍ମୟ କୋର୍ଟରେବାହା ହୋଇଛି ତାଙ୍କ ଘରେ ଆଗରୁ ଚାକରାଣୀ କାମ କରୁଥିବା ଝିଅଟାକୁ l ଚାକିରୀ ପାଇବା ପରେ ସେ ତାଙ୍କ ଘର କାମ ଛାଡି ଦେଇଥିଲା l ମଝିରେ ମଝିରେ ତାଙ୍କ ପାଖକୁ ଫୋନ କରି ଦୁଃଖ ସୁଖ ବୁଝୁଥିଲା l ଅଥଚ ସେ କିମ୍ବା ଚିନ୍ମୟ କେହି ତାଙ୍କୁ ମୁହଁ ଖୋଲି ପଦେ କହି ପାରିଲେ ନାହିଁ l ତା'ର ବାପା କ୍ୟାନ୍ସରରେ ଆର ପାରିକୁ ଚାଲିଗଲା ପରେ ଚିନ୍ମୟ ମୁହଁକୁ ଚାହିଁ ଦିନ କାଟୁଥିଲେ ସେ l

ଚିନ୍ମୟକୁ କୌଣସି କଥାରେ ସେ ବାରଣ କରି ନାହାନ୍ତି l କାହିଁକି ଏ ଦଣ୍ଡ ଭଗବାନ ତାଙ୍କୁ ଦେଲେ l ଚିନ୍ମୟ ଫୋନ କରି କହୁଥିଲା, "ମାଆ, ଚିଠିରୁ ତ ସବୁ ଜାଣି ଯିବଣି l ମୁଁ କାଲି ସକାଳେ ତୁମ ବୋହୂକୁ ନେଇ ପହଞ୍ଚିବି l ତା ' ଘରେ ତ ବୁଢ଼ୀ ମାଆ ଛଡା ଅନ୍ୟ କେହି ନାହାନ୍ତି l କାହିଁକି ବନ୍ଧୁ ବାନ୍ଧବ ଡାକି ହଇରାଣ ହେବା ବୋଲି ତୁମକୁ କିଛି କହିଲିନି l ସେ ବହୁତ ଭଲ ଝିଅ l ଆମ ପରିବାରକୁ ଭଲରେ ଚଳାଇ ନେବ l ଫୋନ ରଖୁଛି l"

ଖାଲି ନୀରବରେ ଶୁଣି ମନକୁ ମନ ଗୁଣି ହେଉଥିଲେ ବିମଳା ଦେବୀ l ସ୍ଵାମୀ ତାଙ୍କ ବଡ଼ ଭାଇଙ୍କ ସାଙ୍ଗ ଥିବାରୁ ସବୁବେଳେ ଶାଶୁଙ୍କଠାରୁ ଖୁଣ୍ଟା ଶୁଣୁଥିଲେ l ଶାଶୁଙ୍କ ନିଃଶ୍ୱାସ ତାଙ୍କ ଉପରେ ପଡିଲା କି ? ଏ କଥା ସେ କହିବେ କାହାକୁ ?


Rate this content
Log in

Similar oriya story from Abstract